ଶୀର୍ଷକ–ଶରତ ସନ୍ଧ୍ୟାରେ
——————————
ଶରତ ସନ୍ଧ୍ୟାରେ ପ୍ରତିଚୀ ଅଙ୍ଗନେ
ଅସ୍ତରାଗ ଆସ୍ତରଣେ
ଅରୁଣ କୀରଣ ତୁଳିକା ରେ ଅଙ୍କା
ପ୍ରୀତି ମଧୁଛନ୍ଦା ପ୍ରାଣେ ।
ଶୁଭ୍ର କାଶତଣ୍ଡି ମୃଦୁ ମନ୍ଦ ସ୍ୱରେ
ସମୀର ର ତାଳେ ତାଳେ
ନୃତ୍ୟ ରଙ୍ଗେ ଆଜି ବିଭୋର ହୋଇଛି
ପ୍ରକୃତି ର ରଙ୍ଗଶାଳେ ।
ଧବଳ ବାରିଦ ବିହାୟସେ ଭାଷେ
ବକ ପନ୍ତି ଯାନ୍ତି ଉଡି
ପୁର୍ବାଶା ରେ ବିଧୁ ଉଦିତ ମୁଦ୍ରାରେ
ଦିବାକର ଯାନ୍ତି ବୁଡି ।
ସରେ କୁମୁଦିନୀ ଆହ୍ଲାଦିନୀ ପ୍ରାଣେ
ପ୍ରିୟତମ ଙ୍କୁ ଚାହିଁଛି
କାଶତଣ୍ଡି ଶରେ ମନ ମଣିଷ ର
ହୃଦକୁ ବିନ୍ଧି ଦେଇଛି ।
ମନ୍ଦ୍ରିତ ହେଉଛି ଶୁଭ ଆବାହନୀ
ମାହେଶ୍ୱରୀ ଆଗମନେ
ତମସା ର ପାଦ ଶବଦ ଶୁଭୁଛି
ସନ୍ଧ୍ୟା ରାଣୀ ଆଗମନେ ।
———————————–
ପ୍ରତାପ କିଶୋର ରାଉତ
କେନ୍ଦୁଝର,ଓଡିଶା
ମୋ-832775033
Pratap Kishore Rout
1,891 total views, 1 views today