*ସୁନ୍ଦରୀ ଯାଇଛି ସୁନ୍ଦର ଗଡ଼*
*ନା*… କେଉଁ ଅଭିଶାପ
ନା…. କେଉଁ ଆଶୀର୍ବାଦ
ଏକା ଚାଲେ ଆଜି… ସମୟ ବାଟରେ
ହାତ ଧରିବାକୁ.. ନାହିଁ କେ ସାଥିରେ। (2)
ବଦଳାଇ ଦିଏ ସିଏ… ବଦଳାଇ ଦିଏ ସିଏ…
ଜିବନ ମୋଢ଼ …. ଅ… ଅ……
*ସୁନ୍ଦରୀ ଯାଇଛି*
*ସୁନ୍ଦର ଗଡ଼* (2 )
*ସ* ମୟ ର ବାଟରେ ଆଜି ଏକା ଏକା ସୁନ୍ଦରୀ । ପରିବାର ଥାଇ ବି ତାକୁ କେହି ଭଲ ପାଆନ୍ତି ନାହିଁ ।
ପାଠ ପଢ଼ିବାକୁ ଆଶାଥିଲେ ବି ଘର ଲୋକ କେହି ତାକୁ ପଢ଼ିବାକୁ ଦିଅନ୍ତି ନାହିଁ କାରଣ ବାପା ମା ଚାହାଁନ୍ତି ତୁ ତୋ ଝିଅ, ପଢ଼ୀକି କଣ କରିବୁ । ବାହା ହେଇ ଶାଶୁ ଘରକୁ ଯିବା ତୋ କାମ । ଯଦି କେବେ ଲୁଚି ଲୁଚି ସୁନ୍ଦରୀ ପାଠ ପଢୁଥାଏ ତା ବାପା ମା ବହୁତ୍ ଗାଳି କରନ୍ତି। ହେଲେ ସୁନ୍ଦରୀ ର ପାଠ ପଢ଼ି ଗୋଟିଏ ଭଲ ଚାକିରୀ କରିବାକୁ ବହୁତ୍ ମନ ଥାଏ । ସେଥିପାଇଁ ସିଏ ସକାଳୁ ଉଠି ଛେଳିମେଣ୍ଢା ଚରେଇ ବାକୁ ନେଇ ଗଲେ । ପଡ଼ିଆ ରେ ଛେଳି ମେଣ୍ଢା ଙ୍କୁ ଛାଡ଼ି ସିଏ ପାଖ ଗାଁ ରୁ ତା ସାଙ୍ଗ ପାଖରୁ ବହି ଆଣି କିଛି କିଛି ପଢେ । ଏମିତି ଦିନେ ପଡ଼ିଆରେ ପାଠ ପଢୁଥିଲା ସୁନ୍ଦରୀ । ହେଲେ ଜଣଙ୍କ ଆଖିରେ ପଡ଼ିଗଲା ଯାହାର ନା ହେକୁଟି । ସବୁବେଳେ ହେକୁଟି ମାରିବା ତା କାମ, ଲୋକ ଝାଡ଼ା ବସିଥିଲେ ବି ଇଏ ହେକୁଟି ମାରିଲେ ଲୋକେ ଅଧା ଝାଡ଼ା ବସି ପଳାନ୍ତି ଡରିକି । ଘରେ ସୋଇଥିଲେ ବି ଏତେ ହେକୁଟି ମାରେ ତା ସ୍ତ୍ରୀ ତାକୁ ଛାଡ଼ି ପଳେଇଲା ।ହେକୁଟି ଜାଇ ସୁନ୍ଦରୀ ବାପା କୁ କହିଦେଲା । ସୁନ୍ଦରୀ ର ବାପା ବହୁତ୍ କାମ୍ପୀ ଆଉ ରାଗି ମଧ୍ୟ । ବିଲେଇ ଯଦି ଘରେ ପଶି କ୍ଷୀର ପିଇଥିବ ତାହେଲେ ସେ ବିଲେଇ କୁ ଯେମିତି ହେଲେ ଧରି ବିଲେଇ ଓଠ ରୁ କ୍ଷୀର ପୋଛି ଆଣିବ ସୁନ୍ଦରୀ ବାପା । ସୁନ୍ଦରୀ ଘରକୁ ଫେରିଲା ଆଉ ସୁନ୍ଦରୀ କୁ ଦେଖି ତା ବାପା ମା ବହୁତ୍ ରାଗି ଗାଳି କରି ସୁନ୍ଦରୀ କୁ ଘରୁ କାଢ଼ି ଦେଲେ । ସୁନ୍ଦରୀ ରାତିରେ ରାତିରେ ଘରୁ ବାହାରି ଚାଲିଗଲା ଯାଉ ଯାଉ ପହଞ୍ଚି ଗଲା ସୁନ୍ଦରଗଡ଼ ଜିଲ୍ଲା ର । ବାଟରେ ଯାଉ ଯାଉ ଗୋଟିଏ ଅନାଥ ଆଶ୍ରମ ପହଞ୍ଚିଲା । ସେହି ଅନାଥ ଆଶ୍ରମ ରେ ରହି ଛୁଟ ଛୁଟ ପିଲାଙ୍କୁ ପାଠ ପଢେଇ ନିଜେ ମଧ୍ୟ ପଢିବାକୁ ଟିକେ ସମୟ ପାଇଲା । ହେଲେ ଏପଟେ ସିନା ଘର ଲୋକ ସୁନ୍ଦରୀ କୁ ଘରୁ କାଢ଼ି ଦେଲେ ହେଲେ ଯେତେ ହେଲେ ବାପା ମା ।ସୁନ୍ଦରୀ ଙ୍କୁ କାଢ଼ି ଦେଇ ତାଙ୍କ ମନ ବି ଭଲ ଲାଗୁନଥାଏ । ବାପା ମା ସବୁବେଳେ ଚାହିଁ ବସିଥାନ୍ତି କେବେ ଫେରିବ ସୁନ୍ଦରୀ ଏମିତି ଚାହିଁ ଚାହିଁ ବିତିଗଲା ପନ୍ଦର ବର୍ଷ ତଥାପି ସୁନ୍ଦରୀ ଫେରିଲା ନାହିଁ । ସୁନ୍ଦରୀ ର ବାପା ଙ୍କ ଦେହ ବହୁତ୍ ଖରାପ ହୋଇଗଲା । ଗାଁ ରେ ବି ବଡ଼ ମେଡ଼ିକାଲ ନାହିଁ ସେଥିପାଇଁ ସହର କୁ ନେବାକୁ ପଡ଼ିଲା ଆଉ ଦେହ ଭଲ ହେବା ପାଇଁ ଡ଼ାକ୍ତର କହିଲେ ବହୁତ୍ ଟଙ୍କା ଦରକାର । ସୁନ୍ଦରୀ ଙ୍କ ପରିବାର ତୋ ବହୁତ୍ ଗରୀବ ବାପା ଯାହା ରଖିଥିଲା ସବୁ ଖର୍ଚ୍ଚ ହେଇ ସାରିଥିଲା ଗାଁ ମେଡ଼ିକାଲ ରେ ଦେଖାଇ । ସୁନ୍ଦରୀ ର ବାପା ଙ୍କ ଦେହ ଭଲ ପାଇ ତାଙ୍କ ସ୍ତ୍ରୀ ଠାକୁରଙ୍କ ପାଖରେ କାନ୍ଦୁ ଥାଆନ୍ତି ,ସେତେବେଳେ ହଠାତ୍ ସୁନ୍ଦରୀ ର ନଜର ପଡିଗଲା ତା ମା ଉପରେ । ସୁନ୍ଦରୀ ଦୌଡ଼ି ଆସି ତା ମା କୁ କୁଣ୍ଢେଇ ଧରି କାନ୍ଦି ପକାଇଲା । ମା ବି ଝିଅ କୁ ଏତେ ଦିନ ପରେ ଦେଖି ବହୁତ୍ ଖୁସି ହୋଇଗଲା ଆଉ ସୁନ୍ଦରୀ କୁ ଗେଲ କରି ପକାଇଲେ। ସୁନ୍ଦରୀ ପଚାରିଲା ମା କୁ କଣ୍ ହେଇଚି ତୁ ଏତେ ବଡ଼ ମେଡ଼ିକାଲ ରେ କଣ୍ କରୁଚୁ । ଆଉ ବାପା ଏବେ କେମିତି ଅଛନ୍ତି । ମା କହିଲା ତୋ ବାପା ଏବେ ଏହି ମେଡ଼ିକାଲ ରେ ଅଛନ୍ତି ମରଣ ସହ ଲଢେ଼ଇ କରୁଛନ୍ତି । ହେଲେ ଡାକ୍ତର କହୁଛନ୍ତି ବହୁତ୍ ଟଙ୍କା ଖର୍ଚ ହେବ । ଯେତିକି ପଇସା ଥିଲା ସବୁ ତୋ ସରିଲାଣି ଆଉ ଏବେ ଆମ ପାଖରେ ନାହିଁ । ସୁନ୍ଦରୀ କହିଲା ମା ତୁ ବ୍ୟସ୍ତ ହଅନା ମା । ମୁଁ ବାପା ଙ୍କୁ ଭଲ କରିବି । ମା କହିଲେ ତୁ ଭଲ କରିବୁ କେମିତି । ସୁନ୍ଦରୀ କହିଲା ମା ସେଦିନ ମୁଁ ଘରୁ ଆସି ଅନାଥ ଆଶ୍ରମ ର ରହି ଛୁଟ ପିଲା ଙ୍କୁ ପଢ଼େଇ ମୁଁ ନିଜେ ପଢ଼ି ଆଜି ମୁଁ ଜଣେ ବହୁତ୍ ବଡ଼ ଡାକ୍ତର । ଆଉ ଆଜି ମୁଁ ମୋ ବାପା ଙ୍କୁ ନିଜେ ଭଲ କରିବି । ଦୁଇଦିନ ପରେ ବାପା ଭଲ ହୋଇଗଲେ ଆଉ ତାଙ୍କ ଝିଅ ସୁନ୍ଦରୀ କୁ ଦେଖି ବହୁତ୍ ଖୁସି ହୋଇଗଲେ ବାପା । ଆଉ ଅଧିକ ଖୁସି ହେଲେ ଝିଅ ଡ଼ାକ୍ତର ହେଇଚି ଜାଣି । ଝିଅ କୁ ପାଖକୁ ଡାକି ବାପା ଝିଅର ଗାଲରେ ଗେଲ ଟିଏ କଲେ । ବାପା ଭଲ ହେବା ପରେ ଝିଅ ବାପା ଙ୍କୁ କହିଲା । ବାପା ଆମ ଗାଁ ରେ ମୁଁ ଗୋଟିଏ ମେଡ଼ିକାଲ ଖୋଲି ସମସ୍ତଙ୍କ ର ସେବା କରିବାକୁ ଚାହେଁ । ବାପା ଝିଅ ର କଥାର ରାଜି ହେଇ ଗଲେ। ଆଉ ଖୁବ୍ ଶୀଘ୍ର ମେଡ଼ିକାଲ ମଧ୍ୟ ହେଲା ।
ସୁନ୍ଦରୀ ସବୁ ବାପା ମା ଙ୍କୁ କହିଲେ । କେଉଁଠି ଲେଖା ଯାଇଛି କେବଳ ପୁଅ ମାନେ ଚାକିରି କରିପାରିବେ ଝିଅ ମାନେ କାଇଁ ନୁହଁ । ସବୁ ବାପା ମା ଙ୍କୁ ମୋର ଅନୁରୋଧ ଝିଅ ଅବା ପୁଅ ସମସ୍ତଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରାନ୍ତୁ। ସୁନ୍ଦରୀ ର ଏହି କଥା ଶୁଣି ସମସ୍ତେ ତାକୁ ପ୍ରଶଂସା କଲେ ।
✍️*ଅନିରୁଦ୍ଧ ତିଆଡ଼ି*
*ବାଲେଶ୍ଵର ଅଡ଼ା ମାଣୀତ୍ରି*
*ମୋ *7735184098*