*ନ୍ୟାୟ ଧର୍ମ ସବୁ ଦେବ କି ଛାଡ଼ି?*
*************************
ସୀମାଞ୍ଚଳ ପଣ୍ଡା
***********
ସଂସାରରେ ରହି ପାପେ ହୁଅ ମୋହି
ନ୍ୟାୟ ଧର୍ମ ସବୁ ଦେବ କି ଛାଡ଼ି?
କାହାର ସଂସାର କିଏ କହେ ମୋର
ସୁବିଚାରି ଧୀରେ ଚଳାଅ ଗାଡ଼ି।
ରାଜା ପ୍ରଜା ମଧ୍ୟେ ଅବିଚାର ବୋଧେ
କଳିହେଲେ ନିଶ୍ଚେ ହେବ ବିଚାର,
ଯିଏ ହେବ ଦୋଷୀ ପାଇବ ତ ଶାସ୍ତି
ନିଷ୍ପତ୍ତି କାହାକୁ ନ କରେ ପର,
ବଳ ଅଛି ବୋଲି ପାପ ପଛେ ଚାଲି
ପୁଣ୍ୟ ପାଇଁ କାହିଁ କରୁଛ ରଡ଼ି,
ସଂସାରରେ ରହି ପାପେ ହୁଅ ମୋହି
ନ୍ୟାୟ ଧର୍ମ ସବୁ ଦେବ କି ଛାଡ଼ି?
ସଂସାରର ଯାହା ଅଛି ଯାହା ,ତାହା
ଯୋଗାଇ ଦିଅନ୍ତି ଜଗତ ନାହା,
ଏହି ଚିଜ ପାଇଁ ଟଣା ଟଣି କାହିଁ
ହେଉଛ ଭାଳୁଛ କରିବ ସ୍ୱାହା।
ତୁମର ନହୋଇ ତୁମ ପାଇଁ କାହିଁ
କରୁଛ ଯୋଗାଡ଼ ଖାଲିରେ ଆସି,
ଖାଲି ହାତେ ଆସି ମିଛରେ ପ୍ରକାଶି
ମାଛ ପାଇଁ ଆଣ୍ଟେ ଧର ବନିଶି,
ନ ହୋଇ ତୁମର ଧନୁକୁ ଟଙ୍କାର
ଘାତରେ ଆନର ପଡ଼ିବ ଛିଡ଼ି,
କାହାର ସଂସାର କିଏ କହେ ମୋର
ସୁବିଚାରି ଧୀରେ ଚଳାଅ ଗାଡ଼ି।
ଖାଲି ଆସି କରି ଦେଉଛି ପ୍ରସାରି
ହାତକୁ ଆନର କରୁଛ ଋଣ,
ନର ହୋଇ ଛାର ପଣକୁ ବରଣ
କରନ୍ତେ ରହିବ ଆପଣା ପଣ?
****************************
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪
****************************