March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ମହିଷାମର୍ଦ୍ଦିନୀ( ପ୍ରବନ୍ଧ)–ମୁକ୍ତିରାଣୀ ଦେବତା*

ମହିଷାମର୍ଦ୍ଦିନୀ( ପ୍ରବନ୍ଧ)

ଧରଣୀ ପୃଷ୍ଠରୁ ବର୍ଷାଋତୁ ସମ୍ପୂର୍ଣ୍ ରୂପେ ଚିରବିଦାୟ ନେଇ ଚାଲିଗଲା ପରେ ଶରତ ଋତୁର ଆର୍ବିଭାବ ହୋଇଥାଏ। ଶରତଋତୁ ସାଙ୍ଗରେ ନେଇ ଆସିଥାଏ ଅନେକ ଖୁସି ଓ
ଉଲ୍ଲାସମୟ ପର୍ବସମୂହକୁ ନେଇ। ତନ୍ମଧ୍ୟରୁ ଦୁର୍ଗାପୂଜା ଅନ୍ୟତମ। ଜଗଜ୍ଜନନୀ ଦେବୀ ଦଶଭୂଜା ସିଂହକୁ ବାହନ କରି ଏ ଧରାପୃଷ୍ଠକୁ ଆଗମନ କରିଥାଆନ୍ତି, ଆସିବାର ଏକମାତ୍ର ଉଦ୍ଦେଶ୍ୟ ହେଲା ଦୁଷ୍ଟଙ୍କର ସଂହାର। ମହିଷାସୁର ପରି ଦୁଷ୍ଟ ଅହଙ୍କାରୀ ଦାନବକୁ ବିନାଶ କରିବା ନିମନ୍ତେ ମାତା ଚଣ୍ଡୀରୂପ ଧାରଣ କରି ପାପାଚାରୀ ମହିଷାସୁରକୁ ନିଧନ କରିଥିଲେ। ଏତ ଗଲା ପୁରାଣ ଯୁଗର କଥା। କିନ୍ତୁ ବର୍ତ୍ତମାନର ସମୟରେ ପ୍ରତ୍ୟେକଟି ମନୁଷ୍ୟଙ୍କ ମଧ୍ୟରେ ମହିଷାସୁର ବିରାଜମାନ କରିଥାଏ। ମନୁଷ୍ୟର କ୍ରୋଧ, ଅହଙ୍କାର,ପାପ ମନୋବୃତ୍ତି ହିଁ ତାକୁ ମହିଷାସୁର ପରି ଉଗ୍ର ଏବଂ ଅହଙ୍କାରୀ ସଜାଇଦେଇଥାଏ। ଏହାକୁ ପ୍ରତିହତ କରିବା ନିମନ୍ତେ ଏବଂ ନିଜକୁ ଦାନବ ସାଜିବାରୁ ରୋକିବା ନିମନ୍ତେ ଲୋଡା ସଂସାରରେ ଧର୍ମ,ନୀତି ଏବଂ ନ୍ୟାୟର ପ୍ରତିଷ୍ଠା। ନିଜ ମଧ୍ୟରେ ଥିବା ଷଡରିପୁକୁ ଦମନ କରି ମନମଧ୍ୟରେ ଏକ ନିଷ୍କଳଙ୍କ ପବିତ୍ର ଆଧ୍ୟାତ୍ମିକ ଭାବନାକୁ ସ୍ଥାନଦେବା ସର୍ବଦା ବିଧେୟ। ମନରୁ ସମସ୍ତ ପାପଭାବନାକୁ ବହିଷ୍କୃତ କରି ନିଜର ଅନ୍ତର୍ମନକୁ ଶୁଦ୍ଧିକରଣ କରିବା ଅତ୍ୟନ୍ତ ଆବଶ୍ୟକ। ଫଳରେ ଦେବୀ ମାତାଙ୍କୁ ଦୁଷ୍ଟସଂହାର ନିମନ୍ତେ ବାରମ୍ବାର ଧରାପୃଷ୍ଠକୁ ଅବତରଣ ହେବାକୁ କଷ୍ଟକରିବାକୁ ପଡିବନି। ମହିଷାସୁର ସିନା ମାଆଙ୍କ ପବିତ୍ର ହସ୍ତରେ ମୃତ୍ୟୁବରଣ କରିଛି ପରନ୍ତୁ ସଭିଁଙ୍କର କୁତ୍ସିତ ମନମଧ୍ୟରେ ସେ ଚିରକାଳ ଲାଗି ଅବସ୍ଥାପିତ ହୋଇ ରହିଅଛି। ମହିଷାମର୍ଦ୍ଦିନୀ ସାଜି ଆମକୁ ସ୍ୱୟଂ ଏହି ମହିଷାସୁରକୁ ବଦ୍ଧ କରିବାକୁ ହେବ। ଆମର ଏହି ସମାଜରେ ମାନବରୂପୀ ଦାନବଙ୍କର ଆଦୌ ବି ଅଭାବ ନାହିଁ। ଏ ଦୁନିଆଁରେ ଅନେକ ନିରୀହ ନାରୀମାନେ ନାରୀଲୋଭୀ କାମୁକ ପୁରୁଷଙ୍କର କାମନା ବାସନାର ଶିକାର ହୋଇ ନିଜର ସତ୍ତାକୁ ଚିରଦିନ ଲାଗି ହରାଇ ବସିଛନ୍ତି। ନିଜର ସର୍ବସ୍ୱ ହରାଇଦେଇ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତିକୁ ବାଛିନେଉଛନ୍ତି ନିଜ ଜୀବନରେ। ମୁଁ ଏହି ପ୍ରବନ୍ଧ ମାଧ୍ୟମରେ ସମଗ୍ର ନାରୀଜାତିଙ୍କୁ ଏହି ଅନୁରୋେଧ କରୁଛି କି ଅନ୍ତତଃ ଥରୁଟିଏ ଲାଗି ନିଜ ମନରେ ସାହସ ସଞ୍ଚୟ କରି ସେହି ପୁରୁଷଦେହୀ ଅସୁରମାନଙ୍କୁ ସାମ୍ନା କରନ୍ତୁ। ନିଜର ଶରୀରରେ ଅନ୍ତିମ ନିଶ୍ୱାସ ଥିବା ଯାଏଁ ସଂଗ୍ରାମ କରନ୍ତୁ ସେମାନଙ୍କ ସହ। ନାରୀହୋଇ ଜନ୍ମଲାଭ କରି ଆମେ କୌଣସି ବି ପାପକାର୍ଯ୍ୟ କରିନେ, ପ୍ରମାଣ କରିଦିଅନ୍ତୁ ଯେ ଆମେ ହିଁ ସୃଷ୍ଟି ଏବଂ ଆମେ ହିଁ ବିନାଶର ମୂଳକାରଣ। ଆମେ ମଳୟ ପବନ ବି ସାଜପାରୁ ଏବଂ ବିଧ୍ୱଂସକାରୀ ପ୍ରଳୟ ରୂପରେ ମଧ୍ୟ ଅବତୀର୍ଣ୍ଣ ହୋଇପାରୁ। ଆମେ ଦୁଷ୍ଟ ନିଧନ ପାଇଁ ନାରୀରୁ ନାରାୟଣୀ ଅବତାର ମଧ୍ୟ ନେଇପାରୁ। ନିଜର ଶକ୍ତିକୁ,ନିଜର ସତ୍ତାକୁ ଜାଣିପାରିଲେ ହିଁ ଆମକୁ କେହି ବି ପରାସ୍ତ କରିପାକରିବେ ନାହିଁ। ଏହାହିଁ ପରମ ସତ୍ୟ ଅଟେ।

ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ,ଯାଜପୁର

Loading

14 thoughts on “*ମହିଷାମର୍ଦ୍ଦିନୀ( ପ୍ରବନ୍ଧ)–ମୁକ୍ତିରାଣୀ ଦେବତା*

  1. Woah! I’m really digging the template/theme of this website.
    It’s simple, yet effective. A lot of times it’s challenging to get
    that “perfect balance” between user friendliness and visual appearance.

    I must say you’ve done a superb job with this. Also, the blog loads super fast for me on Internet explorer.

    Outstanding Blog!

  2. Good day! This is my first visit to your blog! We are a team of volunteers and starting a new initiative in a community in the same niche. Your blog provided us beneficial information to work on. You have done a wonderful job!

  3. You really make it seem so easy with your presentation but I find this topic to be
    actually something which I think I would never understand.
    It seems too complicated and very broad for me.

    I am looking forward for your next post, I will try to get the hang of it!

  4. whoah this weblog is great i really like reading your posts.
    Keep up the great work! You already know, a lot of individuals
    are searching around for this info, you can help them greatly.

  5. Pretty nice post. I simply stumbled upon your blog and wished to mention that I’ve trulyloved browsing your blog posts. In any caseI will be subscribing to your feed and I hope youwrite once more very soon!

Leave a Reply

Your email address will not be published. Required fields are marked *