ସ୍ମୃତି ଅଭିଳାଷ
————–
ମନ କାଗଜରେ ଅଲିଭା କାଳୀରେ
ଲେଖିଛି ମୁଁ ତୁମ ସ୍ମୃତି,
ହୃଦୟର କେଉଁ ନିଭୃତ କୋଣରେ
ରଖିବି ତାକୁ ସାଇତି।
ସମୟ ସରିବ ଦିନ ବିତିଯିବ
ବର୍ତ୍ତମାନ ହେବ ଇତି,
ଜାଣେନା ଭବିଷ୍ୟ କିଅବା ରହିଛି
କ’ଣ ଚାହିଁଛି ନିୟତି ?
ଏତିକି ମାଗିବି କାଳିଆ ପାଖରେ
ଦେଉତା’ କୃପା ବରଷୀ,
ଛୋଟିଆ ନାଆ ମୋ ଭବ ପାରାବାରେ
ଆନନ୍ଦରେ ଯାଉ ଭାସି।
କରୁଣାମୟଙ୍କ କରୁଣା ସର୍ବଦା
ତୁମ ଶିରେ ପଡୁ ଝରି,
ମୁଁ ହେଲେ ନଉକା ସଂସାର ସାଗରେ
ତୁମେ ମୋ ଟିକି ନାଉରୀ।
ସୁଖରେ ଦୁଃଖରେ ଅବା ଦୁର୍ଦିନରେ
ପାଖେ ଯେବେ ଥିବ ତୁମେ,
ପରିବାର ଖୁସି ବାଣ୍ଟିବା ଯେ ଆମେ
ବ୍ୟବହାର ଆଉ କାମେ।
ସଂସାରକୁ ଦେଖି ମନେ ଜାଗେ ଭିତି
ନଯାଉ କିଛି ବଦଳି,
ଧର୍ଯ୍ୟ , କ୍ଷମା ଗୁଣେ ଭରିଦ୍ୟନ୍ତୁ ମନେ
ଏତିକି ମୋହର ଅଳି।
***********************
ତପସ୍ୱିନୀ ଜେନା
ଜଗତସିଂହପୁର
ସୁନ୍ଦର ଉପସ୍ଥାପନା ଦିଦି
your writing is very very nice and fantastic ❤️
ଖୁବ୍ ସୁନ୍ଦର ଉପସ୍ଥାପନା ଦିଦି
ଧନ୍ୟବାଦ ପ୍ରିୟଦର୍ଶିନି
ବାଃ ଚମତ୍କାର ❤️ଜୟ ଜଗନ୍ନାଥ
ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ