February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*ପ୍ରଭାତ ଗୀତି–ରାକେଶ ସାହୁ*

#ପ୍ରଭାତ ଗୀତି_

ସନେଟ୍_୭
************************************
ନବୋଦିତ ରବି ଚାରୁଚିତ୍ର ଛବି ପ୍ରାଚୀମୁଳୁ ମୁଦେ ହସି
ସ୍ନିଗ୍ଧ କନକ କିରଣ ବିସ୍ତାରି ଚଉଦିଗେ ଉଠେ ଭାସି l
ନବ ପଲ୍ଲବେ ତୃଣତଳପରେ ସୁରମ୍ୟ ଅବନୀ ଆହା
ଶୈଳ ଶିଖରେ ପ୍ରଜ୍ବଳ ମିହିର ନିତ୍ୟ ପ୍ରକାଶୀ ଯାହା l

ଉତ୍ତାଙ୍ଗ ଉଚ୍ଚାଟ ବିହଗ ପ୍ରଫୁଲ୍ଲେ ଅତଳେ ଧୂସର ମାଟି
ସରସେ ସରସୀ ଅଚିରେ ପ୍ରଫୁଟି କୁମୁଦ ଲୋଚନ ଗୋଟି l
ସମୀର ଗୁଞ୍ଜରେ ଶୁଭ ସାହାନାୟୀ କୋକିଳର ସୁରତାନେ
ମହମହ ବାସେ କୁସୁମ ସୁବାସ ପ୍ରୀତିର କଦମ୍ବ ବନେ l

ଭୁବନେ,ଭବନେ ସର୍ବ ତନୁମନ ଶିହରିତ ସୁର ତେଜେ
ମୁକ୍ତ ପ୍ରାନ୍ତରେ ମୁକ୍ତା ଯେସନ ପହିଲି ଶିଶିର ଭିଜେ l
ଆଞ୍ଜୁଳେ ଆଶାରେ ସାତସପନର ସୁନେଲି ମୁରୁଜ ବୁଣି
ଆଦରି ନିଅନ୍ତି ପ୍ରିୟଜନ ଯେତେ ତପନ ପରଶମଣି l

ପ୍ରୀତି ଅନୁରାଗୀ ବିଶ୍ୱହିତ ଲାଗି ବିତରି ଆଲୋକ ସୁଧା
ଭବ୍ୟ ଭବରଙ୍ଗେ ତିମିର ଵିଧ୍ଵଂଶୀ କାଳଜୟୀ ତୁମ୍ଭେ ସଦା l
****************************************
ରାକେଶ ସାହୁ, ବର୍ତ୍ତିନୀ, ପୋଲସରା, ଗଞ୍ଜାମ

 209 total views,  1 views today

Leave a Reply

Your email address will not be published. Required fields are marked *