#ଚଷାଭାଇ
(ସନେଟ୍_୧୩)
********************************
ବଳଦର ବଳଥାଇ ଚଷାଭାଇ ବୁଣିଛି ବିହନ
କିଆରୀ କିଆରୀ ଚାରା ଚାହିଁଅଛି ବର୍ଷାର ବୁନ୍ଦାକୁ
ବତୁରା ମାଟି ବାସ୍ନାରେ ବତୁରୁଛି ଆଶାର କିରଣ
ଚାଷବାସ ଏକା ଯୋ’ଠି ଯୋଗାଡ଼ିଛି ଚୁଲିର ଜାଳକୁ l
ବାରମାସୀ ମଣିଷ ତା’ ଖାତିର କି?ଝାଞ୍ଜି ବା ବତାସ
ସଞ୍ଜବୁଡ଼ା ବେଳ ଯା’ର ନିତିକାର ବାସ ଲେଉଟାଣି
ନଡ଼ା ଛପରରେ ଯେତେ ଚ୍ଛାପିବସେ ଅବୁଝା ହରଷ
ବାସି ତୋରାଣି କଂସାରେ ଦାଉଦାଉ ଘରର ଘରଣୀ l
ଉଦାସ ଚାହାଣି ମିଶା କରଜର ବିଷାଦ ବଳୟ
ଚାହିଁବି ତ ଆବୋରିନି ମହଙ୍ଗାର ଦରଛଡ଼ା ମାଲ
ହିତକାରୀ ଜଗତର ହିତେ ସହି ଆପଣା ବିଲୟ
ଏ ମାଟିର ମଣିଷଟା ସକଳର ନୁହେଁ କି ସଫଳ?
ବସୁଧାର ହସଧାର ଚମକୁଛି ଅନ୍ନଦାତା ମୁଖେ
ଖେଳିଲେ ତା’ ସୁନାମୁହିଁ ସୁକୁମାରୀ ଫସଲର ପାଖେ l
************************************
ରାକେଶ ସାହୁ, ବର୍ତ୍ତିନୀ, ପୋଲସରା, ଗଞ୍ଜାମ