ଚାହା
. ସବୁଦିନ ଭଳି ଆଜି ବି ଭୋର ରୁ ଉଠି ମୁଁ ଚାଲିଲି ରଘୁ ମଉସା ଚାହା ଦୋକାନ କୁ ତାଙ୍କ ଚାହା ର ମଜା ହିଁ କିଛି ଅଲଗା । ତାଙ୍କ ଚାହା ଯେତିକି ଭଲ ଲାଗେ ମତେ, ତାଙ୍କ ବ୍ୟବହାର ବି ସେତିକି ଭଲ ଲାଗେ ମତେ । ଦେଖୁ ଦେଖୁ ରଘୁ ମଉସା ଚାହା କପ ଟା ବଢ଼େଇ ଦେଲେ ଆଉ ତା’ ସାଙ୍ଗକୁ ସିଗାରେଟ ଖଣ୍ଡେ ମୁଁ ଠିକ ସିଗାରେଟ ଟା ଲଗେଇଲା ବେଳକୁ ଜଣେ ଭଦ୍ର ଲୋକ ଆସି ପଚାରିଲେ, “ଭାଇ ଚାହା ଅଧା କପ ହେବ କି? ” ଏଇ କଥା ଶୁଣୁ ଶୁଣୁ ରଘୁ ମଉସା ରୋକ ଠୋକ ଶୁଣେଇ ଦେଲେ ଯେ, “ପି ବାର ଅଛି ଯଦି ଫୁଲ କପ ପିଅ ନହେଲେ ଯାଅ ” ଏମିତି ଶୁଣି ଲୋକ ଟି ମୁରୁକି ହସି ଦେଇ କହିଲା, “କଥା କଣ କି, ମୁଁ ପୁରା କପ ଚାହା ପି’ ପାରେନି ତ ସେଇଥି ପାଇଁ କହୁଥିଲି…. ” ତଥାପି ରଘୁ ମଉସା ମନା କଲା ।ମୁଁ କିନ୍ତୁ ଦେଖି ପାରୁଥିଲି ଯେ, ଲୋକ ଟି ର ହାତରେ ଦି ତିନିଟି ଟଙ୍କିକିଆ କଏନ ଥିଲା ।
ଲୋକ ଟି ର କଣ ଇଛା ହେଲା କେଜାଣି, ମୋ ପାଖକୁ ଆସି ମୋ ହାତରେ ଥିବା ମୋବାଇଲ ଆଡକୁ ଅନେଇ ପଚାରିଲା, “ବାବୁ, ଏଇ ବଡ଼ ମୋବାଇଲ ଗୁଡାକ ସବୁ କେତେ ଟଙ୍କା ହୁଏ? ” ମୁଁ ବୁଝି ସାରିଥିଲି ଯେ, ଏ ମଣିଷ ଟା ନିଶ୍ଚୟ ବାପା ଟିଏ ହେଇ ଥିବ ମୁଁ କିଛି ବି କହିବା ଆଗରୁ ସେ କହିଲା “ମୋ ବଡ଼ ପୁଅ ଏବେ କଲେଜ ଯିବ ତ , ସେ କହୁଥିଲା ଏ ବଡ଼ ମୋବାଇଲ ଗୋଟେ ନିହାତି ଦରକାର ତେଣୁ ମୁଁ ତମକୁ ପଚାରିଦେଲି ବାବୁ “।
ମୁଁ ଲୋକ ଟିକୁ ଆଖି ପୁରେଇ ସେମିତି ଚାହିଁ ରହିଥିଲି । ରଘୁ ମଉସା ବି ଏସବୁ ଦୃଶ୍ୟ ଦେଖୁଥିଲେ ରଘୁ ମଉସା ମୋ ଆଡକୁ ଟିକେ ଅନେଇଲେ ,ଆଉ ତାପରେ କଣ ବୁଝିଲେ କେଜାଣି, ସେଇ ଲୋକ ଟିକୁ ପଚାରିଲେ, “ଏ ବାବୁ ତୁମ ହାତରେ ତ ତିନି ଟଙ୍କା ଅଛି, ହେଲେ ଚାହା ଫୁଲ କପ ନ ପିଇ ଅଧା କପ କାଇଁ ପିଇବ ଯେ । ଥରେ ପିଇକି ଦେଖ, ମଜା ଆସିଯିବ ” ରଘୁ ମଉସା ଭଳି ହିସାବୀ ମଣିଷ ପୁଣି ପାଞ୍ଚ ଟଙ୍କା ବଦଳେ ତିନି ଟଙ୍କାରେ ଚାହା କପ ଟା ଧରେଇ ଦେଲା ! କେମିତି ଦେଇ ନଥାନ୍ତା ଯେ, ସେ ବି ତ ବାପା ଟିଏ
ସେତିକି ବେଳକୁ ମୋ ଥଣ୍ଡା ଚାହା କପ ରେ ଟୋପାଏ ଗରମ ଲୁହ ପଡି ସାରିଥିଲା ମନେ ମନେ ସେ ଦୁଇ ଜଣ ବାପାଙ୍କୁ ଶତ ପ୍ରଣାମ କରି ଆସିଗଲି ।
ଡାକ୍ତର କାର୍ତ୍ତିକେଶ୍ୱର ଜେନା
ବର୍ଦ୍ଧମାନ, ପଶ୍ଚିମବଙ୍ଗ
Thanks a lot for the article post. Great.
I value the blog post.Much thanks again. Really Cool.
Thanks for the post. Great.
Muchos Gracias for your blog.Thanks Again. Really Cool.
I loved your blog article.Really thank you! Cool.
I really liked your article post.Really looking forward to read more.
Very good article.Really looking forward to read more. Much obliged.
Enjoyed every bit of your post.Really looking forward to read more. Will read on…
I really like and appreciate your article post.Thanks Again. Great.
Hey!. Interesting material! I’m really enjoy this. It will be great if you’ll read my first article!)
proquest thesis database best resume writing services washington dc
Do you have a spam problem on this blog; I also am a blogger, and I was wantingto know your situation; we have developed some nice methods and weare looking to swap methods with other folks, please shootme an e-mail if interested.