*(ତାଥେଇ ତାଥେଇ କିଏ ନାଚୁଛି)*
ଛାଡି ଲକ୍ଷେ ଶାଳଗ୍ରାମ
ଛାଡି ରତ୍ନ ସିଂହାସନ
ବଡ଼ ଦାଣ୍ଡେ ଆସି ଉଭା ହେଇଛି
ନାହିଁ ପଣ୍ଡା ପଡିହାରୀ
ନାହାନ୍ତି କେହି ସିଂହାରି
ନନ୍ଦପୁଅ ଦାଣ୍ଡେ ଛିଡା ହେଇଛି
ସେ ତ ନାଚୁଛି
ତାଥେଇ ତାଥେଇ ଦେଖ ନାଚୁଛି
ଛାଡି ଲକ୍ଷେ ଶାଳଗ୍ରାମ………..ll
ଭକତ ଭୋଳିଆ
ହେଇଛି ବାଇଆ
ଭକ୍ତ ଠାରୁ ଦୂରେ ସିଏ ରହିକି
ବୁଝିଛି ସେ ଭକ୍ତ ଦୁଃଖ
ରଖିବାକୁ ନିଜ ଟେକ
ସବୁଛାଡି ବଡ଼ଦାଣ୍ଡେ ଆସିଛି
ଦେଖ ନାଚୁଛି
ତାଥେଇ ତାଥେଇ ହେଇ ନାଚୁଛି
ଛାଡି ଲକ୍ଷେ ଶାଳଗ୍ରାମ………. ll
ମଥାରେ ମୟୁର ଚୁଳ
କଣ୍ଠେ ମଲ୍ଲିଫୁଲ ମାଳ
ଅଧରେ ଶୋଭା ତାର ବଇଁଶୀ
ନାଚୁଛି ସେ କେତେ ରଙ୍ଗେ
ବଇଁଶୀ ର ସୁର ସଙ୍ଗେ
ସତେ ଉଦିଆ ଚାନ୍ଦ
ଦାଣ୍ଡେ କି ଆଜି ଉଇଁଛି
ଦେଖ ନାଚୁଛି
ତାଥେଇ ତାଥେଇ ହେଇ ନାଚୁଛି.
*ବୈଦ୍ୟନାଥ ପଣ୍ଡା*
ଅବଦଲ ପୁର. ଯାଜପୁର.
ଦୂରଭାଷ=9439854199.
269 total views, 1 views today