ଟିଆଁ ମକ୍ରା
ମକ୍ରା କେଡ଼େ ଟିଆଁ ପୋକ୍ଟେ ଆଏ
ହର୍ମିଶା କରୁଥିସି କାମ୍
ଗିଜୁଁ ସଁପୁର୍ ସୂତା ବାହାର୍ କରୁଥିସି
କିହେ ନି’ଘିନନ୍ ଦେଇ ଦାମ୍। ୧
ଟିଆଁ ମକ୍ରାଟେ ବଡ଼ା ବୁତାଖୋର୍
ଜାଲ୍ ଗୁଁଥି ଦେସି ଗୁଟେ ଦିନେ
ସେ ଜାଲ୍ଟା ତା’ର୍ କେନ୍ କାମେ ଆଏସି
ନି’କହେ କାହାର୍ ଠାନେ। ୨
ପୁହୁରା ଜୁଭ୍ରା ଅଂଧାର୍ ଠାନ୍ ଦେଖି
କରି ଚାଲ୍ସି ତା’ର୍ ବୁତା
ତା’ର୍ ଶବଦ୍ ସମ୍କୁଁ ଆଏ ଅଗୋଚର୍
ଲଗେଇ ନି’ପାର ପତା। ୩
ଟିଆଁ ଟିଆଁ କିରା ଫସ୍ଲେଁ ଆଲେଁମାଲେଁ
ଆଉ ନି’ପାରନ୍ ବୁଚ୍ଡ଼ି
ଚିପି ଦେସି ଟଁଟି ମେଟାସି ତା’ର୍ ଭୋକ୍
ବନାସି ଘାଏକେଁ ପାପ୍ଡ଼ି।୪
ସାଫ୍ ରାଫ୍ ହିସାବେଁ ରହେଲେଁ ମୁନୁଷ୍
ଭାଂଗ୍ସି ମକ୍ରାର୍ ଜାଲ୍
ମୁନୁଷ୍କେ ଡରି ଠାନ୍ ନି’ଛାଡ଼େ କେଭେଁ
ଭାବ୍ସି ହର୍ମିଶା କାଲ୍। ୫
ନାଇଁ ଚାବେ ଆଁପ୍ରେ ଆସି ଧୀରେଧୀରେ
ମୁନୁଷର୍ ଦିହେଁ ଦେସି ମୂତି
ଭର୍ଭରେଇ ଯାଏସି ପୁଢ଼ା ଘା’ ଲେଖେଁ
ଖୁଜେଇ ହେସି ଚାରିକୁତିଁ। ୬
ମକ୍ରା ଜାଲ୍ କାହାର୍ କାମେ ଆଏସି
ହେସି କାଏଁ ଉଷୋକଷା
ଆଏଜ୍ତକ୍ ଆମେ ଜାନି ନି’ପାରଲାଁ
କିହେ ନି’ବତେଇଁ ଧର୍ସା। ୭
ମକ୍ରା ହର୍ମିଶା ମେହେନତ୍ କରି
କରିଦେଉଛେ ଯେନ୍ କାମ୍
ମୁନୁଷ୍ ଚିପୋ ବିତ୍ବିତେଇ ଯିବା
ହଦ୍ରିବା କହି ରାମ୍ ରାମ୍। ୮
ମକ୍ରା ଭି ଥିବେ ନିଶ୍ଚେ ମାଈ ଏଁର୍ରା
ମାଈ ବାହାର୍ କରୁଥିବା ସୂତା
ଏଁର୍ରା ମକ୍ରା କାଏଁ କାମ୍ କର୍ସି
ଉହାତେଁ ବନିଛେ କାଏଁ ଘଏତା? ୯
ଇ ସବୁ ବିଦ୍ଯା ଜ୍ଞାନୀ ଲୁକେ ଜାନୁଥିବେ
ଆମକୁଁ ଭି ଦେଉନ୍ ବତେଇ
ଟିଆଁ ପୋକ୍ ଏତେ ମେହେନତ୍ କର୍ସି
ଆମେ ଦେଖି ହେସୁଁ ପସ୍ତେଇ। ୧୦
ସୁଧୀର୍ ପଂଡା