Feb
2021
13
ଅଶାନ୍ତ ଝଡ —ସୁର୍ଯ୍ୟ ନାରାୟଣ ସାବତ
##### ଅଶାନ୍ତ ଝଡ ##### ସୁର୍ଯ୍ୟ ନାରାୟଣ ସାବତ ଝଡ,ସବୁବେଳେ ଅଶାନ୍ତ, ଝଡ଼,ସର୍ବଦା ଅତୃପ୍ତ, ଝଡ଼,ପ୍ରତିକୂଳଧର୍ମୀ, ଝଡ଼, କ୍ଷୀପ୍ର ଧ୍ବଂସଗାମୀ । ଝଡ଼,ଶକ୍ତି କରେ କ୍ଷୟ, ଝଡ଼, ସବୁରି ଅପ୍ରିୟ, ଝଡ଼,ଅସହିଷ୍ଣୁ ରୂପ, ଝଡ଼, ରଚଇ ତାଣ୍ଡବ । ଝଡ଼, ଦିଏ ନାହିଁ ଶାନ୍ତି, ଝଡ଼,ପାଏ ନାହିଁ ପ୍ରୀତି, ଝଡ଼,ଅବ୍ୟକ୍ତ ଆସତ୍ତି, ଝଡ଼, ଲଭେନାହିଁ ମୁକ୍ତି । ********