May
2023
11
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରତୀକ୍ଷାର ତୀରେ ପ୍ରତୀକ୍ଷାର ତୀରେ ତୃଷିତ ଅନ୍ତରେ ହୃଦୟର ପାରାବାରେ, ଜଳୁଥାଏ ନିତି ଅନ୍ତର ଦୀପାଳି ପ୍ରଣୟର ଜ୍ୟୋତି ଧାରେ l ବେଦନାର ସ୍ପର୍ଶ କରେ ଉଦ୍ଜୀବିତ ବାସ୍ନାୟିତ ସ୍ମୁତିରାଜ୍ୟ, ପ୍ରୀତି ସମ୍ମୋହନେ ନିମଗ୍ନ ନିଶ୍ଚଳ କଳ୍ପନା ଭାବ ସାମ୍ରାଜ୍ୟ l ଭୂମିଠାରୁ ଭୂମା ପ୍ରଣୟ ନୀଳିମା ସ୍ନିଗ୍ଧ ଅନୁଭବ ଜାଗେ, ଦଗ୍ଧଭୂତ ସ୍ମୃତି ଜ୍ୟୋତ୍ସ୍ନା ଭିଜା