Feb
2021
21
ବସନ୍ତ ର ଅଭିଷେକ — ସବିତା ବସ୍ତିଆ
ଶୀର୍ଷକ—ବସନ୍ତ ର ଅଭିଷେକ ସରିସରି ଯାଏ ଶୀତର କୁହୁକ ମହମହ ବାସେ ଫୁଲର ମହକ, ଥିରିଥିରି ଥରେ ନିଆଁର ଡହକ ଡାଳେଡାଳେ ଖେଳେ ଚୂତର ଚହକ। ପୌଷର ପଳିତ ପତ୍ର ଗାଲିଚା ରେ ବନେବନେ ପଳାଶର ବହ୍ନି ଜଳେ, କୁହୁକୁହୁ କୋକିଳର କୁହୁତାନେ ଧିରେଧିରେ ମଧୁ ମାସ ଆସେ ଧରାପରେ। ଫୁଲେଫୁଲେ ବସି ଚତୁର ମଧୁପ ଲୁଟି ଲୁଟି