Oct
2021
2
*ନିଦାଘ ସଙ୍ଗୀତ–ଶ୍ରୀମତୀ ସ୍ଵପ୍ନାରାଣୀ ପାଣିଗ୍ରାହୀ*
ନିଦାଘ ସଙ୍ଗୀତ ****** ***** ୠତୁଚକ୍ରେ ଗ୍ରୀଷ୍ମ ପ୍ରଚଣ୍ଡ ଉତାପେ ଅବନୀରେ ଅବତୀର୍ଣ୍ଣ। ଅଂଶୁମାନ ତୀକ୍ଷ୍ଣ ଅଂଶୁଯେ ଅସହ୍ୟ ବିଚିତ୍ର ବିଧି ବିଧାନ।। ପୂର୍ଣ୍ଣଗର୍ଭା ଜଳଭାଗ ଶୂନ୍ୟଗର୍ଭା ଧରା ନିଦାଘେ ନିଘନ। ରୌଦ୍ରତାପେ ବୃକ୍ଷଲତା,ପଶୁପକ୍ଷୀ ଜନ ଜୀବନ ଦାରୁଣ।। କାଳ ବୈଶାଖୀର ଉଗ୍ରରୂପ ମଧ୍ୟେ ନାଚୁଥାଏ ମେଘମାଳା। ମଲ୍ଲୀ,ହେନା,ଚମ୍ପା ମଧୁର ସୌରଭେ ଏ ବସୁଧା ଆତ୍ମହରା।। ସନ୍ଧ୍ୟା ସମୀରଣେ