Aug
2022
18
*ଛୋଟରୁ ବଡ଼–ଡକ୍ଟର ଜାନକୀବଲ୍ଲଭ ମହାନ୍ତି*
*ଛୋଟରୁ ବଡ଼* କାନନେ ଫୁଟି ଛୋଟ ଫୁଲଟି ବିତରି ଯାଏ ବାସ ଛୋଟ କୂଅଟି ଯୋଗାଏ ଜଳ- ଲୋକେ ବରଷ ମାସ |୧| କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ ଜିଣି କ୍ଷୁଦ୍ର ବାରି ଧାରାଟେ ହୁଏ ପ୍ରବଳ ସ୍ରୋତସ୍ବିନୀ |୨| ପୁଲକ ଆଣେ କ୍ଷୁଦ୍ର ଗୀତି ଲକ୍ଷ ଜନ ମନେ ଅମିୟ ଢାଳେ ଲଳିତ ସ୍ବର