ଶୀତ ଶୀତ ଆସେ ଧୀରେ ରୁପା ସବାରୀରେ କୁହୁଡି ଓଢଣୀ ଟାଣି, ପଦ୍ମବନ ଜାଳେ ସତେକି ଇର୍ଷା ରେ କାକର ମନ୍ତୁରା ପାଣି. 🐾🐍 ସୋରିଷ ଫୁଲର ସୁନେଲି ହସରେ ଶୋଭା ପରସୁଛି ଶୀତ,ନରମ ଖରାର କଅଁଳ ପରଶେ ମନ ଗାଇ ଉଠେ ଗୀତ.🐾🐍 ଜୋଛନା ବତୁରା ରାତିର ନମୁନା ଭୁରୁଭୁରୁ ହୋଇ ବାସେ, ଶିଶିରର ମାଳା
Read More
17 total views, 2 views today
ଖାସ ତୁମପାଇଁ ଏଇଟା ନିରାଟ ସତ ତୁମକୁ ଭଲ ପାଏ ବୋଲି ତ, ମୋର ପ୍ରତିଟି ସ୍ଥିତି ଅବସ୍ଥିତି ରେ ପ୍ରତିଟି ଅଭାବ, ସ୍ଵଭାଵ, ତୃପ୍ତି ରେ ସାଉଁଟି ଚାଲିଛି ତୁମରି ଅସ୍ତିତ୍ୱ.🌹 ତୁମକୁ ଭଲ ପାଏ ବୋଲିତ, ପ୍ରଥମ ଦେଖାରୁ ଏ ପର୍ଯ୍ୟନ୍ତ ସବୁ ସ୍ମୃତି, ଅନୁଭୂତି ରେ ସବୁ ଶୂନ୍ୟତାରେ ବା ନିଃସଙ୍ଗତାରେ ତୁମକୁ
Read More
20 total views, 1 views today
ନିବିଡ଼ତା କେତେ ଯେ ନିବିଡ଼ତା ଆଉ ଅତ୍ମୀୟତା କେତେ ଯେ ପୁଲକ ଭରେ ତୁମ ଭାବନାରେ ଶିହରଣ ଖେଳିଯାଏ ତନୁ ରେ ମନରେ.❣️ ନାହିଁ କିଛି ଅନୁଭୂତି ବର୍ଷା ଭିଜା ପ୍ରୀତି ଅବା ଜୋଛନା ଗାଧୁଆ ରାତି ଶୀତର ନିବିଡ଼ ଆଶ୍ଳେସରେ ଏକାକାର ହେଇଯିବାର ସ୍ମୃତି ତଥାପି ଉଲ୍ଲସିତ ପ୍ରାଣ ବିଦ୍ୟୁତ ପ୍ରବାହ ସାରା ଶିରା ପ୍ରଶିରାରେ.
Read More
17 total views, 1 views today
ହେ ଜୀବନ ହେ ଜୀବନ…., ଆଉ କେତେଦିନ !!! କୃଷ୍ଣଚୁଡ଼ାର ପ୍ରତିଟି ପାଖୁଡ଼ାରେ ସନମୋହନ ଗୋଲାପ, ହେନାର ଭୁରୁଭୁରୁ ବାସ୍ନାରେ ତଲ୍ଲୀନ, ସବୁଯେ ଅଳୀକ, ନବ ପଲ୍ଲବୀତ ପଲ୍ଲଵ ପରି କଅଁଳ ଛନଛନ 🌲 ହେ ଜୀବନ….. ଆଉ କେତେଦିନ !!! ଉନନାଭି ସୂତାରେ ଛନ୍ଦାଛନ୍ଦି ଅଡୁଆ ସପନ, କୁଳୁକୁଳୁ ଗୀତଗାଇ ଝରୁଥିବା ଶୈଳନନ୍ଦିନୀର ଅବୁଝା ଗୁଞ୍ଜନ,
Read More
22 total views, 2 views today
ମୁଁ ଭାବିଥିଲି ମୁଁ ଭାବିଥିଲି, ମୋ ଅଗଣାରେ ତୁମେ ଥରେ ପାଦ ପକାଇଲେ ତୁମ ପାଦତଳେ ଦଳି ହୋଇଯିବ ମୋର କିଛି ଦୁଃଖ ଓ ନିଃସଙ୍ଗତାରୁ ମେଞ୍ଚାଏ, ତାପରେ ମୁଁ ପରଶି ଦେଇଥାନ୍ତିମୋ ଆତ୍ମାକୁ ନିଃସଙ୍କୋଚରେ, ନିରଳସରେ ❣️ ମୁଁ ଭାବିଥିଲି, ତୁମେ ଥରେମୋ ଆଡେ ହାତ ବଢ଼ାଇଲେ, ତୁମ ପ୍ରେମମଗ୍ନ ଦିଗନ୍ତ ହୃଦୟ ଭରିଥାନ୍ତା ମୋ
Read More
16 total views, 1 views today
ନୀଳକଇଁ ଆକାଶର ସୀମା ନିଅଣ୍ଟ ପଡିବ ମୋ ପ୍ରେମ ପାଖରେ ସାଥି, ସିନ୍ଧୁ ଗଭୀରତା ମାପି ହୋଇଯିବ ମୋ ପ୍ରେମ ହେବନି ମାପି. ଯେତେ ଅଣଦେଖା କର ପଛେ ମତେ ମୁଁ ସେମିତି ଭଲ ପାଉଥିବି, ପାଇବାର ଆଶା ରଖିନି କେବେ ତ ଦୂରରୁ ଦେଖି ମୁଁ ଖୁସି ହେବି. ତୁମେ ତ ଦେବତା ମୁଁ ପୁଜାରିଣୀ ମନ
Read More
45 total views
ମେଘମଲ୍ହାର ବିଜୁଳିର ଜଲସାରେ ମୁଁ ମେଘମଲ୍ହାର କେଉଁ ଏକ ଦରଦୀର ମୁଁ କରୁଣ ସୁର ମୁଁ ଗଲାପରେ ଯେଉଁ ସନ୍ଧ୍ୟା ଆସିବ ମୋକଥା ଜହ୍ନଆଉ ଆକାଶକହିବ… ମୁଁଥିଲି ମରୀଚିକା ତୁମ ସବୁଜ ସ୍ବପ୍ନର ମୁଁଶୁଷ୍କତରଙ୍ଗିଣୀ ତୁମ ସାଗର ବୁକୁର ମୁଁ ଗଲାପରେ ଯେଉଁ ଲହରୀ ଉଠିବ ମୋକଥା ବେଳାଆଉଶାମୁକା କହିବ. ବୟସର ଶିତ୍କାର ମୁଁ ପହିଲି ସ୍ପର୍ଷର ସମୟ
Read More
89 total views
🌺ନିଆରା ମଣିଷ 🌺 ମୁଁ ଯେ ନିଆରା ମଣିଷଟିଏ ଅତ୍ମୀୟତା ଭରା ସୁକ୍ଷ୍ମ ସ୍ରୋତଖିଏ ସଭିଙ୍କୁ ଭିଜାଇ ନିଜେ ଭିଜିଯାଇ ଅଳ୍ପକେ ସନ୍ତୁଷ୍ଟ ଥାଏ. 🌺 ମୁଁ ଯେ ଖିଆଲି ମଳୟ ଟିଏ କିଛି ଚାହେଁ ନାହିଁ ଟିକେ ସ୍ବପ୍ନ ନେଇ ପିଆସି ଓଠରେ ପୁଲକ ଜଗାଇ ସହଜେ ସଞ୍ଚରି ଯାଏ. 🌺 ମୁଁ ଯେ ଅଲିଭା ସଳିତା
Read More
38 total views, 1 views today
🌷ପରଶମଣି🌷 ହେ ମୃତ୍ୟୁ, ତୁମଠାରେ ସତରେ ସମସ୍ତେ ଋଣୀ, ତୁମ ସ୍ପର୍ଶେ ଲିଭିଯାଏ ଦୁଃଖ, ଶୋକ ଅମାପ ଯନ୍ତ୍ରଣା ତେଣୁ ତୁମେ ସତରେ ପରଶମଣି🌹 ଶୁଣି ତୁମ ନାମ ଥରିଉଠେ ହୃଦୟ ସବୁରି, ହେଲେ ମୁଁ କହିବି ତୁମପରି ସ୍ନିଗ୍ଧ, ଶୀତଳ ସ୍ନେହଶିକ୍ତ କୋଳ ଆଉ ନାହିଁ ଟି କାହାରି.🌹 ହେ ମୃତ୍ୟୁ, ତୁମ ପାଇଁ ଚାଖିହୁଏ ନୂତନ
Read More
52 total views
🙏🌹ଲଷ୍ମୀ ପୂଜା 🌹🙏 ହେମନ୍ତ ବାସରେ ଅଳପ ଶୀତରେ କୁସୁମ ଚାଦର ଢାଙ୍କି, ଆସେ “ମା “ମୋର ତେଜି ସ୍ବର୍ଗପୁର ପଦ୍ମପାଦ ଝୋଟି ଦେଖି.👣 ମାସ ମଧ୍ୟେ ସାର ଅଟେ ମାର୍ଗଶିର ପ୍ରିୟ ବିଷ୍ନୁପ୍ରିୟାଙ୍କର, ପଡି ଚରଚନ୍ତି ପରା ପଡିଦାତ୍ରୀ ବୁଲିବୁଲି ସବୁ ଘର. 👣 ଏମିତି ସବୁରି ଘର ବୁଲୁବୁଲୁ ଦେଖିଥିଲେ ସେ ମର୍ତ୍ତ୍ୟରେ, ଜାତି, ଅଜାତିର
Read More
54 total views
🌷ଅବଶେଷ 🌷 କିଏ ଜାଣେ କାଲି ଥିବି କି ନଥିବି ଥିବ କିନ୍ତୁ ମୋର ପାଦଚିହ୍ନ, କିଏସେ କହିବ ସ୍ମୃତି ବୋଲି ତାକୁ ଆଉ କେ କହିବ ହଜିଲା ଦିନ. 🌹 ନାଟକର ଶେଷ ଦୃଶ୍ୟ ସରିଗଲେ ପଡିବ ଜୀବନେ ଯବନିକା, ଏ ରଙ୍ଗମଞ୍ଚରୁ ଅଭିନୟ ସାରି ଫେରିବାକୁ ହେବ ଦିନେ ଏକା. 🌹 କେତେ ହରେଇଲି କେତେ
Read More
43 total views
🌷🌷ତୃଷ୍ଣା 🌷🌷 କିଏ ବା ବୁଝିବ ଝରା ବଉଳର ଅନ୍ତରର ଆର୍ତ୍ତନାଦ, କିଏ ବା କରିବ ପର୍ବତୁ ଖସିବା ଶିଳାର ମର୍ମଭେଦ? କିଏ ବା ଶୁଣିଛି ଥୁଣ୍ଟା ବରଗଛ ହୃଦୟର ଚିତ୍କାର, କିଏ ବା ଦେଖିଛି ଉଆଁସ ରାତିରେ ଚକୋରୀର ହାହାକାର ?? କିଏ ବା ମାପିଛି ଶୁଖିଲା ନଈର ସାଗରେ ମିଶିବା ତୃଷ୍ଣା, କିଏ ବା ପଢ଼ିଛି
Read More
42 total views
🌺ପ୍ରତୀକ୍ଷା 🌺 ତିନୋଟି ଅକ୍ଷରର ସମାହାର ସିନା ହେଲେ ଅନ୍ତ ନାହିଁ ତାର, ମୁଁ ଜାଣିଛି ମୋତିଟିଏ ପାଇବା ଆଶାରେ ଶାମୁକା ସାଉଁଟୁଛି ସାଗର ବେଳାରେ, କିନ୍ତୁ ହତାଶାର ଦୀର୍ଘଶ୍ୱାସ ଟିଏ ମୋ ଛାତି ଥରାଇ ମିଶିଯାଏ ଶୂନ୍ୟରେ ମହାଶୂନ୍ୟରେ. ପ୍ରେମ ଓ ପ୍ରତାରଣାର ମଝି ବିନ୍ଦୁରେ ବସିଛି ମୁଁ ତୁମ ପ୍ରତିଶୃତି ର ଅପେକ୍ଷାରେ, ତୁମ ସ୍ମୃତି
Read More
77 total views, 2 views today