କ୍ଷତାକ୍ତ ହୃଦୟ
ସେ ଅଲରା ସ୍ମୃତି ଭିତରୁ
ଖୁବ୍ ଖୋଜେ ନିଜକୁ
ଯନ୍ତ୍ରଣାତ ଶବ୍ଦ ମାତ୍ର
ଯାହା ତୁମେ ଦେଇଗଲ
କେମିତି କହିବି..!
ଖୁବ ଭୋଗୁଛି ନିଃସଙ୍ଗତା ଏବେ
ତୁମ ବିନା ଜୀବନକୁ ମୋର
ଅନେକ ପ୍ରଶ୍ନ
ଝରୁଥିବା କୋହ,
କେଇ ଗୋଟି ଶବ୍ଦ
ଗୋଟେ ଦୀର୍ଘଶ୍ୱାସକୁ ନେଇ
ମୋ ଦେଇ ହୁଏ ନାହିଁ କବିତାଟେ
ସେ ଅଫେରା ଦିନ ଗୁଡାକ
ଖୁବ୍ ବେକାର
ଧେତ୍.. କେବେ କେବେ
କନ୍ଦେଇ ଦିଅନ୍ତି
ଅବାକ ମୁଁ’ ହାତ ଛାଡି
ଗଲାପରେ ତୁମେ
ଥରେ ବି କ’ଣ ଝୁରୁନାହଁ..!
କେବେ କ୍ଷତାକ୍ତ ହୋଇଛ କି..?
ପ୍ରେମ ବିରହରେ
ଛାତି ତଳ ଗୋପନିୟତାରେ
ରଖିଥିବା ଆମ ପ୍ରେମକୁ ନେଇ
କେବେ ଚିତ୍ର କା’ର କରିଛ କି..?
ମୁଁ ଜାଣେ ତୁମେ ପଢ଼ିପାରନି
ପ୍ରେମର ଭାଷା
ବୁଝି ପାରନି ହୃଦୟକୁ
ତୁମେ ତୁମ ସ୍ୱାର୍ଥ ନିକିତିରେ
ପ୍ରେମକୁ ଦେଖ
ହେଲେ ଆଜି
ଥରେ ଦେଖ ନା ନିଜ ମନକୁ
କିରଣ ମନୀଷା ମହାନ୍ତି