October 27, 2021
11 11 11 AM
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
*କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ*
*ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର*
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
Latest Post
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା* *କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ* *ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର* *ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana*

*ଆସିଛି ଶରତ – ଜୟ କୁମାର ମିଶ୍ର*

“ଆସିଛି ଶରତ”

ଜୟ କୁମାର ମିଶ୍ର

*************************

ଆସିଛି ଶରତ, ହସୁଛି ମରତ

କାଶତଣ୍ଡି କହେ କଥା,

ମନ୍ଦ ସମୀରରେ,ବାଲୁକା ଶଯ୍ୟାରେ

ଦୋଳାଇ ଦୋଳାଇ ମଥା………

 

ନିର୍ମଳ ଆକାଶେ,ଶଶୀ ଶୋଭା ଦିଶେ

ଦିଶଇ ସବୁଜ କ୍ଷେତ,

ପୂଜା, ପର୍ବ, ଶ୍ରାଦ୍ଧ, ଶ୍ରଦ୍ଧାରେ ହୁଅଇ

ପୁଲକିତ ସବୁ ଚିତ୍ତ………

 

ପୂଜା ମଣ୍ଡପରେ, ଦେବୀଙ୍କ ବିଗ୍ରହ

ଝଲସି ଉଠଇ ନିତି,

ଆଲୋକର ମାଳା,କରୁଥାଏ ଖେଳା

ରଙ୍ଗ ବେରଙ୍ଗର ସ୍ଥିତି………

 

ଡାକବାଜି ଗୀତ, ମଧୁର ସଂଗୀତ

ସଭିଙ୍କୁ ସେ ବାନ୍ଧିରଖେ,

ଉନ୍ମାଦ ଉଦ୍ଭଟ,ନୁର୍ତ୍ୟ ଥାଟବାଟ

ତଲ୍ଲୀନ ଭାବନା ଯୋଖେ………

 

ନବରସ ପାକ,ପିଠାପଣା ଦେଖ

ମହାକାଳୀ ପୂଜା ସାଥେ,

ନବରାତ୍ରୀ ପୂଜା,ଲାଗଇଟି ମଜା

ଛାଗଳ ବାଳିଏଁ କେତେ………

 

କୁଆଁରୀ ଝିଅର,ଜହ୍ନ ଓଷାଗୀତ

ଭାସେ ଦୂର ବହୁଦୂର,

ଚଉରା ମୂଳରେ, ବୃନ୍ଦାବତୀ ଠାରେ

ପୂଜା,ଭାବ,ଭକ୍ତି ସ୍ୱର………

 

କୁଆଁରପୁନେଇଁ, ସଜବାଜ ମଜା

ନବ ପୋଷାକର ବେଶ,

ଝିଅ, ବୋହୂ, ପୁଅ, ନାତି ନାତୁଣୀଙ୍କ

ଆନନ୍ଦ ଉଲ୍ଲାସ ହସ………

 

ଗାଆଁ, ସାହି, ଦାଣ୍ଡ,ଚହଳ ଗହଳ

ଖେଳ ତାମସାର ବେଳ,

ଜୁଆ ଖେଳବେଳ, ହସକାନ୍ଦ ଗୋଳ

ମଉଜ ବେଭାର ଫଳ………

 

ପୁନେଇଁ ଜହ୍ନର, ରୂପେଲି ଜୋଛନା

ଶୀତଳ ଚାନ୍ଦିନୀ ରାତି,

ମନର ନିବୃତ, ଗହନ କୋଣରୁ

ପୁଲ୍ଲକି ଉଠଇ ପ୍ରୀତି………

 

ଭାବ ଦିଆନିଆ, ମନ ଅମାନିଆ

କେତେ କଥା ଭାବୁଥାଏ,

ଭାବ ବିହ୍ଵଳରେ, କିଏ ମତିହାରେ

ସୀମା ସରହଦ ଡିଏଁ………

*************************

 234 total views,  2 views today

Leave a Reply

Your email address will not be published. Required fields are marked *