ସ୍ୱାର୍ଥପର
ଜଗଦୀଶ ଶତପଥୀ
କ୍ଷଣିକ ଦୁନିଆଁ ଲାଗେ
ଭାରି ସ୍ୱର୍ଥପର।
ଭାଇ ଏଠି ଭୁଲିଯାଏ
ପର ଆପଣାର।
ଜୀବନ ଟା କରେ ଖାଲି ,
ଯେତେକ ଫୁତ୍କାର।
କେହି ନୁହେଁ ଆପଣାର,
ସବୁ ଏଠି ପର।
ସଂପତ୍ତି ର ମୋହେ ଵଶ
ଆଜିର ମଣିଷ।
ସମାଜ କୁ ଦିଏ ସେହି
ହଳାହଳ ବିଷ।
ମଣିଷ ଟା ସ୍ୱର୍ଥପର
ସ୍ୱାର୍ଥ ର ପୂଜାରୀ।
ଉପରକୁ ହରିନାମ,
ତଣ୍ଟି କାଟେ ଛୁରୀ।
ସଵୁ ଥାଇ କିଛି ନାହିଁ
ହୁଅଇ ଅଲୋଡା।
ପୁଅ ଝିଅ ବୋହୁ ମାନେ
ସବୁ ସ୍ୱାର୍ଥେ ଯୋଡ଼ା।
ଯାହା ପାଇଁ ଜୀବନ କୁ
ଦେଲା ଜଳାଞ୍ଜଳି।
ନହେଲେ କେହି ନିଜର
ସବୁ ସ୍ୱାର୍ଥେ ଜଳି।
ଧର୍ମଶାଳା। ଯାଜପୁର।