March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସ୍ୱର୍ଣ୍ଣସେତୁ(ଗଳ୍ପ ସଂକଳନ) – ପୁସ୍ତକ ସମୀକ୍ଷା

ପୁସ୍ତକ- ସ୍ୱର୍ଣ୍ଣସେତୁ(ଗଳ୍ପ ସଂକଳନ)
ଗାଳ୍ପିକା- ଶ୍ରୀମତୀ ଯାଜ୍ଞସେନି ହୋତା ଠାକୁର
ସମୀକ୍ଷା- ମନୋଜ କୁମାର ପଣ୍ଡା, ପ୍ରତିଷ୍ଠାତା ସମ୍ପାଦକ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ 

*ପାରିହେଲି ସ୍ୱର୍ଣ୍ଣସେତୁ ଚଉଦ ଦିନରେ*

ଏଇ କେତେଦିନ ହେଲା ମୋ ମୁଣ୍ଡରେ ଏକ ଅଦ୍ଭୁତ ପ୍ରକାର ର ଭୁତ ଚଢ଼ିଛି। ସେ ଭୂତ ହେଉଛି ପାଠକ ର ଭୂତ । ସନ୍ଧ୍ୟାରେ ଆମ ଘରେ ନିଜ ହାତରେ ଚା କରି ସମସ୍ତଙ୍କୁ ପିଇବା କୁ ଦେଲା ପରେ ନିଜେ ଏକ କପ ଚା ନେଇ ବସିଯାଉଛି ଏକ ଗଳ୍ପ ସଂକଳନ କୁ ଧରି। ଏକଘଣ୍ଟା ରେ ଯେତିକି ସମ୍ଭବ ପଢିପକାଉଛି ସୁନାପିଲା ଙ୍କ ଭଳିଆ ପୂର୍ଣ୍ଣ ମନଯୋଗ ସହକାରେ। ଏହି କ୍ରମରେ ମୋ ଟିକି ସଂଗ୍ରହାଳୟରେ ସାଇତା ହୋଇଥିବା ଗଳ୍ପ ସଂକଳନ କୁ ଗୋଟିଏ ପରେ ଗୋଟିଏ ପଢିବାକୁ ଲାଗିଛି। ସେଦିନ ମୋର ଦୃଷ୍ଟି ଆକର୍ଷଣ କଲା ବଲାଙ୍ଗୀର ଜିଲ୍ଲାର ବଡ଼ ଭଉଣୀ ସୁଗାଳ୍ପିକା ଶ୍ରୀମତୀ ଯାଜ୍ଞସେନୀ ହୋତା ଙ୍କ ଦ୍ଵାରା ସଂକଳିତ ତାଙ୍କର ପ୍ରଥମ ଗଦ୍ୟଶିଳ୍ପ “ସ୍ଵର୍ଣସେତୁ” ଉପରେ। ଅନେକ ଦିନ ତଳୁ ଏହି ପୁସ୍ତକ ଟି ମୋ ପାଖରେ ଡାକରେ ପହଂଚି ଥିଲେ ମଧ୍ୟ ସମୟ ଅଭାବରୁ ପଢିପାରିନଥିଲି ମନ କଷ୍ଟ ହେଲା। ପୁସ୍ତକ କୁ ସନ୍ଧ୍ୟା ସମୟର ସାଥୀ କରି ତାକୁ ପଢିବାକୁ ଲାଗିଲି। ଚାଲନ୍ତୁ ଏହି ପୁସ୍ତକ ଭିତରକୁ ପଶିବା ଆଉ କଣ ଅଛି ଏଥିରେ ଜାଣିବା ।

‌ସପ୍ତମ ଶ୍ରେଣୀ ରୁ ଆରମ୍ଭ ହୁଏ ଗାଳ୍ପିକା ଙ୍କ ସାରସ୍ୱତ ସାଧନା ,ଅନେକ କାବ୍ୟକବିତା ଗଳ୍ପ ଲେଖିଥିଲେ ହେଁ ତାହା ପତ୍ରିକା ର ପୃଷ୍ଠଦେଶ ଅଳଙ୍କୃତ କରିପାରିନଥିଲା । କିନ୍ତୁ ପର୍ଯ୍ୟାୟ କ୍ରମରେ ବୟସର ଶିଡି ଚଢ଼ିବା ସହିତ ନିଜର ଲେଖନୀ ଧୀରେ ଧୀରେ ଅଧିକରୁ ଅଧିକ ଚଳଚଞ୍ଚଳ ହୋଇ ଉଠିଛି ଏବଂ ଆସ୍ତେ ଆସ୍ତେ ବହୁ ସମ୍ଭ୍ରାନ୍ତ ପତ୍ରିକା ରେ ତାଙ୍କ ଲେଖା ଗୁଡିକ ପ୍ରକାଶିତ ହୋଇଛି ଏବଂ ସେ ସାଧନା ରେ ଅଧିକରୁ ଅଧିକ ମନୋନିବେଶ କରନ୍ତି ଅଧିକ ରୁ ଅଧିକ ପ୍ରେରଣା ପାଇ। ଅନେକ ଗଳ୍ପ ପ୍ରବନ୍ଧ ଲେଖୁଥିଲେ ହେଁ ଯେତେବେଳେ ସେ କୌଣସି ସାହିତ୍ୟ ମଞ୍ଚରେ ପହଞ୍ଚି ଯାଆନ୍ତି ସେଠାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କୁ ତାଙ୍କର କେତୋଟି ପୁସ୍ତକ ହେଲାଣି ବୋଲି ପ୍ରଶ୍ନ କରନ୍ତି, ଗାଳ୍ପିକା ଙ୍କୁ ଟିକିଏ ସଂକୋଚ ଲାଗେ। ଏବଂ ପରେ ପରେ ଏକ ଗଳ୍ପ ସଂକଳନ କରିବା ପାଇଁ ମନସ୍ଥ କରନ୍ତି ସେ।
‌କେହିଜଣେ କହିଥିଲେ ସତକୁ ମିଛ ଆଉ ମିଛକୁ ସତ ପରି ରୂପ ଦେବା ହିଁ ଗପ। ହେଲେ ବାସ୍ତବିକତାକୁ ନିଜ ଲେଖନୀରେ ଜୀବନ୍ତ କରିବାକୁ ସର୍ବଦା ସେ ଚେଷ୍ଟା କରିଛନ୍ତି । ବିଶେଷ କରି ନାରୀର ସହନଶୀଳତାଠୁ ଅହଙ୍କାର,ତ୍ୟାଗ, ସ୍ୱାଭିମାନ ତଥା ଗର୍ଵଠୁ ସମର୍ପଣ କୁ ନେଇ କିଛି ବାର୍ତ୍ତା ଦେବାରେ ସେ ସଂକଳ୍ପବଦ୍ଧ ହୋଇଛନ୍ତି। ପ୍ରତିଟି ଗଳ୍ପର ଚରିତ୍ରରେ ସେ ନିଜକୁ ଥୋଇକରି ପାଲଟି ଯାଆନ୍ତି – ଅନନ୍ୟା, ଅପରାଜିତା, ତ୍ରିବେଣୀ, ଅନ୍ନପୂର୍ଣ୍ଣା ଆଉ ମାନସୀ। ଗଳ୍ପର ସଂଳାପ ଗୁଡିକୁ ରାତି ରାତି ଗୁଣୁ ଗୁଣୁ ହୋଇ କାନ୍ଦିବାରେ ହସିବାରେ ଆନନ୍ଦ ପାଆନ୍ତି ସେ। ସାହିତ୍ୟ ହେଉଛି ତାଙ୍କ ଜୀବନ , ଆଉ ତାଙ୍କ ବଞ୍ଚିବାର ପାଥେୟ। ଯାହା ସେ ତାଙ୍କର ଲେଖକୀୟ ଅଭିବ୍ୟକ୍ତି ରେ ପ୍ରକାଶ କରିଛନ୍ତି।

ପାଠକ ମାନେ ତାଙ୍କୁ ତାଙ୍କର ଗଳ୍ପ ପୁସ୍ତକ ର ନାମକରଣ ଏମିତି କାହିଁକି କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି , ଆଉ ଗାଳ୍ପିକା ଉତ୍ତର ଦେବାକୁ ଯାଇ ପ୍ରକାଶ କରିଛନ୍ତି କି

ତାଙ୍କ ମା ଙ୍କ ନାମ ସ୍ଵର୍ଣ୍ଣକାନ୍ତି ଯେ କି ତାଙ୍କ ପାଇଁ ଏକ ବିରାଟ ସେତୁପରି। ସମସ୍ୟା ର ବନ୍ୟାରେ ଭାସିଯାଉଥିବା ବେଳେ ସେ ସେତୁରେ ପାରି ହୋଇ ଏତେଦୂର ଆଣିବାରେ ତାଙ୍କ ପାଇଁ ସହାୟିକା ହୋଇଛନ୍ତି ତାଙ୍କ ମା, ତେଣୁ ତାଙ୍କ ସଂକଳନ ର ନାମକରଣ ଏମିତି ହୋଇଛି।

ତାଙ୍କ ଗଳ୍ପ ପୁସ୍ତକ ର ଅଗ୍ରଲେଖ ବା ମୁଖବନ୍ଧ ଲେଖିବାକୁ ଯାଇ ଓଡ଼ିଆ ସାହିତ୍ୟ ଏକାଡେମୀ ର ସଦସ୍ୟ ଡ଼. ସଞ୍ଜୟ ମିଶ୍ର, ବଲାଙ୍ଗୀର ପ୍ରକାଶ କରିଛନ୍ତି କି,
ଗପ କହେ ଜୀବନର କାନ୍ଦିତାଂଶ ର କଥା। ମୁହୂର୍ତ୍ତଟିଏର କଥା। ଏହାକୁ ଠିକ ଭାବେ ବୁଝିଛନ୍ତି ଯାଜ୍ଞସେନୀ। ସମୟର ଛାପ ସୁସ୍ପଷ୍ଟ ତାଙ୍କ ଗପରେ। ବେଶ ସ୍ୱଚ୍ଛ ଓ ନିଷ୍କପଟ ଭାବରେ ଲେଖିଛନ୍ତି ସେ ଗପ ଗୁଡିକ। ସମୟ ଅତିବାହିତ କରିବା ର ଏକ କାର୍ଯ୍ୟ ନ ହେଇ ଜୀବନ ଜୀଇଁବାର ଏକ ସମୁନ୍ନତ କଳା ହେଇଯାଉଛି ତାଙ୍କ ପାଇଁ। ତାଙ୍କ ଗପଗୁଡିକ ହୃଦଗ୍ରାହୀ,ମାର୍ମିକ ଶାନ୍ତ ତଥା କଅଁଳ।

ତାଙ୍କର ଏହି ଗଳ୍ପ ସଂକଳନ ରେ ସର୍ବମୋଟ ୨୪ଟି ଗଳ୍ପ ପ୍ରକାଶିତ ହୋଇଛି। ଏହି ୨୪ଟି ଗଳ୍ପକୁ ପଢିବା ପାଇଁ ସମୁଦାୟ ୧୪ଦିନର ୧୪ଘଣ୍ଟା ଲାଗିଛି । ଯାହା ହେଉ ମୁଁ ସେହି ବିରଳ ସେତୁକୁ ପାରିହେଲି , ତାଙ୍କ ସେତୁରେ ଜୀବନର ପ୍ରତିଛବି ବେଶ ଦୃଷ୍ଟି ଗୋଚର ହେଉଛି। ତାଙ୍କ ସେତୁଟି ସାମାଜିକ ଦୁଃଖ କଷ୍ଟ ଯନ୍ତ୍ରଣାର ନିଷ୍ପେସିତ ଜୀବନ କାହାଣୀ ରେ ସୃଷ୍ଟି ହୋଇଛି ଆଉ ଏହି ସେତୁ ସବୁବେଳେ ଚହଲୁଛି । ଯାହା ବି ହେଉ ବଡ଼ ସତର୍କତା ର ସହିତ ଏହି ସେତୁକୁ ପାରି ହେଲି । ଆଉ ନିଜର ଅନୁଭୂତି କୁ ବଖାଣୁଛି ଭାବି ଭାବି। ବଡ଼ ଭୟଙ୍କର କାହାଣୀ ମାନ ସ୍ଥାନିତ ହୋଇଛି , ମୁଁ ଏକା ନୁହେଁ ଯିଏ ବି ସେ ସେତୁରେ ପାଦ ଦେବ ସେ ଏହି ସେତୁକୁ ପରିହେବାକୁ ଚାହିଁବ। ଏହି ସ୍ୱର୍ଣ୍ଣ ସେତୁ କୁ ସଂଗ୍ରହ କରନ୍ତୁ ଆଉ ଏହାକୁ ପାରି ହେବାକୁ ଆପ୍ରାଣ ଚେଷ୍ଟା କରନ୍ତୁ। ଭିନ୍ନ ଏକ ଅନୁଭୂତି ସାଉଁଟିଲି ମୁଁ ଆପଣ ମାନେ ମଧ୍ୟ ଏହାର ସୁଯୋଗ ନିଅନ୍ତୁ।
ତାଙ୍କ ଗଳ୍ପଗୁଡ଼ିକ ରେ ସମସ୍ତ ସୁପ୍ତ ମାନବୀୟ ମୂଲ୍ୟବୋଧ ଗୁଣଗୁଡିକର ପରିପ୍ରକାଶ ହୋଇପାରିବ ଯଦି ଜଣେ ମଣିଷ ଭିତରେ ଅନାବିଳ ନିଃସ୍ୱାର୍ଥପର ପ୍ରେମ ଥାଏ ଯାହା ତାଙ୍କ ଗଳ୍ପ ଗୁଡିକ ର ସାରମର୍ମ। ଆଜି ମଣିଷ ଭିତରେ ମଣିଷ ପଣିଆ ମରୁଭୂମି ସାଜିଛି, ସଙ୍କୁଚିତ ହୃଦୟ ରେ କବଳିତ ମଣିଷ କେ.ଜି. ଠାରୁ ପି.ଜି. ପଢୁଛି ହେଲେ ସଂକୀର୍ଣ୍ଣ ଭାବନା ଯାଉନାହିଁ। ପରିବର୍ତ୍ତନଶୀଳ ଦୁନିଆରେ ସଭିଏଁ ଆଗକୁ ଯିବା ଏକ ପ୍ରାକୃତିକ ସତ୍ୟ। ନିଦରୁ ଉଠିବା ଠାରୁ ଶଯ୍ୟା କୁ ଯିବା ପର୍ଯ୍ୟନ୍ତ ସଭିଏଁ ବ୍ୟସ୍ତ , ଭଲମନ୍ଦ ପରଖି ବାକୁ ବେଳ ନଥିବା ବେଳେ ଗାଳ୍ପିକା ଙ୍କ ର ୧୪ନମ୍ବର ଗଳ୍ପ ରେ ଶାଳ୍ମଳୀ ଫୁଲ କୁ ନେଇ ଏକ ଭିନ୍ନ ଗଳ୍ପ ବେଶ ଚର୍ଚ୍ଚିତ।
ତାଙ୍କ ଗଳ୍ପ ଗୁଡିକ ବେଶ ଶିକ୍ଷଣୀୟ ହୋଇପାରିଛି ଉନ୍ନତ ଚିନ୍ତା କରିବା ର ଶକ୍ତି ବଳରେ। ସୁଦୃଢ ଲେଖନୀ ମାଧ୍ୟମରେ ମୋତେ ତାଙ୍କର ସେହି ପୁସ୍ତକ କୁ ଡାକ ଯୋଗେ ଉପହାର ଦେଇଥିବା ରୁ ମୁଁ ଅତ୍ୟନ୍ତ ଖୁସି। ମୁଁ ସାଧାରଣ ପାଠକଭାବେ ତାଙ୍କ ପ୍ରତିଭାର ଗୁଣଗାନ କରୁଛି।

ଶ୍ରଦ୍ଧାବାନ ମୁଗ୍ଧ ପାଠକ
ମନୋଜ କୁମାର ପଣ୍ଡା

Loading

4 thoughts on “ସ୍ୱର୍ଣ୍ଣସେତୁ(ଗଳ୍ପ ସଂକଳନ) – ପୁସ୍ତକ ସମୀକ୍ଷା

  1. I was advisable this website by the use of my cousin. I’m not particular no matter if this put up is written by the use of him as no person else figure out these thorough about my problems. You’re excellent! Thanks!

  2. Thanks quite a bit for giving folks with such a exceptional possiblity to check tips from This website. It’s generally quite satisfying and likewise filled with a good time for me Individually and my Place of work acquaintances to go looking your Internet site almost 3 times in a single 7 days to begin to see the fresh new stuff you have obtained. And certainly, I am just constantly contented to the fantastic views served by you. Sure two points on this website page are indeed the easiest I’ve had.

  3. Howdy! This can be sort of off matter but I want some suggestions from a longtime weblog. Is it very hard to build your individual blog? I’m not very techincal but I’m able to figure items out really quick. I’m thinking about making my own but I’m undecided the place to start out. Do you may have any factors or recommendations? Numerous many thanks probduo.se/map2.php svart kl?¤nning fest

Leave a Reply to PPC für Essen Cancel reply

Your email address will not be published. Required fields are marked *