*ସ୍ୱାମୀଜୀ*
ଆମରି ଶରୀର ମଧ୍ୟରେ କ୍ଷେତ୍ରଜ୍ଞ
ସେ ପୁରୁଷ ଭଗବାନ
ସର୍ଵଜ୍ଞାତା ସର୍ଵଶକ୍ତିମାନ ସିଏ
ସ୍ୱାମୀଜୀ ନାମେ ମହାନ ।
ପ୍ରତି ମୁହୂର୍ତ୍ତରେ ସ୍ମରଣ କରିଲେ
ଲଭିବି ଆନନ୍ଦ ପ୍ରାପ୍ତି
ଅଜପା ଧ୍ଵନିଟି ସଦା ଗୁଞ୍ଜରଣ
ଆତ୍ମା ପ୍ରକାଶର ତୃପ୍ତି ।
ସଂସାର ଜୀବନେ ଅସ୍ଥିର ଚିତ୍ତଟି
ଜଗନ୍ନାଥ ନାମେ ସ୍ଥିର
ଇହ ପର ସହ ଜନ୍ମଜନ୍ମାନ୍ତର
ସ୍ବାମୀଜୀ ସିଏ ମୋହର ।
ପୁଷ୍ପଟି ମଧ୍ୟରେ ରହିଛି ସୁଗନ୍ଧ
ଆଘ୍ରାଣରେ ଅନୁଭବ
ଦୁଗ୍ ଧ ମଧ୍ୟରେ ଘୃତଟି ଅଦୃଶ୍ୟ
ମନ୍ଥନରେ ଅନୁଭବ ।
ଅନ୍ଧାରୁ ଆଲୋକ ପଥଟି ଦେଖାନ୍ତି
ଦୀକ୍ଷା ଶିକ୍ଷା ସ୍ୱାମୀ ଗୁରୁ
ବ୍ରହ୍ମମୟ ଧ୍ଵନିରେ ଉପଲବ୍ଧିତ
ସ୍ୱାମୀଜୀ ବ୍ରହ୍ମ ଦାରୁ ।
ସ୍ବାମୀଜୀଙ୍କ ଦ୍ଵାରା ସାଧନା ବିକାଶ
ଆଧ୍ୟାତ୍ମିକ ପଥ ସେଇ
ଅନ୍ତର୍ନିହିତ ଶକ୍ତି ଜାଗ୍ରତ ହୁଏ
ସ୍ୱାମୀଜୀ ସେବାରେ ଥାଇ ।
ମାୟାରେ ମଣିଷ ବିଭ୍ରାନ୍ତ ହୁଅଇ
ହୃଦୟରେ ଭଗବାନ
ଜୀବନ ଯୁଦ୍ଧରେ ଜୀଇଁବାକୁ ହେଲେ
ଭାଵପୂର୍ଣ୍ଣ ସମର୍ପଣ ।
ଶରୀର ରଥର ସାରଥି ପ୍ରଭୁତ
ସ୍ୱାମୀଜୀ ଶିକ୍ଷା ଭଣ୍ଡାର
ଶ୍ୱାସପ୍ରଶ୍ୱାସରେ ନାମ ଜପସାର
ଜୀଵତତ୍ତ୍ୱ ଜିଜ୍ଞାସାର ।
ସାଧନା ଉପାସନା ଆଶ୍ରୟ ସ୍ଥଳ
ମହୌଷଧି ବ୍ରହ୍ମଜ୍ଞାନ
ତତ୍ତ୍ୱଦର୍ଶୀ ସ୍ୱାମୀଜୀ ଲଭିବା ପାଇଁ
ଜଗା ନାମ ଶ୍ରେଷ୍ଠ ଜାଣ ।
*ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର ।*
320 total views, 1 views today
Thanks for another informative blog. Where else could I get that type of information written in such a perfect way? I’ve a project that I’m just now working on, and I’ve been on the look out for such info. Sex Doll Blog