“ସ୍ୱାଗତ ନବବର୍ଷ
ବିଶ୍ୱଜନ ବାସୀ ପ୍ରତୀକ୍ଷାରେ ବସି
ଅଛନ୍ତି ଅନାଇ ସବୁ,
ତଵ ଆଗମନ ଦେଖିଵ ନୟନ
ଡାକନ୍ତିହେ ପ୍ରଭୁ ପ୍ରଭୁ ll(1)
ଅlବଳ,ବୃଦ୍ଧଟି ଦେଖିଵ ମୁହିଁଟି
ବନ୍ଦାପନା କରି ନେବେ
କପାଳେ ଚନ୍ଦନ,ସିନ୍ଦୁର ସାଥିରେ
ଗଳା ମାଳାଟିକୁ ଦେବେ ll(2)
କଛପ ଗତିରେ ହୁଏ ସଜବାଜ
କରୋନା ଭୟରେ ସବୁ,
ତଥାପି ସରାଗ ପାଶ ଛାଡୁନାହିଁ
ମୋହମାୟା କରେ କାବୁ ll(3)
ସ୍ୱାଗତ ପତର, ଅଭିନନ୍ଦନ ଚିଠି
ସଜବାଜ ଭଳିଭଳି,
ତଵ ଆଗମନ ବାରତା ବାଣ୍ଟିଵ
ଠିକଣାକୁ ଭାଳି ଭାଳି ll(4)
ଦୁଇ ହଜାର ଏକୋଇଶି ବରଷ
ଆସ ତୁମେ ଅବତରି,
ନୁଆଁ ସକାଳରରେ ପାଦଥାପି ଆସ
ନବ ସମ୍ଭାରକୁ ଧରି ll(5)
ଗତ ଅତୀତର ମହାକାଳ ରୀଷ୍ଟ
କାଳରେ ବିଲୀନ କର,
ସୁଖ ଭେଟିଦେଇ ଦୁଃଖସବୁ ଧୋଇ
ସ୍ମୃତିରେ କରହେ ଘର ll(6)
ନାହିଁ ଆନମନା ହେଉଛି ଯୋଜନା
ନବ ପ୍ରଭାତର ପାଇଁ,
ଧରିତ୍ରୀ ମାତାର ବେଦନା ଅଶ୍ରୁକୁ
ସୁଖିଵ କରିସେ କୋଳ ll(7)
ଧନଠାରୁ ଜନ,ହାରିବା ଯନ୍ତ୍ରଣା
ଦାରୁଣ କରୁଣ ବଡ଼,
ମାଆ କୋଳ ପୋଛି, ସନ୍ତାନ ଯାଉଛି
ଭାଙ୍ଗି ସେତ ମେରୁ ହାଡ଼ ll(8)
ହଜିଯାଇ ଥିବା ସୁଖ, ଶାନ୍ତି, ପ୍ରୀତି
ଆଣଧରି କରି ଖୋଜା
ନିତ୍ୟ ବସନ୍ତଟି ଲୀଳାଖେଳା କରୁ
ହଟୁ ହତାଶାର ଝଞ୍ଜା ll(9)
ଗୃହବନ୍ଦୀ କଷ୍ଟ, କଲଣି ଅତିଷ୍ଟ
ଆପଣାର ହେଲେ ଦୂର,
ସମ୍ପର୍କର ରଜ୍ଜୁ ଆପେ ଛିଣ୍ଡି ଗଲା
ପ୍ରିୟ ଜନ ହେଲେ ପର, (10
ଶୁଭ, ଅଶୁଭଟି ଫିକା ପଡିଗଲା
ପୁରୁଣା କଲlଣି ଘୋର,
ମନର ଇଚ୍ଛାଟି ମନରେ ମରୁଛି
ଘାରଇ ସବୁଠି ଡର ll(11)
ଚାତକ ନୟନ କରେ ପ୍ରତୀକ୍ଷଣ
କୋଟି ଭରସାଟି କରୁ,
ଦେବଦୂତ ସମ ଆସ ରଖି ପ୍ରେମ
ନବ ବର୍ଷ ବର ଧରି ll(12)
************************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା,ମାଧ୍ୟମ କାଶୀନଗର, ଜିଲ୍ଲା-ଗଜପତି, 761206, ଯୋଗାଯୋଗ 6372127449
710 total views, 1 views today