December 07, 2023
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଏଥର ଭେଟନ୍ତୁ ସୁନ୍ଦରଗଡ ଜିଲ୍ଲାର ପ୍ରେରଣା ପାତ୍ର ଙ୍କୁ

ନାମ- ପ୍ରେରଣା ପାତ୍ର
ମାତାଙ୍କ ନାମ-: ଶ୍ରୀମତୀ ସଙ୍ଗୀତା ପାତ୍ର
ପିତାଙ୍କ ନାମ-: ଶ୍ରୀଯୁକ୍ତ ଆନନ୍ଦ ପାତ୍ର
ଜନ୍ମମାଟି/ଠିକଣା-: ରାଉରକେଲା,ସୁନ୍ଦରଗଡ଼
ଜନ୍ମ ତାରିଖ :- ୨୦/୧୨/୧୯୯୮
ଶିକ୍ଷା ଗତ ଯୋଗ୍ୟତା:- ସରକାରୀ ସ୍ଵୟଂ ଶାସିତ ମହାବଦ୍ୟାଳୟ , ରାଉରକେଲା
ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ।

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ସା+ହିତ ସାହିତ୍ୟ। ସମାଜର ହିତ ସାଧନ କରେ ଯିଏ ସେ ହେଉଛି ସାହିତ୍ୟ। ସାହିତ୍ୟ ବିନା ସମାଜ ସମାଜ ନୁହେଁ।
ମଣିଷ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଅଟେ ସାହିତ୍ୟ। କାରଣ ମଣିଷ ଯାହା ଚିନ୍ତା କରେ ଯାହା ଅନୁଭଵ କରେ ତାହାକୁ ସେ ନିଜ ଭାଷା ମାଧ୍ୟମ ରେ ପ୍ରକାଶ କରେ। ଯାହାର ଅନ୍ତ କବିତା, ଗଳ୍ପ, କିମ୍ବା ପ୍ରବନ୍ଧ ଇତ୍ୟାଦିରେ ପରିଣତ ହୁଏ। ସାହିତ୍ୟ ସଦାସର୍ବଦା ସମାଜକୁ ପ୍ରେରଣା ପ୍ରଦାନ କରେ। ମଣିଷକୁ ଏକ ନୂତନ ଜୀବନ ପ୍ରଦାନ କରେ ସମାଜରେ ବଞ୍ଚି ରହିବା ପାଇଁ। ଗୋଟିଏ ଦେଶ କେତେ ଉନ୍ନତ ତାହା ସେହି ଦେଶର ସାହିତ୍ୟ ରଚନା ରୁ ଜଣା ପଡ଼େ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:- ସମସ୍ତଙ୍କ ଜୀବନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। କିଏ ଏହାକୁ ଶୀଘ୍ର ଗ୍ରହଣ କରେ ତ କିଏ ଏହାକୁ ପରେ ଅନୁଭବ କରେ। ମୋ ମନ ଭିତରେ ସାହିତ୍ୟ ପ୍ରତି ଭଲ ପାଇବା ପିଲାଟି ଦିନରୁ ଥିଲା କାରଣ ମୁଁ ଥିଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ। ସ୍କୁଲ ସମୟରୁ ପଢ଼ା ପଢ଼ି କରୁଥିଲି କିନ୍ତୁ ମୁଁ କେବେ ଭାବି ନଥିଲି ଯେ ମୁଁ ଗୋଟିଏ ସାହିତ୍ୟ ପ୍ରେମି ପାଲଟି ଯିବି। ସବୁ ପିଲାଙ୍କ ପରି ମୋର ମଧ୍ୟ ଅନେକ ବଡ଼ ବଡ଼ ସ୍ବପ୍ନ ଥିଲା କେବେ ଡିଜାଇନର ହେବି ତ ପୁଣି କେତେବେଳେ ଭାବୁଥିଲି ମୁଁ ଗୋଟେ ଚିତ୍ରକାର ହେବି। କଥାରେ ଅଛି ଭାଗ୍ୟରେ ଯାହା ଲେଖା ଥିବ ତାହା ହେବ। ସ୍କୁଲ ପଢା ସରିଲା ପରେ କାଳ ବିଷୟ ଚୟନ କରି ୨ ବର୍ଷ ପାଠ ପଢିଲି। ସେହି ସମୟରେ ମୁଁ ବକୃତା ପ୍ରତିଯୋଗୀତାରେ ଭାଗ ନେବା ଆରମ୍ଭ କଲି ଯାହା ଫଳରେ ମୁଁ ବିଭିନ୍ନ ପ୍ରକାର ପୁସ୍ତକ ପଢିଲି, ଇଂରାଜୀ ଭାଷାରେ ରେ ପୁସ୍ତକ ପଢ଼ିବା ଆରମ୍ଭ କାଲି। ଇଂରାଜୀ ଭାଷାରେ ରେ ବକୃତା ଦେଲି ଏବଂ ପୁରସ୍କାର ମଧ୍ୟ ପାଇଲି। ଯାହା ଫଳରେ ରେ ମନ ଭିତରେ ସାହିତ୍ୟ ପ୍ରତି ଅନେକ ଆଗ୍ରହ ସୃଷ୍ଟି ହେଲା। +୨ ପଢ଼ି ସାରିବା ପରେ ଓଡିଆ ଭାଷା ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଲି। ସେହି ସମୟରେ ଓଡିଆ ଭାଷା ପ୍ରତି ମୋର ଭଲ ପାଇବା ଆହୁରି ବଢ଼ିଗଲା। ଯାହା ଫଳରେ ମୁଁ ମୋର ସମ୍ମାନୀୟ ଗୁରୁ ମାନଙ୍କ ପ୍ରେରଣା ଯୋଗୁ ଲେଖିବା ଆରମ୍ଭ କଲି। ମୋର ସାହିତ୍ୟ ରଚନା ପଛର ପ୍ରେରଣା କେବଳ ମୋର ଗୁରୁ। ମୁଁ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି କେବଳ ମୋର ଗୁରୁଙ୍କ ପାଇଁ। ମୋ ସାହିତ୍ୟ ରଚନା ର ଶ୍ରେୟ ମୁଁ କେବଳ ମୋର ଗୁରୁଙ୍କୁ ପ୍ରଦାନ କରିବି।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ଗୋଟିଏ ସାରସ୍ଵତ ସାଧକ ବା ସାଧିକା ହେବାକୁ ହେଲେ ପ୍ରଥମେ ଗୋଟିଏ ଭଲ ପାଠକ ହେବାକୁ ପଡ଼ିଥାଏ। ଗୋଟିଏ ଭଲ ପାଠକ ହିଁ ଭଲ ସାହିତ୍ୟ ରଚନା କରି ପରେ। ମୁଁ ନିଜକୁ ଗୋଟିଏ ଭଲ ପଠିକାରେ ପରିଣତ କରିବାକୁ ସବୁବେଳେ ଚେଷ୍ଟା କରେ, ଯାହା କେବଳ ମୋର ଗୁରୁ ହିଁ ଜାଣିଥିଲେ। ମୋର ପୁସ୍ତକ ପଠନ ପ୍ରତି ଥିବା ଆଗ୍ରହକୁ ଦେଖି ସେ ମୋତେ ସବୁବେଳେ ଉତ୍ସାହିତ କରନ୍ତି ସାହିତ୍ୟ ରଚନା କରିବା ପାଇଁ। ସେ ସବୁବେଳେ ଚେଷ୍ଟା କରନ୍ତି ମୋ ଭିତରେ ଥିବା ପ୍ରତିଭାକୁ ମୁଁ କିପରି ନିଜେ ଜାଣି ପାରିବି। ଦିନକର ଘଟଣା କଥାରେ କଥାରେ କହୁ କହୁ ସେ କହିଦେଲେ “ଆରେ ତୁ ଲେଖୁନୁ ଗଳ୍ପ କି ପ୍ରବନ୍ଧ କଣ ପାଇଁ ସବୁବେଳେ ନିଜ ପ୍ରତିଭାକୁ ଲୁଚେଇ ରଖୁଛୁ।କେବେ ବୋକା ପିଲାଟା ତୁ। ଲେଖା ଲେଖି ଆରମ୍ଭ କରେ ଆଗକୁ ଗୋଟେ ଅଧ୍ୟାପିକା ଟିଏ ହେବୁ ଆଉ ତୁ କଣ ଶିକ୍ଷା ଦେବୁ ତୋ ଛାତ୍ର ଛାତ୍ରୀଙ୍କୁ।“ ତାଙ୍କର ଏହି ଗୋଟିଏ କଥା ମୋ ମନ ଭିତର ରହି ଯାଇଥିଲା। ଆଉ ମୁଁ ଏହି କଥାକୁ ଭାବି ଭାବି ସାହିତ୍ୟ ରଚନା ଆରମ୍ଭ କରି ଥିଲି। ଆଉ ମୋର ପ୍ରଥମ ଗଳ୍ପ ଥିଲା “ ଫେରି ଆସନ୍ତା ସେହି ମୋର ଅଭୁଲା ସ୍ମୃତି” ମୁଁ ଲେଖିବା ମାତ୍ରେ ତାଙ୍କୁ ଯାଇ ଦେଖାଇ ଥିଲି ସେ ମୋର ରଚିତ ଗଳ୍ପ ଟିକୁ ପଢ଼ି କାନ୍ଦି ପକାଇଥିଲେ ଏବଂ ମତେ କୁଣ୍ଢେଇ ପକେଇ କହିଥିଲେ “ ମୁଁ ଜାଣିଥିଲି ତୁ ଏମିତି କିଛି ଲେଖିବୁ।“ ଆଉ ସେହି ଦିନ ଟି ଥିଲା ମୋ ଜୀବନର ଅଭୁଲା ସ୍ମୃତି। ସେହଦିନଠାରୁ ମୁଁ ଆରମ୍ଭ କରି ଦେଇଥିଲି ସାହିତ୍ୟ ରଚନା କରିବା।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:- ମୁଁ ଗଳ୍ପ କ୍ଷେତ୍ରରେ ଲେଖନୀ ଚାଳନା କରିବାକୁ ଅଧିକ ପସନ୍ଦ କରେ। କାରଣ ମୁଁ ସଦାବେଳେ ଚେଷ୍ଟା କରେ ମୋ ଲେଖା ମାଧ୍ଯମରେ ମୁଁ ସମାଜକୁ କିଛି ବାର୍ତା ପ୍ରେରଣ କରିବି। ଏବଂ ପାଠିକା ମାନଙ୍କ ପାଇଁ ଗୋଟିଏ ଉଦାହରଣ ପାଲଟିବି। ମୁଁ ମୋ ଗଳ୍ପରେ ନିଜ ଜୀବନର କାହାଣୀ ଏବଂ ଅନୁଭୂତିକୁ ଅଧିକ ଗୁରୁତ୍ବ ପ୍ରଦାନ କରେ। ନିଜ ଜୀବନରେ ଘଟୁଥିବା କାହାଣୀକୁ ମୁଁ ଗଳ୍ପର ପ୍ରସଙ୍ଗ ରେ ପରିଣତ କରେ। ଏବଂ ସଦାସର୍ବଦା ଚେଷ୍ଟା କରେ ପାଠକର ମନରେ କାଣିଚାଏ ସ୍ଥାନ ଲାଭ କରିବା ପାଇଁ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ନିଜ ଜନ୍ମ ମାଟିକୁ ମୁଁ ଧନ୍ୟବାଦ୍ ପ୍ରଦାନ କରିବା ପାଇଁ ଚାହେଁ। କାରଣ ସେ ମତେ ଏହି ସୁନ୍ଦର ମାଟିରେ ଜନ୍ମ ଦେଇଛି। ଯାହାର ଭଲ ପାଇବା ମୋତେ ଆଜି ମୋର ସ୍ବପ୍ନ କୁ ସାକାର କରିବା ପାଇଁ ରାସ୍ତା ଦେଖାଇଛି। ଏବଂ ତାର ପ୍ରେରଣାରେ ମୁଁ ପ୍ରେରିତ ହୋଇ ଆଗକୁ ବଢିବା ପାଇଁ ଚେଷ୍ଟା କରୁଛି। ଏବଂ ନିଜର ଜନ୍ମ ମାଟି ପାଇଁ କିଛି କରିବା ପାଇଁ ମୋର ସ୍ଵପ୍ନ ଯେହେତୁ ସେ ମତେ ତାର ଗର୍ଭରେ ସ୍ଥାନ ଦେଇଛି , ମୋର ମଧ୍ୟ ତା ପ୍ରତି କିଛି କର୍ତ୍ତବ୍ୟ ରହିଛି। ଯାହାକୁ ମୁଁ ଦିନେ ନା ଦିନେ ପୂରଣ କରିବି। ଏବଂ ତାକୁ ଧନ୍ୟବାଦ ଜଣାଇବି।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ଗୋଟିଏ ସୁସ୍ଥ ସମାଜ ଗଠନ ରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ ସାହିତ୍ୟ ସମାଜକୁ ନେଇ ରଚନା କରାଯାଏ ଏବଂ ସମାଜ ପାଇଁ ରଚନା କରାଯାଏ। ସମାଜର କଲ୍ୟାଣ ରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯାହା ମଣିଷ ପାଟିରେ କହି କରି ପାରି ନଥାଏ ତାକୁ ସେ ଲେଖି ବା ରଚନା କରି ସମାଗ୍ର ସମାଜ ଆଗରେ ନିଜ ଭାବନାକୁ ବ୍ୟକ୍ତ କରିଥାଏ। ସମାଜ ଏବଂ ସାହିତ୍ୟ ର ସମ୍ପର୍କ ନିବିଡ଼। ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି ଏହି ଦୁହି ଙ୍କର ସମ୍ପର୍କ ସେମିତି ନିବିଡ଼। ଗୋଟିଏ ଲେଖକ ତାର ଲେଖନୀ ଚାଳନା ରେ ଗୋଟିଏ ସୁସ୍ଥ ସମାଜ ପାଇଁ ଅନେକ ବାର୍ତା ପ୍ରେରଣ କରିଥାଏ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- ପ୍ରତିଭା ରାୟ। ମୋର ମଧ୍ୟ ଗୋଟିଏ ସ୍ବପ୍ନ ତାଙ୍କ ଭଳି ଗୋଟିଏ ସୁପ୍ରସିଦ୍ଧ ଲେଖିକା ହେବା ପାଇଁ। ତାଙ୍କ ଲେଖାରେ ରହିଛି ଅନେକ ଶିକ୍ଷଣୀୟ କଥା। ନାରୀକୁ ସେ ତାଙ୍କର ସମସ୍ତ ଉପନ୍ୟାସରେ ପ୍ରଥମ ସ୍ଥାନ ପ୍ରଦାନ କରିଛନ୍ତି। ଯାହା ମତେ ପ୍ରେରିତ କରେ ସାହିତ୍ୟ ରଚନା କରିବା ପାଇଁ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ମୋ ମତରେ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟ ଏକ ବେପାର ପାଲଟି ଯାଇଛି। ଯେଉଁଠାରେ କେବଳ ତାର ଲାଭ ସେ ଦେଖୁଛି। ସେ ସାହିତ୍ୟ ପ୍ରେମୀ କଥା ଚିନ୍ତା କରୁନାହିଁ। ଯାହା ଫଳରେ ପାଠକଙ୍କ ସଂଖ୍ୟା କମିବା ସହ ଲେଖକଙ୍କ ସଂଖ୍ୟା ମଧ୍ୟ ଲୋପ ପାଇବାରେ ଲାଗିଛି। କେବଳ ଧନୀ ବ୍ୟକ୍ତି ବିଶେଷ ଙ୍କୁ ଛାଡି ଦେଲେ ମଧ୍ୟବିତ୍ତ ବ୍ୟକ୍ତି ବିଶେଷ ଏବଂ ନିମ୍ନ ଶ୍ରେଣୀର ବ୍ୟକ୍ତି ବିଶେଷ ମାନେ ନିଜ ଭିତରେ ଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରୁ ନାହାଁନ୍ତି। ତାକୁ ନିଜ ଭିତରେ ସେ ସୀମିତ ରଖୁଛି। ତାକୁ ଇଛା ଥିବା ସତ୍ବେବି ସେ ତାର ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ସେ ବିଫଳ ହେଉଛି।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:- ମୋର କେବଳ ଗୋଟିଏ ସ୍ବପ୍ନ କି ଓଡ଼ିଆ ସାହିତ୍ୟକୁ ନେଇ ନିଜର ଭବିଷ୍ୟତ ଗଢିବି, ଏବଂ ସମାଜ ପ୍ରତି ଥିବା ଦାୟିତ୍ଵ ଏବଂ କର୍ତ୍ତବ୍ୟକୁ ମୁଁ ଠିକ୍ ଭାବେ ତୁଲାଇବି। ଏବଂ ମୋ ଲେଖନୀ ଚାଳନାରେ ସମାଜ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିବା ସହ ଅସହାୟ ଲୋକଙ୍କୁ ସାହାଯ୍ୟ କରିବି।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଇସ୍ପାତ ନଗରୀ ରାଉରକେଲାର ଗୋଟିଏ ମଧ୍ୟବିତ୍ତ ପରିବାର ଶ୍ରୀଯୁକ୍ତ ଆନନ୍ଦ ପାତ୍ର ଏବଂ ଶ୍ରୀମତୀ ସଙ୍ଗୀତା ପାତ୍ରଙ୍କ ଜ୍ୟେଷ୍ଠ କନ୍ୟା ପ୍ରେରଣା ପାତ୍ର। ରାଉରକେଲା ସ୍ଥିତ ସରକାରୀ ସ୍ଵୟଂ ଶାସିତ ମହାବଦ୍ୟାଳୟ ର ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଶେଷ ବର୍ଷର ଛାତ୍ରୀ। ଯାହାଙ୍କ ଆଖିରେ ଅନେକ ସ୍ଵପ୍ନ ଏକ ସାରସ୍ୱତ ସାଧିକା ହେବା ପାଇଁ। ନିଜ ଲେଖା ମାଧ୍ୟମରେ ସେ ସଦା ସର୍ବଦା ଅନ୍ୟକୁ ଏକ ସୁନ୍ଦର ଜୀବନ ଗଢ଼ି ତୋଳିବା ପାଇଁ ପ୍ରେରଣା ଯୋଗାଇବା ସହିତ ସମାଜ ପ୍ରତି ଥିବା ଦାୟିତ୍ୱବୋଧକୁ ତାଙ୍କ ଲେଖନୀ ସାହାଯ୍ୟରେ ପରିପ୍ରକାଶ କରିବାକୁ ଚେଷ୍ଟା କରନ୍ତି। ସେ ତାଙ୍କର ଲେଖାରେସଂସ୍କୃତି ଓ ପରମ୍ପରାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ତାଙ୍କ ଲେଖନୀରୁ ନିସୃତ ପ୍ରତିଟି ଗଳ୍ପରେ ନିଜ ଜୀବନରେ ଘଟିଥିବା କିଛି ଅଭୁଲା ସ୍ମୃତିକୁ ସାଉଁଟିବାକୁ ଚେଷ୍ଟା କରିଥାନ୍ତି। ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସର୍ଜନା କରିବା ଦିଗରେ ତାଙ୍କର ଆଗ୍ରହ ରହିଆସିଛି। ସେ ଇଂରାଜୀ ଭାଷାରେ ଅନେକ ଲେଖା ସର୍ଜନା କରିଛନ୍ତି ଯେଉଁଥିପାଇଁ ସେ ଅନେକ ସ୍ଥାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷା ପୁସ୍ତକରେ ତାଙ୍କର ସୃଜନୀ ପ୍ରକାଶ ପାଇ ଆସୁଅଛି। ସାହିତ୍ୟ ସାଧନା ବ୍ୟତୀତ ତାଙ୍କର ଫୋଟୋଗ୍ରାଫିରେ ମଧ୍ୟ ବହୁତ ଆଗ୍ରହ ରହିଛି ଯାହା ତାଙ୍କୁ ଲେଖିବା ପାଇଁ ଉତ୍ସାହିତ କରେ ଏବଂ ସେ ତାକୁ ତାଙ୍କ ଲେଖାର ମୁଖ୍ୟଉତ୍ସ ବୋଲି ଭାବନ୍ତି ଏବଂ ନିର୍ଜୀବ ବସ୍ତୁଟିକୁ ଜୀବନ୍ତ କରନ୍ତି।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ଧନ୍ୟବାଦ୍ ଜଣାଇବାକୁ ଚାହୁଁଛି ଯେ ସେ ମୋତେ ଯୁବ ପ୍ରତିଭା ସମ୍ମାନ ପାଇଁ ମୋ ନାମ ଟିକୁ ବାଛି ଛନ୍ତି। ତେଣୁ ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ଆନ୍ତରିକତାର ସହ ଧନ୍ୟବାଦ ଅର୍ପଣ କରୁଛି।

Loading

Leave a Reply

Your email address will not be published. Required fields are marked *