April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ କଳାହାଣ୍ଡି ଜିଲ୍ଲାର ଝରଣା ଧରୁଆ ଙ୍କୁ

ନାମ- ଝରଣା ଧରୁଆ
ମାତାଙ୍କ ନାମ-:ବାସନ୍ତୀ ଧରୁଆ
ପିତାଙ୍କ ନାମ-:ବିଦେଶୀ ଧରୁଆ
ଜନ୍ମମାଟି/ଠିକଣା-:ଖଣ୍ଟିଆ,କଳାହାଣ୍ଡି
ଜନ୍ମ ତାରିଖ-୨୨/୦୮/୧୯୯୭
ଶିକ୍ଷା ଗତ ଯୋଗ୍ୟତା-ଏମ୍ ଏ (ସାହିତ୍ୟ ବିଭାଗ)

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ମୋ ମତରେ ସାହିତ୍ୟ ହେଉଛି ଯାହା ସମାଜର ହିତ ସାଧନା କରୁଥାଏ ତାହା ସାହିତ୍ୟ।ସାହିତ୍ୟ ବିନା ଜୀବନ କିଛି ନୁହେଁ।ସାହିତ୍ୟ ହିଁ ଭାଷାର ମାଧୁରଯ୍ୟତା ବଢାଏ। ମଣିଷର ମୁଖନିସୃତ ଶବ୍ବ ହିଁ ଭାଷା ଏବଂ ସେହି ଭାଷା ହେଉଛି ସାହିତ୍ୟ।।ସାହିତ୍ୟର ଅନ୍ୟ ନାମ ଜୀବନ ବା ସମାଜ।
ଶବ୍ବ ବିନା ଭାଷା ନାହିଁ
ଭାଷା ବିନା ସାହିତ୍ୟ ନାହିଁ
ସାହିତ୍ୟ ବିନା ମାନବିକତା ନାହିଁ।।

ଉତ୍ତର:-
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ଯୁକ୍ତ ତିନିରେ ମୋ ଭାଇ ମୋତେ ଓଡିଆ ଭାଷାରେ ନାମ ଲେଖାଇଦେଲା।କିନ୍ତୁ ମୁଁ କିଛି ଜାଣିନି ସାହିତ୍ୟ ବିଷୟରେ ।ମୁଁ ବାଣିଜ୍ୟ ପଢିବାକୁ ଚାହୁଁଥିଲି। ତା’ବିଷୟରେ ଜାଣିଥିଲି।ତା’ପରେ ମୁଁ କହିଲି କେମିତି ପଢିବି ସାହିତ୍ୟ କ’ଣ କିଛି ଜାଣିନି ସାହିତ୍ୟ ଭିତରେ କ’ଣ କ’ଣ ଅଛି ଯେ। ପରେ ସେ ମତେ କହିଲା ଧିରେ ଧିରେ ଜାଣିଯିବୁ ସାହିତ୍ୟ କ’ଣ ।ସାହିତ୍ୟ ଏମିତି ଏକ ବିଷୟ ଯେ କେହିବି ତାକୁ ଆପଣାର କରିବ।ଏମିତି ମତେ ସାହିତ୍ୟ ବିଷୟରେ ବହୁତ କିଛି କହିଲା।ସେବେଠୁ ମୁଁ ସାହିତ୍ୟ ଭିତରେ ପଶିଯାଇଛି ବାହାରିବାର ନା ନାହିଁ।ସାହିତ୍ୟ କୁ ବହୁତ ଭଲପାଏ।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ଯେତେବେଳେ ସାହିତ୍ୟ ବିଷୟରେ କିଛି ଜାଣିନଥିଲି ।ସେତେ ବେଲେ ମୋ ବଡଭାଇ ଠାରୁ ହିଁ ସାହିତ୍ୟର କିଛି ମାର୍ଗଦର୍ଶନ ପାଇଥିଲି।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:-କବିତା ମୋର ଅଧିକ ପସନ୍ଦ।ସମାଜର, ପରିବେଶ ଓ ଭାବନାରେବୁଡି ନିଖୁଣ ଓ ସୌନ୍ଦର୍ଯ୍ୟ ଭାବରେ ବର୍ଣ୍ଣନା କରିବା।ମୋତେ ବହୁତ ଉତ୍ସାହ କରେ

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:-ମୋର ଜନ୍ମମାଟି ମୋ ପାଇଁ ଗରୟିସୀ।ଏହି ଜନ୍ମଭୂମି ରେ ଲଭି ମୁଁ ଗର୍ବ କରେ ।ମାଟି, ପାଣି,ପବନ ବେଶ ନିଆରା।କଳାହାଣ୍ଡି ଜିଲ୍ଲା ର ତା’ର କଳା ସଂସ୍କୃତି, ପରମ୍ପରା ବେଶ ନିରାଡମ୍ବର।।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:-ଏହି ସୁସ୍ଥ ସମାଜରେ ପାଠକ ପାଠିକା ଆହୁରି ବହୁତ ଲୋକ ସାହିତ୍ୟ ପ୍ରତି ସେତେଟା ମାତ୍ରାରେ ଦେଉଛନ୍ତି ଆଉ ଦେଉନାହାନ୍ତି।ଯାହା ଫଲରେ ସାହିତ୍ୟ ଧିର ଗତିରେ ଚାଳୁଛି।ବହୁ ପୁରାତନରୁ ସାହିତ୍ୟ ର ଅପଭ୍ରଷ୍ଟ ସମାଜ ବା ପରିବେଶ ରେ ଉପଯୋଗ କରୁଛନ୍ତି।ସାହିତ୍ୟ ର ଅଣଦେଖା କରୁଛନ୍ତି।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:-ପ୍ରକୃତରେ ମୋତେ ସବୁ ସାହିତ୍ୟକ,ଗବେଷକ ତଥା ଭାଷାବିତ୍ତ୍ ,ଔପନ୍ୟାସିକ,ବର୍ତ୍ତମାନ ର କବି, କବିୟତ୍ରୀ ସମସ୍ତଙ୍କୁ ଭଲ ଲାଗେ।।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ଓଡିଆ ସାହିତ୍ୟର ସ୍ଥିତି ବର୍ତ୍ତମାନ ସାହିତ୍ୟ ପ୍ରତି ଦୃଷ୍ଟି ଆକର୍ଷଣ ବହୁତ କମ୍ ପଡୁଛି। କେତେକ ଛାତ୍ର ଛାତ୍ରୀ ସାହିତ୍ୟ ପ୍ରତି ଅନାଗ୍ରସର ହୋଇ ପଡନ୍ତି। କିନ୍ତୁ ନିଜ ଭାଷାକୁ ଭଲପାଇବା ଉଚିତ୍ ।କେତେକ ସ୍ଥାନରେ ଭାଷା ପାଇଁ ବହୁତ ଅଭାବ ଦେଖାଦିଏ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-|ସାହିତ୍ୟ ପ୍ରତି ନିସ୍ୱାର୍ଥ ଭାବରେ ସେବା କରିବା ମୋର ଲକ୍ଷ୍ୟ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?

ଉତ୍ତର-ପ୍ରଥମେ ମୁଁ ଏକ ପାଠିକା ।ବହୁତ ପାଠ ଅଧ୍ୟୟନ କରିଲେ ହିଁ ଗୋଟେ ସାହିତ୍ୟକ ହେବାର ସ୍ୱପ୍ନକୁ ସଫଳ କରେ।ସମସ୍ତଙ୍କ ଲେଖନୀ କୁ ପଢି ମୁଁ ଆନନ୍ଦ ହୁଏ।ଏତିକି ହିଁ କହିବି ।ଆଗକୁ ଏମିତି ଜରି ରଖ ନିଶ୍ଚୟ ହେବ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:

ସୂରଯ୍ୟୋଦୟ ଅନୁଷ୍ଠାନ ଏକ ଭିନ୍ନ ରୂପରେ ଆଗେଇଛି।ଯାହା ସାରା ଦେଶରେ,ରାଜ୍ୟରେ,ନିଜର ସ୍ୱତନ୍ତ୍ର ପରିଚୟ ପ୍ରକାଶ କରିପାରିଛି। ବହୁ କବି ପ୍ରତିଭା ମାନଙ୍କୁ ସମ୍ମାନୀତ କରିଛି।ଏହି ଅନୁଷ୍ଠାନର ସମସ୍ତ ପ୍ରତିଭା ମାନଙ୍କୁ ସାହିତ୍ୟ ଜଗତର ଉଜ୍ଜଳ ତାରକା ଭାବେ ମଣି ଠିକ୍ ମାର୍ଗ ଦେଖାଉ। ମୁଁ ପ୍ରାର୍ଥନା କରେ ମାଁ ମାଣିକେଶ୍ୱରୀଙ୍କୁ ଏ ଅନୁଷ୍ଠାନ ଆହୁରି ଆଗକୁ ଗତି କରୁ। ସାହିତ୍ୟ ଜଗତ ସହିତ ଚିରଦିନ ସୀମିତ ହେଇକି ଥାଉ।

Loading

One thought on “ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ କଳାହାଣ୍ଡି ଜିଲ୍ଲାର ଝରଣା ଧରୁଆ ଙ୍କୁ

  1. ଶୁଭେଚ୍ଛା, ଆପଣଙ୍କ ଲେଖା ଖୁବ ଭଲ ଲାଗେ । ସାହିତ୍ୟ ଯାତ୍ରା ସଫଳ ହେଉ

Leave a Reply to କାହ୍ନୁ ଚରଣ ସାହୁ Cancel reply

Your email address will not be published. Required fields are marked *