ନାମ- ପ୍ରେମଲତା ସାହୁ(ଖୁକୁନି)
ମାତାଙ୍କ ନାମ-:ଶାନ୍ତିଲତା ସାହୁ
ପିତାଙ୍କ ନାମ-:ଶତ୍ରୁଘ୍ନ ସାହୁ
ଜନ୍ମମାଟି/ଠିକଣା-:ନୂଆ ବନ୍ଧ,ଆଠଗଡ,କଟକ, ପିନ୍-୭୫୪୦୨୯,ଓଡ଼ିଶା
ଜନ୍ମ ତାରିଖ-:୨୦.୦୧.୧୯୯୯
ଶିକ୍ଷା ଗତ ଯୋଗ୍ୟତା-:ସ୍ନାତକୋତ୍ତର
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:-ମୋ ମତ ରେ ସାହିତ୍ୟ ଏକ ପୋଥି,ପାଠ,ବା ପୁସ୍ତକ ମାତ୍ର ନୁହେଁ।ଏହା ଏକ ମାର୍ମିକ ଅଭିବ୍ୟକ୍ତି।।ମୁକ୍ତ ଆକାଶ ସହ ନିଳୀମା ର , ସବୁଜ ଘାସ ର ସବୁଜିମା ସହ ଯେପରି ସମ୍ପର୍କ ,ଠିକ ସେହି ପରି ମନୁଷ୍ୟ ଜୀବନ ସହ ସାହିତ୍ୟ ର ସମ୍ପର୍କ ସେତିକି ନିବିଡ଼।।।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:-କଲେଜ ସମୟ ରୁ ମୋର ଲେଖା ଲେଖି ପ୍ରତି ଦୁର୍ବଳତା ରହିଥିଲା, ହେଲେ ଲେଖିବାକୁ ଚେଷ୍ଟା କରି ନଥିଲି। ହଠାତ୍ ଦିନେ ଏମିତି ଲେଖୁ ଲେଖୁ ୧୬.୦୪.୨୦୨୦ ଦିନ ଗୋଟିଏ କବିତା ଟେ ଲେଖି ଦେଇଥିଲି ,ଆଉ ଘରେ ସମସ୍ତ ଙ୍କୁ ପଢ଼ି ଶୁଣେଇ ଥିଲି। ଓ। କଲେଜ ସାଙ୍ଗ ସାଥୀ, ସାର୍ , ମାମ୍ ମାନଙ୍କୁ ବି ଭଲ ଲାଗିଥିଲା।
ପ୍ରେରଣା ସେମିତି କେହି ଦେଇ ନଥିଲେ କିନ୍ତୁ ବାପା,ବୋଉ,ମୋ ସାନ ଭଉଣୀ କହିଲେ କି ଯାହା ପାରୁଚୁ ଲେଖି ଲେଖି କର ବୋଲି।।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ଦେଈ ର ଦିଅର ଏକ ଧାରାବାହିକ ବ୍ୟଙ୍ଗ କବିତା ଟି କୁ ଯେତେବେଳେ ପ୍ରଥମେ ଲେଖିଥିଲି ସମସ୍ତ ଙ୍କ ମନ କୁ ପାଇଥିଲା ଆଉ ସମସ୍ତେ ହସି ଥିଲେ ମଧ୍ୟ ଆଉ ଭଲ ହୋଇଛି ବୋଲି କହିଥିଲେ। ଆଉ ସେହି ଦିନ ଠାରୁ ମତେ ଲେଖା ଲେଖି କରିବାକୁ ଆହୁରି ଆଗ୍ରହ ବଢିଲା। କି ଯାହା ହେଉ ମୋ ଲେଖା ମାଧ୍ୟମ ରେ ମୁଁ ପାଠକ ଓଠ ରେ କ୍ଷୁଦ୍ର ହସ ଟିଏ ଫୁଟେଇ ପାରୁଛି ବୋଲି।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-ମତେ ଅଧିକାଂଶ ସମୟ କବିତା ଲେଖିବାକୁ ପସନ୍ଦ ଲାଗେ।ଆଉ କବିତା ମଧ୍ୟ ରେ ମତେ ମୁଖ୍ୟତଃ ହାସ୍ୟ ରସାତ୍ମକ କବିତା ଲେଖିବାକୁ ଭଲ ଲାଗେ। କାହିଁକି ନା ଗଳ୍ପ ଲେଖିବାକୁ ଅଦ୍ୟାବଧି କେବେ ବି ଚେଷ୍ଟା କରି ନାହିଁ। ଏଇଆ ନୁହେଁ କି ଗଳ୍ପ ଲେଖିବାକୁ ଭଲ ଲାଗେ ନାହିଁ, ଭଲ ଲାଗେ ହେଲେ କେବେ ଚେଷ୍ଟା କରିନାହିଁ।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:-ଅବିଭକ୍ତ କଟକ ଜିଲ୍ଲା ର ଆଠଗଡ ବ୍ଲକ ଅନ୍ତର୍ଗତ ନୂଆ ବନ୍ଧ ଗ୍ରାମ ର ଏକ ମଧ୍ୟବିତ୍ତ ପରିବାର ରେ ମୋ ଜନ୍ମ। ନିଜ ଜନ୍ମ ମାଟି କୁ ଆଜି ଯାଏଁ କୌଣସି ବ୍ୟକ୍ତି-ବିଶେଷ ନିନ୍ଦିତ କରି ନାହିଁ, ସେହି ଭଳି ମୁଁ ବି ସେଥିରୁ ବାଦ୍ ନ ପଡ଼ି ମୋ ଜନ୍ମ ମାଟି କୁ ସର୍ବାଗ୍ରେ ରଖି ଏତିକି କହିବି କି ସ୍ବର୍ଗ କୁ ଯଦି ଅତି ପାଖରୁ ଦେଖି ବାର ଅଛି ତାହେଲେ ମୋ ଗାଁ ମାଟି କୁ ଆସି ଦେଖି ଯା ଅ।।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସୁସ୍ଥ ସମାଜ ଗଠନ ରେ ସାହିତ୍ୟ ର ଭୂମିକା ଚିର ସ୍ମରଣୀୟ। କାହିଁକି ନା ସାହିତ୍ୟ ଲେଖକ ଜାଲ ରେ ଆବଦ୍ଧ ପକ୍ଷୀ ଟିଏ ନୁହେଁ, ଏହା ଲେଖକ ଠାରୁ ଜାତି ଧର୍ମ ଭେଦରେ ଅତିକ୍ରମ କରି ପାଠକ ଙ୍କ ପାଖରେ ପହଞ୍ଚି ପାରୁ ଥିବା ମାନସ ହଂସ ଟିଏ। ଲେଖକ ର ଜୀବନ ପାଠକ ର ଜୀବନ ଓ ବିଶ୍ୱ ଜୀବନ ଏହି ତିନି ଟି ସାହିତ୍ୟ ର ଗୋଟିଏ ସୂତ୍ର ରେ ବନ୍ଧା।।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:-ମୋତେ ଫକୀର ମୋହନ ସେନାପତି ଙ୍କ ଲେଖା ବହୁତ୍ ଭଲ ଲାଗେ,କାରଣ ସମାଜ ର ପ୍ରତି ଟି ବାସ୍ତବିକ୍ କଥା କୁ ଯିଏ ନିଜର କଲମ ମୁନ ରେ ଲୋକ ଲୋଚନ କୁ ଆଣିଛନ୍ତି ସେ ହେଉଛନ୍ତି ଫକୀର ମୋହନ ସେନାପତି। ଓଡ଼ିଆ ଜାତିର ସେନାପତି ।।
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ସାଂପ୍ରତିକ ସମୟରେ ଓଡ଼ିଆ ସାହିତ୍ୟ ର ସ୍ଥିତି କୁ ଅନୁଧ୍ୟାନ କଲେ ଅନ୍ୟ ଭାଷା ଓ ସାହିତ୍ୟ ତୁଳନା ରେ ଏହା ଅତ୍ୟନ୍ତ ଗରିବ। କାହିଁକି ନା ଅନ୍ୟ ଭାଷା ସାହିତ୍ୟ କୁ ବିଶ୍ଵ ସ୍ତରରେ ଯେଉଁ ଭଳି ଭାବରେ ପରି ଗଣିତି କରା ଯାଉଛି , ସେହି ଭଳି ଭାବରେ ଆମ ଓଡ଼ିଆ ସାହିତ୍ୟ କୁ ପ୍ରାଧାନ୍ୟ ଦିଆ ଯାଉ ନାହିଁ।
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ଯେଉଁ ଭଳି ଭାବେ ଜାତି ସଂଘ ରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ର “ମିଶୁ ମୋର ଦେହ” କବିତା ଟି ସ୍ଥାନ ପାଇ ସମଗ୍ର ଓଡ଼ିଆ ଜାତି କୁ ଗୌରବାନିତ୍ୟ କରେ,ଠିକ ସେହି ଭଳି ଭାବରେ ଆମ ଓଡ଼ିଆ ସାହିତ୍ୟ ବିଶ୍ଵ ଦରବାର ରେ ଏତେ ନାମ ଅର୍ଜନ କରୁ ଯେ ,ଆମ ଓଡ଼ିଆ ଭାଷା ଓ ସାହିତ୍ୟ କୁ ଜାଣିବା ପାଇଁ ପୃଥିବୀ ରେ ସର୍ବାଧିକ ଲୋକ ଆଗେଇ ଆସିବେ ।
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉ -: ମୁଁ ଜଣେ ଶ୍ରେଷ୍ଠ ପାଠିକା ହେବାକୁ ଚେଷ୍ଟା କରେ। ଅନ୍ୟ କୁ ବୁଝି ଲେ ଆମେ ନିଜକୁ ବୁଝି ପାରିବା ତେଣୁ ସର୍ବ ପ୍ରଥମେ ଆମେ ପ୍ରତ୍ୟେକ ଜଣେ ଜଣେ ଉତ୍ତମ ପାଠକ, ପାଠିକା ହେବା ନିତାନ୍ତ ଜରୁରୀ। କାରଣ ଜଣେ ଶ୍ରେଷ୍ଠ ପାଠକ ହୋଇ ପାରିଲେ ଯାଇ ଜଣେ ଶ୍ରେଷ୍ଠ ଲେଖକ ହୋଇ ପାରିବ।।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ବିଜନ ବଣ ରୁ ବଣ ମଲ୍ଲୀ କୁ ଗୋଟେ ଇ ଆଣି ବିଶ୍ଵ ସ୍ତର ରେ ଯୁବ ପ୍ରତିଭା କୁ ଲୋକ ଲୋଚନ ରେ ପରିଚିତ କରେଇ ବାରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଉଲ୍ଲେଖ ଯୋଗ୍ୟ ପଦେକ୍ଷପ କୁ ହୃଦୟ ର ଗଭୀର ତମ ପ୍ରଦେଶ ରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି। ସାହିତ୍ୟ ଯାତ୍ରାରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କେବେ ବି ଥକି ନ ପଡୁ ଏହା ହିଁ, ଭଗବାନ ଶିବ ଶମ୍ଭୁ ଙ୍କ ନିକଟରେ ପ୍ରାର୍ଥନା।।।
1,471 total views, 1 views today
Congratulations dear . All the best. Keep it up.
ଖୁବ୍ ସୁନ୍ଦର ଉପସ୍ଥାପନା ଭଗବାନ କରନ୍ତୁ ଏମିତି ଆହୁରି ଆଗକୁ ଆଗକୁ ମାଡି ଚାଲ
Congratulations
ଏମିତି ସାହିତ୍ୟ ପ୍ରତି ଭଲ ପାଇବା ସହିତ ଲେଖା ଜାରି ରହୁ
Bahut sundar uttara rakhila
God bless you
Well done keep it up……ur writing is very heart touching….god bless you my dear friend
Brilliant job and god bless u
Thank you SLF❤️