May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଏଥର ସ୍ୱପ୍ନା ସିଂହ, ଝାରସୁଗୁଡା

ନାମ – ସପ୍ନା ସିଂହ
ମାତା ଙ୍କ ନାମ – କନକ ସିଂହ
ପିତା ଙ୍କ ନାମ – ଗୋପାଳ ସିଂହ
ଠିକଣା – At – No 2 thakur pada, Brajrajnagar, ward no -5
Post – Rampur colliery
District – jharsuguda
Odisha, 768216

ଜନ୍ମ ତାରିଖ – 10.07.1992
ଶିକ୍ଷାଗତ ଯୋଗ୍ୟତା – M.A(English ), B.Ed

1.ଆପଣଙ୍କ ମତ ରେ ସାହିତ୍ୟ ର ସଂଜ୍ଞା?

ଉତ୍ତର.
ମାନବ ସଭ୍ୟତା ର ନିଚ୍ଛକ ପ୍ରତିଛବି ସାହିତ୍ୟ.. ଅନ୍ତର୍ମନ ର ଇଚ୍ଛା, ଆକାଂକ୍ଷା, ଅଭିପ୍ସା, ଅଭିଳାଷ ର ସଠିକ ରୂପରେଖ ପ୍ରସ୍ତୁତ କରୁଥିବା ପୃଷ୍ଠଭୂମି ଅଟେ ସାହିତ୍ୟ.. ଜୀବନ କୁ ସୁନ୍ଦର, ସାବଲୀଳ ଓ ସୁଢଙ୍ଗ ଭଙ୍ଗୀ ରେ ଗଢ଼ି ତୋଳିବା ର ମାର୍ଗ ଅଟେ ସାହିତ୍ୟ.. ବିବିଧ ସମସ୍ୟା ର ସମାଧାନ ର ନାମ ସାହିତ୍ୟ..

2. କେବେ ଠୁ ଆପଣଙ୍କ ସାହିତ୍ୟ ପ୍ରତି ରୁଚି ବଢ଼ିଲା? କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର.
ଛାତ୍ରlବସ୍ଥା ରୁ ହିଁ ଓଡ଼ିଆ ସାହିତ୍ୟ ପ୍ରତି ମୋର ବେଶ ଦୁର୍ବଳତା. ନିଜ ପାଠ୍ୟ ପୁସ୍ତକ ସାହିତ୍ୟ ବହି ର ପ୍ରତ୍ୟେକ ବିଭାଗ କୁ ଯେ ମୁଁ ବର୍ଷ ଭିତରେ କେତେଥର ପଢ଼ୁଥିଲି, ତାର ଗଣତି ନାହିଁ. ତେବେ ନବଯୁଗ ଓଡ଼ିଆ ସାହିତ୍ୟ ର ଶ୍ରେଷ୍ଠ ଉଦଗାତା, ସବୁଜ ଯୁଗର ଗଦ୍ୟ ସମ୍ରାଟ କାଳିନ୍ଦୀଚରଣ ପାଣିଗ୍ରାହୀ ଙ୍କ ଗଳ୍ପ ସମଗ୍ର ପଢ଼ି ସାହିତ୍ୟ ପୃଷ୍ଠ ରେ ଲେଖନୀ ଚାଳନା କରିବା ର ପ୍ରେରଣା ପାଇଲି…

3. ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣ ଙ୍କୁ ସାରସ୍ୱତ ସାଧନା ରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କରିଥିଲା??

ଉତ୍ତର.
ବୃତ୍ତି ରେ ମୁଁ ଶିକ୍ଷୟିତ୍ରୀ.. ତେବେ ଚାକିରୀ ଜୀବନ ରେ ଥରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମୟରେ 2020 ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତା ତଥା ନିଜର ସରଳ ଚରିତ୍ର ଏବଂ ସାହିତ୍ୟ ରେ ଅଗାଢ଼ ପାଣ୍ଡିତ୍ୟ ହାସଲ କରିଥିବା ଲେଖିକା ଡ଼. ଶିବପ୍ରିୟା ମିଶ୍ର ଙ୍କ ସହ କିଛି ବହୁମୂଲ୍ୟ ସମୟ ଅତିବାହିତ କରିବାର ସୁଅବସର ମିଳିଥିଲା. ସାରସ୍ୱତ ସାଧନା ରେ ବ୍ରତୀ ହେବା ପାଇଁ ଯେଉଁ ସାମାନ୍ୟ ଇନ୍ଧନ ର ଆବଶ୍ୟକତା ଥିଲା, ସେଥିପାଇଁ ସେ ବେଶ ଖୋରାକ ଯୋଗାଇ ପାରିଥିଲେ..

4.କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ପସନ୍ଦ କରନ୍ତି? ଗଳ୍ପ ନା କବିତା? କାହିଁକି?

ଉତ୍ତର.
ବିବିଧ ବିଷୟରେ ଗଳ୍ପ ଲେଖିବାକୁ ମୁଁ ଭଲ ପାଏ.. ଅଧୁନା ସମାଜ ର ବିଭିନ୍ନ ସମସ୍ୟା ତଥା ସାଧାରଣ ମଣିଷ ର କଠିନ ଭାବାବେଗ କୁ ନିଜ ଗଳ୍ପ ରେ ସ୍ଥାନିତ କରିବା ର ଅନୁଭୂତି ହିଁ ନିଆରା..

5. ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି??

ଉତ୍ତର.
ବୀରପ୍ରସବିନୀ ଉତ୍କଳ ଜନନୀ ର ମାଳଭୂମି ଘେରା କଳକାରଖାନା ପରିପୂର୍ଣ୍ଣ ଝାରସୁଗୁଡ଼ା ଜିଲ୍ଲା ମୋର ଜନ୍ମ ତଥା କର୍ମ କ୍ଷେତ୍ର ହେବାରୁ ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରେ.. ଏଠାକାର ମାଟି, ପାଣି, ପବନ ରେ ଏକ ଭିନ୍ନ ସ୍ୱାଦ ରହିଛି.. ବିଭିନ୍ନ ରାଜ୍ୟ ର ଲୋକ ଙ୍କୁ ଏ ମାଟି ନିଜ କୋଳ ରେ ସ୍ଥାନ ଦେଇ ଜୀବିକା ସାଧନ ର ମାର୍ଗ ଯୋଗାଇଛି.. ମା ରାମଚଣ୍ଡୀ ଙ୍କ ଆଶୀର୍ବାଦ ଲଭିଥିବା ଏ ମାଟି ର ସବୁଜିମା ଯେ ଅକ୍ଷୁର୍ଣ୍ଣ ରହୁ ଏତିକି ଈଶ୍ୱର ଙ୍କ ପାଖରେ ପ୍ରାର୍ଥନା..

6.ସୁସ୍ଥ ସମାଜ ଗଠନ ରେ ସାହିତ୍ୟ ର ଭୂମିକା କୁ ନେଇ କଣ ଭାବନ୍ତି?

ଉତ୍ତର.
ସାହିତ୍ୟ ଚିରନ୍ତନ.. ଏହା ଅତିରଞ୍ଜିତ ର ବହୁ ଊର୍ଧ୍ୱ ରେ. ସାମ୍ପ୍ରତିକ ସମାଜ କୁ ବିଭିନ୍ନ ସମସ୍ୟା ଯଥା ଅନ୍ଧବିଶ୍ୱାସ, ଶୋଷଣ, କୁସଂସ୍କାର ଇତ୍ୟାଦି ର କବଳରୁ ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନ କରିବାରେ ସାହିତ୍ୟ ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ.. କିଟିମିଟି ଅନ୍ଧାର କୁ ଭେଦ କରି ସମାଜ କୁ ଦିନେ ସାହିତ୍ୟ କାଳିମା ତଥା କଳୁଷିତ ମୁକ୍ତ କରିବ, ସେଥିରେ ତିଳେ ହେଲେ ସନ୍ଦେହ ନାହିଁ..

7. କେଉଁ ସାହିତ୍ୟିକ ଆପଣ ଙ୍କୁ ଭଲ ଲାଗନ୍ତି?

ଉତ୍ତର.
ବୀଣାପାଣି ମହାନ୍ତି, ପ୍ରତିଭା ରାୟ, ବିଭୁତି ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ ପରି ଅମ୍ଲାନ ପ୍ରତିଭା ମନ ଅଗଣା ରେ ରାଜୁତି କରନ୍ତି..

8.ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଆ ସାହିତ୍ୟ ର ସ୍ଥିତି କିପରି?

ଉତ୍ତର.
ଅତ୍ୟାଧୁନିକତା ପ୍ରତି ଅତ୍ୟନ୍ତ ଆକର୍ଷିତ ହେଇ ଆଜି ଆମେ ନିଜେ ଆମ ଓଡ଼ିଆ ସାହିତ୍ୟ ର ଗାରିମା କୁ ଧୂଳିମଗ୍ନ କରିବାରେ କୌଣସି ପଶ୍ଚାତପଦ ଦେଇନାହୁଁ.. ସାହିତ୍ୟ ଆକାଶ ରେ ଯେଉଁ ଓଡ଼ିଆ ସାହିତ୍ୟ ଦିନେ ହୁତୁ ହୁତୁ ହେଇ ଜଳୁଥିଲା, ଆଜି ଆମ ମାନଙ୍କ ଧ୍ୟାନ ଓ ସାଧନା ଅଭାବ ରୁ ଅରଣ୍ୟ କୁସୁମ ହେଇ ରହି ଯାଇଛି..

9. ଓଡ଼ିଆ ସାହିତ୍ୟ କୁ ନେଇ ଆପଣ କଣ ସ୍ବପ୍ନ ଦେଖନ୍ତି??

ଉତ୍ତର.
ବିଶ୍ୱ ସାହିତ୍ୟ ଦରବାର ରେ ଆମ ଓଡ଼ିଆ ସାହିତ୍ୟ ନିଜର ଉପଯୁକ୍ତ ସାହାଯ୍ୟ ପାଉ, ତାହାହିଁ ମୋର ସଦିଚ୍ଛା.. ଆଜିର ଶିଶୁ କାଲି ର ଭବିଷ୍ୟତ.. ତେବେ ଶିଶୁ ମାନଙ୍କ ସାହିତ୍ୟ ପ୍ରତି ଅନୁରକ୍ତି ବଢ଼େଇ ପାରିଲେ, ଓଡ଼ିଆ ସାହିତ୍ୟ ଦିନେ ଶିଖର ଛୁଇଁବ, ଏଥିରେ ସନ୍ଦେହ ନାହିଁ..

10. ପାଠକ ପାଠିକା ଙ୍କୁ ନିଜ ବିଷୟରେ କଣ କହିବେ??

ଉତ୍ତର..
ମାନବ ଜୀବନ ସଭିଁ ଙ୍କ ସ୍ନେହ ତଥା ଶୁଭେଚ୍ଛା ରେ ସାର୍ଥକ ହୁଏ.. ଆପଣ ମାନଙ୍କ ଭଲ ପାଇବା ହିଁ ସାହିତ୍ୟ ସାଧନା ରେ ବ୍ରତୀ ହେବା ପାଇଁ ଖୋରାକ ଯୋଗାଏ.. ତେବେ କାହାରି ପ୍ରେରଣା ତଥା ଦିଗଦର୍ଶନା ଯେ କେବେ କ୍ଷୁର୍ଣ୍ଣ ନ ହେଉ, ତାହା ହିଁ ମୋହର ଏକାନ୍ତ କାମ୍ୟ..

ସୂର୍ଯ୍ୟଦୟ ଭାଷା ପ୍ରତିଷ୍ଠାନ କୁ ବାର୍ତ୍ତା..

ସୂର୍ଯ୍ୟଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ, ସାରସ୍ୱତ ସାଧକ ଙ୍କୁ ଆତ୍ମ ମନ୍ଥନ କରିବା ତଥା ପ୍ରଗତିବାଦୀ ହେବାରେ ସାହାଯ୍ୟ କରୁଛି, ସେଥିରେ ସନ୍ଦେହ ନାହିଁ.. ନିଷ୍କପଟ ଚିତ୍ତ ରେ କେବଳ ଏତିକି କୁହାଯାଇ ପାରେ ଯେ ପ୍ରତିଷ୍ଠାନ ଯେଉଁ ଏଇ ଅନନ୍ୟ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କୁ ହାତରେ ନେଇଛି, ମା ବୀଣାପାଣି ପ୍ରତିଷ୍ଠାନ ର ପ୍ରତ୍ୟେକ କର୍ମକର୍ତ୍ତା ଙ୍କ ମାର୍ଗ ରେ ଶାନ୍ତି ଓ ପ୍ରଗତି ଭରି ଦିଅନ୍ତୁ..

 1,928 total views,  1 views today

Leave a Reply

Your email address will not be published. Required fields are marked *