ନାମ- କାହ୍ନୁ ଚରଣ ସାହୁ
ମାତାଙ୍କ ନାମ-: ଶ୍ରୀମତୀ ଶାନ୍ତି ସାହୁ
ପିତାଙ୍କ ନାମ-: ଶ୍ରୀଯୁକ୍ତ ସଂକ୍ରିତ୍ତନ ସାହୁ
ଜନ୍ମମାଟି/ଠିକଣା-: ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି
ଜନ୍ମ ତାରିଖ-: ୦୭ / ୧୨/ ୧୯୯୭
ଶିକ୍ଷା ଗତ ଯୋଗ୍ୟତା: ବିଜ୍ଞାନ ସ୍ନାତକ (ବି.ଏସସି.)
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଇତିହାସ, ସଂସ୍କୃତି, ଭାଷା, ପର୍ବ-ପରମ୍ପରା ଇତ୍ୟାଦିର ମହାନ ଗୁଣ ଗାନକରି ସାହିତ୍ୟ ପ୍ରତିମୁହୂର୍ତ୍ତରେ ଶିକ୍ଷାଦେଇ ଚାଲିଥାଏ । ସମାଜରେ ସାହିତ୍ୟ କୁମ୍ଭକାର ଯେହ୍ନେ ଖୁବ ଯତ୍ନରେ ବିଭିନ୍ନ ରୂପରେ ମଣିଷକୁ ମହାତ୍ମା ରୂପେ ଗଢି ତୋଳେ । ସାହିତ୍ୟ ବିନା ସମଗ୍ର ମାନବ ସମାଜ ପଙ୍ଗୁ ସଦୃଶ୍ୟ । ହୃଦୟଙ୍ଗମ କରିପାରୁଥିବା ଅଭାବକୁ ଭାବ ଦେବା ହିଁ ସାହିତ୍ୟ…. ଜୀବନର ନିର୍ଜୀବପଣିଆକୁ ସଜୀବର କୃତ୍ତି ପ୍ରଦାନ କରୁଥିବା ଶକ୍ତି ହିଁ ସାହିତ୍ୟ ।
ଉତ୍ତର:-
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:-
ପିଲାଦିନରୁ ସାହିତ୍ୟ ପ୍ରତି ରୁଚିଥିଲା । ଘରେ ଥିବା ବିଭିନ୍ନ ପୌରାଣିକ ଗ୍ରନ୍ଥ ପଢିବାକୁ ଖୁବ ଭଲ ପାଉଥିଲି କିନ୍ତୁ କଳନା କରିପାରି ନ ଥିଲି ମନୁଷ୍ୟର ହୃଦୟରେ ସ୍ପନ୍ଦିତ ଭାବକୁ କିପରି ଶବ୍ଦରେ ଲେଖାଯାଏ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ, ଅଗଷ୍ଟ ପନ୍ଦରରେ ଗୁରୁଜୀ, ଗୁରୁମାମାନଙ୍କ ବଳିଷ୍ଠ ଭାଷଣରେ ଉପସ୍ଥାପନା କରାଯାଉଥିବା ଭାରତୀୟ ସଂଘର୍ଷର ଇତିହାସ ବାଧ୍ୟ କରିଥିଲା କିଛି ଲେଖିବାକୁ ଓ ଲେଖିବାକୁ ଚେଷ୍ଟା କରୁ କରୁ ଗୀତି କବିତାର ରୂପ ନେଇଥିଲା । ଉକ୍ତଦିନ ପ୍ରତିଯୋଗୀତାରେ ନିଜସ୍ୱ କୃତିକୁ ଗାଇବା ପରେ ଅନେକ ପ୍ରେରଣା, ଭଲପାଇବା ଓ ଆଶୀର୍ବାଦ ଛୁଟି ଆସିଥିଲା ସମସ୍ତଙ୍କ ପାଖରୁ । ପଢ଼ାପଢ଼ିର ବ୍ୟସ୍ତତା ଭିତରେ ଶବ୍ଦଗୁଡାକୁ ସାଉଁଟି ପାରି ନ ଥିଲି । କିନ୍ତୁ ଜୀବନର ଜୟଯାତ୍ରାରେ କିଛି ଅଭୁଲା ସମୟ ଲେଖିବାର ପ୍ରେରଣା ଯୋଗାଇଲା ଓ ଯୁକ୍ତଦୁଇ (ବିଜ୍ଞାନ)ରୁ କଲମ ଚାଳନା ପୁନଶ୍ଚ ଆରମ୍ଭ ହୋଇ ଏଯାବତ ଜାରି ରହିଛି ।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:-
ପ୍ରଥମେ ପ୍ରକୃତି, ପରିବେଶ ଓ ପର୍ବ ପର୍ବାଣୀକୁ ନେଇ ଲେଖୁଥିଲି । ବନ୍ଧୁ ଓ ସହପାଠୀମାନଙ୍କ ଅନୁରୋଧକ୍ରମେ ପ୍ରେମ କବିତା ଓ ଶୁଭେଚ୍ଛା କବିତା ଲେଖିବା ଆରମ୍ଭ କଲି । ଦରଦୀ ବନ୍ଧୁଙ୍କ ଓଠରେ କବିତାକୁ ନେଇ ଆନନ୍ଦର ମାହୋଲ ଦେଖିପାରୁଥିଲି । ଖୁସିରେ ବନ୍ଧୁମାନଙ୍କ ପାଇଁ ପ୍ରେମ କବିତା ଲେଖୁଲେଖୁ ନିଜେ ପ୍ରେମିକ ବନିଗଲି ଆଉ ପ୍ରେମିକ ବନିଗଲା ପରେ ଶବ୍ଦକୁ ଗୁଡାକ ଖୁବ ନିଜର ହୋଇଗଲେ । ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଆହ୍ୱାନ ଇ-ପତ୍ରିକାରେ ପ୍ରକାଶିତ *ଶୀତ୍* କବିତାକୁ ନେଇ ପାଠକ ଓ ପ୍ରିୟଜନମାନଙ୍କ ଭଲ ପାଇବା ଲେଖିବାର ଅନ୍ୟଏକ ପ୍ରେରଣା ।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-
ନିଜ ଦୃଷ୍ଟିରେ ଦୁନିଆକୁ ଦେଖିବାର ପ୍ରୟାସ କରେ ଓ ହୃଦୟକୁ ଆନ୍ଦୋଳନ କରୁଥିବା କିଛି ଘଟଣା, ପର୍ବପର୍ବାଣୀ, ପ୍ରେମ-ପ୍ରତାରଣା ଓ ପ୍ରକୃତି ଉପରେ ଉଭୟ କବିତା ଓ ଗଳ୍ପ ଲେଖିବାକୁ ଚେଷ୍ଟା କରେ ।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:-
ଇତିହାସର ପୁରୁଣା ପୃଷ୍ଠାରେ କାରୁଣ୍ଡଶ୍ରୀକ୍ଷେତ୍ର ଭାବରେ ପରିଚିତ ମୋ ଜନ୍ମମାଟି । ନିଆରା କଳା, ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ ବିଶ୍ୱ ଦରବାରରେ ପ୍ରଶଂସନୀୟ ମାଟି କଳାହାଣ୍ଡି । ଇଷ୍ଟଦେବୀ ମାଆ ମାଣିକେଶ୍ୱରୀଙ୍କ ଛତ୍ରଛାୟା ତଳେ ବିଭିନ୍ନ ରାଜ୍ୟ ତଥା ଜିଲ୍ଲାର ଲୋକେ ଏଠି ବସବାସ କରଥାଆନ୍ତି । ଏ ମହାନ ମାଟିର ଶାନ୍ତ ପରିବେଶ ମଧୁମୟ ହେଉ…. ଏତିକି ପ୍ରାର୍ଥନା କରେ ଈଶ୍ୱରଙ୍କୁ ।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:-
ସାହିତ୍ୟ ସମାଜର ଦର୍ପଣ । ସାହିତ୍ୟ ହିଁ ଆଚାର, ବିଚାର, ଚାଲିଚଲଣୀ, ଶିକ୍ଷାଦିକ୍ଷା ବିଭିନ୍ନ କ୍ଷେତ୍ରରେ ସୁଧାର ଆଣି ଆବଶ୍ୟକ ପରିବେଶ ଟିଏ ଗଢିପାରେ । ସାହିତ୍ୟ ହିଁ ବିଭିନ୍ନ କୁସଂସ୍କାର, ଅନ୍ଧବିଶ୍ବାସ, ଅନ୍ୟାୟ ଅତ୍ୟାଚାରରୁ ରକ୍ଷାକରେ । ସାହିତ୍ୟ ହିଁ ସୃଷ୍ଟି କରିପାରେ ଏକ ସୁନ୍ଦର ଓ ସୁସ୍ଥ ସମାଜ ।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:-
ଆଜି ଯାଏଁ ପାଠ କରିଥିବା ସମସ୍ତ ସୃଷ୍ଟି ମୋର ପସନ୍ଦ । ସାହିତ୍ୟ ଜଗତର ସମ୍ରାଟମାନଙ୍କ ମଧ୍ୟରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିବର ରାଧାନାଥ ରାୟ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର ମୋତେ ଖୁବ ଭଲ ଲାଗନ୍ତି । ଅନେକ ଗୁରୁଜନ ଓ ଯୁବ ସ୍ରଷ୍ଟାଙ୍କ ସୃଷ୍ଟି ମଧ୍ୟ ଖୁବ ହୃଦୟସ୍ପର୍ଶୀ ।
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:-
ନିଜ ମାତୃଭାଷା ଓ ସାହିତ୍ୟକୁ ହେୟ ମନେକରୁଥିବା କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ଓଡ଼ିଆ ସାହିତ୍ୟାକାଶେ ମଳିନ ହେବାରେ ଲାଗିଛି । ବିଦେଶୀ ଭାଷା ପ୍ରତି ଥିବା ଆଗ୍ରହ ଓ ମାତୃ ଭାଷା ପାଇଁ ଥିବା କୁଣ୍ଠାବୋଧ ମନରେ କଷ୍ଟଦିଏ ।
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:-
ଓଡିଶା ତଥା ଓଡିଶା ବାହାରେ ବସବାସ କରୁଥିବା ଅଗଣିତ ଓଡ଼ିଆ ପ୍ରେମୀଙ୍କ ପାଖରେ ଡିଜିଟାଲ ମାଧ୍ୟମରେ ଅନେକ ଯୁବ ସ୍ରଷ୍ଟାଙ୍କ ସାରସ୍ୱତ ସୃଷ୍ଟି ପହଞ୍ଚେଇବାର ପ୍ରୟାସ ପଥରେ ସାମିଲ ହେବାକୁ ଯାଇ ନିଜେ “ସୃଷ୍ଟି ସମ୍ଭାର ସାହିତ୍ୟ ଇ-ପତ୍ରିକା” ପ୍ରକାଶ କରିବାର ଉଦ୍ୟମ କରିଛି । ପ୍ରିୟ ଜ୍ୟୋଷ୍ଠ ଭ୍ରାତା ମନୋଜ କୁମାର ପଣ୍ଡାଙ୍କ ଦ୍ୱାରା ପରିଚାଳିତ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ବିଶ୍ଵବ୍ୟାପୀ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ବେଶ ନିଆରା । ଓଡ଼ିଆ ସାହିତ୍ୟକୁ ବିଶ୍ଵଦରବାରେ ସମ୍ମାନ ମିଳୁ ଓ ବିଶ୍ୱରେ ଏକ ଶ୍ରେଷ୍ଠଭାଷା ରୂପେ ବିବେଚିତ ହେଉ, ଏହା ହିଁ ସ୍ବପ୍ନ ।
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଲେଖିବା ଆଗରୁ ମୁଁ ଜଣେ ଉତ୍ତମ ପାଠକ । ପଢିବାରେ ଅନେକ ମଜା ଓ ବହୁକିଛି ଶିଖିବାକୁ ମିଳେ। ପାଠ କରୁଥିବା ଅନେକ ସୃଷ୍ଟିରୁ ହିଁ ମୋ କଲମର ପ୍ରଥମ ବର୍ଣ୍ଣ ଆରମ୍ଭ । ପରିଶେଷରେ ପ୍ରିୟ ପାଠକ/ ପାଠିକାମାନଙ୍କୁ ପଢିବା, ଶିଖିବା କିଛି ଲେଖିବାର ଆହ୍ୱାନ କରିବି ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନକୁ ବାର୍ତ୍ତା:
ଓଡ଼ିଆ ଭାଷା ସାହିତ୍ୟକୁ ବିଶ୍ଵବ୍ୟାପୀ କରିବା ତଥା ନବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗେଇବାର ଅଭିନବ ମାଧ୍ୟମ ସୂର୍ଯ୍ୟୋଦୟ ଅନୁଷ୍ଠାନ । ପ୍ରତିଷ୍ଠାନର ମହାନ କାର୍ଯ୍ୟ ପାଇଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜ୍ଞାପନ କରିବା ସହ ଈଶ୍ୱରଙ୍କ ଚରଣେ ସେମାନଙ୍କ ସୁଖ ସମୃଦ୍ଧି ପ୍ରାର୍ଥନା କରୁଛି ।
କାହ୍ନୁ ଭାଇ ସାହିତ୍ୟ ଜଗତର ଜଣେ ସଫଳ ପାଠକ ଆଉ ଲେଖକ ମଧ୍ୟ। ବିଜ୍ଞାନ ଛାତ୍ର ହୋଇ ମଧ୍ୟ ସାହିତ୍ୟ ପ୍ରତି ତାଙ୍କ ରୁଚି ପ୍ରଶଂସନୀୟ। ପାରିବାରିକ, ସାମାଜିକ ,ଭୈାତିକ ତଥା ବ୍ୟକ୍ତିଗତ ସବୁ ସମସ୍ୟା କୁ ପଛରେ ପକାଇ କାହ୍ନୁ ଭାଇ ଯେତିକି ଅଗ୍ରଗତି କରିଛନ୍ତି ତାହା କିଛି କମ୍ କଥାନୁହେଁ। ମୁଁ ତ କହିବି ସେ ଯାଗାରେ ମୁଁ ଥିଲେ କେବେ ଠାରୁ ସାହିତ୍ୟ ଜଗତରୁ ବିଦାୟ ନେଇ ସାରିଥାନ୍ତି।ତାଙ୍କ ମନୋବଳ ଧୈର୍ଯ୍ୟ ବହୁତ। ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ଜୀବନରେ କିଛି କରିବା ପାଇଁ ତାଙ୍କ ବରଦ ହସ୍ତ ତୁମ ମୁଣ୍ଡ ଉପରେ ସର୍ବଦା ରଖନ୍ତୁ।ଏତିକି ହିଁ ମୋ ଶୁଭେଚ୍ଛା ଓ ଶୁଭକାମନା।
ଆପଣଂକ କଲମ ରୁ ଆଉ ସୁଂଦର କବିତା ଲେଖି ହେଇଯାଉ। ସବୁ ବେଳେ ଭଗବାନଙ୍କ ଆଶୀର୍ବାଦ ଥାଉ।
ମୋର ପରମ ସୌଭାଗ୍ୟ କି ଆପଣଙ୍କ ଭଳି ବ୍ୟକ୍ତିତ୍ୱ କୁ ମୁଁ ମୋର ବନ୍ଧୁରୂପେ ପାଇପାରିଛି। ଭଗବାନଙ୍କ ଆର୍ଶୀବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିଥାଉ। ଆପଣଙ୍କ କଲମ ମୁନରୁ ଅସଂଖ୍ୟ କବିତା ଲେଖି ହୋଇଯାଉ। ଆଜିର ଯୁବସମାଜ ପାଇଁ ଆପଣ ହେଉଛନ୍ତି ଜ୍ବଳନ୍ତ ଉଦାହରଣ।
ଭାଇ ଆପଣଙ୍କ ର ପ୍ରତିଟି ଲେଖା ଖୁବ୍ ଚମତ୍କାର ଆଗକୁ ଆହୁରି ବିଶିଷ୍ଟ କବି ଭାବେ ପରିଚିତ ଲାଭ କର
ଆପଣଙ୍କ ଲେଖନୀରେ ଭରିରହିଛି ଅନେକ ଶିକ୍ଷାତ୍ମକ ଉପେଦେଶ ଏବଂ ବାସ୍ତବିକତ । ଏହା ସମାଜ ପାଇଁ ଖୁବ୍ ଉପଯୋଗୀ । ଏମିତି ଆଗକୁ ବଢ଼ିଚାଳ ତୁମ ଲକ୍ଷ୍ୟ ପଥେ , ତୁମ କଲମ ମୁନରୁ ଝରିପଢ଼ୁ ଅମୃତର ବାରି ପ୍ରଭୁଙ୍କ ପାଖରେ ମୋର ଏତିକି କାମନା
କାହ୍ନୁ ସାର୍ ସତରେ ଆପଣ ଜଣେ ହୃଦୟବାନ,ନିଷ୍ଠାପର ତଥା ସାହିତ୍ୟକୁ ଭଲପାଉଥିବା ଜଣେ ସାହିତ୍ୟପ୍ରେମୀ । ଆପଣଙ୍କ ଲେଖା ଓ ଓଡିଆ ଲେଖାକୁ ଆଗକୁ ନେବାର ପ୍ରୟାସରେ ଆପଣଙ୍କ ଜୀବନଯାତ୍ରା ଏମିତି ସଫଳତା ପୂର୍ବକୁ ଆଗକୁ ଚାଲୁଥାଉ । ପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଆଉ ଆପଣଙ୍କ ସୃଷ୍ଟିକୁ ଏମିତି ଯଥୋଚିତ ଆଶୀର୍ବାଦ ଦେଇ ଘଣ୍ଟ ଘୋଡେଇ ରଖିଥାନ୍ତୁ ।
ସାହିତ୍ୟ ର ଭୂମିକା ସମାଜ ର ପରିବର୍ତ୍ତନ ପାଇଁ ଖୁବ୍ ଉପଯୋଗୀ। ଆପଣଙ୍କ ଉଦ୍ୟମ ଆହୁରି ଆଗକୁ ଯାଉ। ଜୀବନର ପ୍ରତି ପାଦରେ ଆପଣଙ୍କୁ ଆପଣଙ୍କ ଆପଣଙ୍କ ସାହିତ୍ୟ କୃତି ପାଇଁ ସଫଳତା ମିଳୁ।
ଏହା ଭାଗବାନଙ୍କଠାରେ ପ୍ରାର୍ଥନା l
କାହ୍ନୁ ଚରଣ ସାହୁ ଙ୍କ ପ୍ରତି ଟି ଲେଖା ଖୁବ୍ ଭଲ ଲାଗେ । ତାଙ୍କ ସାକ୍ଷାତ କାର ବି ଭଲ ଲାଗିଲା । ସାହିତ୍ୟ ଜୀବନରେ ଆହୁରି ଆଗକୁ ଯାଅ, ଏଇ ଶୁଭ କାମନା ରହିଲା।
ଚମତ୍କାର ଆପଣଙ୍କ।ସାହିତ୍ୟ ଯାତ୍ରା ଆଉ ଚମତ୍କାର ଆପଣଙ୍କ ସୃଜନୀ । ସାହିତ୍ୟ ଯାତ୍ରାରେ ଆପଣଙ୍କ ସାହିତ୍ୟ ଯାତ୍ରା ଆହୁରି ଆଗକୁ ଯାଉ ଏହା ହିଁ ମୋର କାମନା।
Kanhu Bhii is a good and innocent in nature. When I read his poems or stories… there is something another level of feelings come to my heart….. Answers of questions1,6,9,10 was so finest as well as true also…… People get inspired in next days to read his poems…. Hope may GOD bless you forever and have a bright future……
ବହୁତ୍ ସୁନ୍ଦର ଭାବେ ସାହିତ୍ୟ କେ ଆପଣ ନିଜର କଳା ଭାବେ ପ୍ରଦର୍ଶନ କରିଛନ୍ତି ଦାଦା
ଜୀବନର ପ୍ରତି ପାଦରେ ଆପଣଙ୍କୁ ଆପଣଙ୍କ ସାହିତ୍ୟ ପାଇଁ ସଫଳତା ମିଳିବ ଏହା ଭାଗବାନଙ୍କଠାରେ ପ୍ରାର୍ଥନା l