April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ସୂର୍ଯ୍ୟୋଦୟ ନବ ସମ୍ଭାବନା ରେ ଏଥର ଭେଟନ୍ତୁ କଟକ ଜିଲ୍ଲାର ସୁଶ୍ରୀ ଚିନ୍ମୟୀ ହୋତା ଙ୍କୁ

ନାମ- ଚିନ୍ମୟୀ ହୋତା
ମାତାଙ୍କ ନାମ-:ସଚଳା ହୋତା
ପିତାଙ୍କ ନାମ-:ଧନେଶ୍ଵର ହୋତା
ଜନ୍ମମାଟି/ଠିକଣା-:ବଡ଼ମ୍ବା, କଟକ
ଜନ୍ମ ତାରିଖ-୧୨/୦୬/୧୯୯୫
ଶିକ୍ଷା ଗତ ଯୋଗ୍ୟତା-ସ୍ନାତକତ୍ତୋର, ସିଟି

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:-ଗୋଟିଏ ଅର୍ଥରେ କହିଲେ ଯାହା ଅନନ୍ତ, ଅକ୍ଷୟ, ଅସାର, ସୀମାହୀନ ଦିଗନ୍ତ ତାହା ହେଉଛି ସାହିତ୍ୟ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ମୋର ସାହିତ୍ୟରେ ରୁଚି ପିଲାଟି ଦିନରୁ ଅଛି ହେଲେ ନବମ ଶ୍ରେଣୀରୁ ବଢ଼ିଚାଲିଛି ଏଯାବତ୍।

ମୋ ବଡ଼ଭାଇ, ସାଙ୍ଗସାଥୀ ଆଉ ପାଠକଙ୍କ ମତାମତରୁ ପ୍ରେରଣା ପାଇଛି।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ମୁଁ ଯେବେ ନବମ ଶ୍ରେଣୀରେ ଗୋଟେ ଗୀତ ଲେଖିଥିଲି ଆଉ ସେହି ଗୀତଟିକୁ ସାାର୍ ଙ୍କ ଆଗରେ ଆବୃତ୍ତି କରିଥିଲି, ସେହି ଗୀତଟିକୁ ସ୍ବାଧୀନତା ଦିବସରେ ଗାଇବା ପାଇଁ କୋରସ୍ (ସମୂହ ଗୀତ) ରେ ସାମିଲ କରା ଯାଇଥିଲା, (ଆଉ ଆଜି ପର୍ଯ୍ୟନ୍ତ ବି ସେହି ଗୀତ ପ୍ରତିବର୍ଷ ଜାତୀୟ ପତାକା ତଳେ ଗାୟନ କରାହେଉଛି )ସେହି ଦିନଠୁ ମୁଁ ସାରସ୍ୱତ ସଧନାରେ ବ୍ରତୀ ହେବା ପାଇଁ ଅଧିକରୁ ଅଧିକ ଉତ୍ସାହିତ ହୋଇଛି।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:-ମୋର କବିତା ଅଧିକ ପସନ୍ଦ କାରଣ ମୋ ମନର ଆନମନା ଭାବନାକୁ , ସହଜ ଆଉ ସରଳ ଭାବରେ କେବଳ କବିତା ମାଧ୍ୟମରେ ହିଁ ମୁଁ ବେଶ୍ ଭଲ ଭାବରେ ସଜେଇ ପାରିଥାଏ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:-ମୋ ଗାଁ, ହଁ ସେ ହିଁ ତ ମୋ ଜନ୍ମ ମାଟି…… କଟକ ଜିଲ୍ଲାର ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଆ ବୁୁର୍-ହଦମ୍ବାଙ୍କ ପାଦଦେଶରେ ମୋ ଗାଁ ଅବସ୍ଥିତ, ସେଇ ଗ୍ରାମରେ କେତେ ଯେ ଲେଖକ କବି ପଣ୍ଡିତଙ୍କ ଗନ୍ତାଘର ଥରେ ଆସି ଦେଖି ନଗଲେ ବିଶ୍ବାସ ହେବନି।
ହଁ ମୁଁ ଜାଣିଛି ମୋ ଗାଁ ର ନାମ ଭୂଗୋଳ ପୋଥିରେ ନାହିଁ ସତ କାରଣ ସେ ବହୁତ ଛୋଟ ,ହେଲେ ଆଜିର ଏ ଯନ୍ତ୍ର ଦୁନିଆରେ ମୋ ଗାଁ କୁ ଗୁଗୁଲ ମ୍ୟାପ ରେ ଖୋଜିଲେ ଖୁବ୍ ସହଜରେ ପାଇହେବ। ଆରେ ଆରେ ହେଇ ଦେଖ ଏତେ କଥା କହି ସାରିଲିଣି , ହେଲେ ଗାଁ ର ନଁା ଏଯାଏଁ କହିନି😊….. ଏବେ କହି ଦେଉଛି ବନ୍ୟା ବିପତ୍ତିରୁ ରକ୍ଷା ପାଇବା ପାଇଁ ଉଚ୍ଚା ସ୍ଥାନରେ ଅବସ୍ଥିତ ମୋ ସୁନ୍ଦର କୁନି ଗ୍ରାମର ନାମ “ଖଳିଢିପ”। ଯଦି ମୋ ଗାଁ ବିଷୟରେ ଆଉ ଲେଖିବି ତାହାଲେ ଗୋଟେ ପୋଥି ହୋଇଯିବ, ତେଣୁ ଆଉ ବିଶେଷ କିଛି ନଲେଖି ଖାଲି ଏତିକି କହିବି କି ମୋ ଗାଁ ମହାନ୍, ମୁଁ ତା ପାଇଁ ଗର୍ବ ଅନୁଭବ କରେ ଆଉ ତା’ କୋଳରେ ଜନ୍ମ ଗ୍ରହଣ କରିଥିବାରୁ ନିଜକୁ ଧନ୍ଯ ମନେ କରେ।।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:-ଉତ୍ତମ ଉଚ୍ଚାରଣ ଆଉ ଆଚରଣ, ସାହିତ୍ୟ ହିଁ ଆମକୁ ଶିଖାଇଥାଏ। ତେଣୁ ଏକ ସୁସ୍ଥ ସାମାଜ ଗଠନରେ ସାହିତ୍ୟର ଭୂମିକା ଯେ ଅନନ୍ୟ ଏଥିରେ ଦ୍ବି-ମତ ନାହିଁ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:-ଆଜିର ହୁଅନ୍ତୁ ଅବା କାଲିର, ନୂଆ ହୁଅନ୍ତୁ କି ପୂରୁଣା…. ପ୍ରସିଦ୍ଧ ହୁଅନ୍ତୁ ଅବା ଖଣ୍ଡିଉଡ଼ା ଦେଉଥିବା ଅଜଣା, ପ୍ରତ୍ୟେକ ସାହିତି୍ୟକ ମତେ ଭଲ ଲାଗନ୍ତି, କାରଣ ପ୍ରେତ୍ୟକଙ୍କଠାରୁ ମୁଁ କିଛି ନୂଆ ଶିଖିବାର ପ୍ରୟାସ ଜାରି ରଖିଥାଏ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ଯଦିଓ ଏବେବି ଓଡ଼ିଆ ସାହିତ୍ୟ ନିଜକୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବା ଦିଗରେ ଅଗ୍ରସର , ସାମ୍ପ୍ରତିକ ପରିସ୍ଥିତିରେ ଏହାର ସ୍ଥାନ “ବିଜୟର ପଥେ”, କାରଣ ଏବେକାର କିଛି ଓଡ଼ିଆ ଓ୍ବେବପୋର୍ଟାଲ ନିଜର ଅଦମ୍ୟ ପରିଶ୍ରମ ବଳରେ ଓଡ଼ିଆ ସାହିତ୍ୟ କୁ ସମଗ୍ର ବିଶ୍ବ ଦରବାରରେ ପରିଚିତ କରେଇବା ପାଇଁ ପ୍ରୟାସରତ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-ଓଡ଼ିଆ ସାହିତ୍ୟରେ ପ୍ରବୀଣ, ପାରଦର୍ଶୀ କବି ପ୍ରତିଭାର କଳିକା ମାନଙ୍କୁ, ସକ୍ଷମତେ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିବି।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?

ମୁଁ କବି ହେବା ପୂର୍ବରୁ ପ୍ରଥମେ ଗୋଟେ ଭଲ ପାଠିକା। କାରଣ ଯେତେ ପଢ଼ିବ ସେତେ ଜ୍ଞାନ ବଢ଼ିବ। ମୁଁ ନିଜକୁ କେବେ କବିଟିଏ ଭାବି କିଛି ଲେଖେନି ଲେଖେ ତ ପାଠକଟିଏ ସାଜି ଲେଖେ କାରଣ କବି ଭାବି ଦେଲେ ଗର୍ବ ଆସିଯିବ ଯାହା କବିତାର ସୌନ୍ଦର୍ୟ୍ଯ ନଷ୍ଟ କରିଦେବ ହେଲେ ଯେବେ ପାଠକଟିଏ ହୋଇ ଲେଖିବ ,ସେଥିରେ ଥିବା ଭୁଲକୁ ନିଜେ ଜାଣିପାରି ସୁଧାରି ପାରିବ ,ଫଳରେ କବିତାଟି ବେଶ୍ ହୁର୍-ଦୟସ୍ପର୍ଷୀ ଓ ପାଠକଙ୍କ ମନଛୁଆଁ ହୋଇପାରିବ। ଆଉ ଗୋଟେ କଥା ହେଉଛି ଆଜି ମୁଁ ଯୋଉଠି ପହଞ୍ଚି ପାରିଛି ତାହା କେବଳ ପାଠକମାନଙ୍କ ଭଲପାଇବା ଆଉ ତାଙ୍କର ସୁନ୍ଦର ମତାମତ ପାଇଁ। ମୋର ସମସ୍ତ ପାଠକ ଭାଇଭଉଣୀ, ଗୁରୁଜନ, ସାଙ୍ଗସାଥୀ ମାନଙ୍କୁ ମାଆ ଭଟ୍ଟାରିକା ଘଣ୍ଟ ଘୋଡ଼ାଇ ରଖନ୍ତୁ, ମଆଙ୍କ ପାଖରେ ମୋର ଏତିକି କାମନା।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବାରରେ ସ୍ଥାନିତ କରିବା ସହିତ ମୋ ପରି ବଣମଲ୍ଲୀକୁ ସର୍ବ ସମ୍ମୁଖକୁ ଆଣିବାରେ ଏହି ଅନୁଷ୍ଠାନର ଅଗ୍ରଣୀ ଭୂମିକା ବେଶ୍ ସ୍ବାଗତ ଯୋଗ୍ୟ। ଏଥିପାଇଁ ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସମସ୍ତ କର୍ମକର୍ତ୍ତାଙ୍କୁ ଏବଂ ସବୁପରେ ଏହି ପ୍ରତିଷ୍ଠାନର ସମ୍ପାଦକ ମନୋଜ କୁମାର ପଣ୍ଡା ଓ ମୋର ପ୍ରିୟ ପପୁ ଭାଇଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଧନ୍ଯବାଦ ଜ୍ଞାପନ କରୁଛି। ଶେଷରେ ଏହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ପାଇଁ ମାଆ ଭଟ୍ଟାରିକାଙ୍କ ପାଖରେ ମୋର ଅଳି ଜଣାଉଛି।
ଜୟ ମାତା ଦୀ।🙏🙏

 632 total views,  1 views today

One thought on “ସୂର୍ଯ୍ୟୋଦୟ ନବ ସମ୍ଭାବନା ରେ ଏଥର ଭେଟନ୍ତୁ କଟକ ଜିଲ୍ଲାର ସୁଶ୍ରୀ ଚିନ୍ମୟୀ ହୋତା ଙ୍କୁ

Leave a Reply

Your email address will not be published. Required fields are marked *