ନାମ- ନୀଳାମ୍ବର ମହାନନ୍ଦ
ମାତାଙ୍କ ନାମ-: ଜାନକୀ ମହାନନ୍ଦ
ପିତାଙ୍କ ନାମ-: ଚନ୍ଦ୍ରମଣି ମହାନନ୍ଦ
ଜନ୍ମମାଟି/ଠିକଣା-: ଆମ୍ବଗୁଡା,ଗୋଲାମୁଣ୍ଡା,କଳାହାଣ୍ଡି
ଜନ୍ମ ତାରିଖ-: ୦୧/୦୭/୧୯୯୯
ଶିକ୍ଷା ଗତ ଯୋଗ୍ୟତା-: ଯୁକ୍ତ ତିନି ଓଡ଼ିଆ ବିଭାଗ
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:-ସାହିତ୍ୟ ର ସଂଜ୍ଞା ବ୍ୟାପକ ଜୀବନର ରସାଳ ପୂର୍ଣ୍ଣ ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ସାହିତ୍ୟ ପ୍ରତି ମୋର ରୁଚି ସେ ଦିନରୁ ବଢିଥିଲା ଯେଉଁ ସମୟରେ ମୁଁ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିଲି । ସାହିତ୍ୟର ପ୍ରତ୍ୟେକ ଟି କବିତା ପଢ଼ି ନିଜକୁ ହଜେଇ ଦେଉଥିଲି । ଆଉ ମୋ ପାଇଁ ପ୍ରେରଣା ଆମ ପଞ୍ଚମ ଶ୍ରେଣୀ ର ଦିଦି ଏବଂ ଯୁକ୍ତ ତିନି କଲେଜ ଓଡ଼ିଆ ଅଧ୍ୟାପକ ଅଭିମନ୍ୟୁ ନାଏକ ଆଜ୍ଞା ।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ଛୋଟ ବେଳୁ ଯେତେବି ସାହିତ୍ୟ ବହି ପାଇଛି ସବୁ ସାଇତି ରହିଛି ଆଉ ବାରମ୍ବାର ପଢୁଛି ହେଲେ କେବେ ଲେଖିବା ଶିଖିନ ଥିଲି ଲେଖିବାକୁ ବାରମ୍ବାର ଚେଷ୍ଟା କଲେ ସୁଦ୍ଧା ଲେଖିବା ଆସୁ ନଥିଲା କିନ୍ତୁ ମୋର ଆତ୍ମ ବିଶ୍ବାସ ଥିଲା କି ଦିନେ କବିତା ଲେଖିବି ବୋଲି । ଆଉ ଆକାଶବାଣୀ ଭବାନୀପାଟଣା ରେ ସୋମବାର ସନ୍ଧ୍ୟାରେ ଯୁବବାଣୀ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା ସେ ଠାରୁ କବି ମାନଙ୍କର କବିତା ଶୁଣୁ ଥିଲି ଆଉ ତାଙ୍କୁ ମଧ୍ୟ ଅନୁସରଣ କରୁଥିଲି । ମୋ ଜୀବନରେ ଏମିତି ବି ସମୟ ଆସିଛି କି ସାହିତ୍ୟ ଓ କବିତା କୁ ନେଇ ଲୋକେ ବହୁତ କିଛି କହିଛନ୍ତି ଯାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ। କିନ୍ତୁ ଯିଏ ଯାହା କହିଲେ ମଧ୍ୟ ମୁଁ ଶୁଣିଛି ହେଲେ କାହାକୁ କିଛି କହିନାହିଁ ପରେ ପରେ ମୋ ଲେଖା ମାନ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ହେବାପରେ ବୁଝି ପାରିଲେ ମୋତେ ବିରୋଧ କରୁଥିବା ଲୋକେ ଲୋକେ ।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:- ମୁଁ କବିତା ଲେଖିବା ପାଇଁ ବହୁତ ପସନ୍ଦ କରେ । ତାହା ପ୍ରେମ କବିତା ହେଉ ବା ବର୍ଣ୍ଣନା ହେଉ ବା ଆଧ୍ୟାତ୍ମିକ କିନ୍ତୁ ବାସ୍ତବିକ କବିତା ଲେଖିବାକୁ ବହୁତ ଭଲ ଲାଗେ । କାହିଁକି ନା ବାସ୍ତବିକ କବିତା ଲେଖି ସମାଜକୁ କିଛି ସଚେତନ ବାର୍ତ୍ତା ଦେଇହୁଏ ଓ ଆଶା ଥାଏ କି କବିତା ପଢ଼ି ଲୋକେ କିଛି ସଚେତନ ହେବେ ବୋଲି।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ଭୋକର ଭୂଗୋଳ ନୁହେଁ କଳାହାଣ୍ଡି ଏ “ଭୋକର ଭୂଗୋଳ” ପାଇଁ ଆଜି କଳାହାଣ୍ଡି ବିଶ୍ଵ ଦରବାରରେ ପରିଚିତ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଁ ସେ ମାଟିର ପୁଅ ଯେଉଁ ମାଟିରେ ଭରପୁର ରହିଛି କଳା, ସଂସ୍କୃତି, ପରମ୍ପରା । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଅଛନ୍ତି । ବିଶ୍ବାସ ଅଛି ମା’ଙ୍କ ମନ୍ଦିରରେ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଓ ମା’ଙ୍କ ଦର୍ଶନ ପାଇଁ ବହୁ ଦୂର ଦୂରଦୂରାନ୍ତରୁ ଲୋକେ ଆସିଥାନ୍ତି ବଲାଙ୍ଗୀର, ନୂଆପଡ଼ା,ନବରଙ୍ଗପୁର, କୋରାପୁଟ ରାୟଗଡ଼ା, କନ୍ଧମାଳ ଇତ୍ୟାଦି ଜିଲ୍ଲାରୁ ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରୁ ମଧ୍ୟ ଆସି ଥାନ୍ତି ଲୋକେ । କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ଯାହା ସବୁ ଯାଗାରେ ପରିଚିତ। ଜଳପ୍ରପାତ ଫୁରଲିଝରଣ, ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ, ଧର୍ମଗଡ଼ ମାଁ ଭଣ୍ଡାର ଘରଣୀ ବେଲଖଣ୍ଡି ଶୈବପୀଠ,କଢେଲ ଜଗନ୍ନାଥ ମନ୍ଦିର । ଦିନେ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଇଂରେଜ ସରକାରଙ୍କ ଆଖିରୁ ନିଦ ହଜାଇଥିଲା ଏଇ ମାଟିର ବୀର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସହୀଦ ରେଣ୍ଡୋ ମାଝୀ । ଯାହା ପାଇଁ ତାଙ୍କୁ ଶେଷରେ ଫାଶୀ ଖୁଂଟରେ ଝୁଲିବାକୁ ପଡ଼ିଥିଲା । କଳାହାଣ୍ଡିର ଏହି ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ । ଓ କଳାହାଣ୍ଡିର ମହୁରୀ ପତ୍ରିକା ବିଭିନ୍ନ ସ୍ଥାନରେ ପରିଚିତ ଓ ସବୁ ସାହିତ୍ୟ ସଙ୍ଗଠନ କୁ ନେଇ ଗର୍ବିତ।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସୁସ୍ଥ ସମାଜ ଗଠନ ପାଇଁ ସଫା ମନ ଓ ଖୋଲା ହୃଦୟ ଦରକାର ପ୍ରଥମେ ତାହେଲେ ଯାଇ ସାହିତ୍ୟ ଆଗକୁ ବଢିବ
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ଆଜିର ଯୁଗରେ ସାହିତ୍ୟର ସ୍ଥିତି ଲୋପ ପାଇବାକୁ ବସିଲାଣି ଆଗାମୀ ଯୁବପିଢି ମାନଙ୍କୁ ସାହିତ୍ୟ କୁ ବଞ୍ଚେଇ ବା ପାଇଁ ପ୍ରେରଣା ଦେବା
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ଆମ ଭାଷା ସାହିତ୍ୟ କୁ ବଞ୍ଚେଇ ବିଶ୍ୱ ଦରବାରରେ ପରିଚିତ କରେଇବା
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ମୁଁ ଜଣେ ଛାତ୍ର ଲେଖିବା ଠାରୁ ଅନ୍ୟ ମାନଙ୍କ। ଲେଖା ପଢ଼ିବା
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ଓଡ଼ିଆ ସାହିତ୍ୟକୁ ନେଇ ସୂର୍ଯ୍ୟୋଦୟ ଅନୁଷ୍ଠାନ ଭିନ୍ନ ସ୍ଥାନ ଅଧିକାର କରିଛି l ଓ କୋଣ ଅନୁକୋଣରେ ଥିବା ଲେଖକ ଲେଖିକା ମାନଙ୍କୁ ବହୁ ଯାଗାରେ ପରିଚିତ କରେଇଛି ।
ଶୁଭେଚ୍ଛା, ଆପଣଙ୍କ ଲେଖା ଗୁଡିକ ହୃଦୟସ୍ପର୍ଶୀ ହୋଇଥାଏ । ଆପଣଙ୍କ ସାହିତ୍ୟ ଯାତ୍ରା ସଫଳ ହେଉ ।
ବହୁତ ସୁନ୍ଦର ଚିନ୍ତାଧାରା ସାହିତ୍ୟ କୁ ନେଇ ଅଭିନନ୍ଦନ କବିଙ୍କୁ