ନାମ- ସଞ୍ଜିତା ଦ୍ଵିବେଦୀ
ମାତାଙ୍କ ନାମ-: ରୀନା ରାଣୀ ଦ୍ବିବେଦୀ
ପିତାଙ୍କ ନାମ-: ପୁରୁଷୋତ୍ତମ ଦ୍ଵିବେଦୀ
ଜନ୍ମମାଟି/ଠିକଣା-:ପାଳଲହଡ଼ା, ଅନୁଗୋଳ
ଜନ୍ମ ତାରିଖ- ୨୮-୦୨-୨୦୦୦
ଶିକ୍ଷା ଗତ ଯୋଗ୍ୟତା- ପ୍ରଥମ ବର୍ଷ ଆଇନ ଛାତ୍ରୀ ରୂପେ ଅଧ୍ୟୟନ ରତ
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:- ଯାହାକୁ ନେଇ ସମାଜ ର ପରିକଳ୍ପନା କରାଯାଇ ନ ପାରେ ତାହା ହିଁ ସାହିତ୍ୟ ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ସାହିତ୍ୟ ପ୍ରତି ମୋର ପିଲାବେଳୁ ରୁଚି ଥିଲା । ପ୍ରାୟ ଅଷ୍ଟମ ଶ୍ରେଣୀ ରୁ । ମା’ ହିଁ ମୋର ପ୍ରେରଣା ଥିଲା ।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ମା’ ସକାଳେ ସନ୍ଧ୍ୟା ରେ ଭାଗବତ ପଢନ୍ତି ସେଗୁଡିକ କେମିତି ଲେଖା ହେଉଛି , ଲୋକମାନେ ପଢି ଆନନ୍ଦିତ ହଉଛନ୍ତି କେମିତି । ମୁଁ ବି ଟିକେ ଲେଖିପାରନ୍ତି କି ସେସବୁ ମୋତେ ବିଚଳିତ କରି ପକାଏ । ପରେ ପରେ ମୁଁ କାଗଜ କଲମ ଧରି କିଛି ଲେଖିବାକୁ ଚେଷ୍ଟା କରେ ।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:- କବିତା ଲେଖିବାକୁ ମୁଁ ଅଧିକ ପସନ୍ଦ କରେ । କାରଣ – କବିତା ମାଧ୍ୟମ ରେ ହିଁ ସମାଜ ଓ ପରିବେଶ କୁ ଯଥାର୍ଥ ଭାବରେ ଚିତ୍ରଣ କରାଯାଇପାରେ ।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ମା’ ଓ ଜନ୍ମମାଟି ପରସ୍ପର ବିପରୀତ ହେଲେ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ । ମା’ ଆମକୁ ଦଶ ମାସ ଗର୍ଭ ରେ ଧାରଣା କରିଥାଏ ହେଲେ ଜନ୍ମମାଟି ମୃତ୍ୟୁ ପର୍ଯ୍ୟନ୍ତ ଧାରଣ କରେ ।
ମୋ ଜନ୍ମ ମାଟି ବି ଠିକ୍ ସେମିତି ନିଆରା । ଯାହାର ଶିର ରେ ଶିବ ଶଙ୍କର ବାସ କରୁଥିବା ବେଳେ କୋଳ ରେ ଆଶ୍ରୟ ଦେଇଛନ୍ତି ମା’ କୁଣ୍ଢେଇବୀରା ।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସାହିତ୍ୟ ର ଉନ୍ନତି ହେଲେ ହିଁ ଗୋଟିଏ ସୁସ୍ଥ ସମାଜ ଗଢ଼ାଯାଇ ପାରିବ । କାରଣ ସାହିତ୍ୟ ହିଁ ଆମକୁ ସଂସ୍କାରିତ କରିଥାଏ ।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ଗୋପବନ୍ଧୁ ଦାସ
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ଖୁବ୍ ସଚେ।ନିୟ
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ସମାଜରେ ସାହିତ୍ୟ ଓ ଉନ୍ନତି ବଢୁ ଏବଂ ଲୋକାଦୃତି ହେଉ ।
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ମୁଁ ବୟସ ରେ ବହୁତ ଛୋଟ କିଛି କହିବା ର ଯୋଗ୍ୟତା ଏ ଯାଏଁ ମୋର ନାହିଁ ତଥାପି କହିବାକୁ ଚାହିଁବି କି ସାହିତ୍ୟ ର ଉନ୍ନତି ହେଲେ ସମାଜ ର ଉନ୍ନତି ହେବ।
ତେଣୁ ସାହିତ୍ୟ କୁ ଭଲ ପାଇବା ଠିକ୍ ଯେପରି ପ୍ରେମିକା ଟିଏ ପରି ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ସୂର୍ଯ୍ୟାଦୟ ଭାଷା ପ୍ରତିଷ୍ଠାନ ର ସମ୍ପାଦକ ତଥା ସମସ୍ତ କର୍ମକର୍ତ୍ତା ଙ୍କୁ ଭୂମିଷ୍ଟ ପ୍ରଣାମ । ଆପଣଙ୍କ ଅଭିନବ ପ୍ରୟାସ ଜାରି ରହୁ । ଏହି ପ୍ରତିଷ୍ଠାନ ର ଉନ୍ନତି କାମନା କରୁଛି ।
ଧନ୍ୟବାଦ 🙏
ଶୁଭେଚ୍ଛା ଆପଣଂକୁ । ଲେଖା ଗୁଡ଼ିକ ସରଳ ହୃଦୟସ୍ପର୍ଶୀ ହୋଇଥାଏ । ସାହିତ୍ୟ ଯାତ୍ରା ସଫଳ ହେଉ ଆପଣଙ୍କର ।