April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସୂର୍ଯ୍ୟୋଦୟ ନବ ସମ୍ଭାବନା – ୨୦୨୧ ରେ ଚାଲନ୍ତୁ ମନ ଖୋଲା ହେବା ଯାଜପୁର ଜିଲ୍ଲାର ପ୍ରିୟଦର୍ଶିନୀ ପୁରବୀ ମହାନ୍ତି ଙ୍କ ସହିତ*

ନାମ- ପ୍ରିୟଦର୍ଶିନୀ ପୁରବୀ ମହାନ୍ତି ( ପି.ପୁରବୀ ମହାନ୍ତି )
ମାତାଙ୍କ ନାମ-: ଶ୍ରୀମତୀ ପ୍ରଭାତ ନଳିନୀ ମହାନ୍ତି ( ଗୃହିଣୀ )
ପିତାଙ୍କ ନାମ-: ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତି ( ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ )
ଜନ୍ମମାଟି/ଠିକଣା-: ସ୍ଥାୟୀ ଠିକଣା ଦଶରଥପୁର , ଯାଜପୁର ଆଉ ବର୍ତ୍ତମାନ ଅବସ୍ଥିତି ବଣାଇଁଗଡ଼ , ସୁନ୍ଦରଗଡ଼
ଜନ୍ମ ତାରିଖ – ୨୭/୧୨/୧୯୯୨
ଶିକ୍ଷା ଗତ ଯୋଗ୍ୟତା – ସ୍ନାତକୋତ୍ତର ଓଡ଼ିଆ ବିଭାଗ , ରେଭେନ୍ସା ବିଶ୍ୱବିଦ୍ୟାଳୟ

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- କୁହାଯାଏ ଯାହା ସମାଜର ହିତ ସାଧନ କରେ ତାହା ସାହିତ୍ୟ । ସମାଜର ଦର୍ପଣ ସାହିତ୍ୟ । ସାହିତ୍ୟ ଏଭଳି ଏକ ମୁକ୍ତ ବାତାବରଣ ସୃଷ୍ଟିକରେ ଯେଉଁଠାରେ ଜୀବନ ର ସ୍ଵାଦ ମିଳେ । ଅକୁହା ରୂପ ପାଏ , ହୃଦୟ ଘର ତୋଳେ । ସମାଜ ନିକଟତର ହୁଏ । ଯଥାର୍ଥରେ ସାହିତ୍ୟ କୁ ନିର୍ଦ୍ଧିଷ୍ଟ ସଂଜ୍ଞା ରେ କେବେହେଲେ ବନ୍ଧା ଯାଇ ପାରିବ ନାହିଁ ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:- ଛୋଟ ଥିଲା ବେଳେ ବର୍ଣ୍ଣବୋଧ ଆଉ ଅନ୍ୟ ଗପ ବହିସବୁ ପଢ଼ୁଥିଲି । କଲେଜ ସମୟରେ ଖବର କାଗଜରେ ଥିବା ସାହିତ୍ୟ ପୃଷ୍ଠା କୁ ପଢି ଯେଉଁ ଭାବନା , ଲେଖା କିମ୍ବା ମହାପୁରୁଷ ଙ୍କ ବାଣୀ ସବୁ ଭଲ ଲାଗେ ତାକୁ ଡାଏରୀ ରେ ଲେଖି ରଖେ ତାପରେ କଲେଜ ବାର୍ଷିକ ପତ୍ରିକା ମାନଙ୍କରେ ଲେଖା ଦେଲି । ସତ କହିବାକୁ ଗଲେ ରେଭେନ୍ସା ରୁ ଏ ସାଧନା ଅବ୍ୟାହତ ଜାରି ରହିଛି ।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ଏମିତି କିଛି ଘଟଣା ନୁହେଁ ବରଂ କହିବାକୁ ଗଲେ ମାେ ବାପା , ବୋଉ , ଦୁଇ ଭାଇ ଆଉ ଗୁରୁଜନ ମାନେ ମୋତେ ଲେଖିବାକୁ ଅନେକ ଉତ୍ସାହିତ କରି ଆସିଛନ୍ତି ଆଉ ଏବେ ମଧ୍ୟ କରୁଛନ୍ତି । ବାପା ସବୁବେଳେ କୁହନ୍ତି କି ଝିଅ ମାନେ ଖାଲି ବାହା ହୋଇ , ପିଲା ଛୁଆ ଜନ୍ମ କରିବାକୁ ସଂସାରକୁ ଆସିନାହାନ୍ତି । ସେମାନଙ୍କୁ ପ୍ରଥମେ ନିଜ ଗୋଡ଼ରେ ଛିଡ଼ା ହେବା ଉଚିତ୍ ,ସ୍ୱାଧୀନ ହୋଇ ନିଜକୁ ଆଉ ନିଜ ମତକୁ ସମ୍ମାନ ଭାବେ ଗଢିତୋଳିବା ମୁଖ୍ୟ । ତେଣୁ ତାଙ୍କ ଏଭଳି ଭାବନା ବହୁ ମାତ୍ରାରେ ମୋତେ ଏ ଦିଗ ପ୍ରତି ଅଗ୍ରସର କରେଇଛି ।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:- କବିତା ଓ ଗଳ୍ପ ଉଭୟ ଭଲଲାଗେ । ମାତ୍ର ଗଳ୍ପ ବିଭାଗରେ ନିଜକୁ ଆଉ ମୋ ଭାବନା କୁ ପାଠକ ଆଗରେ ଏକ ରୋମାଞ୍ଚକର କାହାଣୀ ମାଧ୍ୟମରେ ଥୋଇବାକୁ ଭଲ ଲାଗେ । ମନସ୍ତାତ୍ତ୍ୱିକ , ସାମାଜିକ ଏବଂ ନାରୀ କୈନ୍ଦ୍ରିକ ଗଳ୍ପ ବହୁତ ପସନ୍ଦ ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- କହିବାକୁ ଗଲେ ମୋର ଦୁଇଟି ଜନ୍ମ ମାଟି । ଗୋଟିଏ ଜନ୍ମଭୂମି ଆଉ ଏକ କର୍ମଭୂମି । ଗୋଟିଏ ମାଆ ବିରଜା କ୍ଷେତ୍ର ଯାଜପୁର ଏବଂ ଅନ୍ୟଟି ସୁନ୍ଦରଗଡ଼ ର ବାବା ବାଣେଶ୍ୱର ପୀଠ ବଣାଇଁଗଡ଼ । ମୁଁ ଗର୍ବିତ ଏବଂ ଅତ୍ୟନ୍ତ ସହଜ ଅନୁଭବ କରେ ଉଭୟ ସ୍ଥାନରେ ।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ଏହା ଅତ୍ୟନ୍ତ ଉପଯୋଗୀ । ସାହିତ୍ୟ କୁ ଛାଡି ସୁସ୍ଥ , ସହଜ ଏବଂ ସାବଲୀଳ ସମାଜ ର ପରିକଳ୍ପନା କରାଯାଇ ପାରେନାହିଁ ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- ଅନେକ ଲେଖକ ଙ୍କୁ ପଢିଛି , ବୁଝିଛି ଆଉ ହୃଦୟରେ ଆନନ୍ଦିତ ଅନୁଭବ କରିଛି । ଫକୀରମୋହନ ସେନାପତି , ଗୋପୀନାଥ ମହାନ୍ତି , ଅଖିଳ ମୋହନ ପଟ୍ଟନାୟକ , ରାମଚନ୍ଦ୍ର ବେହେରା , ଜଗଦୀଶ ମହାନ୍ତି , ଶରତ କୁମାର ମହାନ୍ତି ଏଭଳି ଅନେକଙ୍କ ଲେଖା ଅତ୍ୟନ୍ତ ଚମତ୍କାର ଲାଗେ । ଇଁରାଜୀ ର William Shakespeare ଏବଂ T. S. Eliot ଙ୍କ ଲେଖା ଭଲ ଲାଗେ ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ଏ କ୍ଷେତ୍ରରେ ନୂତନ ଯୁବ ପିଢୀଙ୍କ ଉତ୍ସାହ ପ୍ରଶଂସନୀୟ । ଓଡ଼ିଆ ଭାଷା ସାହିତ୍ୟ ରେ ଲେଖନୀ ଚାଳନା କରିବାରେ ଅତ୍ୟନ୍ତ ଆନନ୍ଦର ସହ ଅଗ୍ରସର । ଏତିକି ଆଶା ଭରସା ଓଡ଼ିଆ ସାହିତ୍ୟ ର ମାନ ମର୍ଯ୍ୟାଦା ସମ୍ମାନ ବଢୁ ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:- ଓଡ଼ିଆ ଭାଷା ସାହିତ୍ୟ କୁ ନେଇ କୌଣସି ବ୍ୟବସାୟ ନ ହେଉ । ଆଜିକାଲି ଇଁରାଜୀ ହିନ୍ଦୀ ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ମୋ କହିବା କଥା କି ଇଁରାଜୀ ହିନ୍ଦୀ କୁ ଭଲ ପାଅ ସମ୍ମାନ ମଧ୍ୟ ଦିଅ ମାତ୍ର ସେ ଭିତରେ ନିଜ ମାତୃଭାଷା ସାହିତ୍ୟ କୁ ଯେପରି ଭୁଲି ନଯାଅ । ହୃଦୟ ର ଭାଷା ଓଡ଼ିଆ ସାହିତ୍ୟ ପ୍ରତି ଭଲପାଇବା ସଦା ରହିଥାଉ । ମାତୃଭୂମି ଏବଂ ମାତୃଭାଷାର ଟେକ ଗଗନ କୁ ସ୍ପର୍ଶ କରୁ ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ? ମୋ ପ୍ରିୟ ପାଠକ/ପାଠିକା ମାନଂକୁ ଏତିକି କହିବି କି ମାେ ଲେଖା , ବହି ( ଦୁଇ ଅନିଶ୍ଚିତ ଜଗତ ଏବଂ ଖୋଲା ହୃଦୟ ) ପଢ଼ିବେ ଆଉ ନିଷ୍କପଟ ସ୍ୱଚ୍ଛନ୍ଦରେ ମତାମତ ଦେବେ । କୌଣସି ପ୍ରକାର ଜୋର୍ ଜବରଦସ୍ତି ପ୍ରଶଂସା ପାଇବାକୁ ମୁ ପ୍ରଥମରୁ ପଛଘୁଞ୍ଚା ଦେଉଛି ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ଯୁବ ପୀଢ଼ି ମାନଙ୍କ ଠାରୁ ଆରମ୍ଭ କରି ସମାଜର ଅନେକ ବଣର ମଲ୍ଲି ମାନଙ୍କୁ ସୁଯୋଗ ଦେଇ ତାଙ୍କ ଭାବନା କୁ ସମ୍ମାନ ଯୋଗାଇ କଲମ ମୁନରେ ଅସରନ୍ତି ନିର୍ଝରଣୀ ପ୍ରଦାନ କରୁଥିବାରୁ ଆନ୍ତରିକ ଧନ୍ୟବାଦ ସହ ସାଧୁବାଦ ।

Loading

Leave a Reply

Your email address will not be published. Required fields are marked *