ନାମ- ତପନ କୁମାର ସାହୁ
ମାତାଙ୍କ ନାମ-: ସାବିତ୍ରୀ ସାହୁ
ପିତାଙ୍କ ନାମ-: କ୍ଷମରାଜ ସାହୁ
ଜନ୍ମମାଟି/ଠିକଣା-: ଟକାରୁମାଲ, ରିଞ୍ଜା,
ଜନ୍ମ ତାରିଖ : 30 : 12 : 1991
ଶିକ୍ଷା ଗତ ଯୋଗ୍ୟତା : +3 ଆର୍ଟ୍ସ
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:- ସୁଦୃଢ ସମାଜର ପ୍ରତିଛବି ସାହିତ୍ୟ l ସାହିତ୍ୟ ବିନା ଜୀବନ ଓ ସମାଜ ବଞ୍ଚିବା ଅସମ୍ଭବ l
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ମୁଁ ସପ୍ତମ ପଢ଼ୁଥିବା ସମୟରେ ସାହିତ୍ୟରେ ଶୂନ୍ୟ ମାର୍କ ପାଇବା ପରେ ଆଗକୁ ସାହିତ୍ୟ ପ୍ରତି ଦୁର୍ବଳତା ବଢିବା ଆରମ୍ବ ହେଇଥିଲା l ମୋ ସାହିତ୍ୟ ଜୀବନର ପ୍ରେରଣାର ଉତ୍ସ ହେଉଛନ୍ତି ମୋ ଜେଜେବାପା ତାଙ୍କ ନାଟକ ପଢି ପଢି ନିଜକୁ ଆଗେଇ ପାରିଛି l
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ସପ୍ତମ ଶ୍ରେଣୀର ସେହି ବିଫଳତା ହିଁ ମୋତେ ଆଗକୁ ବଢିବାର ପ୍ରେରଣା ଦେଲା ଆଉ ସେହି ଦିନଠୁ ସାହିତ୍ୟକୁ ନେଇ ବଞ୍ଚି ଆସିଛି ll
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:- କବିତା ଲେଖିବାକୁ ବହୁତ ପସନ୍ଦ ଲାଗେ, ପ୍ରଥମ କବିତା ଲେଖିବାର ଆରମ୍ଭ କରିଥିବାରୁ ସେହିଦିନଠୁ କବିତାହିଁ ମୋର ଦୁର୍ବଳତା ହେଇଯାଇଛି l
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ସାରା ବିଶ୍ୱ କଳାହାଣ୍ଡିକୁ ବିଦ୍ରୁପ ଦୁଷ୍ଟିରେ ଦେଖୁଥିବାବେଳେ ତାହାରି ସ୍ଥାନ ବହୁ ଉଚ୍ଚରେ l କଳାହାଣ୍ଡି ନିଜ ସଂସ୍କୃତି, ପରମ୍ପରା ସାହିତ୍ୟକୁ ନେଇ ସବୁ ଜିଲ୍ଲାଠୁ ଦୁଇପାଦ ଆଗରେ ରହିଛି l କଳାହାଣ୍ଡିର ସର୍ବପ୍ରଥମ ଜଗନ୍ନାଥ ମନ୍ଦିର ଥିବା “ଟକାରୁମାଲ “ରେ ମୋର ଜନ୍ମ l ଯେଉଁ ଗାଁ ଲୋକ ଲୋଚନାରେ ନ ଆସିଲେ ମଧ୍ୟ୍ୟ ନିଜ ହୃଦୟରେ ସାହିତ୍ୟ, ସଂସ୍କୃତିକୁ ବହୁ କଷ୍ଟ ସହି ଆଗେଇ ଚାଲିଛି l
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସୁସ୍ଥ ସମାଜ ପାଇଁ ସାହିତ୍ୟର ଭୂମିକା ଏବେ କ୍ଷିଣ ହେବାରେ ବସିଛି, କାରଣ ଆଜି ପାଠକ ସାହିତ୍ୟ ପ୍ରତି ରୁଚି ରଖିନାହାନ୍ତି, ଆଉ ପାଠକଙ୍କୁ ନେଇ ଆମେ ସୁସ୍ଥ ସମାଜ ଗଠନ କରିପାରିବା l
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ଗବେଷକ ପରମେଶ୍ୱର ମୁଣ୍ଡ
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- କବିତ୍ଵ ହୀନ କବିଙ୍କର ଅଗଣାରେ ପ୍ରକୃତ ସାହିତ୍ୟିକ ଅଣନିଶ୍ୱାସୀ ହେଉଛନ୍ତି l
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:-| ନିଜ ଅଞ୍ଚଳର ଲୁପ୍ତ ପ୍ରତିଭା ତଥା ସାହିତ୍ୟ ପାଇଁ ନିସ୍ଵାର୍ଥ ସେବା ଜଣେ ସାହିତ୍ୟିକଙ୍କର ଲକ୍ଷ୍ୟ ହେବା ଉଚିତ l
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ପ୍ରଥମେ ପାଠକ ହେବା ପ୍ରଚୁର ଅଧ୍ୟୟନ ହିଁ ସୁସାହିତ୍ୟିକ ହେବାର ଆଶାକୁ ଉଜ୍ଜୀବିତ କରେ l ତେଣୁ ଆମେ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ଓଡ଼ିଆ ସାହିତ୍ୟ ଆକାଶରେ ସୂର୍ଯ୍ୟୋଦୟ ଅନୁଷ୍ଠାନ ଭିନ୍ନ ସ୍ଥାନ ଅଧିକାର କରିଛି l ସ୍ୱାଭିମାନର ପ୍ରତିଛବି ରୂପେ ସାରା ଓଡିଶାରୁ ଯାଇ ଭାରତ ତଥା ଭାରତ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ କରିପାରିଛି ll
ଆପଣ ଙ୍କ ଲେଖା ଅତ୍ଯନ୍ତ ମନଛୁଆଁ। ଆପଣ ଙ୍କ ଲେଖା ଆହୁରି ସୁନ୍ଦର ହେଉ।
ଆପଣଙ୍କ ମନରେ ଅହମିକା ବୋଲି ଚେନାଏ ବି ନାଇ ଆପଣଙ୍କ ହୃଦୟ ଯେମିତି ଦୀପ୍ତ ଲେଖା ବି ସେମିତି ଦୀପ୍ତ ଆଗେଇ ଚାଲ ଭାଇ କାଳିଆଙ୍କ ନିକଟରେ ପ୍ରାର୍ଥନା ଭବିଷ୍ୟତରେ ଆହୁରି ଉନ୍ନତ ମାନର କବି ଟିଏ ହୋଇ ଟେକ ରଖ
ତୁମ ନାମ ସିନା ତପନ ହେଲେ ତୁମ ଲେଖାଗୁଡ଼ିକ ବି ଠିକ୍ ସେହି ତପନ ପରି ଉଜ୍ଜଳ ,କେବେ ତୁମ ଲେଖାରେ ଏ ଅନ୍ଧକାର ସମାଜ ଆଲୋକିତ ହୁଏ ତ ଆଉ କେତେବେଳେ ତୁମ ଲେଖାରେ ମୁଗ୍ଧ ହୋଇ ହଜିବାକୁ ଇଚ୍ଛା ହୁଏ । ଭଗବାନ କରନ୍ତୁ ତୁମେ ବହୁତ ଆଗକୁ ଯାଅ
ମଣିଷ ପରି ମଣିଷଟିଏ, ଲେଖା ହୃଦୟ ଚୋରେଇ ନିଏ । ଆପଣଙ୍କ ସାହିତ୍ୟ ପ୍ରତି ଥିବା ଅସୀମ ଭଲପାଇବା ନୂଆ ପରିଚୟ ଟିଏ ଦେବ ଆପଣଂକୁ । ସମ୍ପାଦନାର ହେଉ ବା ଶବ୍ଦକୁ ଗୁନ୍ଥିବାରେ ହେଉ ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରନ୍ତି । ଈଶ୍ୱର ସଦା ଖୁସି ରଖନ୍ତୁ, ସାହିତ୍ୟ ସାଧନା ଜରିରହୁ ଓ ଆମକୁ ସୁନ୍ଦର ସୁନ୍ଦର ସୃଷ୍ଟି ଭେଟିଦେଉଥାନ୍ତୁ ।
ଆପଣଙ୍କ କବିତାର ଶବ୍ଦ ସଂଯୋଜନା ଖୁବ୍ ମନ ଲୋଭl sir…
ଆଗାମୀ ଦିନରେ ଆପଣ ଉଚ୍ଚ ଆସନ ଅଳଙ୍କୃତ କରନ୍ତୁ ଏହା ଆମର ଭାଗବାନଙ୍କଠାରେ ପ୍ରାର୍ଥନା l
ଆପଣ ଜଣେ ଭଲ ହୃଦୟର ମଣିଷ।