ନାମ-: ଅଂଶୁମାନ ସାହୁ
ମାତାଙ୍କ ନାମ-: କବିତା ସାହୁ
ପିତାଙ୍କ ନାମ-: ପ୍ରଶାନ୍ତ କୁମାର ସାହୁ
ଜନ୍ମମାଟି/ଠିକଣା-: ପାଟପୁର, ଚଟୁଆ, କୁଜଙ୍ଗ, ଜଗତସିଂହପୁର
ଜନ୍ମ ତାରିଖ-: ୦୩/୦୪/୨୦୦୦
ଶିକ୍ଷା ଗତ ଯୋଗ୍ୟତା – ସ୍ନାତକ, ପଦାର୍ଥ ବିଜ୍ଞାନ ସମ୍ମାନ (BSc, Physics Hons)
ପେସା – ଛାତ୍ର
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:- ସାହିତ୍ୟର ବର୍ଣ୍ଣାଢ୍ୟତା ଓ ବିବିଧତାକୁ ଏକ କ୍ଷୁଦ୍ର ସଂଜ୍ଞା ଦ୍ଵାରା ଦର୍ଶାଯାଇ ପାରିବ କି !
ତଥାପି ମୋତେ ଲାଗେ, ସମାଜର ହିତ ସାଧନ କରିବାର ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ ସାହିତ୍ୟ l
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ସ୍କୁଲ୍ ସମୟରୁ, ପିଲାଦିନୁ ଜହ୍ନମାମୁଁ ଓ ଶ୍ରେଣୀରେ ସାହିତ୍ୟ ବହି ପଢ଼ାଯିବା ସମୟତକ ମୁଁ ବେଶ୍ ଉପଭୋଗ କରେ, ଗଦ୍ୟ, ପଦ୍ୟ ଅବା ଗଳ୍ପ ଯାହା ବି ହେଉ, ମୁଁ ବିଭୋର ହୁଏ l ଏହିପରି ସାହିତ୍ୟ ପ୍ରତି ରୁଚି ସ୍ୱତଃପ୍ରବୃତ୍ତ ଭାବେ ମୋ ଭିତରକୁ ଆସିଛି l ଏମିତିରେ ବାପା, ମାଆ, ପରିବାରର ସଦସ୍ୟ, ସାଙ୍ଗ ସାଥି ଏବଂ ସର୍ବୋପରି ମୁଁ ପଢିଥିବା ପ୍ରତ୍ୟକ କବି ଓ ଲେଖକ ମୋର ପ୍ରେରଣାର ଉତ୍ସ ବୋଲି ମୁଁ ଗ୍ରହଣ କରେ l
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର -: ମନେ ଅଛି ମୋର, ଯେବେ ମନୋଜ ଦାସଙ୍କ ଅନେକ ସ୍ମିତହାସ୍ୟ ପଢ଼ା ହେଲା ଶ୍ରେଣୀରେ, ଗପ ସରିବା ବେଳକୁ ମୋ ଓଠରେ ବି କେଉଁଠି ସ୍ମିତହାସ୍ୟଟେ ଆସିଯାଇଥିଲା, ମୋର ମନେ ହେଲା ସାହିତ୍ୟର ଏ ଶକ୍ତି ଅଛି ଯେ ହସାଇ ପାରେ, କନ୍ଦାଇ ପାରେ, ମାନସିକତା ଓ ଚିନ୍ତନ ଓ ମନନଶକ୍ତିକୁ ପ୍ରଭାବିତ କରି ପାରେ l ପ୍ରାରମ୍ଭିକ ପର୍ଯ୍ୟାୟରେ ଗପ ପଢିବା ପ୍ରତି ମୁଁ ବେଶ୍ ଆଗ୍ରହୀ ହୋଇ ଉଠିଲି l ଜହ୍ନମାମୁଁ ତ ପିଲାଦିନରୁ ଖୁବ୍ ପ୍ରିୟ ଥିଲା l ପରେ “କଥା” ପତ୍ରିକା ପଢିବାକୁ ଆରମ୍ଭ କଲି l ଏମିତି ପଢିବା ଭିତରେ ସାହିତ୍ୟର ପ୍ରେମରେ ପଡ଼ିଲି l ପ୍ରେରଣା କଥା କହିଲେ, ମୁଁ ପ୍ରଥମେ ସେମିତି ଲେଖାଲେଖି କରି ନଥିଲି, ଦିନେ କଥା ନବପ୍ରତିଭା ପ୍ରତିଯୋଗିତା ବିଷୟରେ ଜାଣିବାକୁ ପାଇଲି l ମା ଶାରଳାଙ୍କ ଆଶୀର୍ବାଦରୁ ଛୋଟ ଗପଟିଏ ଲେଖିବା ସମ୍ଭବ ହୋଇ ପାରିଲା l ମୁଁ ତ ଏମିତି ପଠେଇ ଦେଇଥିଲି ପତ୍ରିକାକୁ l ତେବେ ଅପ୍ରତ୍ୟାଶିତ ଭାବେ ମୋ ଗଳ୍ପ ‘ପେଟ ପୁରିଲେ ସିନା’ ସମଗ୍ର ଓଡ଼ିଶାରୁ ଆସିଥିବା ଚାରିଶହ ଗଳ୍ପ ଭିତରେ ଶ୍ରେଷ୍ଠ ଦଶଟି ଗଳ୍ପ ଭିତରେ ସ୍ଥାନ ପାଇଲା ଓ କଥା ନବପ୍ରତିଭା ପୁରସ୍କାର ମଧ୍ଯ ମିଳିଲା ଉକ୍ତ ଗଳ୍ପ ପାଇଁ l ସେବେ ଆତ୍ମବିଶ୍ୱାସ ଆସିଲା ନିଜ ସୃଜନଶୀଳତାକୁ ନେଇ l
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:- ଉଭୟ ଗଳ୍ପ ଓ କବିତା ଲେଖିବାକୁ ମୁଁ ଆଗ୍ରହୀ ଥାଏ ସମାନ ଭାବରେ l ନାଟକ, ଉପନ୍ୟାସ ପଢିବାକୁ ବି ସମଭାବରେ ଉତ୍ସାହୀ ଥାଏ l ସାହିତ୍ୟକୁ ହିଁ ଭଲ ପାଏ, ତନ୍ମଧ୍ୟରୁ କେଉଁ ଗୋଟିକୁ ବାଛିବା ଓ ସେଥିପାଇଁ କାରଣ ଦେବା ମୋ ପକ୍ଷେ କଷ୍ଟକର ବ୍ୟାପାର l
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର -: ଜନ୍ମମାଟିର ମୋହକୁ ବୋଧହୁଏ ମୁଁ ଜୀବନର ଶେଷ ଯାଏ ଏଡ଼ାଇ ଯାଇ ପାରିବିନି ; ଜନ୍ମମାଟିର ସବୁ ସୁନ୍ଦର୍ l ଜନ୍ମମାଟିର ପାଣିଠୁ ନେଇ ପବନ ଯାଏ ଯେଉଁ ଶାନ୍ତି, ତୃପ୍ତି ଓ ସନ୍ତୁଷ୍ଟିତକ ଅନ୍ୟ କେଉଁଠି ମୁଁ ପାଇ ପାରିନି l ଯେଉଁଠି ବି ଥାଏ, ଯେଉଁଠିକୁ ଯାଏ, ମୋ ଜନ୍ମମାଟି ମୋ ପାଇଁ ସବୁବେଳେ ମହୀୟସୀ ହୋଇ ରହିଥିବ l ମା କୁ କଣ କିଏ ଭୁଲି ପାରେ ନା ତା ପଣତକାନିକୁ ପାଶୋରି ପାରେ ଯେ !
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର -: ମୋ ପାଇଁ ସାହିତ୍ୟ ସମାଜର ହିତ ସାଧନ ନିମିତ୍ତ ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ l
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର -: ଭଲ ଲେଖାଟିଏର ସୃଷ୍ଟିକର୍ତ୍ତା ଭଲ ଲାଗନ୍ତି, ଏପରି ଅନେକ ଲେଖା ମୋତେ ଖୁବ୍ ଭଲ ଲାଗିଛି, ମୁଁ ଶିଖିଛି, ପ୍ରଭାବିତ ହୋଇଛି, ପ୍ରେରଣା ପାଇଛି ତାର ଅନ୍ତର୍ନିହିତ ଭାବ ଓ ଅର୍ଥରୁ, ସେ ସଭିଏଁ ମୋର ପ୍ରିୟ ଓ ସେସବୁର କବି ଓ ଗାଳ୍ପିକ ମାନେ ବି…. ସାରଳା ଦାସଙ୍କ ଓଡ଼ିଆ ମହାଭାରତଠୁ ନେଇ ଗୋପବନ୍ଧୁ ଓ ମଧୁବାବୁଙ୍କ କାବ୍ୟ କବିତା, କବିବର ରାଧାନାଥ ରାୟ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ‘ଛୋଟ ମୋର ଗାଁ ଟି’ର ରଚୟିତା ସଚ୍ଚିଦାନନ୍ଦ ରାଉତରାୟ, ବ୍ୟାସକବି ଫକୀର ମୋହନ ସେନାପତି, ମନୋଜ ଦାସ, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ରମାକାନ୍ତ ରଥ, ଗୌରହରି ଦାସ, ଦେବଦାସ ଛୋଟରାୟ ଏବଂ ଅନେକ ପ୍ରଥିତଯଶା ସାହିତ୍ୟିକ ମୋର ସବୁବେଳେ ପ୍ରିୟ l
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର -: ମୁଁ ଉତ୍ସାହିତ ଓଡ଼ିଆ ସାହିତ୍ୟର ବର୍ତ୍ତମାନକୁ ନେଇ, ମୋବାଇଲ୍ ଯୁଗରେ ବି ତରୁଣ ଯୁବପିଢ଼ିଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆଗ୍ରହ କ୍ରମଶଃ ବଢିବାରେ ଲାଗିଛି l ତେବେ ଏଇ ଆଗ୍ରହକୁ ବଜାୟ ରଖିବାକୁ ହେଲେ ଏଇଟିକୁ ଏକ ଆନ୍ଦୋଳନର ରୂପ ଦେବାକୁ ହେବ l ଭଲ ସାହିତ୍ୟ ସୃଷ୍ଟି ଓ ତାକୁ ପାଠକ ମାନଙ୍କ ପାଖରେ ପହଞ୍ଚାଇବାର ପ୍ରକ୍ରିୟାକୁ ଆହୁରି ଶାଣିତ, ସ୍ଵଚ୍ଛଳ କରିବାକୁ ହେବ l
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର -: ସ୍ଵପ୍ନ ତ ଅନେକ l ଆମ ଓଡ଼ିଆ ସାହିତ୍ୟ ବିଶ୍ଵ ସ୍ତରରେ ସୁପରିଚିତ ହେବ, ଏହା ମୋର ଶେଷତମ ଇଚ୍ଛା l
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉତ୍ତର -: ସଭିଙ୍କୁ ପଢ଼ନ୍ତୁ ଓ ସାହିତ୍ୟକୁ ଭଲ ପାଆନ୍ତୁ l
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନ ଯେ ନିଃସ୍ୱାର୍ଥପର ଭାବେ ସାହିତ୍ୟର ସମୃଦ୍ଧି ଦିଗରେ ତୃଣମୂଳ ସ୍ତରରେ ନିରନ୍ତର ପ୍ରଯତ୍ନ କରୁଛି, ନିଶ୍ଚିତ ଭାବେ ଓଡିଶାର ସାହିତ୍ୟିକ ଓ ପାଠକ ମାନଙ୍କ ମଧ୍ୟରେ ଉତ୍ତରଣ ଆଣିବାରେ ସମ୍ଭବ ହେବ l ମା ଶାରଳାଙ୍କ ପାଖରେ ଅନୁଷ୍ଠାନର ଅଗ୍ରଗତି ପାଇଁ ଅଜସ୍ର ପ୍ରାର୍ଥନା ଓ ପ୍ରତିଷ୍ଠାନର କାର୍ଯ୍ୟକର୍ତ୍ତା ସଭିଙ୍କୁ ଅଶେଷ ଧନ୍ୟବାଦ ଓ ସୁମନାସ l
.
Muchos Gracias for your article.Really looking forward to read more. Want more.
Really Bhai ଭାଷା ରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ , r u great ….. always support u ….
ଏମିତି ସାହିତ୍ୟ ବାରିରେ ଆମକୁ ଭିଜଉ ଥାଅ।ଆଗକୁ ଆଗକୁ ଏମିତି ମାଡି ଚାଲ।
କଲମ କେବେ ଥକି ନ ଯାଉ!
ଅନେକ ଅନେକ ଭଲ ପାଇବା❤️।
congratulations broo
ଧନ୍ୟବାଦ ଭାଇ ; ଆପଣଙ୍କ ପାଠକୀୟତା ଯେ ମୋ ପାଇଁ କୋଟି ନିଧି ସହିତ ସମାନ୍, ଏଥିରେ କୌଣସି ଅତ୍ୟୁକ୍ତି ନାହିଁ….
ମନେ ଅଛି ମୋର, କଥା ରେ ମୋର ଗଳ୍ପ “ସବୁଥିରୁ ବଞ୍ଚିତ କରି” ପଢି ଆପଣ ଫୋନ୍ କରିଥିଲେ ସୁଦୂର ଖଲ୍ଲିକୋଟରୁ…. ଗପକୁ ନେଇ ଆପଣଙ୍କ ନିରପେକ୍ଷ ମତ ରଖିଥିଲେ ; ସେଇ ତକ ମୋ ପାଇଁ ଅନ୍ୟତମ ଶ୍ରେଷ୍ଠ ଉପଲବ୍ଧି ହୋଇ ରହିଥିବ ଆଜୀବନ…..
ଆପଣ ଯେ ଅନାୟାସରେ ସଠିକ୍ ପର୍ଯ୍ୟବେକ୍ଷଣ କରନ୍ତି ମୋର ଲେଖାକୁ, ଭଲ ମନ୍ଦ ସବୁତକ ବତେଇ ଦିଅନ୍ତି,, ଆପଣଙ୍କ ଯୋଗୁ ହିଁ ଏ ଉତ୍ତରଣ ସମ୍ଭବ ହୋଇଛି ଏବଂ ଆହୁରି ଉତ୍ତମ କରାଇଛି ମୋର କଥାକୁ ଆକାର ଦେବାର ଶକ୍ତିକୁ….
ଧନ୍ୟବାଦ, ଏମିତି ଆପଣଙ୍କ ସ୍ନେହାଶିଷ ଥାଉ….
ଅଂଶୁ ତୁମକୁ ଅଶେଷ ଅଶେଷ ଶୁଭେଚ୍ଛା। ତମେ ଯେମିତି ଅନ୍ୟକୁ ଖୁସି ରଖୁଛ ତୁମ ଗଳ୍ପ ବି ଅନ୍ୟ ମାନଙ୍କ ମନରେ ଖୁସି ଭରିଦିଏ। ତମର ଚଲାପଥ ସଦା କୁସୁମିତ ହେଉ ଏହା ମୋର କାମନା।
Anshu Vai madichal
Thanks to ” କବିତା ma’am”& “ପ୍ରଶାନ୍ତ sir “,bcz of your lovly diamond always shining
Congratulations bhai.
ହୃଦୟରୁ ଅସରନ୍ତି ଧନ୍ୟବାଦ
Nice… Maa Sarala bless u always & fulfill ur all dreams Go ahead…..
Nice…Maa sarala bless always & fulfill ur all dreams go ahead…….
Congratulations
Life is nothing without any goal ur the person think that u can achive everithing in ur life. I hope for ur bright future. All the best.
ଭବିଷ୍ୟତରେ ଭଲ ଲେଖକ ସହ ଜଣେ ପ୍ରଶାସକ ଭାବେ ତୁମକୁ ଦେଖିବାକୁ ଇଛା।
Very good anshu.carry on.
congrats bro
ନବୋଦୟ ସୂର୍ଯ୍ୟ ର କିରଣ ଭଳି ତୁମ ପ୍ରତିଭା। ଅଦୂର ପର୍ଯ୍ୟନ୍ତ ଆଲୋକିତ କରୁଥାଏ।
ଖୁବ୍ କମ୍ ବୟସରୁ ଫୁଟିଉଠିଥିବା ତୁମ ଲେଖକ ଜୀବନର ମହକ, ବହୁଦୂର ପର୍ଯ୍ୟନ୍ତ ଛୁଟି ଚାଲୁଥାଏ। ତୁମ ସାକ୍ଷାତକାର ର ପ୍ରତ୍ୟେକ ଉତ୍ତର ଅତି ଚମତ୍କାର। ତୁମ ଚଲାପଥ କୁସୁମିତ ହେଉ। ତୁମ ପ୍ରତିଭା ର ଡୋରି ରେ ଅନେକ ଲୋକପ୍ରିୟତା ତୁମେ ହାସଲ କରି ବାନ୍ଧି ଚାଲ। ତୁମ ଉଜ୍ଜ୍ୱଳ ଭିବିଷ୍ୟତ କାମନା କରେ।
ଧନ୍ୟବାଦ ଦିଦି, ତୁମ ପ୍ରେରଣା ମୋତେ ଯତ୍ନବାନ୍ କରାଉ ଥାଉ ପ୍ରତିଥର ଏମିତି….
ମୋ ସାହିତ୍ୟ ସାଧନାରେ ତୁମର ଭୂମିକା ମୁଁ ସବୁବେଳେ ମନେ ରଖିଥିବି….
Anshuman congratulations.
Congratulation Anshuman
Congratulations
Congratulations bro
ଅତ୍ୟନ୍ତ ସୁନ୍ଦର ଏବଂ ଗବେଷଣାତ୍ମକ ସାକ୍ଷାତକାର ସାହିତ୍ୟ ପ୍ରତି ମୋର ପ୍ରେମ କୁ ବୃଦ୍ଧି କରିଛି ❤
ବିଶେଷ କରି….. ” ଶ୍ରୀ ଅଂଶୁମାନ ସାହୁ ” ଙ୍କ ର ଉତ୍ତର ଗୁଡିକ ମନ କିଣି ନେଉଥିଲା ❣️
Keep it up Anshu ND congratulations also ….
ଆଧୁନିକତା ର ପ୍ରଭାବ ଏତେ ମାତ୍ରା ରେ ବଢ଼ି ଚାଲିଛି ଓଡ଼ିଆ ସାହିତ୍ୟ ଦିନକୁ ଦିନ ବିଲୁପ୍ତ ଅବସ୍ଥାରେ ଆପଣ ଙ୍କ ଭଳି ସମସ୍ତେ ଯଦି ଓଡ଼ିଆ ଭାଷା କୁ ପ୍ରାଧାନ୍ୟ ଦିଅନ୍ତି ସେତେବେଳ ଆମ ଓଡ଼ିଆ ଭାଷା ବିଶ୍ଵ ସ୍ତରରେ ଚମକିବ କେବଳ ମୁଁ ନୁହେଁ କି ଆପଣ ନୁହନ୍ତି ସମସ୍ତେ ପ୍ରତେକ ଓଡ଼ିଆ ମାନଙ୍କୁ ସଂକଳ୍ପ କରିବାକୁ ପଡ଼ିବ ଯେ ଆମ ଭାଷା ଜାତୀୟ ସ୍ତର ରେ ତାର ସ୍ଥାନ ବଜାୟ ରଖୁ
ମୁଁ ଗର୍ବିତ ଆପଣ ଆଜି ଆମ ଓଡ଼ିଆ ଭାଷା ପାଇଁ ଚିନ୍ତିତ ଆପଣ ଓଡ଼ିଆ ଭାଷା କୁ ପ୍ରାଧାନ୍ୟ ଦେଉଛନ୍ତି ..!! ଓଡ଼ିଆ ସାହିତ୍ୟ ବହୁତ୍ ଆଗକୁ ଯିବ ମୋର ଆଶା। ଆଉ ବିଶ୍ୱାସ
ଓଡ଼ିଆ ମାଟି ପାଣି ପବନ ରେ ଯେଉଁ ବାସ୍ନା ଅଛି ମୋ ପାଇଁ ଓଡ଼ିଆ ଭାଷା ସବୁଠୁ ଅଧିକ ଶ୍ରେଷ୍ଠ…!! ଆମ ଓଡ଼ିଶା ରେ ଅନେକ ପ୍ରକାର ଭାଷା ଅଛି ମୁଁ ଗର୍ବ ରେ କହିବି ଓଡ଼ିଆ ବୋଲି କେବଳ ମୁଁ ନୁହେଁ ଆମେ ସମସ୍ତେ ଚାହିଁଲେ ଆମ ଓଡ଼ିଶା ଜାତୀୟ। ସ୍ତର ରେ ସ୍ଵତନ୍ତ୍ର ସ୍ଥାନ ପାଇବ…ଆମେ ଓଡ଼ିଆ ଭାରି ବଢିଆ
Congratulation Anshu……
Congratulations dear…. God bless you
Congratulations…happy to see this
Congratulations…my dear brother..I am really very happy in your success.
ଶୁଭେଚ୍ଛା… ମୋର ପ୍ରିୟର ସାନ ଭାଇ ଅଂଶୁମାନ.. ତୁମ ସଫଳତା ରେ ମୁଁ ବହୁତ୍ ଖୁସି ଓ ଆନନ୍ଦିତ..ତମେ ଏମିତି ଆଗକୁ ଆଗକୁ ବଢିଚାଲ ଓ ଆମ ଜିଲ୍ଳା ର ନାମ କୁ ଆହୁରି ଆଗକୁ ବଢାଇ ଚାଲ…ତୁମକୁ ମୁଁ ସବୁବେଳେ ଶୀର୍ଷ ରେ ଦେଖିବାକୁ ଚାହିଁବି..
ସାକ୍ଷାତକାରଟି ବହୁତ ଭଲ ଲାଗିଲା ।
congratulations
Congratulations…. Anshuman
ଶୁଣି ବହୁତ୍ ଖୁସି ହେଲି….
ତୁମ ସଫଳତାରେ ବେଶ୍ ଆନନ୍ଦିତ ଏବଂ ଗର୍ବିତ….ଆହୁରି ଆଗକୁ ଯାଅ….
Qଖୁସି, ସଫଳତା, ପ୍ରେମ ର ବର୍ଷା ହେଉଥାଉ ତୁମ ଉପରେ
Anshuman is a very talented & his creations are very simple , elegant & heart touching .
Nice
ଧନ୍ୟବାଦ ବନ୍ଧୁ
Nyc bhai ତୁମର ସବୁବେଳେ ଭଲ ଭଲ ଲେଖା ମାେ ମନ କୁ ଛୁଇଁ ଥାଏ , ଏମିତି ଭଲ ଲେଖା ମା ଶାରଳା ଙ୍କ କୃପାରୁ ଲେଖୁ ଥାଅ ସବୁବେଳେ ……❤️