ନାମ-ସୋନାଲି ସ୍ୱାଇଁ
ମାତାଙ୍କ ନାମ-:ଡଲି ସ୍ୱାଇଁ
ପିତାଙ୍କ ନାମ-:ନିରଞ୍ଜନ ସ୍ୱାଇଁ
ଜନ୍ମମାଟି/ଠିକଣା-:ବାରିଲୋ, ବୋରିକିନା, ଜଗତସିଂହପୁର
ଜନ୍ମ ତାରିଖ-03:05:1999
ଶିକ୍ଷା ଗତ ଯୋଗ୍ୟତା-ଉଦ୍ଭିଦବିଜ୍ଞାନ ରେ ସ୍ନାତକ
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:-ମୁଁ ଭାବେ ସାହିତ୍ୟ ସମାଜକୁ ଦିଗଦର୍ଶନ ଦିଏ, ପରିବର୍ତ୍ତନ ରେ ସାହାଯ୍ୟ କରେ l ଆମେ ମୁହେଁମୁହେଁ କହି ଦେଉଥିବା ସିଧା ନୀତିବାଣୀ କାହା ଉପରେ ଏତେ ଟା ବେଶୀ ପ୍ରଭାବ ପକାଇ ପାରେନାହିଁ ଯଦିଓ ଆମେ ସେଇ ନୀତିବାଣୀ କୁ ଗପ ମାଧ୍ୟମରେ ବୁଝାଇ,ଶେଷକୁ ନୀତିବାଣୀଟି କହୁ ପ୍ରଭାବ ପଡେ ସାମ୍ନା ମଣିଷ ଉପରେ l ଜଣେ ବୁଝିନିଏ ଗପ/କବିତା ମାଧ୍ୟମରେ ଅର୍ଥକୁ ଓ ଆପଣେଇ ନିଏ lତେଣୁ ସାହିତ୍ୟ ସମାଜକୁ ଏକ ଠିକ ବାଟ ଦେଖାଏ l
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:-ମୁଁ ବିଦ୍ୟାଳୟରେ ପଢିବାବେଳ ରୁ ହିଁ କିଛି କିଛି ଲେଖୁଥିଲା, ଯାଜ୍ଞସେନୀ ର ସ୍ରଷ୍ଟା ଶ୍ରୀମତୀ ପ୍ରତିଭା ରାୟ ଆମ ଅଞ୍ଚଳ ଓ ଜିଲ୍ଲା ର, ବିଦ୍ୟାଳୟରେ ପଢିବାବେଳେ ପ୍ରାୟତଃ ଆମ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀ ଉଦାହରଣ କୁହନ୍ତି ତାଙ୍କର ଓ ତାଙ୍କ ଲେଖାର,ବୋଧହୁଏ ସେଉଠୁ ଆଗ୍ରହ ଜନ୍ମିଛି l
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ସେତେବେଳେ ରବିବାର ଖବରକାଗଜ ରେ ଯେବେ ବି ଗପ କିମ୍ବା କବିତା ପଢେ, ମୋର ଇଚ୍ଛା ହୁଏ ଆଉ ଆଗ୍ରହ ଜନ୍ମେ ମୋ ଲେଖା ଏମିତି ମୋ ନାଁ ଆଉ ଗାଁ ସହ ଖବରକାଗଜରେ ଆସନ୍ତାକି, ବାସ ସେଇ ଇଚ୍ଛା ଆଉ ଆଗ୍ରହ ମୋତେଆଣି ଏଇଠି ପହଞ୍ଚାଇଛି l
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-ମୁଁ ଗଳ୍ପ ପଢିବାକୁ ଖୁବ ଭଲ ପାଏ, ଆଉ ପ୍ରାୟତଃ କବିତା
ଲେଖେ l ଜଣାନାହିଁ କଣ ପାଇଁ ଗଳ୍ପ ଲେଖିବାକୁ କାଗଜ ଧରିଥିବି କିନ୍ତୁ କବିତା ଲେଖି ହେଇଯାଏ ଆପେଆପେ l
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:-ଯାଜ୍ଞସେନୀର ସ୍ରଷ୍ଟା ଶ୍ରୀମତୀ ପ୍ରତିଭା ରାୟ ଆମ ଅଞ୍ଚଳ ଓ ଜିଲ୍ଲାର l ଆଶା କରେ ଆହୁରି ପ୍ରତିଭା ରାୟ ଜନ୍ମ ନିଅନ୍ତୁ ମୋ ଜନ୍ମମାଟି ରୁ l
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:-ମୁଁ ଭାବେ ସାହିତ୍ୟ ଓ ସମାଜ ଅଙ୍ଗାଅଙ୍ଗୀ ଭାବେ ଜଡିତ l ବିନା ସାହିତ୍ୟ ରେ ଏକା ସୁସ୍ଥ ସମାଜ ମୁଁ ତ କଳ୍ପନା ବି କରି ପାରେନା l
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:-ମୁଁ ସାହିତ୍ୟିକଙ୍କୁ ଖୋଜିବା ପୂର୍ବରୁ, ଭଲ ଲାଗିଥିବା ଗଳ୍ପ ଓ କବିତା ମୋ ମନରେ ଛାପ ହୋଇ ରହିଯାଏ,ମୁଁ ସାହିତ୍ୟିକ ଙ୍କୁ ସେମାନଙ୍କ ଗଳ୍ପ /କବିତା ନାମରେ ଜାଣେ l
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ସାମ୍ପ୍ରତିକ ପରିସ୍ଥିତି ରେ ଓଡିଶା ସାହିତ୍ୟ ଉନ୍ନତି ପଥରେ ଆଗେଇ ଚାଲିଛି | ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀ ( ଉଭୟ ସ୍ରଷ୍ଟା ଓ ପାଠକ ) ଙ୍କ ଅଭ୍ୟୁଦୟ, ନିଶ୍ଚିତ ଭାବେ ଉତ୍ସାହପ୍ରଦ | ଖୁବ କମ ବୟସରୁ ସାହିତ୍ୟ ପ୍ରତି ଛାତ୍ରଛାତ୍ରୀ ମାନଙ୍କ ମନୋନିବେଶ, ଆଗାମୀ ଦିନରେ ଓଡ଼ିଆ ସାହିତ୍ୟ କୁ ରୁଦ୍ଧିମନ୍ତ କରିବ ବୋଲି ମୋର ଆଶା |
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:-ଓଡ଼ିଆ ସାହିତ୍ୟର ଏକ ସୁନେଲି ଭବିଷ୍ୟତ ମୁଁ ଆଶା କରେ, ଓଡ଼ିଆ ସାହିତ୍ୟ କୁ ଶୀର୍ଷରେ ଦେଖିବା ମୋର ସ୍ବପ୍ନ
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ନମସ୍କାର, ଆପଣମାନଙ୍କ ସ୍ନେହ ଓ ଆଶୀର୍ବାଦ ହିଁ ମୋ ପାଇଁ ଲେଖିବାର ପ୍ରେରଣା, ଏଇ ଭଲପାଇବା ଏମିତି ରହିଥାଉ l
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
SLF ର ସୃଷ୍ଟିକତା ଜଣେ ଓଡ଼ିଆ ଭାଇ ଆମର କିନ୍ତୁ ଆଜି କେବଳ ଓଡିଶା ନୁହେଁ କି ଆମ ଦେଶ ଭାରତ ନୁହେଁ ବହୁତ ସାରା ଦେଶର ଲୋକମଧ୍ୟ ଏହି ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଏହା ଆମ ପାଇଁ ଏକ ଗର୍ବର ବିଷୟ l SLF ସାରା ବିଶ୍ୱରେ ତାର ଶାଖା-ପ୍ରଶାଖା ବିସ୍ତାରକରୁ ଏତିକି ହିଁ ଆଶା କରେ l
Thanks for the post.Much thanks again. Awesome.
Really enjoyed this blog.Really looking forward to read more. Fantastic.
I cannot thank you enough for the post.Thanks Again. Keep writing.
I appreciate you sharing this blog article.Much thanks again. Great.
Hey, thanks for the blog post.Much thanks again. Really Cool.
Really enjoyed this article post. Really Great.
Thanks so much for the article.Really looking forward to read more.
Im obliged for the post.Really looking forward to read more. Awesome.
Thank you for your article.Really looking forward to read more. Will read on…
Hi, just wanted to tell you, I liked this post.
It was funny. Keep on posting!
Also visit my blog post home page