April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ କଥା ହେବା ନବରଙ୍ଗପୁର ଜିଲ୍ଲା ର ସୁନାଝିଅ କବୀ ସୁଶ୍ରୀ ସୌମ୍ୟାଶ୍ରୀ ନାୟକ ସହିତ*

ନାମ-: ସୌମ୍ୟାଶ୍ରୀ ନାୟକ
ମାତାଙ୍କ ନାମ-: ନମିତା ନାୟକ
ପିତାଙ୍କ ନାମ-: ବିଜୟ କୁମାର ନାୟକ
ଜନ୍ମମାଟି/ଠିକଣା-: ଗ୍ରାମ: ପାପଡାହାଣ୍ଡି, ପୋଷ୍ଟ: ପାପଡାହାଣ୍ଡି, ପିନ୍: ୭୬୪୦୭୧, ଜିଲ୍ଲା: ନବରଙ୍ଗପୁର
ଜନ୍ମ ତାରିଖ: ୧୦/୦୨/୨୦୦୧
ଶିକ୍ଷା ଗତ ଯୋଗ୍ୟତା: +୩ ତୃତୀୟ ବର୍ଷ

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା?
ଉତ୍ତର:- ସାହିତ୍ୟ ସମାଜର ପ୍ରତିବିମ୍ବକୁ ଦର୍ଶାଏ । ଜୀବନର ପ୍ରତିଟି କ୍ଷେତ୍ରରେ ସାହିତ୍ୟ ଓ ମନୁଷ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ । ସମାଜରେ ଘଟୁଥିବା ପ୍ରତି ଘଟଣାକୁ ସାହିତ୍ୟ ନୂତନ ପରିଚୟ ପ୍ରଦାନ କରେ । ସାହିତ୍ୟ ଠାରୁ ହିଁ ସୃଷ୍ଟିର ଆଦ୍ୟ ଏବଂ ସାହିତ୍ୟରୁ ସୃଷ୍ଟିର ଅନ୍ତ ।

୦୨- କେବେଠୁ ଆପଣଙ୍କ ସାହିତ୍ୟ ପ୍ରତି ରୁଚି ବଢିଲା? କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ସାହିତ୍ୟର ରୁଚି ବାଲ୍ୟକାଳରୁ ହିଁ ଥିଲା । ପ୍ରଥମେ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେବାକୁ ବହୁତ ଭଲ ଲାଗୁଥିଲା । ମୋ ପ୍ରେରଣାର ଉତ୍ସ ହେଉଛନ୍ତି ମୋର ଶିକ୍ଷୟତ୍ରୀ ନିନୁ ସାହୁ । ତାଙ୍କରି ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ କଲେଜ ଜୀବନରୁ ହିଁ ଲେଖା ପ୍ରାରମ୍ଭ କରିଥିଲି ଏବଂ ଧୀରେ ଧୀରେ ତାକୁ ଜୀବନର ଏକ ଅଙ୍ଗ ରୂପେ ପରିଚୟ ଦେଇ ସାରିଛି ।

୦୩- ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ଵତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା ।
ଉତ୍ତର:- ସମାଜର ପ୍ରତିଟି ଘଟଣା ଦେଖି ତାକୁ ବାକ୍ୟରେ ପରିଣତ କରିବା ପାଇଁ ମୁଁ ଲେଖନୀର ସହାୟତା ନେଇଥିଲି ଏବଂ ଧୀରେ ଧୀରେ ଏହା ମୋ ଜୀବନର ଏକ ଅନନ୍ୟ ଅଂଶ ଭାବେ ପରିଣତ ହୋଇଗଲା ।

୦୪- କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି? ଗଳ୍ପ ନା କବିତା? ଏବଂ କାହିଁକି?
ଉତ୍ତର:- କବିତା କ୍ଷେତ୍ରରେ । ସମାଜରେ ଘଟୁଥିବା ଘଟଣାଗୁଡିକୁ ମୁଁ ବାକ୍ୟରେ ରୂପାନ୍ତରିତ କରିବା ପାଇଁ ଏବଂ ସମାଧାନର ବାଟ ଖୋଜିବା ପାଇଁ କବିତା ଲେଖିବାକୁ ବହୁତ ଭଲ ପାଏ ।

୦୫- ନିଜ ଜନ୍ମମାଟି ବିଷୟରେ କିଛି କହିବେ କି?
ଉତ୍ତର:- ପାପଡାହାଣ୍ଡି ଭଳି ବୀର ଶହୀଦ ମାଟି ଯେଉଁଠାରେ କି ମାତୃଭୂମି ନିମନ୍ତେ ଯବାନ ଶହୀଦ ହୋଇଥିଲେ, ଯେଉଁ ମାଟି ପାଣି ପଥର ମଧ୍ୟେ ଜୀବନ ଦେଇଛି, ସେଭଳି ପବିତ୍ର ଭୂଇଁ ରେ ଜନ୍ମ ନେଇ ମୁଁ ନିଜକୁ ଗର୍ବିତ ମନେ କରୁଛି ଏବଂ ମାତୃଭାଷାକୁ ନେଇ ସାରା ଦେଶରେ ନିଜ ଗ୍ରାମର ନାମକୁ ପରିଚିତ କରେଇବାକୁ ଚାହୁଁଛି ।

୦୬- ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର- ସୁସ୍ଥ ସମାଜ ଗଠନ ନିମନ୍ତେ ସାହିତ୍ୟର ଆବଶ୍ୟକତା ବହୁତ ମାତ୍ରାରେ ରହିଅଛି । ସାହିତ୍ୟ ସମାଜର ଦର୍ପଣ ଭଳି କାମ କରିଥାଏ । ତେଣୁ ସୁସ୍ଥ ସମାଜ ଗଠନ ନିମନ୍ତେ ଆମେ ନିଜର ମାତୃ ଭାଷାକୁ ଗୁରୁତ୍ଵ ଦେବାକୁ ପଡିବ ।

୦୭- କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର- ଫକୀର ମୋହନ ସେନାପତି, ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ ।

୦୮- ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି?
ଉତ୍ତର- ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ମର୍ଯ୍ୟାଦା ଧୀରେ ଧୀରେ ସମାଜରେ କମିବାକୁ ଲାଗିଲାଣି । ପ୍ରତିଟି କ୍ଷେତ୍ରରେ ଓଡିଆ ଭାଷଠାରୁ ଇଂରାଜୀ ଭାଷାକୁ ଅଧିକ ଗୁରୁତ୍ଵ ଦିଅ ଯାଉଛି । ତେଣୁ ଓଡିଆ ସାହିତ୍ୟର ଉନ୍ନତି କରାଇବା ନିମନ୍ତେ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ବହୁ ମାତ୍ରାରେ ଆବଶ୍ୟକ ହୋଇ ପଡିଛି ।

୦୯- ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ଵପ୍ନ ଦେଖନ୍ତି?
ଉତ୍ତର- ଓଡିଆ ସାହିତ୍ୟ ଭାଷାକୁ ସମଗ୍ର ବିଶ୍ଵରେ ପରିଚିତ କରାଇବା ନିମନ୍ତେ ଚିତ୍ରକାରର ତୁଳୀ ସାଜି ସମଗ୍ର ବିଶ୍ଵରେ ସାହିତ୍ୟକୁ ଚିତ୍ରିତ କରିବାକୁ ଚାହୁଁଛି ।

୧୦- ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ?
ଉତ୍ତର- ମୁଁ ଜଣେ ଉତ୍ତମ ପାଠିକା । ମୋର ସହଲେଖିକା ଏବଂ ସହଲେଖକ ମାନଙ୍କ ଲେଖା ଗୁଡିକ ମୋତେ ସମାଜର ବିଭିନ୍ନ ଦୃଷ୍ଟିକୋଣକୁ ମୋର ଲେଖନୀ ମୁନରେ ଉତାରିବା ପାଇଁ ପ୍ରେରଣା ଯୋଗାଏ ପ୍ରତ୍ୟେକ ଲେଖକ ଲେଖିକାଙ୍କର ହୃଦୟସ୍ପର୍ଶୀ ଲେଖା ମୋ ଲେଖନୀ ମୁନରେ ଏକ ଏପରି ଛାପ ଛାଡିଯାଏ ଯଦ୍ୱାରା କି ମୁଁ ଲେଖିବାର ଶକ୍ତି ଏବଂ ପ୍ରେରଣା ସେମାନଙ୍କଠାରୁ ହିଁ ପାଇ ପାରିଥାଏ । ଆପଣମାନଙ୍କ ଆଶୀର୍ବାଦ ସର୍ବଦା ମୋ ସହିତ ଥାଉ ଏହା ହିଁ ମୋର ଏକାନ୍ତ କାମ୍ୟ ।

ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନକୁ ବାର୍ତ୍ତା:- ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଅନେକ ସାହିତ୍ୟିକ, ଲେଖକ, ଲେଖିକା, ପାଠକ ଏବଂ ପାଠିକା ମାନଙ୍କର ସାହିତ୍ୟ ପ୍ରତି ଥିବା ଅସୀମ ତୃଷ୍ଣାକୁ ମେଣ୍ଟେଇବାରେ ଏବଂ ସାହିତ୍ୟର ପ୍ରଚାର ପ୍ରସାର କରିବାରେ ଏବଂ ଅନେକଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଠ କରାଇବାରେ ଏକ ବୃହତ ଭୂମିକା ଗ୍ରହଣ କରିଛି । ଆଶା କରେ ଯେ ଏହି ଅନୁଷ୍ଠାନ ଯୁଗ ଯୁଗ ଧରି ଏହିପରି ଉନ୍ନତିକର କାର୍ଯ୍ୟ କରିଚାଲିଥିବ ।

Loading

67 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ କଥା ହେବା ନବରଙ୍ଗପୁର ଜିଲ୍ଲା ର ସୁନାଝିଅ କବୀ ସୁଶ୍ରୀ ସୌମ୍ୟାଶ୍ରୀ ନାୟକ ସହିତ*

  1. Well done soumyashree u literally did a sumptous job tuma bhabana sakti aau lekhaa ati ucha kotira mu tumara prasansa na kari tile matra rahi paaruni tuma chalapathaa kusumita heu etiki prabhu nka nikatare prathana aau tuma lekhaa mate ati matra re prerana jogaaichii keep it up dear n wish u all the best….

  2. Very nice Soumya .. your are blessed by God. keep doing your best..we all are there to support you.do your best and achieve everything you deserve.stay blessed.

  3. Very well narrated.
    The thoughts of poet Soumyashree is very shinning and admirable.
    Wish you best of luck for your next narrations.

Leave a Reply

Your email address will not be published. Required fields are marked *