April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ମନଭରି କଥା ହେବା ଯାଜପୁର ଜିଲ୍ଲାର ଯୁବ ପ୍ରତିଭା ସୁଶ୍ରୀ କଳ୍ପନା ସାହୁଙ୍କ ସହିତ,*

ନାମ :- କଳ୍ପନା ସାହୁ

ମାତାଙ୍କ ନାମ :- ମଞ୍ଜୁଲତା ସାହୁ

ପିତାଙ୍କ ନାମ:- ବିଜୟ କୁମାର ସାହୁ

ଜନ୍ମମାଟି/ଠିକଣା :- ଗ୍ରା/ପୋ – ନଛିପୁରା, ଜିଲ୍ଲା – ଯାଜପୁର, ବ୍ଲକ୍ – ଦାନଗଦୀ, ଥାନା – ଟମକା, ପିନ୍ – ୭୫୫୦୧୯

ଜନ୍ମ ତାରିଖ :- ୦୧-୦୪-୧୯୯୬

ଶିକ୍ଷାଗତ ଯୋଗ୍ୟତା :- +୩ (Graduation)

୦୧- ଆପଣଙ୍କ ମତରେ ସାହିତ୍ୟର ସଜ୍ଞା ?
ଉତ୍ତର :- ମୋ ମତରେ ସାହିତ୍ୟ ହେଉଛି ଜୀବନ। ସାହିତ୍ୟ ବିନା ଜୀବନ ଶୂନ୍ୟ।

୦୨- କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା? କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର :- ରୁଚି କହିବାକୁ ଗଲେ ପିଲାବେଳୁ। କାହିଁକିନା ଆମ ଭାଷା ଓଡିଆ, ସେଥିପାଇଁ ଆମକୁ ଆମ ଭାଷା କହିବା-ଲେଖିବାରେ କୌଣସି ଅସୁବିଧା ହୁଏନି। ଆଉ ପ୍ରେରଣା, ପ୍ରେରଣା ମୁଁ ଚଳଚ୍ଚିତ୍ର-ନାଟକ-ଧାରାବାହିକରୁ କିଛିକିଛି ପାଇଲି। ସେସବୁ ଯେତେବେଳେ ମୁଁ ଦେଖେ, ତାକୁ ନେଇ ମୋ ମନରେ ଗୁଡାଏ ପ୍ରଶ୍ନ ଆସେ। ଏସବୁ କିଏତ ଜଣେ ଲେଖୁଥିବ? କିନ୍ତୁ ସେ କିପରି ଲେଖୁଛନ୍ତି ମୋତେ ଜଣାନଥିଲା। ତେଣୁ ମୁଁ ବହିର ଗପ ଭଳି ଧିରେଧିରେ ଲେଖିବାକୁ ଚେଷ୍ଟା କଲି। ସ୍କୁଲ୍ ରେ ମୋ ସାଙ୍ଗମାନଙ୍କୁବି ମୁଁ ସେସବୁ ଶୁଣାଏ। ସେମାନେ କହିଲେ ହଁ ଭଲଲାଗୁଛି, ତୁ ଲେଖ୍। ମୋର ଆହୁରି ଆଗ୍ରହ ବଢିଲା। ମୁଁ ପାଠପଢା ସହ ଛୋଟ ଛୋଟ ଗପ-ନାଟକ ଲେଖିବା ଆରମ୍ଭକଲି।

୦୩- ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବାପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର :- ମୁଁ ପ୍ରାଇମେରୀରେ ପଢିବାବେଳେ ଆମ ସ୍କୁଲ୍ ରେ ବାର୍ଷିକ ଉତ୍ସବ ପାଳନ କରାଯାଏ। ସେତେବେଳେ ପିଲାମାନେ ମିଶି ଡ୍ରାମାବି କରନ୍ତି। ନାଟକ ବହି ଅଣାଯାଏ, ରିହଲସଲ୍ ହୁଏ। ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ। ସେବର୍ଷ କିନ୍ତୁ କିଛି ଅସୁବିଧା ପାଇଁ ନାଟକ ବହି ଅଣା ହେଇ ପାରିଲାନି। କ’ଣ କରାଯିବ ସମସ୍ତେ ଭାବୁଥାନ୍ତି। ମୁଁ ଏମିତି ଛୋଟ ଛୋଟ ଗପ ଲେଖାଲେଖି କରେ ବୋଲି ସାଙ୍ଗମାନଙ୍କ ପାଖରୁ ଆମ ସାର୍ ଶୁଣିଥିଲେ। ସାର୍ ମୋତେ ଲେଖିବାକୁ କହିଲେ। ମୁଁ ବହୁତ ନର୍ଭସ ଥାଏ, କିନ୍ତୁ ହଁ କରିଦେଲି। ଶେଷରେ ଲେଖା ସରିଲା, ଡ୍ରାମାବି ହେଲା। ବିଷୟ ସମସ୍ତଙ୍କୁ ଭଲ ଲାଗିଲା। ସେବେଠାରୁ ଆଜିଯାଏଁ ମୁଁ ଲେଖିବା ବନ୍ଦ୍ କରିନି।

୦୪- କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବାପାଇଁ ଆପଣ ଅଧିକ ପସନ୍ଦ କରନ୍ତି? ଗଳ୍ପ ନାଁ କବିତା? ଏବଂ କାହିଁକି?
ଉତ୍ତର :- ଗଳ୍ପ ହେଉକି କବିତା ସବୁଥିରେ ରୁଚିଥାଏ । ସବୁକିଛି ଲେଖିବାପାଇଁ ମୋର ପ୍ରୟାସଥାଏ। କେଉଁଟି ଅଧିକା କହିବା ମୁସକିଲ୍। ତଥାପି ଗଳ୍ପରେ ଅତି ସହଜ ଭାବରେ ନିଜ ମନର ଭାବନାକୁ ପ୍ରକାଶ କରିହୁଏ, କିନ୍ତୁ କବିତାରେ ନିଜର ଭାବନାକୁ ପ୍ରକାଶ କରିବାକୁ ହେଲେ କିଛି ଅର୍ଥ ଉପଯୋଗୀ ଶବ୍ଦର ବ୍ୟବହାର କରିଯାଏ। କେବଳ ପାର୍ଥକ୍ୟ ଏତିକି।

୦୫- ନିଜ ଜନ୍ମ ମାଟି ବିଷୟରେ କିଛି କହିବେକି?
ଉତ୍ତର :- ମୋ ଜନ୍ମ ମାଟି ବିଷୟରେ କଣବା କହିବି, ମୁଁ ସେ ମାଟିରେ ଜନ୍ମ ହୋଇ ନିଜକୁ ଧନ୍ୟ ମନେକରୁଛି।

୦୬- ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର :- ମୋ ମତରେ ସୁସ୍ଥ ସମାଜ ଗଠନରେ ଯଦି କାହାର ପ୍ରମୁଖ ହାତ ଥାଏ, ତାହେଲେ ସେ ହେଉଛି ଆମ ଭାଷା ସାହିତ୍ୟ। ଭାଷାତ ଅନେକ ଅଛି କିନ୍ତୁ ସାହିତ୍ୟ ସେମାନଙ୍କଠାରୁ ନିଆରା।

୦୭- କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର :- ମୁଁ ଏ ସାହିତ୍ୟ ଦୁନିଆଁରେ କହିବାକୁ ଗଲେ ପୁରା ନୂଆ। ଭଲ ମନ୍ଦର ଫରକ୍ ଏତେ ନାହିଁ ମୋ ଭିତରେ। ତଥାପି ଅନ୍ୟମାନଙ୍କର ରଚନାକୁ ପଢିବାକୁ ଭଲ ଲାଗେ। ସମସ୍ତଙ୍କ ରଚନା ଭିନ୍ନ ଶୈଳୀର ହୋଇଥାଏ। କିନ୍ତୁ ସବୁ ଲେଖାରୁ କିଛି ନାଁ କିଛି ଶିଖିବାକୁ ମିଳିଥାଏ। ତେଣୁ ଭଲ ମନ୍ଦ ବିଚାର କରିବା ଏତେ ସହଜ ନୁହେଁ।

୦୮- ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି?
ଉତ୍ତର :- ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି ବହୁତ ସୁଦୃଢ ହେଇଗଲାଣି।

୦୯- ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି?
ଉତ୍ତର :- ଯେହେତୁ ଆମ ଭାଷା ଓଡିଆ, ଆମେ ଓଡିଆ। ସେହି ଦୃଷ୍ଟିରୁ ଓଡିଆ ଭାଷାକୁ ନେଇ ସ୍ବପ୍ନ ଦେଖିବା ସ୍ବାଭାବିକ କଥା। ମୋ ଭିତରେ ଓଡିଆ ସାହିତ୍ୟକୁ ନେଇ କିଛି କରିଦେଖେଇବାର ସ୍ବପ୍ନ ଭରି ରହିଛି। କିଛି ନୂଆ ଲେଖିବାର ପ୍ରଚେଷ୍ଟା ଜାରି ରହିଛି।

୧୦- ପାଠକ/ପାଠିକମାନଙ୍କୁ ନିଜ ବିଷୟରେ କ’ଣ କହିବେ?
ଉତ୍ତର :- ମୁଁ ଏତେବି ବଡ ହେଇନି ଯେ ମୋ ବିଷୟରେ କିଛି ବଖାଣିବି। ବାସ୍ ଏତିକି କହିବି ମୁଁବି ଆପଣମାନଙ୍କ ଭଳି ଜଣେ ପାଠିକା। ଲେଖିବା ସହିତ ମୋତେ ଅନ୍ୟମାନଙ୍କ ରଚନାକୁ ପଢିବାକୁ ପସନ୍ଦ ଲାଗେ।

Loading

One thought on “*ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ମନଭରି କଥା ହେବା ଯାଜପୁର ଜିଲ୍ଲାର ଯୁବ ପ୍ରତିଭା ସୁଶ୍ରୀ କଳ୍ପନା ସାହୁଙ୍କ ସହିତ,*

  1. ଆଗେଇ ଚାଲ ସଫଳତା ମିଶ୍ଚିତ ତୁମ ପାଖକୁ ଆସିବ।।

Leave a Reply

Your email address will not be published. Required fields are marked *