April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ କଥା ହେବା ବଲାଙ୍ଗୀର ଜିଲ୍ଲାର ଯୁବ କବି କୃଷ୍ଣେନ୍ଦୁ ହୋତା ଙ୍କ ସହିତ*

ନାମ- କୃଷ୍ଣେନ୍ଦୁ ହୋତା
ମାତାଙ୍କ ନାମ-: ଶ୍ରୀମତୀ ବବିତା ହୋତା
ପିତାଙ୍କ ନାମ-: ଶ୍ରୀ କମଳେନ୍ଦୁ ହୋତା
ଜନ୍ମମାଟି/ଠିକଣା-: ଗ୍ରାମ : ସରଗଡା, ଗ୍ରାପ – ବଡଙ୍ଗୋମୁଣ୍ଡା, ଜିଲ୍ଲା – ବଲାଙ୍ଗୀର, ପିନ- ୭୬୭୦୩୦, ଓଡିଶା
ଜନ୍ମ ତାରିଖ – ୨୩/୧୨/୨୦୦୦
ଶିକ୍ଷା ଗତ ଯୋଗ୍ୟତା – ଯୁକ୍ତ ୨ ବିଜ୍ଞାନ ଏବଂ ଡିପ୍ଲୋମା ଇନ ମେକାନିକାଲ

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:- ମୋ ମତରେ ଯିଏ ସାମାଜିକ ହିତ ସାଧନ କରେ, ତାକୁ ଆମେ ସାହିତ୍ୟ କହିଥାଉ ।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ପିଲାଟି ଦିନରୁ ସାହିତ୍ୟପ୍ରତି ମୋର ରୁଚି ଥିଲା, ଏବଂ କବିତା ଲେଖିବା ମାଟ୍ରିକ ପରେ ଆରମ୍ଭକଲି, କାରଣ ମୋର ପୂଜ୍ୟ ବଡବାପା ଜଣେ ସାହିତ୍ୟ ସାଧକ, ତାଙ୍କ ଲେଖାଲେଖି ଦେଖି ମୁଁ କବିତା ଲେଖିବା ଆରମ୍ଭ କଲି, ସେଇଥିପାଇଁ ସେ ମୋର ପ୍ରେରଣାର ଉତ୍ସବୋଲି ମନେ କରେ ।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ଏମିତି କିଛି ଘଟଣା ନାହିଁ, କିନ୍ତୁ ଛାତ୍ରାବାସେ ରହିବା ସମୟରେ ମୋ ଜନ୍ମମାଟିକୁ ମନେ ପକାଇ ମୁଁ କବିତାଟିଏ ଲେଖିଲି ଏବଂ ସେ କବିତାଟି ମୋର ସାଙ୍ଗମନେ ବହୁତ ପ୍ରଶଂସା କଲେ ଏବଂ ଉତ୍ସାହିତ କଲେ । ସେହି ଦିନଠୁ ମୁଁ ସାରସ୍ୱତ ସାଧନାର ବ୍ରତୀ ହେବାପାଇଁ ଇଛୁକ ହେଲି ।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:- ମୁଁ ଯୁବକବିତା ଉପରେ ଧ୍ୟାନ ଦିନେ । ମୋ କବିତା ମାଧ୍ୟମରେ ଯୁବସମାଜକୁ କିଛିନା କିଛି ବାର୍ତା ଦେଇଥାଏ, କାରଣ ଏଇ ଆଧୁନିକ ଯୁଗରେ ଯୁବସମାଜ ସହଜରେ କୁପଥ କୁ ଆପଣେଇ ନେଉଛନ୍ତି ଏବଂ ସେହି କୁପଥରୁ ଟାଣିଆଣିବା ପାଇଁ ମୁଁ ମୋ କବିତା ଗୁଡିକୁ ଅସ୍ତ୍ରରୂପେ ବ୍ୟବହାର କରିଥାଏ ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ମୁଁ ଆଜି ଗର୍ବିତ ଯେ ମୁଁ ଏଇଠି ମୋ ଜନ୍ମମାଟି ବିଷୟରେ କହୁଛି, ମୋ ଜନ୍ମମାଟି ହେଉଛି ମୋ ଜନନୀ ସମାନ । ତା ପାଣି, ମାଟି, ପବନ ଓ ପରିବେଶ ମୋତେ ସ୍ୱର୍ଗସୁଖର ଦେଇଥାଏ ।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ସମାଜରେ ଦୁର୍ନୀତି, ନାରିପ୍ରତି ଅସଂମାନ ଯୋଉଭଳି ଭାବରେ ବଢିଚାଲିଛି ତାହା ରୋକିବାର ଏକମାତ୍ର ଉପାୟ ହେଉଛି ସାହିତ୍ୟ । ବାସ୍ତବିକ ସାହିତ୍ୟ ବିନା ଏହା ଅସମ୍ଭବ ପ୍ରାୟ ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ମୋତେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ବହୁତ ଭଲଲାଗେ ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ସାମ୍ପ୍ରତିକ ପରିସ୍ଥିତିରେ ସାହିତ୍ୟକୁ ଗ୍ରହଣ କରିବାଭଳି ପରିବେଶ ସୃଷ୍ଟି ହେଇ ପାରୁନାହିଁ, କାରଣ ବର୍ତ୍ତମାନର ଯୁବସମାଜ ଆଧୁନିକତାର ଚରମସୀମାରେ ପହଞ୍ଚି ସେମାନଙ୍କର ନୈତିକ ଦାଇତ୍ଵକୁ ଭୁଲିଯାଇଛନ୍ତି । ତେଣୁ ଉପଯୁକ୍ତ ପାଠକ/ପାଠିକା ସୃଷ୍ଟି ହେଇ ପାରୁନାହାନ୍ତି । ପାଠକ/ପାଠିକା ନଥିଲେ ବା ଶ୍ରୋତା ନଥିଲେ ସାହିତ୍ୟର ମୂଲ୍ୟବୋଧ ସେତିକି ପ୍ରଭାବଶାଳୀ ହୋଇପାରେନା ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ଓଡ଼ିଆ ସାହିତ୍ୟକୁ ନେଇ ମୋର ଅନେକ ସ୍ବପ୍ନ ରହିଛି ଯାହାକି ଭବିଷ୍ୟତରେ ସାକାର ହେବ ବୋଲି ମୋର ଆଶା । ସାହିତ୍ୟକୁ ସମସ୍ତେ ଭଲପାଆନ୍ତୁ । ସାହିତ୍ୟର ପ୍ରଚାର ପ୍ରସାର ଉପରେ ସମସ୍ତେ ଧ୍ୟାନ ଦିଅନ୍ତୁ । ପାଠକ ସହିତ ଶ୍ରୋତା ମଧ୍ୟ ଜରୁରୀ ସେଇଥିପାଇଁ ସମସ୍ତେ ସାହିତ୍ୟକୁ କେମିତି ଶ୍ରବଣ କରିପାରିବେ ସେଥିପାଇଁ ମଧ୍ୟ ଧ୍ୟାନ ଦେବା ଉଚିତ ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉତ୍ତର – ପାଠକ/ପାଠିକା ମାନଙ୍କୁ ଏତିକି କହିବି ସେମାନେ ସାହିତ୍ୟକୁ କେମିତି ସମସ୍ତଙ୍କ ଲୋକଲୋଚନକୁ ଆଣିବେ ସେଥିପାଇଁ ଧ୍ୟାନଦେବ ଆବଶ୍ୟକ । ଏବଂ ଏହା ମଧ୍ୟ କହି ରଖେ ଯେ, ଜନେ କବି ବା ଲେଖକର ଭଗବାନ ହେଉଛନ୍ତି ପାଠକ/ପାଠିକା ବା ଶ୍ରୋତା, ସେଥିପାଇଁ ଆପଣମାନେ ଜଣେ କବି/ଲେଖକ କୁ ଉତ୍ସାହିତ କରିବେ ଏବଂ ତାଙ୍କ ପ୍ରତି ନିଜର ମତାମତ ରଖିବେ ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଆଗାମୀ ଭବିଷ୍ୟତ ଉଜ୍ଜ୍ବଳ କାମନା କରେ ଜଗନ୍ନାଥଙ୍କ ପାଦପଦ୍ମରେ ।

ଧନ୍ୟବାଦ ।

 2,848 total views,  3 views today

15 thoughts on “*ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ କଥା ହେବା ବଲାଙ୍ଗୀର ଜିଲ୍ଲାର ଯୁବ କବି କୃଷ୍ଣେନ୍ଦୁ ହୋତା ଙ୍କ ସହିତ*

  1. Hi there, i read your blog from time to time and i
    own a similar one and i was just wondering if you get a lot
    of spam feedback? If so how do you prevent it, any plugin or anything
    you can suggest? I get so much lately it’s driving me insane
    so any assistance is very much appreciated.

  2. After going over a number of the blog posts on your web page,
    I honestly like your way of writing a blog.
    I book marked it to my bookmark webpage list and will be checking back soon. Please
    visit my website as well and tell me your opinion.

  3. I do not even know the way I finished up right here,
    however I thought this put up was once good.
    I do not understand who you might be but definitely you are going to a well-known blogger should you are not already.
    Cheers!

  4. ତୁମ ଲେଖନୀ ର ଯାଦୁ ମୋତେ ମଧ୍ୟ ଆକର୍ଷିତ କରେ, ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ..

  5. କୃଷ୍ନେନ୍ଦୁ ହୋତା ବାସ୍ତବରେ ଜଣେ ପ୍ରତିଭାଶାଳୀ ବ୍ୟକ୍ତି, ଆଗାମୀ ଦୁନିଆ ରେ ସେ ଜଣେ ପ୍ରସିଦ୍ଧ ଲେଖକ ହେବେ ବୋଲି ମୋର ଆଶା ଓ ବିଶ୍ବାସ ।

    1. ABastaba re Krushnendu Hota jane Yuba Prativa.Khub sundar barta tie deichhanti Samaja ku.Mu Pravu Jagannath pakhare prarthana karibi tankara chala kusumita heu.

Leave a Reply

Your email address will not be published. Required fields are marked *