ନାମ- ମମତା ରାଣୀ ଦାଶ
ମାତାଙ୍କ ନାମ-:ବାସନ୍ତୀ ଦାଶ
ପିତାଙ୍କ ନାମ-:ଉମାକାନ୍ତ ଦାଶ
ଜନ୍ମମାଟି/ଠିକଣା-:ତିହିଡି,ଭଦ୍ରକ
ଜନ୍ମ ତାରିଖ:-୦୭/୦୨/୧୯୯୪
ଶିକ୍ଷା ଗତ ଯୋଗ୍ୟତା:- ଓଡ଼ିଆରେ ସ୍ନାତକୋତ୍ତର
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:-ମୁଁ ସାହିତ୍ୟ ର କିଛି ନିର୍ଦ୍ଦିଷ୍ଟ ସଂଜ୍ଞା ସୃଷ୍ଟି କରିବାକୁ ନିହାତି ଅସମର୍ଥ ମନେକରେ।ସେଇଆ କହିବି ଯାହା ପିଲାଦିନୁ ଶୁଣି ଆସିଛି,ପଢ଼ିଛି,ଅନୁଭବ କରିଛି।ସମୂହର ହିତ ସାଧନ ହେଉଛି ସାହିତ୍ୟ।ସମାଜର ପ୍ରତିଛବି ହେଉଛି ସାହିତ୍ୟ।ଗୋଟିଏ ସୃଜନାତ୍ମକ କଳା ହେଉଛି ସାହିତ୍ୟ।ଯିଏ ସବୁବେଳେ ପୂଜ୍ୟ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:-ପିଲାଦିନୁ ଘରକୁ ଆସୁଥିବା ପତ୍ର ପତ୍ରିକା ବିଭିନ୍ନ ବହି ପଢିବା ପ୍ରତି ଅନେକ ଦୁର୍ବଳତା ସୃଷ୍ଟି କରିଥିଲା।ସ୍କୁଲ ବେଳୁ କବିତା,ପ୍ରବନ୍ଧ ଲେଖା ଅଭ୍ୟାସ ଥିଲା ଯାହା ପରବର୍ତ୍ତୀ ସମୟରେ ଟିକେ ଟିକେ ବିକଶିତ ରୂପ ଧାରଣ କଲା।ପ୍ରଥମତଃ ସମ୍ପୂର୍ଣ୍ଣ ପ୍ରେରଣା ନିଜ ଘରୁ ହିଁ ପାଇଥିଲି,ପରବର୍ତ୍ତୀ ସମୟରେ ଅନେକ ମହନୀୟ ବ୍ୟକ୍ତି ବିଶେଷଙ୍କର ପ୍ରେରଣା ରେ ଅନୁପ୍ରେଣିତ ହୋଇଛି।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ମୋର ଚିତ୍ର ଆଙ୍କିବା ଖୁବ ପ୍ରିୟ କିନ୍ତୁ ଦିନେ ପିଲାଦିନେ ମୋ ଆଙ୍କିଥିବା ଚିତ୍ର ଠାରୁ ଲେଖିଥିବା କବିତା ସମସ୍ତଙ୍କର ଅଧିକ ପସନ୍ଦ ହୋଇଥିଲା ସେଇଦିନଠାରୁ ଲେଖାପ୍ରତି ଦୁର୍ବଳତା ବଢିଥିଲା।ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କରିଥିବା ଦିଗଟି ମୋ ପାଇଁ ହେଉଛି ପିଲାଦିନୁ ମୋ ମନ ତଳେ ଥିବା ସାହିତ୍ୟ ପ୍ରତି ଅନବିଳ ପ୍ରେମ।ଯାହା ଦିନକୁ ଦିନ ମୋତେ ଅଧିକରୁ ଅଧିକ ଉତ୍ସାହିତ କଲା କିଛି ନୂତନ ସୃଷ୍ଟି ପାଇଁ।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-କବିତା, ଗଳ୍ପ ଉଭୟ ଲେଖିବାକୁ ଭଲ ଲାଗେ।ପ୍ରବନ୍ଧ ବି ମୋର ଛୋଟ ବେଳୁ ପ୍ରିୟ କିନ୍ତୁ ଏବେ କେବେକେବେ ପ୍ରବନ୍ଧ ଲେଖୁଛି।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:-ସମସ୍ତ ଙ୍କ ପରି ମୋ ଜନ୍ମ ମାଟି ମୋର ମଧ୍ୟ ଖୁବ ପ୍ରିୟ।ସେଇଠୁ ଆରମ୍ଭ ସବୁକିଛିର।ସାହିତ୍ୟ ସୃଷ୍ଟି ପାଇଁ ଅନେକ ପ୍ରେରଣା ଯୋଗାଇଛି ତାର ସରଳ ସୁନ୍ଦର ସାବଲୀଳ ପରିବେଶ।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସମାଜକୁ ନେଇ ସାହିତ୍ୟ।ଗୋଟିଏ ଶାନ୍ତ, ସୁନ୍ଦର, ଶିକ୍ଷିତ, ଦୋଷମୁକ୍ତ ସମାଜ ଗଠନ ପାଇଁ ମଧ୍ୟ ସାହିତ୍ୟର ଭୂମିକା ଅପରିହାର୍ଯ୍ୟ।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:-ଏମିତି ପ୍ରଶ୍ନର ଉତ୍ତର ଦେବା ଖୁବ ଜଟିଳ ।ମାୟାଧର ମାନସିଂହ, ମନୋଜ ଦାସ ପରି କେତେଜଣ ଙ୍କର ଲେଖା ଖୁବ ଭଲ ଲାଗେ।
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ସାହିତ୍ୟ ଭଳି ଅସୀମ ସାଗର ଭିତରକୁ ଧୀରେ ଧୀରେ କରି ପାଦ ବଢ଼ୁଥିବା ନୂତନ ପିଢିରେ ପରିଗଣିତ ହେଉଥିବା ମୋ ଭଳି ଜଣେ ସାହିତ୍ୟ ପ୍ରେମୀ ମଣିଷ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କୁ ପରିକଳ୍ପନା କରିବା,କିଛି କହିବା ଧୃଷ୍ଟତା ହେବ।ସାହିତ୍ୟର ମହାସମୁଦ୍ରରେ ବୁଡିଥିବା ଲୋକ ହିଁ ଏହାର ଉତ୍ତର ଦେବାକୁ ସମକ୍ଷ।ତଥାପି ଏତିକି କହିବି ହଁ ସ୍ଥିତି ମୋ ଦୃଷ୍ଟି ରେ ସୃଦୃଢ଼ ନିଶ୍ଚୟ।
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ନା ସ୍ବପ୍ନ ଦେଖିଲେ ମୋତେ ଲାଗେ କିଛି ସମ୍ଭବ ନୁହଁ।ମନରେ ଦୃଢ଼ ଇଚ୍ଛା ଓ ଲକ୍ଷ୍ୟ ସ୍ଥିର ହେବା ଦରକାର। ଆଉ ସେଇଟା ସମୟ ସହିତ ପ୍ରତିଫଳନ ହେବା ଦରକାର।
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉତ୍ତର:- ପାଠକ ବିନା ଲେଖକ ଅସ୍ତିତ୍ୱହୀନ। ମୋତେ ଲାଗେ ଲେଖକ ଟିଏ ନିଜକୁ ପ୍ରଥମେ ପାଠକ ଟିଏ ଭାବରେ ଗଢିତୋଳିଲେ ସାହିତ୍ୟର ଉନ୍ନତି ସହିତ ଲେଖାର ମାନ ବୃଦ୍ଧି ପାଇବ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ପ୍ରତିଷ୍ଠାନ ଏମିତି ପ୍ରୟାସ ଜାରି ରଖିବା ସହିତ ଶତ ଶତ ଆୟୁଷ ର ଅଧିକାରୀ ହୋଇ ସଫଳତାର ଶିଡିର ଶୀର୍ଷ ସୋପାନରେ ପହଞ୍ଚୁ।
495 total views, 1 views today
Hello there, You’ve done a great job. I will certainly digg it and personally recommend to my
friends. I’m confident they will be benefited from this site.