April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ କଥାହେବା ବାଲେଶ୍ଵର ଜିଲ୍ଲାର ଯୁବ ପ୍ରତିଭା ସୁଶ୍ରୀ ଭାଗ୍ୟଶ୍ରୀ ପୁଟି ଙ୍କ ସହିତ

 

ନାମ- ଭାଗ୍ୟଶ୍ରୀ ପୁଟି
ମାତାଙ୍କ ନାମ- ଶାନ୍ତି ଲତା ପୁଟି
ପିତାଙ୍କ ନାମ- ସୁରେନ୍ଦ୍ର ପୁଟି

ଜନ୍ମ ମାଟି ଠିକଣା – ମୂଳ କୁଢାଇ ଗ୍ରାମ,

ଜିଲ୍ଲା- ବାଲେଶ୍ଵର।
ଜନ୍ମ ତାରିଖ-  ୧୫.୧୧.୧୯୯୭
ଶିକ୍ଷା ଗତ ଯୋଗ୍ୟତା-ଏମ୍.ଏ

ପ୍ରଶ୍ନ – ଆପଣ ଙ୍କ ମତ ରେ ସାହିତ୍ୟ ର ସଂଜ୍ଞା କ’ଣ?
ଉତ୍ତର- ସାହିତ୍ୟ ଏକ ସରସ ସୁନ୍ଦର ଧାରା, ଯେଉଁ ଧାରା ରେ ଝରୁଥିବା ପ୍ରତ୍ୟେକଟି ଶବ୍ଦର ପ୍ରାଣ ହେଉଛି ଗୋଟିଏ ଗୋଟିଏ ମୁକ୍ତା ସହ ସମତୂଲ୍ୟ। ଯେଉଁ ମୁକ୍ତା ଦ୍ବାରା ଜୀବନ ସରସ ରସ ପ୍ରଫୁଲ୍ଲିତ ହୋଇଥାଏ।

ପ୍ରଶ୍ନ- କେବେ ଠାରୁ ଆପଣଙ୍କ ର ସାହିତ୍ୟ ପ୍ରତି ରୁଚି ବଢିଲା,ଓ କେଉଁ ଠାରୁ ପ୍ରେରଣା ପାଇଲେ?

ଉତ୍ତର- ମୋର ସାହିତ୍ୟ ପ୍ରତି ରୁଚି ଦ୍ବାଦଶ(+୨ )ଶ୍ରେଣୀଠାରୁ ମୋର ପ୍ରିୟ ବନ୍ଧୁ ପୂର୍ଣ୍ଣିମା ଠାରୁ ପ୍ରେରଣା ପାଇ ଆରମ୍ଭ ହୋଇଥିଲା।
କହିବାକୁ ଗଲେ ମୋ ଜୀବନ ରେ ସେ ଗୋଟିଏ ଏମିତି ପୁସ୍ତକ, ଯାହାକୁ କି ଯେତେ ପଢିଲେ ବି କମ୍ ହେବ। ସଦାସର୍ବଦା ସେ କିଛି କହେ ଓ ତାହାର ସମ୍ପୁର୍ଣ୍ଣ ସଂଶ୍ଳିଷ୍ଟ ଉପଯୁକ୍ତ ବ୍ୟାଖ୍ୟା ବୁଝାଇ ଦେବାକୁ ସକ୍ଷମ ରଖେ, ତେଣୁ ତାଙ୍କର ସଙ୍ଗତି ଲାଭ ହିଁ ମୋ ଜୀବନ ଗତି ପଥ କୁ ପରିବର୍ତ୍ତନ କରି ସାହିତ୍ୟ ଆଡ଼କୁ ଆକର୍ଷିତ କରିଟାଣି ଆଣିଥିଲା।

ପ୍ରଶ୍ନ- ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ଵତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କରିଥିଲା?

ଉତ୍ତର- ମୋର ସାହିତ୍ୟ ର ପ୍ରଥମ ପଦ ପୂର୍ଣ୍ଣିମା ପାଇଁ, ତାଙ୍କ ସାହାଯ୍ୟ ରେ ମୁଁ ଅନେକ କଥା ସାହିତ୍ୟ ମଧ୍ୟ ରେ ଖୋଜି ପାଇପାରିଛି।

ପ୍ରଶ୍ନ- କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି? ଗଳ୍ପ ନା କବିତା?

ଉତ୍ତର- ଉଭୟ ମୋର ପସନ୍ଦ।
ଗଳ୍ପ- ମନରେ ଓ ସ୍ଥାନ ରେ ଘଟିଥିବା ଯେ କୌଣସି ସ୍ଥାନର ଭ୍ରମଣ, ଜୀବନୀ କାହାଣୀକୁ ମୁଁ ଗଳ୍ପ ର ଆକାର ଦିଏ।
କବିତା- ଗୋଟିଏ ସୁନ୍ଦର ପ୍ରାକୃତିକ ଯିଏକି ତା’ର କୋଳ ରେ ସବୁ ସୁନ୍ଦରତା କୁ ଭରି ଦିଏ ଓ ମୁଁ ଏହାକୁ ନେଇ କବିତା ର ରୂପ ଦିଏ।

ପ୍ରଶ୍ନ- ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର- ଜନ୍ମ ମାଟି ମୋତେ ଅନେକ କିଛି ଦେଇଛି, ସ୍ନେହ ପ୍ରେମ ମମତା ଓ ଭଲ ପାଇବାରେ କେଉଁଠି ବି ଉଣା କରିନାହିଁ, ମୁଁ ବି ଅନେକ ପ୍ରେରଣା ପାଇ ଫୁଟିଉଠିଛି ଏହି ବାଲେଶ୍ଵର ମାଟିରେ।

ପ୍ରଶ୍ନ- ସୁସ୍ଥ ସମାଜ ଗଠନ ଦିଗରେ ସାହିତ୍ୟ କୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର- ସାହିତ୍ୟ ହେଉଛି ରସ, ଯେଉଁ ରସରେ ଅନେକ କିଛି ଭରି ରହିଛି ‌। ସେହି ରସ କୁ ଆମେ ଯେତେ ଆହରଣ କରିବା ସେତେମାତ୍ରା ରେ ଆମର ଓ ଆମ ସମାଜ ର ଉନ୍ନତି ସାଧିତ ହେବ।

ପ୍ରଶ୍ନ- କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର- କବିବର ରାଧାନାଥ ରାୟ ମୋର ପ୍ରିୟ ଲେଖକ।

ପ୍ରଶ୍ନ -ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଆ ସାହିତ୍ୟ ର ସ୍ଥିତି କିପରି?

ଉତ୍ତର-ଆମ ସାମ୍ପ୍ରତିକ ସମାଜ ରେ ଓଡ଼ିଆ ସାହିତ୍ୟ ପ୍ରତି ଆମେ ଯେତେ ସଚେତନ ହେଲେ ମଧ୍ୟ ଆମ ଭାଷା ପ୍ରତି ଯଥେଷ୍ଟ ସମ୍ମାନ ମିଳୁନାହିଁ, ଯାହା ଫଳରେ ଆମ ଭାଷା କୁ ଶାସ୍ତ୍ରୀୟ ମାନ୍ୟତା ମିଳିଲା ପରେ ମଧ୍ୟ କେଉଁଠି ନା କେଉଁଠି ସେଥିପ୍ରତି ଆମ ମଧ୍ୟ ରେ ଜାଗ୍ରତ ସୃଷ୍ଟି ହୋଇପାରୁନାହିଁ।ଓ ଆମ ଓଡ଼ିଆ ଭାଷା ସାହିତ୍ୟ ବିକାଶ ଘଟିପାରୁନାହିଁ।

ପ୍ରଶ୍ନ- ଓଡ଼ିଆ ସାହିତ୍ୟ କୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି?

ଉତ୍ତର- ମୋ ସ୍ଵପ୍ନ ରେ ସାହିତ୍ୟ ଗୋଟିଏ ମନ୍ଦିର, ସେହି ସାହିତ୍ୟ କୁ ମୁଁ ଦୀପ ଟିଏ ହୋଇ ସମୃଦ୍ଧ ନକରି ପାରିଲେ ମଧ୍ୟ ସାମାନ୍ୟ ଧୂପ ଟିଏ ହୋଇ ସୁଗନ୍ଧ ପ୍ରଦାନ କରିପାରିବି ବୋଲି ଆଶା ।

ପ୍ରଶ୍ନ -ପାଠକ ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ?

ଉତ୍ତର- ମୋ ମତରେ ମୁଁ କହୁଛି, ଆମେ ଯେତେ ଆଗକୁ ବଢ଼ିଲେ ମଧ୍ୟ ଆମ ଭାଷା ଆମ ସାହିତ୍ୟ କୁ ସଦାସର୍ବଦା ଉଚ୍ଚ ସ୍ଥାନରେ ସ୍ଥାନିତ କରିବା ଉଚିତ୍ ‌, ଆଉ ସବୁବେଳେ ନିଜର ସ୍ବାର୍ଥ କଥା ଚିନ୍ତା ନ କରି ସମାଜ ଓ ସାହିତ୍ୟ ସଂସ୍କୃତି କଥା ବି ଚିନ୍ତା କରିବା ଉଚିତ୍।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ କିଛି ବାର୍ତ୍ତା ଦେବାକୁ ଚାହିଁବେ?

ସାହିତ୍ୟ କୁ ଉଚିତ୍ ମାର୍ଗ ଦର୍ଶନ ଲାଭ ହେଉ , ସମସ୍ତେ ଚଳ ଚଞ୍ଚଳ କର୍ମମୟ ଜୀବନ ଭିତରେ ସାହିତ୍ୟ କୁ ସମୟ ପ୍ରଦାନ କରନ୍ତୁ ଯାହା କି ସମାଜର ଉନ୍ନତି ସାଧିତ ହୋଇପାରିବ।

 1,083 total views,  1 views today

2 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ କଥାହେବା ବାଲେଶ୍ଵର ଜିଲ୍ଲାର ଯୁବ ପ୍ରତିଭା ସୁଶ୍ରୀ ଭାଗ୍ୟଶ୍ରୀ ପୁଟି ଙ୍କ ସହିତ

  1. Howdy! This can be form of off subject but I would like some tips from a longtime website. Is it very difficult to put in place your own web site? I’m not extremely techincal but I can figure points out very fast. I’m considering building my very own but I’m unsure in which to start out. Do you may have any points or recommendations? Quite a few thanks probduo.se/map2.php svart kl?¤nning fest

  2. I’m not sure the location you’re receiving your information, nevertheless very good topic. I needs to invest some time finding out much more or knowing far more. Thanks for exceptional info I used to be seeking this facts for my mission

Leave a Reply

Your email address will not be published. Required fields are marked *