April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଚାଲନ୍ତୁ କଥାହେବା ମୟୁରଭଞ୍ଜ ଜିଲ୍ଲାର ଯୁବ କବି ମନୋଜ କୁମାର ମହାନ୍ତ

ନାମ:- ମନୋଜ କୁମାର ମହାନ୍ତ
ମାତାଙ୍କ ନାମ-: ତରୁଲତା ମହାନ୍ତ
ପିତାଙ୍କ ନାମ-: ସ୍ୱର୍ଗତଃ ବାବାଜୀ ମହାନ୍ତ

ଜନ୍ମମାଟି/ଠିକଣା-:
ଗ୍ରାମ/ପୋଷ୍ଟ :- ଖୁଣ୍ଟାପାଳ
ଭାୟା/ଥାନା:- ବଡସାହି
ଜିଲ୍ଲା :- ମୟୂରଭଞ୍ଜ
ପିନ:- ୭୫୭୦୨୬

ଜନ୍ମ ତାରିଖ:- ୧୯/୦୬/୧୯୯୯
ଶିକ୍ଷାଗତ ଯୋଗ୍ୟତା:- +୨, ସିଟି

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:-ସମାଜ ରୂପୀ ଚହଲା ପାଣିରେ ସ୍ପଷ୍ଟ ପ୍ରତିଭାତ ହେଉଥିବା ପ୍ରତିଛବି ହେଉଛି ସାହିତ୍ୟ ।ଜୀବନ ରୂପୀ ମାଇଲ ଖୁଣ୍ଟରେ ଲେଖାଥିବା ଦୂରତାର ଭାଷା ହେଉଛି ସାହିତ୍ୟ। ସର୍ବୋପରି ମନୁଷ୍ୟର ଭାବନାର କଳାତ୍ମକ ତଥା ସୃଜନାତ୍ମକ ପରିପ୍ରକାଶକୁ ସାହିତ୍ୟ କୁହାଯାଏ ବୋଲି ମୁଁ ବିଶ୍ୱାସ କରେ।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:- ପିଲାବେଳୁ ନାଟକ ବହି ପଢ଼ିବା ମୋର ସବୁଠାରୁ ବଡ଼ ଦୁର୍ବଳତା ପାଲଟି ଯାଇଛି। ହାଇସ୍କୁଲରେ ପଢୁଥିବା ସମୟରେ ମୋର ପ୍ରିୟ ତଥା ଆଦର୍ଶ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ନୀରଦ ସୁନ୍ଦର ଜେନା ସାର୍ ଙ୍କ ରଚିତ “ଶୁଣିଯା ସୁନା ଭାଇ ମୋର” ନାଟକ ପୁସ୍ତକ ଦ୍ୱାରା ମୁଁ ପ୍ରଭାବିତ।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ବାରିପଦା DIET ରେ ସିଟି ପଢ଼ୁଥିବା ବେଳେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବଡ଼ ଭାଇ ଓ ଅପା ମାନଙ୍କ ଦ୍ବାରା ଆମକୁ ହଠାତ୍ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ କୁହାଗଲା ସେତେବେଳେ ମୁଁ ମୋର ପ୍ରଥମ କବିତା “ପରିଚୟ” ଲେଖିଥିଲି ଯାହା କି ସମସ୍ତଙ୍କୁ ବେଶ୍ ଭଲ ଲାଗିଥିଲା। ସାହିତ୍ୟ ସର୍ଜନା କ୍ଷେତ୍ରରେ ଆଗକୁ ବଢ଼ିବାରେ ମୋର ଗୁରୁଜୀ ଗୁରୁମାଙ୍କ ଆଶିର୍ବାଦ ତଥା ସହପାଠୀ ମାନଙ୍କର ଉତ୍ସାହପ୍ରଦ କଥା ମୋ ପାଇଁ ବେଶ୍ ଗୁରୁତ୍ବ ବହନ କରେ।।

ଗଞ୍ଜାମର ରାଇ ରଞ୍ଜନ ଭାଇ, ଭୁବନେଶ୍ଵରର ରଶ୍ମିତା ଦିଦି ଓ ମୃଣ୍ମୟୀ ଦିଦି ଏବଂ ବାରିପଦାର ବୃନ୍ଦାବନ ସାରଙ୍କ ପ୍ରେରଣା ଏଵଂ ଅମିତ ଭାଇ ଙ୍କ ସହଯୋଗ ରେ ଏ ପର୍ଯନ୍ତ ସାଧନା ଜାରି ରଖିଛି।।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:-କବିତା ଲେଖିବାକୁ ମୁଁ ଅଧିକ ପସନ୍ଦ କରେ କାରଣ କଳ୍ପନା ବିଳାସୀ ମନକୁ ଆତ୍ମତୃପ୍ତି ପ୍ରଦାନ କରିବାରେ କବିତା ବେଶ୍ ସହାୟକ ହୋଇଥାଏ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର ମୋ ଗାଆଁ ବୁଢାବଳଙ୍ଗ ନଦୀର ପାଦ ଦେଶରେ ଅବସ୍ଥିତ ମୋ ଗାଆଁର ମାଟି, ପାଣି, ପବନ ରେ ପିଲାଟି ଦିନରୁ ବଢି ଆସିଛି ଗାଆଁ ମନ୍ଦିର, ଆମ୍ବତୋଟା, ନଈପଠା, ସାଙ୍ଗମେଳ ଏମାନେ ହିଁ ମୋର ସାହିତ୍ୟ ସର୍ଜନା ର ମୂଳ ଉତ୍ସ ବୋଲି ମୁଁ ମାନି ନେଇଛି।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ସାହିତ୍ୟ ବିନା ସମାଜକୁ ସ୍ୱୟଂସମ୍ପୂର୍ଣ୍ଣ କୁହାଯାଇ ନପାରେ ବେଳେବେଳେ ସମାଜର ପ୍ରଥା ପରମ୍ପରାକୁ ନେଇ ସାହିତ୍ୟ ସୃଷ୍ଟି କରାଯାଏ ତ କେତେବେଳେ ପୁଣି ସାହିତ୍ୟ କୁ ଆଧାର କରି ରୀତିନୀତି ପ୍ରଥା ପରମ୍ପରାକୁ ଅଗ୍ରାଧିକାର ଦିଆଯାଏ।। ସୁସ୍ଥ ସମାଜ ଗଠନ ଦିଗରେ ସାହିତ୍ୟ ନିଜକୁ ସମର୍ପି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ।।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:-ବ୍ୟାସକବି ଫକୀରମୋହନ ସେନାପତି ଏବଂ କବିବର ରାଧାନାଥ ରାୟ ।।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ସମ୍ପ୍ରତି ଓଡ଼ିଆ ସାହିତ୍ୟ ଆଧୁନିକତାର ରଙ୍ଗରେ ରଙ୍ଗାୟିତ ହୋଇ ନିଜକୁ ନବବଧୂ ବେଶରେ ସଜାଡୁଛି ଯାହାକି ପାଠକ ପାଠିକା ମାନଙ୍କ ଦ୍ବାରା ବିଶେଷ ଆଦୃତ ହେଉଛି।। ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ଯୁବଗୋଷ୍ଠୀ ମାନେ ସଚେତନ ହେବା ଜରୁରୀ ବୋଲି ମୁଁ ଭାବେ।।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:- ମାତୃଭାଷାର ବିକାଶ ଦିଗରେ ଯୁବପିଢିଙ୍କ ଭୂମିକା ଅନସ୍ଵୀକାର୍ଯ୍ୟ। ସମସ୍ତେ ହାତରେ ହାତ ମିଳାଇବା ଏବଂ ମାତୃଭାଷାର ଉନ୍ନତି ରେ ନିଜକୁ ସମର୍ପଣ କରି ପୂର୍ବ ପୁରୁଷ ମାନେ ଓଡ଼ିଆ ସାହିତ୍ୟକୁ ନେଇ ଦେଖିଥିବା ସ୍ଵପ୍ନକୁ ବାସ୍ତବ ରୂପ ଦେବା।।

 

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?

ପାଠକ ପାଠିକା ମାନେ ହେଲେ ଲେଖକ ବା କବି ପାଇଁ ମୂଲ୍ୟବାନ ସମ୍ବଳ।। କୁହାଯାଏ ପାଠକ ଶ୍ରେଷ୍ଠ ବିଚାରକ ତେଣୁ କବିର ପରିଶ୍ରମର ଫଳ ତା’ର ପାଠକ ମାନଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ।

 

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:

ଯୁବପିଢି ମାନଙ୍କ ମଧ୍ୟରେ ଭାଷା ସାହିତ୍ୟ ପ୍ରତି ଅନୁରାଗ ଜନ୍ମାଇ ସେମାନଙ୍କୁ ଓଡ଼ିଆ ସାହିତ୍ୟ ପ୍ରତି ଆକର୍ଷିତ କରିବା ପାଇଁ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ର ପ୍ରଚେଷ୍ଟା ତଥା ମନୋଜ ସାରଙ୍କ ଉଦ୍ୟମ ପ୍ରକୃତରେ ପ୍ରଶଂସାଯୋଗ୍ୟ ।। ବଣମଲ୍ଲୀର ସୁରଭିକୁ ସାରା ପୃଥିବୀ ପୃଷ୍ଠରେ ବିଛାଇ ଦେଇ ସାହିତ୍ୟର ନବ କଳିକା ମାନଙ୍କର ବିକାଶରେ ନିଜକୁ ଉତ୍ସର୍ଗ କରିଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ ଅନେକ ନାଆଁ କରୁ ଜଗତର ନାଥ ଜଗନ୍ନାଥଙ୍କ ଠାରେ ଏତିକି ପ୍ରାର୍ଥନା।।

। ।ଧନ୍ୟବାଦ।।

Loading

71 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଚାଲନ୍ତୁ କଥାହେବା ମୟୁରଭଞ୍ଜ ଜିଲ୍ଲାର ଯୁବ କବି ମନୋଜ କୁମାର ମହାନ୍ତ

  1. Many thanks to your great submitting! I absolutely enjoyed looking through it, you’ll be a great author.I’ll you’ll want to bookmark your website and will ultimately come back in the future. I choose to really encourage on your own to carry on your terrific posts, Possess a wonderful weekend!

  2. Wonderful blog! I found it while surfing around on Yahoo News.
    Do you have any suggestions on how to get listed in Yahoo News?
    I’ve been trying for a while but I never seem to get
    there! Cheers

  3. When I originally commented I clicked the -Notify me when new comments are added- checkbox and now each time a comment is added I get four emails with the same comment. Is there any way you can remove me from that service? Thanks!

  4. Good day! I know this is kinda off topic but I was wondering which blog
    platform are you using for this site? I’m getting sick and tired
    of WordPress because I’ve had problems with hackers and I’m looking at alternatives for another
    platform. I would be awesome if you could point me in the direction of
    a good platform.

  5. Howdy! I could have sworn I’ve been to your blog before
    but after going through a few of the posts I realized it’s new to
    me. Nonetheless, I’m definitely happy I stumbled upon it and
    I’ll be bookmarking it and checking back frequently!

  6. Hi! I just wanted to ask if you ever have any issues with hackers?
    My last blog (wordpress) was hacked and I ended up losing
    many months of hard work due to no backup. Do you have any solutions to protect against hackers?

  7. Howdy! I know this is kinda off topic but I was wondering if you knew where I could find a captcha plugin for my comment form?

    I’m using the same blog platform as yours and I’m having trouble finding one?

    Thanks a lot!

  8. ଭାଷାର ଛାତ୍ର ହୋଇଥିବାରୁ ନୂଆ ନୂଆ ଲେଖା ପଢିବାକୁ ପସନ୍ଦ କରେ । ମନୋଜ୍ ର ଲେଖା ଅନେକ ସମୟରେ ପଢ଼ିଛି , ଏଥିରେ ଆଧୁନିକତା ସହିତ ପାରମ୍ପରିକ ଛିଟା ଏକ ଅଭିନବତା ସୃଷ୍ଟି କରେ ।
    କାମନା କରିବି ବାଗ୍ଦେବୀଙ୍କ କୃପା ଲାଭ କରି ସାହିତ୍ୟ ସର୍ଜନା ରେ ଉତ୍ତରୋତ୍ତର ଉନ୍ନତି କରୁ।

  9. ମନୋଜ ଭାଇଙ୍କର ସବୁଲେଖା ମୁଁ ପଢେ।ବହୁତ ସୁନ୍ଦର ଏବଂ ଖୁବ୍ ଉନ୍ନତମାନର ଶବ୍ଦ ବ୍ୟବହାର କରି ଲେଖନ୍ତି ,ହୃଦୟସ୍ପର୍ଶୀ ଲେଖା ତାଙ୍କର।ଖୁବ୍ ସୁନ୍ଦର ଭାବରେ ସଜାଇ ଲେଖନ୍ତି କବିତା ଗୁଡିକ।ମନୋଜ ଭାଇ ତୁମେ ଏମିତି ସବୁଦିନ ସୁନ୍ଦର ସୁନ୍ଦର କବିତା ଲେଖନ୍ତୁ।ମୋତେ ବହୁତ ଖୁସି ଲାଗେ ଭାଇଙ୍କର କବିତା ଗୁଡିକ ପଢି। ମା ସରସ୍ଵତୀ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆଗକୁ ଢେର ସାରା କବିତା ଲେଖିଚାଲନ୍ତୁ

  10. Manoj …what to say about you..!!! Your poem says everything about you …I would definitely say Thank you..for the fabulous ,heart touching write up..for us…it melts my heart when I read to your poem…keep it up.Make the Proficient use of the tallent poured in you By Almighty GOD… Go ahead…in your life as your poem in paper ..&..ink ..write More and More….Stay blessed…..Dear.

  11. ବହୁତ ସୁନ୍ଦର…ମୋନଜ କୁମାର
    ଆଗକୁ ମାଡିଚାଲ….
    ଭଗବାନ ତୁମର ମଙ୍ଗଳ କରନ୍ତୁ…

  12. ସୁନ୍ଦର ଲେଖା ମନୋଜ କୁମାର ମହାନ୍ତ ଭାଇ
    ଜୀବନରେ ଆହୁରି ଉନ୍ନତି କର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ଆମ ମାଟିର ଯଶ ରଖିଚାଲ ।

  13. Monoj ra sabu lekha re kichi swatantra barta bahana kare.. Jaha ki juba pidhi mananku matuala re prita kari thae.. Mahaprabhu shree jagannath nka pakhare parthana.. Tara bhavisya ujwala heu ebon ahuri agaku badhu..

  14. Manoj ra lekha sabu padhichi.God nka nikata re etik prathana se agaku hau,sahitya khetra re sunama arjan koru.vabisyata re se jone adarsa sikhyaka hau

  15. Congratulations….Suni bahut khusi heli….Tuma Safalatare bahut anandita abang Garbita …..Ahuri agaku jao…..

  16. ସାନ ଭାଇ ପରି ମନୋଜ. ଫେସବୁକ ରୂ ପରିଚୟ ତାର ମୋର. ଗୋଟେ education group ରୂ. ଖୁସି ଲାଗୁଚି ଆଜି ଏମିତି ଜଣେ ପ୍ରତିଭା ସହ ଜୀବନ ରେ ବନ୍ଧୁତା ହୋଇଛି ମୋର. ବହୁତ ଭଲ ପାଏ ତାକୁ. ଈଶ୍ୱର ଙ୍କ ନିକଟରେ ଏତିକି ପ୍ରାର୍ଥନା ଆଗକୁ ଆଗକୁ ଯାଉ ସାହିତ୍ୟ କ୍ଷେତ୍ର ରେ ସୁନାମ କରୁ. ଭବିଷ୍ୟତ ରେ ମଧ୍ୟ ସେ ଜଣେ ଆଦର୍ଶ ଶିକ୍ଷକ ହେଉ. ତାର ସାହିତ୍ୟ ସାଧନ ରେ ଦିନେ ଆମ ଶିକ୍ଷକ ସମାଜ ଗର୍ବିତ ହେବ ମୁଁ ଆଜି ବହୁତ ଖୁସି ଏମିତି ଜଣେ ପ୍ରତିଭା ବାନ ସାହିତ୍ୟ ପ୍ରେମୀ ଆମ ଶିକ୍ଷକ ସମାଜ ରେ ଯୋଗ ଦେବେ… ସବୁବେଳେ ଖୁସି ରେ ରୁହ.. ଜଗତ ର ନାଥ ଜଗନ୍ନାଥ ଙ୍କ ନିକଟରେ ଏତିକି ଅଳି… କାଳିଆ ଠାକୁର ସାନ ଭାଇ କୁ କଳା ର ଭଣ୍ଡାର ଅର୍ପଣ କରନ୍ତୁ. ଏ ସମାଜ ରେ ଜଣେ ପ୍ରତିଷ୍ଠିତ ସରସ୍ବତୀ ସାଧକ ରୂପେ ନୂତନ ପରିଚୟ ସୃଟି କରୁ…ଜୟ ଜଗନ୍ନାଥ

    1. Congratulations….Suni bahut khusi heli….Tuma Safalatare bahut anandita abang Garbita …..Ahuri agaku jao…..

  17. Dear bro you are writing amazing poems…want to see you at the top..you are the best…and heartly congratulations bhai for your 1st step of success,,keep growing ..

  18. ଖୁବ୍ ସୁନ୍ଦର ଲେଖା ମନୋଜ କୁମାର ମହାନ୍ତ ଭାଇ
    ଜୀବନରେ ଆହୁରି ଉନ୍ନତି କର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ଆମ ମାଟିର ଯଶ ରଖିଚାଲ ।

  19. Congratulations Mr Manoj….
    ଶୁଣି ବହୁତ ଖୁସି ହେଲି ….
    ତୁମ ସଫଳତାରେ ଆନନ୍ଦିତ …..
    ଆହୁରି ଆଗକୁ ଯାଅ।

  20. Lekhoni guda bohut sundar bhai,bohut bholo lage podhiki se sobu, bohut agoku jiba bhai tome

  21. ମନୋଜ ମୋ ପ୍ରିୟ ବନ୍ଧୁ
    ତମର ପ୍ରତ୍ୟେକ ଟି କବିତା ରେ ଭରି ରହିଛି ହୃଦୟସ୍ପର୍ଶୀ ଭାବନା।ଯାହା କୁ ପଢିଲେ ମନ କୁ ସନ୍ତୁଷ୍ଟି ମିଳେ। ସମାଜିକ ପରିବର୍ତ୍ତନ ପାଇଁ ତମର ଯେଉଁ ଅଭିପ୍ରାୟ ତାହା କେବେ ବିଫିଳ ହେବନାହିଁ।ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ଏମିତି ମିଠା ମିଠା ଓ ସୁନ୍ଦର ବୋଧଗମ୍ୟ ଭାଷାରେ କବିତାଲେଖା ଜାରି ରହୁ।।

  22. Mu manoj nka lekha bahut podhichi. Se jane uchhakoti to sahityika. E bhali kola o kalakar nku agoku badhiba ro nityanta avashyakta rahichi aji ro e samayare.

  23. Dear Monaj mu kebe tamo poem podhiba pai miss koreni karana mote tamora pratek ti poem podhiba pai bahut bhola lage ago ku amti lekhi chalu thao tamo poem loka mananko pakhare sabubele pohachi paru. God bless you

  24. ସାନ ଭାଇ ମନୋଜର ଲେଖା ଗୁଡିକ ମୋତେ ବହୁତ ଭଲ ଲାଗେ। ପ୍ରତ୍ୟେକ ଲେଖା ହୃଦୟସ୍ପର୍ଶୀ। ଭଗବାନଙ୍କ ଆଶୀର୍ବାଦ ସର୍ବଦା ରହିଥାଉ। ଏମିତି ଲେଖନୀ ଚାଳନା ଜାରି ରହିଥାଉ।

  25. ମୁଁ ଅବସର ପାଇଲେ ମନୋଜ ବାବୁଙ୍କ କବିତା ପଢେ, କାରଣ ମୋତେ କବିତା ପଢିବାକୁ ଭଲ ଲାଗେ। ତାଙ୍କ କବିତା ଗୁଡ଼ିକ ପଢ଼ି ଆଶ୍ଚର୍ଯ୍ୟ ହୁଏ ଯେ ଏତେ ଭାବନାକୁ ମନରେ ସ୍ଥାନ ଦେଇଛନ୍ତି । ତାଙ୍କ ଉଦ୍ଦେଶ୍ୟରେ ମୋର ଦୁଇ ଧାଡ଼ି –
    ଜ୍ୟୋସ୍ନା ରାତିର ନୀଳ ଆକାଶର ତୁମେ ଚନ୍ଦ୍ରମା
    ବସନ୍ତ ବଗିଚାର କୋଇଲି ସହ ତୁମ ଉପମା ।।

  26. ମୋନଜ,
    ତୁମର ଏଇ ସାହିତ୍ୟ ପ୍ରତି ଭଲ ପାଇବା , ତୁମର ସୁନ୍ଦର ସୁନ୍ଦର ମନମୁଗ୍ଧକର କବିତା ନିଶ୍ଚିତ ଦିନେ ଆମ ଓଡ଼ିଆ ସାହିତ୍ୟ ଇତିହାସ ରେ ସ୍ଵର୍ଣ୍ଣ ଅକ୍ଷର ରେ ଲିବିବଦ୍ଧ ହେବ …
    ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତୁମେ ଏହିପରି ଆମ ମାତୃ ଭାଷାର ସମୃଦ୍ଧି କରି ଚାଲ

  27. Dear, you are writing wonderful poems having some of our traditional style of writing.keep it up.Give us such type of amazing poems to our odia literature..

  28. ବହୁତ୍ ସୁନ୍ଦର ଭାଇ।
    ଯାହାଙ୍କ ମସି ସ୍ପର୍ଶେ ହସେ କଳିକା ପଙ୍କଜ
    କବିତା ମଧ୍ୟେ ସ୍ବ-ଭାବନା କରନ୍ତି ସହଜ
    ତାଙ୍କ ଠୁ ଅନୁପ୍ରାଣିତ କେତେ ଯେ ଅନୁଜ
    ସେ ଅଟନ୍ତି ଆମ କାବିକ ଭାଇ ମନୋଜ।

  29. ଢେର୍ ସାରା ଶୁଭେଚ୍ଛା ଭାଇ
    ଅଳ୍ପ ଦିନ ର ସାହିତ୍ୟ ଯାତ୍ରା ରେ ବି କଲମ ରୁ ଖୁବ୍ ସୁନ୍ଦର ଲେଖା ସୃଷ୍ଟି କରିଛନ୍ତି । ଆପଣଙ୍କ କବିତା ର ଭାବ ଓ ଶବ୍ଦ ସଂଯୋଜନା ଖୁବ୍ ଉଚ୍ଚକୋଟୀର ।
    ସାହିତ୍ୟ ପ୍ରତି ଏ ଭଲପାଇବା ସବୁବେଳେ ରହିଥାଉ ।
    ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବି ,ଆପଣଙ୍କ ର ଏ ଯାତ୍ରା ଅସୀମ ସଫଳତା ଆଣିଦେଉ।

    1. When I get contacted with your poems I just feel something relaxation. Because your excellently composition of words take me far away where I can realize and believe that human has the power of spirituality. By reading poem deeply one can reduce somewhat pathos in one’s life. Good luck man

    2. I personally know Mr. Manoj Kumar Mohanta from about 3 years. He is an active NSS volunteer and having a well behaved nature. I am very proud of him. Thank you

  30. ସରଳତା ଭିତରେ ଜଟିଳତା ର ପ୍ରତିଛବି ମନୋଜ ଭା ଇ
    ଙ୍କ କବିତା ରୁ ସୁସ୍ପଷ୍ଟ ପ୍ରତିତ ହୋଇଥାଏ

    ସାଧାରଣ ଜୀବନ ଶୈଳୀରେ ରେ ଅସାଧାରଣ କବିତା ପ୍ରକଟ କରିବା ଏକ ଧୂରିଣ ପ୍ରତିଭା ର ପରିଚୟ

    ଆଶା କରେ ତମେ ଆମ ଆଶା ର ଆଶା ବୋଜାଇ ରଖିବ ଭାଇ

    ସତ୍ୟବ୍ରତ,,,,,,,,,,,,,,,,

    1. Such a great writer you are..
      Your writing skills was amazing.. feeling very proud as you are from our DIET family.. keep it up little bro

  31. Manoj Kumar Mohanta is one of the most popular poet according to my point of view his every poem has it’s own special quality which provides a lot of message to society.

  32. ମୁଁ ଥରେ ମନୋଜ ଭାଇର ମଧୁଛନ୍ଦା ପ୍ରେମ କବିତା ପଢି ବହୁତ ପ୍ରେରଣା ପାଇଥିଲି ଆଉ ଜାଣିଥିଲି ସେ ଦିନେନା ଦିନେ ଉଚ୍ଚ କୋଟିର କବିତା ସଂରଚନା କରିପାରିବେ ବୋଲି । ତାଙ୍କ କବିତା ଗୁଡିକ ମନକୁ ଛୁଏଁ ଆଉ ପ୍ରେରଣା ଦିଏ ।ଏତେ କମ ବୟସରୁ ଏପରି ଲେଖନୀ ଚାଳନା ସତରେ ଅବିଶ୍ଵସନୀୟ ।ଧନ୍ୟବାଦ ।

  33. ସାରସ୍ବତ ସାଧନା ନିମନ୍ତେ ତୁମ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ l ତୁମ ରଚିତ କବିତାଗୁଡିକ ମନୋମୁଗ୍ଧକର ତଥା ହୃଦୟସ୍ପର୍ଶୀ l ଓଡିଆ ସାହିତ୍ୟ ଜଗତରେ ତୁମେ ଜଣେ ପ୍ରତିଭାବାନ୍ ସ୍ରଷ୍ଟା l ଆଗକୁ ଏହିପରି ପ୍ରୟାସ ବଜାୟ ରଖ l

  34. ମନୋଜ ଭାଇଙ୍କ ପ୍ରତିଟି କବିତା ମୁଁ ପଢେ , ତାଙ୍କର ଲେଖା ଗୁଡିକ ବେଶ୍ ମନଛୁଆଁ ସମଜକୁ ନୂତନ ଦିଗ ଦେଖାଇବାରେ ଯଥେଷ୍ଟ ଗୁରୁତ୍ବ ବହନ କରେ।

  35. Those writings are really heart touching and mind storming. Great work brother. Keep it up and fly high.

  36. ମନୋଜ ଭାଇଙ୍କ ପ୍ରତିଟି କବିତା ହୃଦୟସ୍ପର୍ଶୀ ମୁଁ ଭଗବାନଙ୍କୁ ପ୍ରାଥନା କରୁଛି ସଦାସର୍ବଦା ମନୋଜ ଭାଇଙ୍କ ହାତରୁ ଏହିପରି ସୁନ୍ଦର ସୁନ୍ଦର କବିତା ଆମ ଗହଣକୁ ଆସୁଥାଉ ଏବଂ ମନୋଜ ଭାଇଙ୍କ ସାହିତ୍ୟ ଯାତ୍ରା ସଫଳ ହୋଉ

  37. ମୋ ବନ୍ଧୁର କବିତା ଗୁଡ଼ିକ ଅତି ଉଚ୍ଚ କୋଟୀର ।
    ମୋ ବନ୍ଧୁର ସାହିତ୍ୟ ଯାତ୍ରା କୁସୁମିତ ହେଉ।
    ଭଗବାନ ମୋନାଜ ର ଯାତ୍ରା ମଙ୍ଗଳ ମୟ କରନ୍ତୁ।
    ଜୟ ଜଗନ୍ନାଥ

  38. ସାନ ଭାଇର ଲେଖା ଖୁବ ଭଲ ଲାଗେ । ସମୟ ସୃଷ୍ଟି ଖୁବ ଉଚ୍ଚ କୋଟିର । ଶବ୍ଦ ଦେଇ ଆଙ୍କୁଥିବା ସୃଷ୍ଟି ବେଶ ହୃଦୟସ୍ପର୍ଶୀ ଅଟେ । ସାହିତ୍ୟ ଯାତ୍ରା ସଫଳ ହେଉ

  39. ମୁଁ ମନୋଜ ଭାଇଙ୍କ କବିତା ସବୁ ପଢ଼େ | କବିତାର ଭାବ ହେଉ ଅବା ଶବ୍ଦ ସଂଯୋଜନା, ପ୍ରତ୍ୟେକ ଦୃଷ୍ଟିରୁ ତାଙ୍କ କବିତା ଗୁଡ଼ିକ ଆଦର୍ଶ | ଯୁବକବି ମନୋଜ ଭାଇଙ୍କୁ ଅନେକ ଅନେକ ଶୁଭେଚ୍ଛା ତାଙ୍କ ସଫଳ ସାରସ୍ୱତ ସାଧନା ନିମନ୍ତେ !

    1. Bahut bhala lekhuchha mara sano Bhai … Semiti hin lekha..Tama pada jatra saphala hou…..

  40. ବୋହୁତ ଭଲ ଲାଗୁଛି ତମର ସାହିତ୍ୟ ପତି
    ଭଲ ପାଇବା କୁ ଦେଖି ଭାଇ।

    1. ସାନ ଭାଇ ମନୋଜ ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ | ତାଙ୍କ ଯାଦୁଗରୀ ସ୍ପର୍ଶରେ ଶବ୍ଦମାନେ ଜୀବିତ ହୋଇ ଉଠନ୍ତି ଏବଂ ନିର୍ମାଣ କରନ୍ତି ଆତ୍ମତୃପ୍ତିଭରା କବିତାର ଆହ୍ଲାଦିତ ସ୍ତୁପ | ଭଗବାନ ଜଗନ୍ନାଥ ତାଙ୍କ ପଥକୁ ସହଜ ଏବଂ ସରଳ କରନ୍ତୁ |
      ଜୟ ଜଗନ୍ନାଥ

    2. ବହୁତ ଭଲ ଲାଗୁଛି ତୁମର ସାହିତ୍ୟ ପ୍ରତି ଆଗ୍ରହ କୁ ଦେଖି ଭାଈ !

    3. ବହୁତ ଭଲ ଲାଗୁଛି ତୁମର ସାହିତ୍ୟ ପ୍ରତି ଆଗ୍ରହ କୁ ଦେଖି ଭାଈ !

Leave a Reply

Your email address will not be published. Required fields are marked *