ନାମ- ନବ କୁମାର ଦାସ
ମାତାଙ୍କ ନାମ-:ଭାରତୀ ଦାସ
ପିତାଙ୍କ ନାମ-:ଗଙ୍ଗାଧର ଦାସ
ଜନ୍ମମାଟି/ଠିକଣା-: ଗ୍ରାମ -ସୁରଡ଼ିହା , ପୋଷ୍ଟ -ପ୍ରତାପପୁର ,ଥାନା -ବାଲିଆପାଳ ,ବ୍ଲକ -ବାଲିଆପାଳ , ଜିଲ୍ଲା -ବାଲେଶ୍ୱର ,ପିନ -756083,ଫୋନ -7381520199
ଜନ୍ମ ତାରିଖ- 18/05/19195
ଶିକ୍ଷା ଗତ ଯୋଗ୍ୟତା- +2 D.El.Ed, +3
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:- ପ୍ରତେକ୍ଷରେ ହେଉ ଅବା ପରୋକ୍ଷରେ ହେଉ ଯାହା ସମାଜର ବଳିଷ୍ଠ ବ୍ୟକ୍ତିତ୍ୱର ଅନୁସନ୍ଧାନ କରି ସମାଜର ଅହେତୁକ ହିତ ସାଧନ କରିଥାଏ ,ତାହା ହିଁ ସାହିତ୍ୟ l
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:-ସପ୍ତମ ଶ୍ରେଣୀରେ (2007) ପାଠ ପଢ଼ୁଥିବା ସମୟରୁ ମାନନୀୟ ଶ୍ରୀଯୁକ୍ତ ନଳିନୀ କାନ୍ତ ପାଢ଼ୀ ଯିଏ କି ମୋର ଶିକ୍ଷକ ତାଙ୍କରି ପ୍ରେରଣାରୁ ରୁଚି ବଢିଲା l
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ପ୍ରଥମ କରି ପତଙ୍ଗ ପତ୍ରିକାରେ ମୋର ପ୍ରଥମ ଗଳ୍ପ “ବିଶ୍ୱାସ ହିଁ ସଫଳତାର ମୂଳ ମନ୍ତ୍ର ” ବାହାରି ଥିଲା ଯାହା ମୋତେ ଅନେକ ଉତ୍ସାହିତ କରିଥିଲା l
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:- କବିତା କ୍ଷେତ୍ରରେ , କାରଣ ଅଳ୍ପ କିଛି ଲେଖି ସୁନ୍ଦର ଭାବ ମାଧ୍ୟମରେ ସମାଜର ହିତ ସାଧନ ସହଜ ହୋଇଥାଏ l
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ମୋ ଗାଁ ସୁରଡ଼ିହା ଯାହା ପବିତ୍ର ମାଟି ଶ୍ରଦ୍ଧା କ୍ଷେତ୍ର ବାଲିଆପାଳ ବ୍ଲକ ଭିତରେ ଅବସ୍ଥିତ l ମୋ ଦକ୍ଷିଣ ବାଲିଆପାଳର ଅଂଶ l ଏ ମାଟି ଗୌରବର ମାଟି l ଅନେକ ଦେବା ଦେବିଙ୍କ ଆଶୀର୍ବାଦରେ ଅନେକ ଶୋଭା ବହନ କରେ l
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସମାଜ ଏକ ଏପରି ଶବ୍ଦ ସାହିତ୍ୟ ଯାହାର ପ୍ରାଣ ଅଟେ l ମନୁଷ୍ୟ ସେତେଦିନ ପର୍ଯ୍ୟନ୍ତ ନିଜକୁ ସାମାଜିକ ପ୍ରାଣୀ ଟିଏ କହିବ ଯେତେ ଦିନ ଯାଏ ସମାଜ ଭିତରେ ସାହିତ୍ୟ ବଂଚିଥିବ l ବିନା ସାହିତ୍ୟରେ ସମାଜ ସୁସ୍ଥ ସହକାରେ ବଞ୍ଚିବା ସମ୍ଭବ ନୁହେଁ l
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ଆମ ବାଲେଶ୍ୱର ମାଟିର ଶ୍ରେଷ୍ଠ ସାହିତ୍ୟିକ ଫକୀର ମୋହନ ସେନାପତି ମୋତେ ବହୁତ ଭଲ ଲାଗନ୍ତି l
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ସାମ୍ପ୍ରତିକ ସମୟରେ ମଧ୍ୟ ସାହିତ୍ୟ ବଞ୍ଚିଛି l ଯାହାକୁ ଆମେ ସମସ୍ତେ ସୋସିଆଲ ମେଡ଼ିଆ ସାହାଯ୍ୟରେ ଅନୁଭବ କରି ପାରୁଛୁ l ବିଭିନ୍ନ ନୂତନ ପୁସ୍ତକ ମାଧ୍ୟମରେ ଅନୁଭବ କରିପାରୁଛୁ କିନ୍ତୁ ସାହିତ୍ୟିକ ମାନଙ୍କର ଶ୍ରେଷ୍ଠତା କୁ ଅନୁଭବ କରି ପାରୁନୁ l
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ଓଡ଼ିଆ ସାହିତ୍ୟ ସାହିତ୍ୟ ଜଗତରେ ଏକ ଅପୂର୍ଵ ସମ୍ଭାର l ଯାହାର ପରିଚୟ ପୁରାତନ କବି ମାନଙ୍କ ଦ୍ୱାରା ମିଳି ଆସିଛି l ଏହା ସବୁବେଳେ ସମାଜକୁ ନୂତନ ଦିଗ ଦର୍ଶନ ଦେବ l
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉତ୍ତର – ବାସ୍ତବରେ ଜଣେ ପାଠକ ପାଠିକା ଜଣେ କବି ଦ୍ୱାରା ହିଁ ସୃଷ୍ଟି ହୁଏ l କବି ତାର ଲେଖା ମାଧ୍ୟମରେ ଯଦି କାହାର ମନକୁ ମୋହି ପରି ପରିବର୍ତ୍ତନ କରି ପାରିଲେ ତେବେ ସେହି ପାଠକ, ପାଠିକାର ପଦ ବାଚ୍ୟ ନହେଲେ ପାଠକ / ପାଠିକା କାହିଁ ?
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ମୋ ମତରେ ସୂର୍ଯ୍ୟ ଉଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟ ସମ ପ୍ରତିଭାର ଏକ ପ୍ରକାଶ l ଯାହା ଦ୍ୱାରା ଅନେକ ସମ୍ଭାବନା ପୂର୍ଣ୍ଣ ହୋଇପାରେ l