ନାମ- ଦେବାଶିଷ ରାଉତ
ମାତାଙ୍କ ନାମ-: ଶ୍ରୀମତୀ ରଞ୍ଜୁକ୍ତା ରାଉତ
ପିତାଙ୍କ ନାମ-: ଶ୍ରୀଯୁକ୍ତ ଶରତ ରାଉତ
ଜନ୍ମମାଟି/ଠିକଣା-: ଗ୍ରାମ- ଶ୍ରୀଧର ପୁର, ପୋଷ୍ଟ- ଗରଡିହୀ, ତହସିଲ- ନୀଳଗିରି, ଜିଲ୍ଲା- ବାଲେଶ୍ଵର, ପିନ୍ – ୭୫୬୦୪୧, ଓଡ଼ିଶା
ଜନ୍ମ ତାରିଖ- ୨୪-୦୬-୨୦୦୦
ଶିକ୍ଷା ଗତ ଯୋଗ୍ୟତା- ଜି.ଏନ୍.ଏମ୍ ଛାତ୍ର
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:-ମୋ ମତରେ ମାତୃଭାଷା ର ସାଧନା ହିଁ ସାହିତ୍ୟ। ସାହିତ୍ୟ ଯାହା ସମାଜ ର ପ୍ରତିଛବି କୁ ବିନା ରକ୍ତପାତ ରେ ବଦଳାଇ ଆତ୍ମୀୟତା ର ଶବ୍ଦାସ୍ତ୍ରରେ ସାମଗ୍ରିକ ସ୍ବାର୍ଥ ସାଧନ କରେ, ତାହା ହିଁ ସାହିତ୍ୟ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ଛୋଟ ବେଳୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରଚନା- “ମାତୃଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନି ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ” ଏହି ପଦ ଟି ମନ ମଧ୍ୟ ରେ ଆନ୍ଦୋଳିତ ହୋଇ ସାହିତ୍ୟ ପ୍ରତି ରୁଚି ବଢିଲା ଏବଂ ବିଭିନ୍ନ ସାହିତ୍ୟ ପୁସ୍ତକ ପଢ଼ି ପ୍ରେରଣା ପାଇଲି।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ଚତୁର୍ଥ ଶ୍ରେଣୀ ରେ ପଢ଼ିବା ସମୟ ରେ ଗୀତ ପ୍ରତିଯୋଗିତା ହେଉ ଥାଏ ଏବଂ ମୁଁ ମଧ୍ୟ ସେଥିରେ ଭାଗ ନେଇ ଥାଏ, କିନ୍ତୁ ଗାଇବା ପାଇଁ ଗୀତ ପାଉନଥାଏ। ଫଳ ରେ ମୁଁ ନିଜେ ଲେଖି ଗାଇବି ବୋଲି ଭାବିଲି ଏବଂ ନିଜେ କିଛି ଲେଖିଲି, ଯାହା ଶିକ୍ଷକ ଏବଂ ବାପା ଙ୍କୁ ଭଲ ଲାଗିଲା। ସେବେ ଠୁ ମୁଁ ସାହିତ୍ୟ ରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ ହେଲି।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:- କବିତା ରେ ଲେଖନୀ ଚାଳନା କରିବା ପାଇଁ ଅଧିକ ପସନ୍ଦ କରେ। କାରଣ କବିତା ମାଧ୍ୟମ ରେ ସମାଜ ର ସମସ୍ତ ଘଟଣା କୁ ମୋ ଭାବନା ର ସ୍ଵର ରେ କବିତା ମାଧ୍ୟମ ରେ ସଜାଇବା ରେ ଆନନ୍ଦ ମିଳେ ।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ମୋ ଜନ୍ମ ମାଟି ବାଲେଶ୍ୱର । ଯାହାକୁ କଳାସଂସ୍କୃତି ର ଶ୍ରୀକ୍ଷେତ୍ର କୁହାଯାଏ। ମୋ ଜନ୍ମ ମାଟି, ଯେଉଁଠି ପ୍ରଥମ ଉପନ୍ୟାସ, ପ୍ରଥମ ଗଳ୍ପ ଏବଂ ପ୍ରଥମ ବ୍ୟଙ୍ଗ କାବ୍ୟ ର ଜନ୍ମ ହୋଇଥିଲା। ମୋ ଜନ୍ମ ମାଟି, ଯାହା ଫକୀର ମୋହନ ସେନାପତି ଙ୍କ ମାଟି। ଇତିହାସ ପୃଷ୍ଠା ଅବଲୋକନ କଲେ ଅନେକ ତଥ୍ୟ ବାଲେଶ୍ୱର ର ଗର୍ଭ ରେ ସାଇତା ଅଛି। ଯେମିତି କି ପ୍ରଥମ ପ୍ରଜା ଆନ୍ଦୋଳନ ଏବଂ ପ୍ରଥମ ଦେଶୀୟ ଗଡ଼ଜାତ ରାଜ୍ୟ ମିଶ୍ରଣ ରେ ମୋ ବାଲେଶ୍ୱର ମାଟି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଯାହା ପାଇଁ ମୁଁ ଅଜି ଗର୍ବିତ।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସୁସ୍ଥ ସମାଜ ଗଠନ ରେ ସାହିତ୍ୟ ର ଭୂମିକା ଗୁରୁତ୍ଵପୂର୍ଣ୍ଣ । କାରଣ ସାହିତ୍ୟ ଏମିତି ଏକ ଅସ୍ତ୍ର, ଜାହା ବିନା ରକ୍ତପାତ ରେ ସମାଜ ର ଛବି କୁ ବଦଳାଇବା ର କ୍ଷମତା ରଖେ।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ଉତ୍କଳ ମଣି ଗୋପବନ୍ଧୁ ଦାସ, ସ୍ଵଭାବ କବି ଗଙ୍ଗାଧର ମେହେର ଏବଂ ଜ୍ଞାନପୀଠ ବିଜୟିନୀ ଶ୍ରୀମତୀ ପ୍ରତିଭା ରାୟ ଙ୍କ ରଚନା ମତେ ଅନେକ ଆକୃଷ୍ଟ କରେ।
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଆ ସାହିତ୍ୟ ର ସ୍ଥିତି କୁ ଅନୁଧ୍ୟାନ କଲେ ଜଣା ଯାଏ, ଅନେକ କବି ଲେଖକ ଙ୍କ ଜନ୍ମ ହୋଇଥିଲେ ମଧ୍ୟ ଏହା ଏକ ପ୍ରକାର ଆତ୍ମପ୍ରତିଷ୍ଠା ପ୍ରତି ଆକୃଷ୍ଟ ହେଉଛନ୍ତି। ଯାହା ମାତୃଭାଷା ର ମୂଲ୍ୟବୋଧ କୁ କ୍ଷୟ କରିବା ସହିତ ଆନ୍ତରିକତା ର ଅଭାବ ପରିଲକ୍ଷିତ ହେଉଅଛି।
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ଓଡ଼ିଆ ସାହିତ୍ୟ ଦିନେ ସାହିତ୍ୟ ଆକାଶ ରେ ଉଜ୍ବଳ ନକ୍ଷତ୍ର ହେବା ସହିତ ବିଶ୍ଵ ଲୋକଭୀମୂଖୀ କରିବା ହିଁ ମୋର ସ୍ୱପ୍ନ
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ପାଠକ/ପାଠିକା ହିଁ ମୋର ଶ୍ରେଷ୍ଟ ପ୍ରେରଣା ଦାୟକ ଏବଂ ସେମାନଙ୍କ ପ୍ରତ୍ୟେକ ମତାମତ ମୋ ପାଇଁ ପୁରସ୍କାର। ତାଙ୍କ ର ସେହି ସ୍ନେହ ଶ୍ରଦ୍ଧା ଓ ଭଲପାଇବା କୁ ଆଶାକରେ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ଆପଣଙ୍କ ପାଇଁ ଆଜି ଅନେକ ଛୋଟ ଛୋଟ ବଣମଲ୍ଲି ମଧ୍ୟ ତା’ର ସୁଗନ୍ଧ ବିତରି ପାରିଛି। ତେଣୁ ଅପଙ୍କୁ ହୃଦୟ ର ଗଭୀରତମ ପ୍ରଦେଶ ରୁ ଅଶେଷ ଅଶେଷ ଧନ୍ୟବାଦ୍ 🙏।
306 total views, 1 views today
It’s not the same as the impression