ନାମ – ଦିନେଶ ନନ୍ଦିନୀ ବେହେରଇ
(Dinesh Nandinee Behera)
ମାତାଙ୍କ ନାମ- ଭାରତୀ ବେହେରା
(Bharati Behera)
ପିତାଙ୍କ ନାମ- ଶରତ ଚନ୍ଦ୍ର ବେହେରା
(Sharat Chandra Behera)
ଜନ୍ମ ସ୍ଥାନ -> ଗ୍ରାମ – ରାମକୁମାର ପୁର
(Ramkumarpur)
ପୋଷ୍ଟ- ସୋମପୁର
(Somepur)
ଜିଲ୍ଲା – କଟକ
(Cuttack)
ରାଜ୍ୟ – ଓଡ଼ିଶା
(Odisha)
ପିନ୍- ୭୫୪୧୩୦
(754130)

ଜନ୍ମ ତାରିଖ – ୦୮/୦୫/୨୦୦୨
(8th May 2002)
ଶିକ୍ଷାଗତ ଯୋଗ୍ୟତା – B. Sc. B. Ed. 1st Year

 

୦୧) ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା?

ଉ- ଜୀବନ ଓ ସମାଜର ପ୍ରତିଫଳିତ ରୂପ ହେଉଛି ସାହିତ୍ୟ। ଯାହା ଭାବ ଏବଂ ଭାଷା ଉପରେ ପରିବେଷ୍ଟିତ।

୦୨) କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା? କେଉଁଠୁ ପ୍ରେରଣା ପାଇଲେ?

ଉ- ପିଲା ଦିନରୁ ଲେଖି ଆସୁଛି। ଭିନ୍ନ ଏକ ସମ୍ପର୍କ ସାହିତ୍ୟ ସହ। ବିଭିନ୍ନ ସାହିତ୍ୟିକ ପୁସ୍ତକ ପଢ଼ିବାରେ ରୁଚି ବହୁ ଦିନରୁ। ସମୟକ୍ରମେ କେତେକ ମହାପୁରୁଷ ଙ୍କ ଲେଖା ପଢି ଜାଣିବାକୁ ପାଇଲି ଯେ ସେମାନେ ଦେଶର ତଥା ରାଜ୍ୟର ଉନ୍ନତି ନିମନ୍ତେ ଭାଷା ତଥା ସାହିତ୍ୟକୁ ଗୁରୁତ୍ଵ ଦେଇଥିଲେ। ଏବଂ ନିଜେ ମଧ୍ୟ ଅନୁଭବ କଲି ଯେ ଦେଶ ଜାତିର ଉନ୍ନତି ନିମନ୍ତେ ଭାଷା ର ଉନ୍ନତି ଆବଶ୍ୟକ। ତେଣୁ ସାହିତ୍ୟକୁ ନିଶା ଭାବରେ ଗ୍ରହଣ କରିଛି।

୦୩) ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ଵତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କରିଥିଲା?

ଉ- ପ୍ରାୟତଃ ଦ୍ଵିତୀୟ ଶ୍ରେଣୀରୁ ଲେଖା ଆରମ୍ଭ କରିଛି। ଚତୁର୍ଥ ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରେ ବିଭିନ୍ନ ସ୍ତରରେ ବିଭିନ୍ନ କବିତା ଓ ଗଳ୍ପ ଲିଖନ ପ୍ରତିଯୋଗିତାରେ ନିଜକୁ ପ୍ରଥମ ସ୍ଥାନରେ ଦେଖି ଜାଣିବାକୁ ପାଇଲି ଯେ ମୁଁ ସାହିତ୍ୟ ରଚନା କରି ପାରିବି, ତେଣୁ ଆଗେଇ ଚାଲିଛି।

୦୪) କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି? ଗଳ୍ପ ନା କବିତା? ଏବଂ କାହିଁକି?

ଉ- ଉଭୟ କ୍ଷେତ୍ରରେ। ସବୁଥିରେ ରୁଚି ରହିଛି।

୦୫) ନିଜ ଜନ୍ମମାଟି ବିଷୟରେ କିଛି କହିବେ କି?

ଉ- ଜଣେ ଓଡ଼ିଆ ହିସାବରେ ମୁଁ ଗର୍ବିତ। ଏହାର କାହାଣୀ ଲେଖିବା ପାଇଁ ସମୁଦ୍ରର ଅତଳ ଜଳ କୁ କାଳୀ କଲେ ମଧ୍ୟ ନିଅଣ୍ଟ। ଭାରତ ହେଉ କି ଓଡ଼ିଶା କି କଟକ , ପ୍ରତ୍ୟେକଙ୍କ ଗରିମା ଏତେ ଉଚ୍ଚକୋଟୀର ଯେ ତାହାକୁ କିଛି ଶବ୍ଦରେ ବଖାଣିବା ଅସମ୍ଭବ ମନେ ହେଉଛି।

୦୬) ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କଣ୍ ଭାବନ୍ତି?

ଉ- ସୁସ୍ଥ ସମାଜ ଗଠନରେ ନିହାତି ଭାବରେ ସାହିତ୍ୟର ଭୂମିକା ରହିଛି। ମୁଁ ପ୍ରଥମରୁ ମଧ୍ୟ କହିଛି ଯେ ଜୀବନ ଓ ସମାଜର ପ୍ରତିଫଳିତ ରୂପ ହେଉଛି ସାହିତ୍ୟ। ତେଣୁ ସାହିତ୍ୟ ସାହାଯ୍ୟରେ ଆମେ ଜାଣି ପାରିବା ଯେ ସମାଜ କଣ୍, ସମାଜର ଆବଶ୍ୟକତା, ଅସୁବିଧାର କାରଣ। କାରଣ ଜାଣିଲେ ନିରାକରଣ କରିପାରିବା। ସମସ୍ୟା ର ନିରାକରଣ ଓ ସମାଧାନ ହିଁ ସୁସ୍ଥ ସମାଜ ଗଠନ କରିପାରିବ। ଏହା ସହ ସାହିତ୍ୟ ଏକ ଉନ୍ନତି ର ଏକ ରାସ୍ତା।

୦୭) କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉ – ସେମିତି କେହି ଜଣଙ୍କୁ କହି ପାରିବିନି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସମସ୍ତେ ଭଲ ଲାଗନ୍ତି। ପ୍ରତ୍ୟେକଙ୍କ ଲେଖାରୁ , ଏବଂ ତାଙ୍କ ଜୀବନରୁ କିଛି ନା କିଛି ଶିଖିବାକୁ ମିଳିଥାଏ ନିଶ୍ଚୟ। କିନ୍ତୁ ଇଂରାଜୀ ସାହିତ୍ୟରେ ୱିଲିୟମ୍ ୱର୍ଡୱର୍ଥ୍ ମୋର ପ୍ରିୟ କବି।

୦୮) ସାଂପ୍ରତିକ ପରିସ୍ଥିତିରେ ଓଡ଼ିଆ ସାହିତ୍ୟର ସ୍ଥିତି କିପରି?
ଉ – ଓଡ଼ିଆ ସାହିତ୍ୟ ଯଦିଓ ଅନୁନ୍ନତ ନାହିଁ ତଥାପି ଉନ୍ନତି ଆବଶ୍ୟକ। ଓଡ଼ିଆ ସାହିତ୍ୟର ଅପଭ୍ରଂଶ ତଥା ଅପମିଶ୍ରିତ କରାଯିବା ପରି ଲାଗୁଛି। ତାକୁ ରୋକିବା ଆବଶ୍ୟକ।

୦୯) ଓଡ଼ିଆ ସାହିତ୍ୟ କୁ ନେଇ ଆପଣ କଣ୍ ସ୍ବପ୍ନ ଦେଖନ୍ତି?

ଉ- ଓଡ଼ିଆ ସାହିତ୍ୟ ଦିନେ ସାର୍ବଜନୀନ ହେଉ।

୧୦) ପାଠକ ପାଠିକା ମାନଙ୍କୁ ନିଜ ବିଷୟରେ କଣ୍ କହିବେ?

ଉ- ମୁଁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସାହିତ୍ୟ ରଚନା କରି ଆସୁଛି। ଏବଂ ଆପଣମାନଙ୍କ ଆଶୀର୍ବାଦ ଆଉ ଭଲ ପାଇବା ପାଇଁ କେବେ ଅଟକି ନଯାଇ ଏତେ ପଥ ଅତିକ୍ରମ କରି ଆସିଛି। ସାହିତ୍ୟ ଯଦିଓ ମୋର ନିଶା କିନ୍ତୁ ପେଶା ନୁହେଁ। ବହୁତ୍ ଭଲ ପାଇବା ଅଛି ସାହିତ୍ୟ ପ୍ରତି। ତେଣୁ ଲେଖିବା ଜାରି ରହିଛି। ଲେଖିବାର ମୁଖ୍ୟ ଉଦ୍ଦେଶ୍ୟ, ସମ୍ମାନୀୟ ପାଠକ/ପାଠିକା ମାନଙ୍କୁ ଜୀବନ, ସମାଜ, ସମ୍ପର୍କ, ପରିବେଶ ଆଦିର ମହତ୍ତ୍ଵ ଦର୍ଶାଇବା, ଅସୁବିଧା ଗୁଡ଼ିକୁ ଅନୁଭବ କରାଇବା, ସେସବୁର ସମାଧାନ ନିମନ୍ତେ ତାଙ୍କ ହୃଦୟରେ ଇଚ୍ଛାଶକ୍ତିର ବୀଜ ରୋପଣ କରିବା। ଯାହାଦ୍ବାରା ଆମ ସମାଜର, ଦେଶର, ଜାତିର ଉନ୍ନତି ସମ୍ଭବ ହୋଇ ପାରିବ। ମୋ ଲେଖାକୁ ପଢନ୍ତୁ, ବୁଝନ୍ତୁ, ହୃଦୟଙ୍ଗମ କରନ୍ତୁ, ବିଚାର କରନ୍ତୁ, ଠିକ୍ ଲାଗିଲେ ଗ୍ରହଣ କରନ୍ତୁ, କାମରେ ଲଗାନ୍ତୁ, ଠିକ୍ ନଲାଗିଲେ ମୋତେ ଜଣାନ୍ତୁ, ଆଲୋଚନା କରନ୍ତୁ। ଆପଣ ମୋତେ ସଂଶୋଧନ କରନ୍ତୁ, ମୁଁ ଆପଣମାନଙ୍କୁ ସଂଶୋଧନ କରିବାର ଚେଷ୍ଟା କରିବି। ଏକ ସହଜୀବିତା ରେ ଜୀବନ ର ରଥ ଗଡି ଚାଲୁ।

ସୂର୍ଯ୍ୟୋଦୟ କୁ ବାର୍ତ୍ତା;
ଏହି ପ୍ରତିଷ୍ଠାନ ବହୁତ୍ କିଛି ଦେଇଛି ମୋତେ, ଯାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ, ତଥାପି ଆଜି ମୁଁ ଯେତିକି ରାସ୍ତା ଅତିକ୍ରମ କରି ପାରିଛି ସେଥିରେ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ବହୁ ଭୂମିକା ରହିଛି। ଏହି ପ୍ରତିଷ୍ଠାନ କାଳଜୟୀ ହେଉ। ଏତିକି ହିଁ ପ୍ରାର୍ଥନା।

🙏🏻🇮🇳🙏🏻

 633 total views,  1 views today

One thought on “ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଭେଟନ୍ତୁ କଟକ ଜିଲ୍ଲାର ଯୁବ ପ୍ରତିଭା ଦିନେଶ ନନ୍ଦିନୀ ବେହେରା”

Leave a Reply

Your email address will not be published. Required fields are marked *