April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୨୦୨୧ ରେ ଭେଟନ୍ତୁ କଟକ ଜିଲ୍ଲାର ଯୁବ ପ୍ରତିଭା ସୁଶ୍ରୀ ଶୁଭଶ୍ରୀ ନାୟକ

ନାମ- ଶୁଭଶ୍ରୀ ନାୟକ
ମାତାଙ୍କ ନାମ-: ପଙ୍କଜିନୀ ନାୟକ
ପିତାଙ୍କ ନାମ-: ବିଭୂତି ଭୂଷଣ ନାୟକ
ଜନ୍ମମାଟି/ଠିକଣା-: ଗ୍ରା-କାଞ୍ଜିଆପଦା ପୋ- କାନପୁର
ଜି- କଟକ ୭୫୪୦୩୭
ଜନ୍ମ ତାରିଖ : ୧ ଅକ୍ଟୋବର ୧୯୯୭
ଶିକ୍ଷା ଗତ ଯୋଗ୍ୟତା : ‘ଲୋକ ପ୍ରଶାସନ’ ବିଭାଗ ସ୍ନାତକୋତ୍ତର – ପ୍ରଥମ ବର୍ଷ ଛାତ୍ରୀ

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:- ସାହିତ୍ୟ ହିଁ ଜୀବନ। ସାହିତ୍ୟ ବିନା ଜୀବନ ଅପୂର୍ଣ୍ଣ।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ପିଲାଟି ଦିନରୁ ମୋତେ ପଢିବାକୁ ଭଲଲାଗେ। ବାପାଙ୍କ ଥାକରୁ ଅନେକ ନାଟକ ବହି ନେଇ ପଢୁଥିଲି। ଛୋଟବେଳୁ ଜେଜେବାପା ଏବଂ ବାପାଙ୍କୁ ଲେଖା ଲେଖି କରିବାର ଦେଖିଛି। ତେଣୁ ଉଭୟଙ୍କ ଠାରୁ ନିଶ୍ଚିତ ଭାବରେ ପ୍ରେରଣା ଲାଭ କରିଛି।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ସପ୍ତମ ଶ୍ରେଣୀରେ ପଢିଲା ବେଳେ ମୁଁ ଲେଖା ଆରମ୍ଭ କଲି। ପ୍ରତିଟି ଲାଇବ୍ରେରୀ କ୍ଲାସ୍ ରେ ମୁଁ ଗୋଟିଏ ଲେଖାଏଁ କବିତା ଲେଖୁଥିଲି। ଯେତେବେଳେ ସେଗୁଡ଼ିକୁ ମୋର ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦେଖାଇଥିଲି, ସେ ମୋର ସମସ୍ତ କବିତାକୁ ପସନ୍ଦ କରିଥିଲେ ଏବଂ ତାହା ହିଁ ମୋତେ ଏ ଦିଗରେ ଅଧିକ ଉତ୍ସାହିତ କରିଥିଲା।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-କବିତା ଏବଂ କ୍ଷୁଦ୍ର ଗଳ୍ପ ଲେଖିବାକୁ ମୋତେ ବହୁତ ଭଲ ଲାଗେ। ଅଳ୍ପ ଧାଡ଼ିରେ ଅନେକ କିଛି ବାର୍ତ୍ତା ଦେଇହୁଏ । ତେଣୁ ଏହି ସବୁ ଲେଖିବା ଅଧିକ ପସନ୍ଦ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ଜନ୍ମମାଟି ସବୁବେଳେ ସର୍ବ ଉର୍ଦ୍ଧ୍ବରେ। ଅନେକ କିଛି ଦେଖିଛି, ଅନୁଭବ କରିଛି। ପ୍ରତିଟି କୋଣରେ ସାହିତ୍ୟ ସହ ଜଡିତ ଘଟଣାଗୁଡ଼ିକର ପ୍ରତ୍ୟକ୍ଷଦର୍ଶୀ ସାଜିଛି। ନିଶ୍ଚିତ ରୂପେ ଗୋଟିଏ ଏଭଳି ମାଟି ଏବଂ ପରିବାରରେ ଜନ୍ମଗ୍ରହଣ କରି ମୁଁ ଗର୍ବିତ ମନେ କରୁଛି।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକା ନିତାନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏହାର ସଠିକ ପରିଚାଳନା ପରିବାରରୁ ଆରମ୍ଭ ହେବା ଉଚିତ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ମୋତେ ପ୍ରତିଭା ରାୟ, ମମତାମୟୀ ଚଉଧୁରୀ ଏବଂ ମନୋଜ ଦାସ ଅଧିକ ଭଲ ଲାଗନ୍ତି।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ବର୍ତ୍ତମାନ ଲୋକେ ବିଦେଶୀ ଭାଷାକୁ ଅଧିକ ଗୁରୁତ୍ବ ଦେବାରେ ଲାଗିଛନ୍ତି। ଯାହା ଫଳରେ ଓଡ଼ିଆ ସାହିତ୍ୟ ଗଭୀର ଭାବରେ ପ୍ରଭାବିତ ହେଉଛି। ଅନ୍ୟାନ୍ୟ ଭାଷାକୁ ସମ୍ମାନ ଦେବା ସହିତ ନିଜ ମାଟିର ଭାଷା ପ୍ରତି ସମ୍ମାନ ସୃଷ୍ଟି ହେବା ଆବଶ୍ୟକ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:-ଓଡ଼ିଆ ସାହିତ୍ୟର ମାନ ଅନେକ ଉର୍ଦ୍ଧ୍ଵକୁ ପାଦ ଥାପୁ। ପ୍ରତିଟି ପ୍ରାଣରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସମର୍ଥ ହେଉ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ମୁଁ ନିଜେ ଜଣେ ପାଠିକା। ତେଣୁ ଏତିକି କହିବାକୁ ଚାହିଁବି ଯେ ଓଡ଼ିଆ ଭାଷାରେ ଅନେକ ମଧୁରତା ଭରି ରହିଛି। ସେ ମଧୁରତାର ସ୍ଵାଦ ନିଅନ୍ତୁ। ନିଶ୍ଚିତ ଭାବରେ ଆପଣ ସାହିତ୍ୟ ସହ ବାନ୍ଧି ହୋଇଯିବେ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ଭାଷା ସାହିତ୍ୟକୁ ବଞ୍ଚାଇ ରଖିବାର ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ପ୍ରଚେଷ୍ଟା ଜାରି ରହୁ। ଜନସାଧାରଣଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାରେ ଏବଂ ଭାଷା ମାଧ୍ୟମରେ ଭାତୃଭାବର ବୃଦ୍ଧି କରିବାରେ ଅନୁଷ୍ଠାନ କୃତକାର୍ଯ୍ୟ ହେଉ ଏହା ମୋର ପ୍ରାର୍ଥନା।

Loading

Leave a Reply

Your email address will not be published. Required fields are marked *