ନାମ- ପ୍ରୀତିସୀମା ସ୍ଵାଇଁ
ମାତାଙ୍କ ନାମ-:ସୁଷମା ସ୍ଵାଇଁ
ପିତାଙ୍କ ନାମ-: ଶିଶିର କୁମାର ସ୍ବାଇଁ
ଜନ୍ମମାଟି/ଠିକଣା-: କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ୍ ଅନ୍ତର୍ଗତ ବେଲସୁନ୍ଦରୀ ଗ୍ରାମରେ ମୋର ଜନ୍ମ ।
ଜନ୍ମ ତାରିଖ _ ୩୦/୦୬/୧୯୯୨( certificate)
ଶିକ୍ଷା ଗତ ଯୋଗ୍ୟତା_ Ph.D in odia ( continuing)
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:-ସାହିତ୍ୟର ସେମିତି କିଛି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ । ତଥାପି ସାହିତ୍ୟ ଅନେକ ସଂଜ୍ଞାର ବାହକ । ସୃଷ୍ଟିର ଆଦ୍ୟ କାଳରୁ ସାହିତ୍ୟ ରଚନା ହୋଇ ଆସୁଛି । ସମୟକ୍ରମେ ତା’ ରୂପରେ ପରିବର୍ତ୍ତନ ଘଟିଛି। ସାହିତ୍ୟ ବ୍ୟକ୍ତି ଦ୍ଵାରା ରଚନା ହେଲେ ମଧ୍ୟ ତାହା ବ୍ୟକ୍ତି କୈନ୍ଦ୍ରିକ ନହୋଇ ସମୂହର କଥା କହେ । ଏହା ଏକ ସୃଜନାତ୍ମକ କଳା । ସମସ୍ତଙ୍କ ପାଖରେ କିଛି ନା କିଛି କଳା ଥାଏ, କିନ୍ତୁ ସାହିତ୍ୟକୁ ଉତ୍ତୁରେଇ ପାରିବାର କଳା ସମସ୍ତଙ୍କ ପାଖରେ ନଥାଏ । ସାହିତ୍ୟ ଏକ ବନ୍ଧନ ଯାହା ସମସ୍ତଙ୍କୁ ନିଜର ମନେକରି ବାନ୍ଧିରଖେ । “ସାହିତ୍ୟ ” ଯାହା ଆମ ସହିତ ଅଛି , ଯାହା ସମୂହର ହିତ ସାଧନ କରେ । ସାହିତ୍ୟ କୌଣସି ସୀମା ମଧ୍ୟରେ ଆବଦ୍ଧ ହୋଇ ନଥାଏ ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- ସ୍କୁଲ୍ ଜୀବନରେ ସାହିତ୍ୟ ପ୍ରତି ରୁଚି ଥିଲା । ପିଲାଦିନେ ଜହ୍ନମାମୁଁ ଓ ମୀନାବଜାର ଆଦି ପତ୍ରିକା ପଢ଼ୁଥିଲି । ପଢ଼ିବାକୁ ଭଲ ଲାଗୁଥିଲା । ରୁଚି କେବେ ବଢ଼ିବାକୁ ଲାଗିଲା ଜାଣିନି, କଲେଜ୍ ସମୟରୁ ଲେଖିବା ଆରମ୍ଭ ହୋଇଥିଲା , ଏଯାବତ୍ ସେ ଧାରା ଅବ୍ୟାହତ ରହିଛି । ମୋ ଚାରିପାଖର ପୃଥିବୀ ମତେ ପ୍ରେରଣା ଯୋଗାଇଛି । ଜହ୍ନର ଶୀତଳତା , ପ୍ରଜାପତିର ରଙ୍ଗବେରଙ୍ଗ ଡେଣା, ବର୍ଷାଦିନେ ବେଙ୍ଗ ରଡ଼ି, ଫୁଲଉପରେ କାକର ବିନ୍ଦୁ , ଦୂର ପାହାଡ଼, ଗାଁ ମନ୍ଦିର, କୋଇଲିର କୁହୁ, ଆକାଶରେ ଚଢ଼େଇଙ୍କ ଶୋଭାଯାତ୍ରା ମତେ ପ୍ରକୃତି କୋଳକୁ ଟାଣି ନିଏ । ଏସବୁକୁ ଭଲ ପାଉପାଉ ଲେଖିବା ଆରମ୍ଭ ହୁଏ ।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ମୋ ସହ ସେମିତି କିଛି ଘଟଣା ଘଟିନାହିଁ, ମତେ ଲେଖିବାକୁ ଭଲଲାଗେ ସେଥିପାଇଁ ମୁଁ ଲେଖେ । ମନକୁ ଯାହା ଆସେ, ଯେଉଁ ପରିବେଶ ପରିସ୍ଥିତି ଦେଇ ଗତିକରେ ବେଳେ ବେଳେ ଲେଖାରେ ସେମିତି କିଛି ରୂପ ଦେଖିବାକୁ ମିଳେ । ଲେଖିବା ପାଇଁ ନିହାତି କିଛି ଘଟଣା ଦାୟୀ ଏମିତି ମୁଁ ଭାବେ ନାହିଁ ।
ହଁ , ଏମିତି ହୋଇପାରେ ଅନେକ କିଛି ପଢ଼ିବା ସମୟରେ ମୁଁ ଭାବେ ଏମିତି ହେବାର ନଥିଲା, ଆଉ କିଛି ଅଲଗା କରି ହେଇ ଥାଆନ୍ତା । ସେଇ ପରିବର୍ତ୍ତନ ଘଟାଇବା ଭାବନା ମତେ ଲେଖିବା ପାଇଁ ଉତ୍ସାହିତ କରିଥାଇ ପାରେ ବୋଲି ଭାବୁଛି । ମୋ ପଢ଼ିବାର ଇଚ୍ଛା ଉତ୍ସାହ ଦିଏ । ମୁଁ ଲେଖେ ବୋଲି ପ୍ରାୟ କେହି ଜାଣିନଥିଲେ , କିଛି ଦିନ ହେଲା ପ୍ରକାଶ ପାଉଥିବା କବିତା ଦେଖି ଅନେକ ଜାଣିଲେ । କୌଣସି ଦିନ ମୁଁ ସେମିତି ବ୍ରତୀ ହେବାକୁ ଚେଷ୍ଟା କରିନି ।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-ଉଭୟ ଗଳ୍ପ ଏବଂ କବିତା ମତେ ଲେଖିବାକୁ ଭଲ ଲାଗେ । ମୁଁ ବ୍ୟକ୍ତିଗତ ଭାବେ ଏତିକି ଭାବେ ଗଳ୍ପ ଲେଖିବାକୁ ବେଶୀ ଭାବନା ଓ ସମୟ ଦେବାକୁ ହୁଏ ଯାହା ମୋ ଦ୍ବାର ସମ୍ଭବ ହୁଏ ନାହିଁ । କବିତା ଲେଖିବାକୁ ମୁଁ ସହଜ ମନେକରେ, ସେଥିପାଇଁ କବିତା । କିନ୍ତୁ ଗଳ୍ପ ପଢ଼ିବାର ଆଗ୍ରହ ପିଲାଦିନରୁ ଥିଲା ସେଥିପାଇଁ ତାକୁ ବି ଛାଡ଼ି ହୁଏନି । କେବେ କେମିତି ଗଳ୍ପ ଲେଖିବାକୁ ଇଚ୍ଛା ହେଲେ ଚେଷ୍ଟାକରି ଲେଖେ ।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ସମସ୍ତଙ୍କ ପାଇଁ ନିଜ ଜନ୍ମମାଟି ସବୁଠୁ ପ୍ରିୟ । ମୋ ପାଇଁ ମଧ୍ୟ ମୋ ଜନ୍ମମାଟି ମୋର ପ୍ରିୟ ସ୍ଥାନ । ଯେଉଁଠି ରହିଲେ ବି ଜନ୍ମମାଟିର ମୋହ ଆକର୍ଷିତ କରେ । ନିଜ କୋଳକୁ ଡାକେ , ନିଜ ପ୍ରଶସ୍ତ ବାହୁ ବିସ୍ତାର କରି । ସେ ଡାକରୁ ମୁହଁ ଫେରେଇ ହୁଏନି ।
ଜୀବନ ପ୍ରତି ତାର ଅବଦାନ ଅନେକ, ସେ ସବୁ ମୋ ଦେହରେ ନିଃଶ୍ୱାସ ହୋଇ ପ୍ରବାହିତ ହେଉଛି ।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସାହିତ୍ୟ ଓ ସମାଜ ପରସ୍ପର ସଂଯୁକ୍ତ । ଗୋଟିଏ କୁ ଛାଡ଼ି ଅନ୍ୟର ସ୍ଥିତି ଅସମ୍ଭବ । ସାହିତ୍ୟ ରେ ସମାଜ ସ୍ଥାନ ପାଏ, ସମାଜ ସାହିତ୍ୟକୁ ମାନ୍ୟତା ଦିଏ । ସାହିତ୍ୟ ବଞ୍ଚିବା ଶିଖାଏ । ସମାଜକୁ ମାର୍ଜିତ କରେ । ସେଥିପାଇଁ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକା ଗୁରୁତ୍ୱପର୍ଣ୍ଣ । ସାହିତ୍ୟ ବଞ୍ଚିବାର କଳା ଶିଖାଏ, ଜୀବନକୁ ରଙ୍ଗୀନ୍ କରେ ।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ଯାହାଙ୍କୁ ଯେଉଁ ସମୟରେ ପଢ଼େ ଯଦି ସୃଷ୍ଟି ଭଲଲାଗେ ତେବେ ସ୍ରଷ୍ଟା ମତେ ଭଲ ଲାଗନ୍ତି । ଏମିତି ଅନେକ ନାମ ଅଛି, ସବୁ ନାମ କହିବା ସହଜ ନୁହେଁ । ମନୋଜ ଦାସ, ସୁରେନ୍ଦ୍ର ମହାନ୍ତି, ଅଚ୍ୟୁତାନନ୍ଦ ପତି, ପ୍ରତିଭା ରାୟ, ଅଖିଳ ମୋହନ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ, ମାୟାଧର ମାନସିଂହ, ଜ୍ଞାନୀ ଦେବାଶିଷ ମିଶ୍ର, କଇଳାଶ ପଟ୍ଟନାୟକ, ଗୌରହରି ଦାସ ଏମିତି ଅନେକ ଲେଖକ ଅଛନ୍ତି ।
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ବହୁତ୍ ଆଗରେ । ଯୁବପିଢୀଙ୍କ ଆଗ୍ରହ ଓ ସାହିତ୍ୟ ପ୍ରତି ଭଲପାଇବା ଏହାର ପ୍ରମାଣ । ଏହା ଗୋଟିଏ ପାର୍ଶ୍ଵ, ଅନ୍ୟ ଏକ ପାର୍ଶ୍ୱ ମଧ୍ୟ ଅଛି । ହଠାତ୍ କବି ବା ଲେଖକ ହେବାର ଇଚ୍ଛା ସାହିତ୍ୟର ହାନି ଘଟାଉଛି । ତେବେ ସମସ୍ତ ଜିନିଷର ଦୁଇଟି ଦିଗ ରହିଥାଏ, ଭଲ ଦିଗକୁ ଚୟନ କରିବା ଆମର କର୍ତ୍ତବ୍ୟ ।
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ଓଡ଼ିଆ ସାହିତ୍ୟର ଉନ୍ନତି ରୂପକ ସେତୁ ନିର୍ମାଣରେ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିପାରିଲେ ନିଜକୁ ଧନ୍ୟ ମଣିବି । ମରିବା ପାଇଁ ଜନ୍ମ ଏକଥାକୁ ଗ୍ରହଣ ନକରି ଚିରକାଳ ଅମର ହେବାର ସ୍ୱପ୍ନରେ ଦିନେ ମରିଯିବି ଏହାହିଁ ମୋର ସାହିତ୍ୟକୁ ନେଇ ସ୍ବପ୍ନ ।
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ନିଜ ବିଷୟରେ ସେମିତି କିଛି ଖାସ୍ କହିବା ଭଳି ନାହିଁ, ଅନେକ କିଛି କହିଛି । ମୁଁ ଜାଣିନି ମତେ କେଉଁମାନେ ପଢ଼ିଛନ୍ତି ଅବା ଜାଣିଛନ୍ତି । ଏତିକି କହିବି ପାଠକ ପାଇଁ ଲେଖକ ବଞ୍ଚେ, ପାଠକ ବିନା ଲେଖକର ଅସ୍ତିତ୍ବ ନାହିଁ । ଉପଯୁକ୍ତ ପାଠକ ଦାୟରେ ପ୍ରଶଂସା ଯେତିକି ଜରୁରୀ ତ୍ରୁଟି ବାଛିବା ମଧ୍ୟ ସେତିକି ଜରୁରୀ ଏତିକି ଧ୍ୟାନ ଦେବାକୁ ଅନୁରୋଧ ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଦୀର୍ଘଜୀବି ହେଉ । ସାହିତ୍ୟକୁ ଆଗେଇ ନେବାରେ ବାହକ ସାଜୁ । ଏମିତି ଅଭିନବ ପ୍ରୟାସ ଜାରି ରଖି ଯୁବପିଢୀଙ୍କୁ ପ୍ରେରଣା ଯୋଗାଉ ଏତିକି ଶୁଭ କାମନା ହୃଦୟରୁ । ଏ ପରିବାରର ଛୋଟ ଅଂଶଟିଏ ହୋଇପାରି ଥିବାରୁ ମନୋଜଙ୍କୁ ଧନ୍ୟବାଦ ।
390 total views, 2 views today
This design is incredible! You certainly know how to keep a
reader amused. Between your wit and your videos, I was almost moved to start my own blog (well, almost…HaHa!) Fantastic job.
I really enjoyed what you had to say, and more than that, how you presented it.
Too cool!
Review my site … CBD oil for anxiety
Biggest profits mean gravest risks.