April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ ଭେଟିବା ଗଂଜାମ ଜିଲ୍ଲାର ଯୁବକବି ଶ୍ରୀମାନ ଭୋଳାଶଙ୍କର ସେଠୀ

ନାମ- ଭୋଳାଶଙ୍କର ସେଠୀ
ମାତାଙ୍କ ନାମ-: ବିଳାସ ସେଠୀ
ପିତାଙ୍କ ନାମ-: ଅରୁଣ ସେଠୀ
ଜନ୍ମମାଟି/ଠିକଣା-: ଗ୍ରାମ- ବାରସିଙ୍ଗି, ବ୍ଲକ- ଶେରଗଡ଼, ଜିଲ୍ଲା- ଗଞ୍ଜାମ
ଜନ୍ମ ତାରିଖ-: ୨୨/୦୩/୨୦୦୧
ଶିକ୍ଷା ଗତ ଯୋଗ୍ୟତା-: +୩ ( BSC 2nd year ) Physics

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ଭାବନାର ଭାଷାଗତ ଲିଖିତ ରୂପ ହେଉଛି ସାହିତ୍ୟ ଓ ଏହା ଦୁଇ ଯୁଗ ମଧ୍ୟରେ ବାର୍ତ୍ତା ଆଦାନପ୍ରଦାନ କରିବାରେ ଏକ ସେତୁ ସଦୃଶ । ସାହିତ୍ୟ ହେଉଛି ଲେଖକର ସୃଷ୍ଟି ଓ ପାଠକର ଦୃଷ୍ଟି ଯାହା ସହାୟତା ରେ ପାଠକଙ୍କ ଜ୍ଞାନଦୃଷ୍ଟି ଉଦୟ ହୁଏ । ଏହା ହେଉଛି ଏପରି ଏକ ଶକ୍ତି ଯାହାର ସ୍ବାଧୀନତା କୌଣସି ମୁହୂର୍ତ୍ତ ରେ ମଧ୍ୟ କ୍ଷୁର୍ଣ୍ଣ କରାଯାଇ ପାରେନା ।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:- ବିଦ୍ୟାଳୟର ବିଦ୍ୟାର୍ଥୀ ଜୀବନରେ ବକୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାରେ ସବୁବେଳେ ଉତ୍ସୁକତା ରହିଥିଲା। କିନ୍ତୁ ଏଥିପାଇଁ ମୁଁ ବକୃତା ଦେବାକୁ ହେଲେ ମୋର ଗୁରୁଜନଙ୍କ ଭାଷଣ ଲେଖାର ସହାୟତା ନେବାକୁ ପଡ଼ୁଥିଲା। ପରେ ବକୃତା ଦେବା ପାଇଁ ମୁଁ ସ୍ବତଃ ଲେଖାଲେଖି ଆରମ୍ଭ କରିଲି ଏବଂ ବକୃତା ଦେବା ସମୟରେ ଶ୍ରୋତାମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଭାଷଣର ପ୍ରଥମ, ମଧ୍ୟ ଓ ଶେଷ ଏପରି କିଛି ଭାଗରେ କବିତା ବ୍ୟବହାର ର ଆବଶ୍ୟକତା ଥାଏ ଯାହା ଦ୍ଵାରା ଭାଷଣର ଆକର୍ଷଣ ବଢ଼ିଥାଏ ତେଣୁ କବିତା ପ୍ରସ୍ତୁତ କରିବାରେ ମଧ୍ୟ ମୋର ଆଗ୍ରହ ବଢିଥିଲା ।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ବିଦ୍ୟାଳୟ ରେ ବିଦ୍ୟା ଅର୍ଜନର ସମାପ୍ତି ସହିତ ମୋର ଅନ୍ତର୍ନିହିତ କଳାରେ ମଧ୍ୟ ନିରବତା ଆସିଯାଇଥିଲା। କାରଣ ମହାବିଦ୍ୟାଳୟରେ କଳା ଉନ୍ନତି ଉତ୍ସର ଅଭାବ ରହିଥିଲା। କିନ୍ତୁ ଲକ୍ ଡ଼ାଉନ୍ ର ସମୟ ଅବଧି ମଧ୍ୟରେ ଗୋଟିଏ ଦିନ ସୋସିଆଲ୍ ମିଡିଆ ଆପ୍ ରେ ଜଣେ ବୟୋଜ୍ୟେଷ୍ଠା ଭଉଣୀ ନିବେଦିତାଙ୍କ ସହ ପରିଚୟ ହେଲା। ତାଙ୍କ ସହ କିଛି ସମୟ ଆଲୋଚନା ପରେ ସେ ମୋତେ ପୁଣିଥରେ ହସ୍ତଲେଖା ଆରମ୍ଭ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ତେଣୁ ମୁଁ ପୁନଃ ଲେଖାଲେଖି କରିବାକୁ ଅଗ୍ରସର ହୋଇଥିଲି । ଏଥି ସହିତ ମୋର ଏଇ ଗତି ପଥରେ ଗୁରୁ ଶ୍ରୀ ଭାସ୍କର ରାଉତ, ପ୍ରଫୁଲ୍ଲ ପ୍ରଧାନ, ଆଲୋକ କୁମାର ଷଡଙ୍ଗୀ ଓ ଅନ୍ୟ ପୂଜନୀୟ ଗୁରୁଗଣ ଅଗ୍ରସର ହେବା ରେ ପ୍ରେରଣା ଯୋଗାଇଥାନ୍ତି ।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା ଏବଂ କାହିଁକି?

ଉତ୍ତର:- ଉଭୟ ଗଳ୍ପ ଓ କବିତା ଦୁଇଟିରେ ଆଗ୍ରହୀ। କିନ୍ତୁ ବର୍ତ୍ତମାନ ସମାଜର ସ୍ବଳ୍ପ ସମୟ ଅଧିକାରୀ ସାମାଜିକ ବ୍ୟକ୍ତିଗଣ ଅଳ୍ପ ସମୟ ମଧ୍ୟରେ ସମସ୍ତକୁ ପଢ଼ିବା ପାଇଁ ଆଶା ପୋଷଣ କରନ୍ତି ।ତେଣୁ ମୁଁ ଅଧିକ କବିତା ଲେଖିଥାଏ, ଯାହାଦ୍ଵାରା ମୁଁ ସଂକ୍ଷିପ୍ତରେ ଅଧିକ ବିଷୟକୁ ମୋର ପାଠକ ବନ୍ଧୁମାନଙ୍କ ନିକଟରେ ପହଞ୍ଚାଇ ପାରେ । ମୋର ଲେଖନୀ ଚାଳନା ର ବିଷୟ ବର୍ତ୍ତମାନ ସମାଜର ପରିବର୍ତ୍ତନ, ତାହାର ପ୍ରଭାବ, ସାହିତ୍ୟ ସମାଜରେ ପାଠକ ର ବୃଦ୍ଧି, ଓ କିଛି ବ୍ୟଙ୍ଗ ଜଡ଼ିତ ନିତିଦିନିଆ ଘଟଣା ଉପରେ ଆଧାରିତ ହୋଇଥାଏ ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ପଦ୍ମକାନ୍ତି ର ଶ୍ରେୟତା କହିଲେ କଳୁଷିତ ପଙ୍କକୁ ହିଁ ବୁଝାଇଥାଏ, ଠିକ୍ ସେହିପରି ମୋର ସମସ୍ତ ଶ୍ରେୟ ମୋର ଜନ୍ମଭୂମି କହିଲେ ଠିକ୍ ହେବ । ପଦ୍ମ ଯଦି ଅନ୍ୟକୌଣସି ସ୍ବଚ୍ଛ ସ୍ଥାନ ରେ ଜନ୍ମ ଗ୍ରହଣ କରିଥାନ୍ତା ତେବେ ହୁଏତ ତାହାର ସୌନ୍ଦର୍ଯ୍ୟ ଏପରି ହୋଇ ନଥାନ୍ତା, ସେହିପରି ମୁଁ ମଧ୍ୟ ଯଦି କୌଣସି ସହରରେ ଜନ୍ମଲାଭ କରିଥାନ୍ତି ତେବେ ମୋର ସ୍ଥାନ ମଧ୍ୟ ବର୍ତ୍ତମାନ ପରି ହୋଇନଥାନ୍ତା । ଅତଏବ ମୁଁ ମୋର ଜନ୍ମଭୂମିକୁ ନେଇ ଗର୍ବିତ ।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ସାହିତ୍ୟ ହେଉଛି ଜଡ ସମାଜର ବିକାଶ ସାଧନର ମୁଖ୍ୟ ପୁରୋଧା ସମାନ । ସମାଜରେ ସାହିତ୍ୟ ଐକ୍ୟ ଭାବ ସ୍ଥାପନା କରେ ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଛନ୍ଦପୂର୍ଣ୍ଣ କାବ୍ୟ କବିତା ଓ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ବ୍ୟଙ୍ଗାତ୍ମକ ରଚନା ଯାହା ଜଣେ ପ୍ରତାପୀ ରାଜାକୁ ମଧ୍ୟ ଦିଗ ଦେଖାଇପାରେ ତାହା ମୋ ସାହିତ୍ୟ ରଚନାର ଆଗ୍ରହରେ ପ୍ରଭାବ ପକାଏ ଏବଂ ଉଭୟ କବିଙ୍କ ଜନ୍ମମାଟିର କିଛି ଦୂରରେ ଜନ୍ମଗ୍ରହଣ କରିଥିବାରୁ ନିଜକୁ, ମୁଁ ଧନ୍ୟ ମନେକରେ ‌।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କହିଲେ ମୁଁ ସାହିତ୍ୟ କୁ ବର୍ତ୍ତମାନର କୋଇଲା ଓ ଭବିଷ୍ୟତର କୋହିନୁର୍ ହୀରା ବୋଲି ମନେ କରେ । କାରଣ ଅଧୁନା କୋଇଲା ସଦୃଶ ମନୋରଞ୍ଜନ ପୂର୍ଣ୍ଣ ସାହିତ୍ୟ ଭବିଷ୍ୟତରେ ଅତି ମୂଲ୍ୟବାନ କୋହିନୁର୍ ହୀରା ରୂପି ଇତିହାସ ହୋଇପାରେ, ଯାହାକୁ ଆଧାର କରି ଆଗାମୀ ପିଢ଼ି ଆମ୍ଭମାନଙ୍କର ଚାଲି ଚଳଣି, ବେଶଭୂଷା, ପର୍ବପର୍ବାଣୀ ଓ ସମାଜ ଇତ୍ୟାଦି ବିଷୟରେ ଅବଗତ ହୋଇପାରିବେ ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:- ସଂସାରରେ ଶରୀର କୁ ଅମର କରିବା ଅସମ୍ଭବ ଅଟେ ଯାହାକି ସ୍ବୟଂ ଭଗବାନ ମଧ୍ୟ କରିପାରିନାହାନ୍ତି ଏଠାରେ ଅବତରଣ କରି । କିନ୍ତୁ ଏଠାରେ ନିଜର କର୍ମକୁ ନେଇ ମାନବର ନାମକୁ ହିଁ ଅମର କରାଯାଇପାରେ । ତେଣୁ ମୁଁ ସାହିତ୍ୟ ମାଧ୍ୟମରେ ସମାଜକୁ କିଛିଟା ସେବା ପ୍ରଦାନ କରି ବାର୍ତ୍ତା ପ୍ରେରଣ କରିବାକୁ ଚାହେଁ । ସାହିତ୍ୟ ଏକ ମାଧ୍ୟମ ଯାହା ସହାୟତାରେ ଜଣେ ମାନବର ନାମ ଅମର ହୋଇପାରେ । ଏଇ ସମାଜରେ ଏହିପରି ଅନେକ ମାଧ୍ୟମ ରହିଛି ଯାହା ସହାୟତା ରେ ମାନବ କର୍ମ କରି ନିଜର ନାମକୁ ଅମର କରିପାରିବ । ତାହା କେବଳ ସତ୍ କର୍ମ ଦ୍ଵାରା ସମ୍ଭବ ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?

ଅର୍ଥନୀତି ର ନିୟମାବଳୀ ଅନୁସାରେ ଯେତେବେଳେ ବିକ୍ରେତା ଓ କ୍ରେତା ଉଭୟଙ୍କ ସଂଖ୍ୟା ସମାନ ହୋଇଥାଏ କିମ୍ବା ଯଦି କୌଣସି କାରଣରୁ କ୍ରେତା ମାନଙ୍କ ସଂଖ୍ୟା ହ୍ରାସ ପାଇଯାଏ ସେତେବେଳେ ଅର୍ଥନୀତି ବାଧାପ୍ରାପ୍ତ ହୋଇଥାଏ । ତେଣୁ ଅର୍ଥନୀତିରେ ସବୁବେଳେ କ୍ରେତାମାନଙ୍କ ସଂଖ୍ୟା ଅଧିକ ରହିବା ଆବଶ୍ୟକତା ରହିଛି । ଠିକ୍ ସେହିପରି ମୁଁ ଲେଖକ ଓ ପାଠକ ସଂଖ୍ୟାକୁ ଆଧାର କରି ବୋଧଗମ୍ୟ କରେ ଯେ ସାହିତ୍ୟ ସମାଜ ମଧ୍ୟ ବାଧାପ୍ରାପ୍ତ ହୋଇଛି ଲେଖକ ଓ ପାଠକ ସଂଖ୍ୟାର ଅସନ୍ତୁଳନ ପାଇଁ । ଆଶାକରେ ଆମେ ଲେଖକ ହେବା ପୂର୍ବରୁ ଭଲ ପାଠକଟିଏ ହେବା ଓ ଯଥାସମ୍ଭବ ଆମ ଜୀବନରେ କିଛି ଲେଖକଙ୍କୁ ପ୍ରୋତ୍ସାହନ ଦେବା । ଯାହାଦ୍ଵାରା ସାହିତ୍ୟ ସମାଜ ରେ ପରିବର୍ତ୍ତନ ଓ ଉଜ୍ଜ୍ୱଳତା ଦେଖାଯିବ ‌।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:

ସାହିତ୍ୟ ସାଧନାରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ତେଣୁ ସର୍ବପ୍ରଥମେ ମୋର କୃତଜ୍ଞତା ଜ୍ଞାପନ କରୁଛି । ଏହାଛଡା ମୁଁ ପ୍ରତିଷ୍ଠାନ ଠାରୁ ମାତୃଭାଷା ଓଡ଼ିଆ ପାଇଁ ଏକ ସେବା ଆଶାକରେ । ଆମ ଭାଷାର ତ୍ରୁଟି ସୁଧାରଣରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଆଉ କିଛି ପାଦ ଅଗ୍ରଗାମୀ ହେବବୋଲି ମୋର ଆଶା। ତ୍ରୁଟି ସୁଧରଣ ନିମନ୍ତେ କିଛି କର୍ଯ୍ୟକର୍ମ କରାଯାଇ ପାରିଲେ ଓ କିଛି ସଚେତନତା ସୃଷ୍ଟି କରାଯାଇ ପାରିଲେ ଆମ ଭାଷା ର ଉନ୍ନତି ସାଧିତ ହେବ । ବେଳେବେଳେ ଲେଖକଙ୍କ ଲେଖାରେ ଭାଷାଗତ ତ୍ରୁଟି, ଅଜ୍ଞତା ହେତୁ ହୋଇଯାଇ ଥାଏ ଯାହା ସଂଶୋଧନ ହୋଇ ନଥାଏ । ନିଜର ତ୍ରୁଟି ନିଜେ ଖୋଜିବାଟା ଟିକେ କଷ୍ଟ ହୋଇଥାଏ ବୋଲି ମନେ କରେ। ତେଣୁ ଏଥି ନିମନ୍ତେ ସ୍ବତନ୍ତ୍ର ବିଜ୍ଞ ମଣ୍ଡଳୀର ଆବଶ୍ୟକତା ରହିଛି ଯାହାଦ୍ଵାରା ଆମ ଭାଷା ତ୍ରୁଟି ଶୂନ୍ୟ ହୋଇପାରିବ ଓ ଓଡ଼ିଆ ଭାଷାର ମର୍ଯ୍ୟାଦା ମଧ୍ୟ ବଢିବ । ଏବଂ ତ୍ରୁଟି ସୁଧରଣ ନିମନ୍ତେ କିଛି କର୍ଯ୍ୟକର୍ମ କରାଯାଇ ପାରିଲେ ଓ କିଛି ସଚେତନତା ସୃଷ୍ଟି କରାଯାଇ ପାରିଲେ ଆମ ଭାଷା ର ଉନ୍ନତି ସାଧିତ ହେବ ।

 954 total views,  1 views today

One thought on “ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ ଭେଟିବା ଗଂଜାମ ଜିଲ୍ଲାର ଯୁବକବି ଶ୍ରୀମାନ ଭୋଳାଶଙ୍କର ସେଠୀ

Leave a Reply

Your email address will not be published. Required fields are marked *