March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଚାଲନ୍ତୁ ଭେଟିବା ପୁରୀ ଜିଲ୍ଲାର ଯୁବ କବି ତଥା ଶିକ୍ଷକ ଆଶିଷ କୁମାର ସ୍ବାଇଁ ଙ୍କୁ

ନାମ-: ଆଶିଷ କୁମାର ସ୍ବାଇଁ ।
ମାତାଙ୍କ ନାମ-: ସାବିତ୍ରୀ ସ୍ବାଇଁ ।
ପିତାଙ୍କ ନାମ-: ସୁବାସ ଚନ୍ଦ୍ର ସ୍ବାଇଁ ।
ଜନ୍ମମାଟି/ଠିକଣା-: ଗ୍ରାମ :- ସିଆରା , ପୋଷ୍ଟ – ପଣସପଦା , ଭାୟା – ବ୍ରହ୍ମଗିରି , ଜିଲ୍ଲା – ପୁରୀ , ପିନ- ୭୫୨୦୧୧ , ଓଡିଶା ।
ଜନ୍ମ ତାରିଖ :- ୧୧.୦୨.୧୯୯୭ ।
ଶିକ୍ଷାଗତ ଯୋଗ୍ୟତା – ବିଜ୍ଞାନ ( ସମ୍ମାନ ) , ବି.ଇଡ ।

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:-ସାହିତ୍ୟ ହେଉଛି ଭାଷା ଓ ଭାବନାର ସମ୍ମିଶ୍ରଣ । ସୁସ୍ଥ ସୁନ୍ଦର ସମାଜ ଗଠନ କରିବାର ପ୍ରମୁଖ ମାଧ୍ୟମ । ସଂକ୍ଷିପ୍ତରେ କହିବାକୁ ଗଲେ ସାହିତ୍ୟ ହେଉଛି ସମାଜର ଦର୍ପଣ ।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା ?କେଉଁଠୁ ପ୍ରେରଣା ପାଇଲେ ?

ଉତ୍ତର:- ଅନ୍ଧକାରରୁ ଯେବେ ଆଲୋକକୁ ଆସିଲି ସେବେ ଠାରୁ ଏଯାବତ ସାହିତ୍ୟର ପ୍ରତିଟି ଶବ୍ଦ ବିନ୍ୟାସ ସହ ବନ୍ଦୀ ଛନ୍ଦି ହୋଇ ଅଛି । ପ୍ରେରଣାର ଉତ୍ସ ମୋ ଚଳନ୍ତି ଠାକୁର ପିତାମାତା ।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା ।

ଉତ୍ତର:- ଲେଖକ ପାଇଁ କୌଣସି ଘଟଣା ଲୋଡ଼ା ନାହିଁ । ଏହା ଇଶ୍ବର ଦତ୍ତ ଜ୍ଞାନ କୌଶଳ । ଇଶ୍ବର ଆଶୀର୍ବାଦ ଢଙ୍ଗେ ସଦୟ ଦୟା ବୃଷ୍ଟି କଲେ କଲମ ଚାଳନ ହୁଏ । ତା’ରି ଇଙ୍ଗିତରେ ଆମେ ଆମ ସୃଷ୍ଟି ।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି ? ଗଳ୍ପ ନା କବିତା ? ଏବଂ କାହିଁକି ?

ଉତ୍ତର:- ଆଶ୍ଚର୍ଯ୍ୟ ପ୍ରଶ୍ନ । ଏହା ଲେଖକଙ୍କ ଯମଜ ସନ୍ତାନ । ଦୁଇ ସନ୍ତାନ ଅତି ଆପଣାର ଅତି ନିଜର ଅତି ପରିଚିତ । ସ୍ରଷ୍ଟା ପାଇଁ ତା ସୃଷ୍ଟି ମହାନ ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି ?

ଉତ୍ତର:-କିମ୍ବଦନ୍ତୀ ସଂମ୍ପନ୍ନ ପୁରାଣ ପ୍ରସିଦ୍ଧ ଇତିହାସ ଦ୍ୱିତୀୟ ଶ୍ରୀକ୍ଷେତ୍ର ପୁଣ୍ୟଭୂମି ବ୍ରହ୍ମଗିରି ମାଟିର ପ୍ରତି ମୁଠାରେ କଳା ସଂସ୍କୃତି ସାହିତ୍ୟ ଓ ଐତିହ୍ୟର ମହକରେ ମହକିତ । ମୋ ପ୍ରିୟ ଭୂମି ମୋ ଜୀବନ ମୋ ଦୁନିଆଁ ମୋ ଜନ୍ମଭୂମି ଗାଁ । ” ତା’ ମାଟି ପାଣି ପବନ ନିଆରା , ଗ୍ରାମ ମୋ ସିଆରା । ”

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି ?

ଉତ୍ତର:- ସାହିତ୍ୟ ସମାଜର ମେରୁଦଣ୍ଡ । ସାହିତ୍ୟ ବିନା ସମାଜ ମେରୁଦଣ୍ଡ ବିହୀନ । ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଆ ସାହିତ୍ୟର ବାସ୍ନା ନିଆରା । ପୁଷ୍ପଠୁ ବି ଆହୁରି ସୁଗନ୍ଧ ଓ ତା’ର ମହକରେ ସମାଜକୁ ମହକିତ କରେ । ସୁନ୍ଦର ସୁସ୍ଥ ହୃଷ୍ଟପୃଷ୍ଠ ବାତାବରଣ ସୃଷ୍ଟି କରେ ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- ସୁନ୍ଦର ପ୍ରଶ୍ନଟିଏ ପଚାରିଛନ୍ତି । ଯେମିତି ପଚାରନ୍ତି ବାପା ଭଲ କି ମାଆ ଭଲ ଉତ୍ତର ଆଶା କରିବା ବୃଥା । ମୋ ଭାଷାରେ ଠିକ୍ ସେହିପରି ସାହିତ୍ୟିକ ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ସମାଜର ମଙ୍ଗଳ ସାଧନ ଓ ପରିବର୍ତ୍ତନ ନିମନ୍ତେ ସାହିତ୍ୟର ସୃଷ୍ଟି । ଅଧୁନା ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ସାହିତ୍ୟ ପାଶ୍ଚାତ୍ୟକରଣ ହାବ ଭାବ କବଳରେ ବନ୍ଦୀ । ନିଜ ଭାଷାକୁ ଛାଡି ଅନ୍ୟ ଭାଷାକୁ ଆପଣେଇ ନେଇଛନ୍ତି । ଯଦ୍ୱାରା ଅତୀତ ଓ ବର୍ତ୍ତମାନର ସାହିତ୍ୟ ସମ୍ପର୍କ ଆକାଶ ପାତାଳ ତଫାତ ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:- ମୋ କଲମ ମୁନରୁ :-
” ଅଳପ କଥାରେ ଥାଏ ଅର୍ଥ ବହୁତ ,
ଅଟଇ ଶ୍ରେଷ୍ଠ ପରା ଉତ୍କଳ ସାହିତ୍ୟ ।”
ଓଡ଼ିଆ ସାହିତ୍ୟ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ପବିତ୍ର ମହନୀୟ ବାର୍ତ୍ତାବରଣ ସୃଷ୍ଟି କରୁ ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ସାହିତ୍ୟିକ ପାଇଁ ଅଦମ୍ୟ ସାଧନା , ଧର୍ଯ୍ୟ ଓ ସହନଶୀଳତା ନିତ୍ୟାନ୍ତ ଆବଶ୍ୟକ । ଗ୍ରନ୍ଥ କୀଟ ହେବା ମୂର୍ଖାମୀର ପରିଚୟ ଯଦି ସତ୍ୟ ଧର୍ମ ନ୍ୟାୟ ଅସ୍ତ୍ରକୁ ବୁଝି ନପାରିବା । ସମାଜର ହିତ ସାଧନ ପାଇଁ ଗ୍ରନ୍ଥକୁ ପଢି ନିର୍ଯ୍ୟାସ ଦର୍ଶନ ତତ୍ତ୍ୱ ବାହାରକରି ଦୁନିଆର ହିତ କର୍ମରେ ଲଗାଇ ପାରିବା ତାହେଲେ ଦୁନିଆରେ ସଫଳତା ପ୍ରାପ୍ତ କରିବା ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନକୁ ବାର୍ତା -: ଉଦିୟମାନ ଯୁବ ପ୍ରତିଭା ଶ୍ରୀମାନ ମନୋଜ କୁମାର ପଣ୍ଡା ଏକାଧାରରେ ବିଶିଷ୍ଠ କବି , ସୁ ଲେଖକ , ସୁବକ୍ତା ଓ ସୁ ସଂଗଠକ ଭାବେ ବେଶ ପରିଚିତ । ଅନୁଷ୍ଠାନ ଅପ୍ରତିଦ୍ବନ୍ଦି ଭାବେ ସଫଳତା ହାସଲ କରୁ । ଦୀର୍ଘାୟୁ ହେଉ । ନୂତନ ପ୍ରତିଭା ସୃଷ୍ଟି କରୁ । ହସ ଖୁସି ସୁଖ ସମୃଦ୍ଧି ଏକତା ଆଣିଦେଉ । ଏହା ହିଁ ଇଶ୍ୱରଙ୍କ ପାଖେ ଆବେଦନ ନିବେଦନ ଏବଂ ପ୍ରାର୍ଥନା ।

 904 total views,  1 views today

3 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଚାଲନ୍ତୁ ଭେଟିବା ପୁରୀ ଜିଲ୍ଲାର ଯୁବ କବି ତଥା ଶିକ୍ଷକ ଆଶିଷ କୁମାର ସ୍ବାଇଁ ଙ୍କୁ

  1. Congratulation dear. Your articles are natural base and heart touching. Carry on

Leave a Reply

Your email address will not be published. Required fields are marked *