December 09, 2023
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସୂର୍ଯ୍ୟୋଦୟ ନବ ସମ୍ଭାବନା – ୨୦୨୧ ରେ ଚାଲନ୍ତୁ ଭେଟିବା ବାଲେଶ୍ଵର ଜିଲ୍ଲାର କବୀ ସ୍ୱପ୍ନା ମଞ୍ଜରୀ ପାଢ଼ୀ ଙ୍କୁ

ନାମ:ସ୍ବପ୍ନା ମଞ୍ଜରୀ ପାଢ଼ୀ
ମାତା- କାମିନୀ ପାଢ଼ୀ
ପିତା- କୈଳାସ ଚନ୍ଦ୍ର ପାଢ଼ୀ
ଠିକଣା- ଈଶ୍ୱର ପୁର, ଚନ୍ଦ୍ରପ ଡା, ବାଲେଶ୍ବର,
ଜନ୍ମ- ୦୫/୦୨/୨୦୦୧
ଶିକ୍ଷା – +୩ ତୃତୀୟ ବର୍ଷ ପଦାର୍ଥ ବିଜ୍ଞାନର ଛାତ୍ରୀ

 

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:-୦୧:ସମାଜର ଦର୍ପଣ ହେଉଛି ସାହିତ୍ୟ। ସାହିତ୍ୟ ମାଧ୍ୟମ ରେ ସମାଜ ନିଜକୁ ପରଖେ ଆଉ ନିଜର ଉନ୍ନତି ଆଉ ଅବନତି କୁ ଜାଣେ।ଯାହା ଖଡ୍ଗ ଚାଳନା ଦ୍ଵାରା ସମ୍ଭବ ନହୁଏ ତାହା କଲମ ଚାଳନା ରେ ବି ସମ୍ଭବ ହୋଇଥାଏ ।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-୦୨: ଛୋଟବେଳୁ ବାପାଙ୍କ ଠାରୁ ବହୁତ କବିଙ୍କ ର କବିତା ଆଉ ଲେଖା ସୁଣିଆସିଛି। ଛୋଟବେଲେ ସ୍କୁଲ୍ ରେ ରଚନା ଆଉ ବକୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ବାପା ଉତ୍ସାହିତ କରନ୍ତି ଆଉ ମୁଁ ପ୍ରତିଯୋଗୀତାରେ ବିଜୟୀ ମଧ୍ୟ ହୁଏ।ବାପା ଙ୍କ ର ସାହିତ୍ୟ ପ୍ରତି ଅଶେଷ ଦୁର୍ବଳତା ଅଛି।ତାଙ୍କୁ ଦେଖି ଦେଖି ମୁଁ ତାଙ୍କ ଠୁ ପ୍ରେରଣା ପାଇଛି ଆଉ ସାହିତ୍ୟ ପ୍ରତି ରୁଚି ବଢିଲା

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ୦୩: ସାହିତ୍ୟ ପ୍ରତି ଧେରେ ଧୀରେ ରୁଚି ବଢୁଥିଲା ଆଉ ମୋର ସାର୍ ମାନେ ବି ମୋତେ ସବୁବେଳେ ପ୍ରେରଣା ଦିଅନ୍ତି ଭଲ ନୂଆ କିଛି ଲେଖିବା ପାଇଁ। ସେତବେଳେକୁ ସପ୍ତମ ଶ୍ରେଣୀରେ ପଢୁଥାଏ ।ସୁରଭି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗୀତାରେ ମୁଁ ଅଂଶ ଗ୍ରହଣ କରିଥିଲେ ଏବଂ ସେଥିରେ ମୁଁ ରାଜ୍ୟ ସ୍ତରରେ ବିଜୟୀ ହୋଇଥିଲି । ସେଦିନ ମୁଁ ଓଡିଶା ର ଜଣେ ବରିଷ୍ଠ ଲେଖକ ଅପୂର୍ବ ରଞ୍ଜନ ସାର୍ ଙ୍କ ଠାରୁ ପୁରସ୍କୃତ ହୋଇଥିଲି ଏବଂ ସେ ସେଦିନ କହିଥିଲେ “ଏମିତି କହିବା କୋଉଠୁ ଜାଣିଲୁ , ସାହିତ୍ୟ ପ୍ରତି ତୋର ଭଲ ପାଇବା ଦେଖୀ ବହୁତ୍ ଖୁସି ଲାଗିଲା।କେବେ ମୋର ଦରକାର ପଡ଼ିଲେ ଜନେଇବୁ। ବାସ୍ ସେବେଠୁ ସାହିତ୍ୟ ନିଶା ପଲଟିଯାଇଛି

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:-କବିତା ଲେଖିବାକୁ ବହୁତ୍ ପସନ୍ଦ କରେ। ସେଚେତନତା ହେଉ କୀ ସମ୍ଭାବନା ସବୁକିଛି ଦୁଇ ପଦ ଧାଡ଼ି ରେ ଆଙ୍କି ହୁଏ

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:-ନିଜ ଜନ୍ମମାଟି ପାଖରେ ଚିର କୃତଜ୍ଞ ।ତାର ବୀର ପୁତ୍ର ଫକୀର ମୋହନ , ରାଧାନାଥଙ୍କ ଏବଂ ମନୋଜ ଦାସଙ୍କ ଲେଖା ପଢି ନୂତନ ସମ୍ଭାବନା ପାଉ । ସୁନ୍ଦର ପରିବେଶ ରେ ବଢ଼ି ଆଜି ଯୋଉଠିବି ଅଛି କେବଳ ତାରି ପାଇଁ। ତାର ଋଣ କେବେ ସୁଝି ପାରିବିନି କିନ୍ତୁ ଚେଷ୍ଟା କରିବି ତାକୁ ଗର୍ବିତ କରେଇବା ପାଇଁ।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:-ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ମାନସି କତା ଦରକାର ଆଉ ସୁସ୍ଥ ମାନସିକତା ଜଣେ ସୁସ୍ଥ ଭାବୁକ ଠାରୁ ଆସିଥାଏ । ସାହିତ୍ୟ ସମାଜର,ସମାଜ ଦ୍ବାରା ଏବଂ ସମାଜର ହିତ ପାଇଁ ହେଇଥାଏ । ନୂତତ୍ବ ର ସ୍ବାଦ କେବଳ ସାହିତ୍ୟ ସମାଜ କୁ ଚଖେଇ ଥାଏ। ତେଣୁ ସୁସ୍ଥ ସମାଜ ଗଠନ ପାଇଁ ସାହିତ୍ୟ ପ୍ରଥମ ଭୂମିକା ଗ୍ରହଣ କରିଥାଏ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:-ସବୁ ସାହିତ୍ୟିକ ଙ୍କ ଲେଖାରେ ମୁଁ କିଛି ନା କିଛି ନୂଆ ଶିଖେ । କିନ୍ତୁ ବେଶୀ ପ୍ରେରିତ ହୁଏ ଫକୀର ମୋହନ, ଗଙ୍ଗାଧର ମେହେର, ପ୍ରତିଭା ରାୟ ଏବଂ ଗୋଦାବରୀଶ ମହାପାତ୍ର ଙ୍କ ଲେଖନୀରୁ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ” ଉଦ୍ୟମ ରେ ଉନ୍ନତି ଥାଏ” ଆଉ ସବୁବେଳେ ସାହିତ୍ୟ କିଛି ନା କିଛି ନୂତନତ୍ବ ନେଇ ନିଜର କାୟା ବିସ୍ତାର କରେ। ଧୀରେ ଧୀରେ ପାଠକ ଙ୍କ ସଂଖ୍ୟା କମୁଛି ଆଉ ନୂତନ ପ୍ରତିଭା ଙ୍କ ସଂଖ୍ୟା ମଧ୍ୟ।ଯଦି ସମସ୍ତଙ୍କ ପ୍ରତିଭା କୁ ସୁଯୋଗ ମିଲାନ୍ତ ତାହାଲେ ସାହିତ୍ୟ ର ସ୍ଥିତି ଆହୁରି ସୁଦୃଢ଼ ହୋଇପାରନ୍ତା

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-ସ୍ବପ୍ନ ତ ବହୁତ୍ ଅଛି ବାସ୍ ନିଜର ଓଡ଼ିଆ ସାହିତ୍ୟକୁ ବିଶ୍ଵଦରବାର ରେ ପ୍ରତିଷ୍ଠା ଅର୍ଜନ କରୁଥିବାର ଦେଖିବାକୁ ଇଚ୍ଛା ଏବଂ ଏହା ପାଇଁ ଆପ୍ରାଣ ଚେଷ୍ଟା କରିବି । ପେଶା ମୋର ଯାହା ବି ହେଉ କାହିଁକି ନିଶା ମୋର ସାହିତ୍ୟ

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଏକତା ନି ବଳ। ସମସ୍ତ ପାଠକ ପାଠିକା ଙ୍କୁ ଏତିକି କହିବି ଆମ ସମସ୍ତଙ୍କ ଚେଷ୍ଟାରେ ଆମ ଓଡ଼ିଆ ସାହିତ୍ୟ ସୁଦୃଢ଼ ହୋଇପାରିବ।ତେଣୁ ପରସ୍ପର ର ସାହାଯ୍ୟ ଆଉ ସହଯୋଗ ନେଇ କାମ କରିଚଳନ୍ତୁ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ସୂର୍ଯ୍ୟୋଦୟ ପରିବାର ଏହିପରି ନିଃସ୍ୱାର୍ଥପର ଭାବେ କାମ କରିଚାଲୁ, ସୂର୍ଯ୍ୟ ଉଦୟ ହେଲା ମାତ୍ରେ ତାଙ୍କର କିରଣ ସମସ୍ତଙ୍କୁ ଆନନ୍ଦ ଉଲ୍ଲାସର ସହିତ ଆଗକୁ ଅଗ୍ରସର ହେବା ର ବାର୍ତା ଦିଏ ଠିକ ସେହି ପରିବାର ଘନ କୃଷ୍ଣ କେଶ ଠାରୁ ଘନ ପକ୍ୱ କେଶ ପର୍ଯ୍ୟନ୍ତ ସମସ୍ତ ସାରସ୍ୱତ ସାଧକ ସାଧିକା ମାନଙ୍କ ପାଇଁ ପ୍ରେରଣା ପାଲଟି ଯାଉ। ଏହାହିଁ କାମନା।

Loading

6 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା – ୨୦୨୧ ରେ ଚାଲନ୍ତୁ ଭେଟିବା ବାଲେଶ୍ଵର ଜିଲ୍ଲାର କବୀ ସ୍ୱପ୍ନା ମଞ୍ଜରୀ ପାଢ଼ୀ ଙ୍କୁ

Leave a Reply

Your email address will not be published. Required fields are marked *