April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଭେଟନ୍ତୁ ଯୁବ କବି ତଥା ଚିକିତ୍ସକ ଡା. କାର୍ତ୍ତିକେଶ୍ୱର ଜେନା ମହୋଦୟ ଙ୍କୁ

ନାମ- ଡା. କାର୍ତ୍ତିକେଶ୍ୱର ଜେନା
ମାତାଙ୍କ ନାମ-:ଶ୍ରୀମତୀ ଝୁନୁ ଜେନା
ପିତାଙ୍କ ନାମ-:ଶ୍ରୀଯୁକ୍ତ ପ୍ରଫୁଲ୍ଲ ଜେନା(ପ୍ରଧାନ ଶିକ୍ଷକ )
ଜନ୍ମମାଟି/ଠିକଣା-:ଶିକ୍ଷକ କଲୋନୀ,ବାଲିପଦର, ଗଞ୍ଜାମ, ଓଡିଶା, PIN-761117
ଜନ୍ମ ତାରିଖ:24/10/1992
ଶିକ୍ଷା ଗତ ଯୋଗ୍ୟତା: ଡାକ୍ତର (ବାକ ଶ୍ରବଣ ଚିକିତ୍ସା ବିଶେଷଜ୍ଞ )

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:-ଗୋଟିଏ ଧାଡିରେ କହିବାକୁ ଗଲେ, “ଶୂନ୍ୟତା ଭିତରେ ପୂର୍ଣ୍ଣତା ଭରି ଦେଉଥିବା ଏକ ନିଶା କୁ ମୁଁ ସାହିତ୍ୟ କହେ l”
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ଷଷ୍ଠ ଶ୍ରେଣୀ ପଢିବା ବେଳେ ଜୀବନ ର ପ୍ରଥମ କବିତା ଲେଖିଥିଲି, “ମାଆ”l କିନ୍ତୁ, ନିଜ ରଫ ଲୁଚେଇ ରଖିଥିଲି l ସପ୍ତମ ଶ୍ରେଣୀ ରେ,”ପ୍ରତିଶୋଧ ଅପରାଧ ନୁହଁ ନାମକ ଏକ ନାଟକ ଲେଖିବା ଆରମ୍ଭ କରିଥିଲି l” ଅଷ୍ଟମ ଶ୍ରେଣୀ ପଢିବା ବେଳେ କ୍ଲାସ ରୁମ ରେ ଶିକ୍ଷକ ପଢ଼ାଉଥିବା ବେଳେ, ମୁଁ ଲୁଚି ଲୁଚି ନାଟକ ଲେଖିବାରେ ବ୍ୟସ୍ତ ଥିଲି l ଶିକ୍ଷକ ଙ୍କ ଆଗେ ଧରା ପଡି ବେଶ ଭୟଭୀତ ହେଇ ଯାଇଥିଲି l କିନ୍ତୁ, ଶିକ୍ଷକ ଙ୍କ ଠୁ ଓଲଟା ମୁଁ ପ୍ରଶଂସା ଆଉ ପ୍ରେରଣା ପାଇଥିଲି l

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- କଥା ପତ୍ରିକା ର “ନବ ପ୍ରତିଭା ସମ୍ମାନ “2015 ମସିହାରେ ପାଇ ମୁଁ ବେଶ ଉତ୍ସାହିତ ହେଇଥିଲି l

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:-ଯଦିଓ ମୁଁ ଗଳ୍ପ ଓ କବିତା ଉଭୟ ଲେଖେ, ମତେ କିନ୍ତୁ ଗଳ୍ପ ଲେଖିବାରେ ବେଶୀ ଆତ୍ମସନ୍ତୋଷ ମିଳେ l କାରଣ ହେଲା, ଜୀବନ ର ସବୁ ଜଳଛବି କୁ ଗଳ୍ପ ରେ ଆଙ୍କି ହୁଏ, କିନ୍ତୁ କବିତାରେ ପୂର୍ଣ୍ଣ ମାତ୍ରାରେ ହୁଏନା l ଅନ୍ୟ ଏକ କାରଣ ହେଲା, ଗଳ୍ପ ପାଠକ ଟିକୁ ବେଶୀ ସମୟ ବାନ୍ଧି ରଖେ, କବିତା ଅପେକ୍ଷା l

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:-ମୁଁ ସେଇ ଭଞ୍ଜ ମାଟିର ଦାୟାଦ l ଯେଉଁଠି ମାଟି ଚିପୁଡ଼ି ଦେଲେ ସାହିତ୍ୟ ନିଗିଡି ଯାଏ l ମୁଁ ବେଶ ଗର୍ବ ଅନୁଭବ କରେ ମୋ ଜନ୍ମ ମାଟି ପାଇଁ l

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:-ସାହିତ୍ୟ, ସମାଜ ର ଏକ ଦର୍ପଣ ସଦୃଶ୍ୟ l ତେଣୁ ସାହିତ୍ୟ କୁ ବାଦ ଦେଇ ସମାଜ ର ଗଠନ ସମ୍ପୂର୍ଣ୍ଣ ନିରର୍ଥକ l

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:-କବି ମାୟାଧର ମାନସିଂ,ରବି ସିଂ, ଶ୍ରୀମତୀ ପ୍ରତିଭା ରାୟ ଓ ଶ୍ରୀଯୁକ୍ତ ମନୋଜ ଦାସ ଙ୍କୁ ମୁଁ ବେଶୀ ଭଲ ପାଏ l

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ମୋ ନଜର ରେ ସାମ୍ପ୍ରତିକ ସ୍ଥିତି ରେ ଓଡ଼ିଆ ସାହିତ୍ୟ ଯୁବ ଯୋଦ୍ଧା ମାନଙ୍କୁ ଚାହେଁ l ସାହିତ୍ୟ କୁ ନେଇ ବ୍ୟବସାୟୀ କରଣ କୁ ମୁଁ ଦୃଢ଼ ଭାବେ ଘୃଣା କରୁଛି l ମୋର ଆଶା ଓ ବିଶ୍ୱାସ ଯେ ବର୍ତ୍ତମାନ ର ଯୁବଶକ୍ତି(ଯୁବ ସାହିତ୍ୟିକ)ମାନେ, ସାହିତ୍ୟ କୁ ବହୁତ ଆଗକୁ ନେବେ l

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-ଓଡିଶା ସାହିତ୍ୟ ର ସ୍ୱତନ୍ତ୍ରତା ଓ ସ୍ୱାଭିମାନ ବଜାୟ ରହୁ l ବିଶ୍ୱ ଦରବାର ରେ ପୂର୍ବ ଭଳି ଓଡ଼ିଆ ସାହିତ୍ୟ ଅଦ୍ୱିତୀୟ ରହୁ l ମୋର ଶେଷ ନିଃଶ୍ୱାସ ଯାଏଁ ମୁଁ ଓଡ଼ିଆ ସାହିତ୍ୟ ଏକ ର ବ୍ରତୀ ହେଇ ବଞ୍ଚିବାକୁ ଚାହେଁ l

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ? ପେଶା ରେ ଜଣେ ଡାକ୍ତର ହେଲେ ବି ନିଶା ରେ ମୁଁ ସାହିତ୍ୟିକ ଓ ସମାଜ ସେବୀ l ମୁଁ ସବୁବେଳେ ନିଜସ୍ୱତା କୁ ବେଶ ଧ୍ୟାନ ଦିଏ l ଅଳ୍ପ ଶବ୍ଦରେ ଅନେକ କିଛି କହିବାକୁ ଚେଷ୍ଟା କରେ l ନିଜ ସ୍ୱତନ୍ତ୍ରତା ନିଜେ ହିଁ ଗଢିବାକୁ ହେବ l ମୋ ଡାକ୍ତରୀ ଜୀବନ ର ଅନୁଭୂତି ମତେ ଗଳ୍ପ ଓ କବିତା ଲେଖିବାକୁ ବେଶ ବେଶ ଖୋରାକ ଯୋଗାଏ l ସେଇଥି ପାଇଁ ମୁଁ କହେ ଯେ, ଜଣେ ଭଲ ଡାକ୍ତର ନିଶ୍ଚୟ ଭାବେ ଜଣେ ଭଲ ସାହିତ୍ୟିକ ହେଇ ପାରିବେ l କାରଣ, ଓଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା କୁ ସେ ଅତି ନିକଟରୁ ଦେଖି ପାରନ୍ତି l ମୁଁ, ମୋ ପରିବେଶ, ମୋ ସମାଜ ଏସବୁ ଭିତରେ ଘଟୁଥିବା କିଛି ବି ଘଟଣା ଯେବେ ମତେ ଆନ୍ଦୋଳିତ କରେ, ମୁଁ ତୁରନ୍ତ ଲେଖନୀ ଉଠାଏ l ମୋ ଲେଖାକୁ ଭଲ ପାଉଥିବା ପ୍ରତ୍ୟକ ପାଠକ ଙ୍କ ନିକଟରେ ମୁଁ ଆଜୀବନ ଋଣୀ l

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:ଓଡ଼ିଆ ସାହିତ୍ୟ କୁ ବିଶ୍ୱ ଦରବାର ରେ ନିଜର ଗୌରବ, ଗାରିମା ଆଉ ନୂତନ ସମ୍ଭାବନା କୁ ପରିଚିତ କରାଇବାର ଏକ ଅଦ୍ୱିତୀୟ ମାଧ୍ୟମ ହେଲା, “ସୂର୍ଯ୍ୟୋଦୟ ଭାଷା ସାହିତ୍ୟ” ପରିବାର l ବିଶେଷତଃ ଭାବେ କହିବାକୁ ଗଲେ ଯୁବ ସାହିତ୍ୟକ ମାନଙ୍କ ପାଇଁ ସବୁଠୁ ବଡ଼ ପ୍ରେରଣା ର ଉତ୍ସ ଏହି ପରିବାର l ପ୍ରତିଷ୍ଠାତା ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ଭାଇ ଙ୍କ ସାହିତ୍ୟ ପ୍ରତି ଥିବା ତ୍ୟାଗ ଓ ଅନୁରାଗ କୁ ମୁଁ ହୃଦୟ ରୁ ଶତ ପ୍ରଣାମ ଜଣାଉଛି l

 1,236 total views,  1 views today

3 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଭେଟନ୍ତୁ ଯୁବ କବି ତଥା ଚିକିତ୍ସକ ଡା. କାର୍ତ୍ତିକେଶ୍ୱର ଜେନା ମହୋଦୟ ଙ୍କୁ

  1. ଆପଣ ଭଳି କବିମାନଙ୍କୁ ପାଇ ଏ ଓଡ଼ିଶା ମାଟି ଗର୍ବିତ ଭାଇ ଆଗେଇ ଚାଲ ଶୁଭେଚ୍ଛା ଓ ଶୁଭକାମନା ଭାଇ

Leave a Reply

Your email address will not be published. Required fields are marked *