April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଭେଟନ୍ତୁ କୋରାପୁଟ ଜିଲ୍ଲାର ଯୁବା କବୀ ଯାଜ୍ଞସେନୀ ସାହୁ ଙ୍କୁ

ନାମ- ଯାଜ୍ଞସେନୀ ସାହୁ
ମାତାଙ୍କ ନାମ-: ଜୟନ୍ତୀ ସାହୁ
ପିତାଙ୍କ ନାମ-: ଗଣେଶ୍ୱର ସାହୁ
ଜନ୍ମମାଟି/ଠିକଣା-: ସେମିଳିଗୁଡା, କୋରାପୁଟ
ଜନ୍ମ ତାରିଖ-: 13/03/1996
ଶିକ୍ଷା ଗତ ଯୋଗ୍ୟତା-: M.sc, B.ed

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ସାହିତ୍ୟ ସମାଜର ମେରୁଦଣ୍ଡ। ସାହିତ୍ୟ ଜନସମାଜର ହିତସାଧନ ଓ ସଚେତନ କରାଇବାର ଏଇ ବଳିଷ୍ଠ ମାଧ୍ୟମ।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ସାହିତ୍ୟ ପ୍ରତି ରୁଚି ମୋର ପିଲାଟି ଦିନରୁ ସ୍ୱତଃସ୍ଫୁର୍ତ୍ତ ଭାବେ ଆସିଅଛି। ମୋ ସମାଜ ଓ ସାମାଜିକ ଘଟଣାବଳୀ ହିଁ ମୋ ପ୍ରଥମ ପ୍ରେରଣା ।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ନିଜ ମତ ରଖିବାରେ ଲେଖନୀ ହିଁ ଅଧିକ ସହାୟତା କରେ। ମୁଁ ମୋ ଭାବନାକୁ ବ୍ୟକ୍ତ କରିବା ପାଇଁ ଉଚିତ୍ ମାଧ୍ୟମ ପାଇନଥିଲି।କାରଣ ମୋ ବିଚାରଶୈଳୀ ଏକ ସ୍ୱତନ୍ତ୍ର ଧାରାର ରହିଥିଲା ଯାହା ଲୋକଙ୍କ ଦ୍ଵାରା ସହଜରେ ଗ୍ରହଣୀୟ ନୁହେଁ। କିନ୍ତୁ ମୋ ପ୍ରଥମ ଲେଖା ଖବରକାଗଜରେ ଆସିବା ପରେ ଲୋକେ ବହୁଳ ପରିମାଣରେ ତାକୁ ଆଦୃତ କରିଥିଲେ। ଆଉ ପାଠକଙ୍କ ପ୍ରତିକ୍ରିୟା ହିଁ ମୋତେ ପ୍ରେରଣା ଦେଲା।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:- ଗଳ୍ପ ଓ ପ୍ରବନ୍ଧ ଲେଖିବାରେ ଅଧିକ ପସନ୍ଦ ଲାଗେ।ବ୍ୟକ୍ତିଗତ ଭାବରେ କହିବି ଏହା ବୁଝିବାରେ ବି ସହଜ ଏବଂ ଶବ୍ଦ ବାକ୍ୟ ସଂଯୋଜନାବି ନିଜ ହିସାବରେ ସହଜରେ ଖଞ୍ଜି ହୁଏ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ମୋ ଜନ୍ମସ୍ଥାନ କୋରାପୁଟ। ପ୍ରକୃତି କୋଳରେ ପିଲାଟି ବେଳୁ ବଢିଲି।ସେଇ ଶାନ୍ତିଦାୟକ ପରିବେଶ ଓ ଅମାୟିକ ଲୋକଙ୍କ ଗହଣରେ ରହିବାଦ୍ୱାରା ମୋ ଭାବନାଶକ୍ତି ଅଧିକ ଅପସାରୀ ଦିଗରେ ଗତି କରେ।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ସାହିତ୍ୟତ ସର୍ବଦା ପରିବର୍ତ୍ତନ ଆଣିବାରେ ପ୍ରଭାବ ପକାଏ।ଏହାର ଅନେକ ଉଦାହରଣ ରହିଛି।ସମାଜର ନାନା ସମସ୍ୟାକୁ ସାହିତ୍ୟ ହିଁ ପ୍ରତିଫଳିତ କରାଏ ଓ ଆଗକୁ ବି ଏକ ଜାଗ୍ରତ ପ୍ରହରୀ ରୂପେ ଭୂମିକା ତୁଲେଇ ଚାଲିବ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- ସାହିତ୍ୟିକ ତ ଏମିତି କେହି ନାହାନ୍ତି ଯାହାଠୁ କିଛି ଶିଖିବାକୁ ନମିଳେ।କଲମ ଧରିଥିବା ପ୍ରତ୍ୟେକ ମଣିଷର ଚିନ୍ତନଶୈଳୀ ଭିନ୍ନ ଓ ସ୍ୱତନ୍ତ୍ର। ତଥାପି ଅନେକ ସମାଜସୁଧାରକ ଲେଖକମାନେ ମୋତେ ଆକୃଷ୍ଟ କରନ୍ତି। ସେମଧ୍ୟରୁ ତସଲିମା ନସରିନ୍ ମୋର ପ୍ରିୟ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ପରିବର୍ତ୍ତନର ପ୍ରଭାବ ସଂସ୍କୃତି ସହିତ ସାହିତ୍ୟରେ ବି ପ୍ରଭାବ ପକାଏ।ସମୟର ସୁଅ ସହ କିଛି ପ୍ରାଚୀନ ସାହିତ୍ୟ ହଜିଯିବା ସହ ଆଧୁନିକ ସାହିତ୍ୟ ମୁଣ୍ଡ ଟେକିଛି। କିନ୍ତୁ ଏଭଳି ପରିବର୍ତ୍ତନ ମଧ୍ୟ ସାହିତ୍ୟର ବିକାଶ କହିଲେ ଅତ୍ୟୁକ୍ତି ହେବନାହିଁ ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-ଓଡିଆ ସାହିତ୍ୟ ପାଇଁ ସଂପ୍ରତି ଅନେକ ଯୁବକ ଯୁବତୀ ରୁଚି ଦେଖାଉଛନ୍ତି।ଏଭଳି ସୁସଂକେତ ଓଡିଆ ସାହିତ୍ୟକୁ ଉନ୍ନତଶୀଳ କରିବ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?

ପଢିବା ବୁଝିବା ପରେ ହିଁ ଲେଖିବା ପାଇଁ ସାଧନ ସୃଷ୍ଟି ହୁଏ । ତେଣୁ ପ୍ରଥମେ ଉତ୍ତମ ପାଠକ ହେବା ନିହାତି ଆବଶ୍ୟକ ।ପାଠକ ମାନେ ଧୈର୍ଯ୍ୟଶୀଳ ହେବା ମଧ୍ୟ ଜରୁରୀ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ପ୍ରତିଷ୍ଠାନର ଲୁକ୍କାୟିତ ପ୍ରତିଭାକୁ ସୁଯୋଗ ଦେବାରେ ଅଦମ୍ୟ ଚେଷ୍ଟା ସ୍ୱାଗତଯୋଗ୍ୟ।ଏଭଳି ମଞ୍ଚ ଅନେକଙ୍କୁ ଅଭିପ୍ରେରଣା ଯୋଗାଇବ ବୋଲି ମୋର ଆଶା ଓ ବିଶ୍ୱାସ।

Loading

One thought on “ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଭେଟନ୍ତୁ କୋରାପୁଟ ଜିଲ୍ଲାର ଯୁବା କବୀ ଯାଜ୍ଞସେନୀ ସାହୁ ଙ୍କୁ

Leave a Reply

Your email address will not be published. Required fields are marked *